Excuse Me Odisha

ଯାହା କହିବୁ ସତ କହିବୁ

ମଇ ୩୧ ନିର୍ଜଳା ଏକାଦଶୀ ଦିନ ୧୦ ଟଙ୍କାର ଏହି ଜିନିଷ ନିଶ୍ଚୟ କରନ୍ତୁ ଦାନ । ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ ଏବଂ ଘରକୁ ଆସିବ ଅଗାଧ ଧନ ସମ୍ପତ୍ତି ।

ସେୟାର୍ କରନ୍ତୁ

ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥି ସବୁ ଏକାଦଶୀ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଯାହାକୁ ନିର୍ଜଳା ଏକାଦଶୀ ବୋଲି ମଧ୍ୟ କୁହାଯାଇଥାଏ । ନିର୍ଜଳା ଏକାଦଶୀରେ ନିର୍ଜଳ ଉପବାସ କରି ଭଗବାନ ବିଷ୍ଣୁଙ୍କ ପୂଜା କଲେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଏହିଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୂଜା ମଧ୍ୟ କରାଯାଇଥାଏ ।

ଏହି ବ୍ରତ ରଖିବା ଦ୍ୱାରା ଜନ୍ମ ଜନ୍ମାନ୍ତରର ପାପ ଦୂର ହୋଇଥାଏ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି କେବଳ ନିର୍ଜଳା ଏକାଦଶୀ ବ୍ରତ ରଖିଥାଏ ସେହି ବ୍ୟକ୍ତିକୁ ସବୁ ଏକାଦଶୀର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଉଦୟା ତିଥି ଅନୁଯାୟୀ ନିର୍ଜଳା ବ୍ରତ ୩୧ ମଇରେ ରଖାଯିବ । ନିର୍ଜଳା ଉପବାସ ଜୁନ ୧ ସକାଳ ୫.୨୪ ରୁ ୮.୧୦ ପର୍ଯ୍ୟନ୍ତ ରହିବ ।

ପଦ୍ମ ପୁରାଣ ଅନୁଯାୟୀ ନିର୍ଜଳା ଉପବାସ କଲେ ମଣିଷର ଶରୀରର ଶୁଦ୍ଧି ହୋଇଥାଏ । ଏହିଦିନ ସକାଳ ସନ୍ଧ୍ୟା ତୁଳସୀ ପୂଜନ କରି ଦୀପ ନିଶ୍ଚୟ ଜଳାନ୍ତୁ ଏବଂ ଏହିଦିନ ମିଠା ଜଳ ଦାନ କରିବାର ବିଶେଷ ବିଧାନ ରହିଛି । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ କିମ୍ବା ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ । ନିର୍ଜଳା ଏକାଦଶୀ ଦିନ କାହାରି ପାଇଁ ମନରେ ରାଗ ହିଂସା କ୍ରୋଧ କିମ୍ବା ଲୋଭ ମୋହ , ଅନ୍ନ , ମାଂସ , ମଦ , ଲୁଣ , ପିଆଜ , ରସୁଣ , ବାଇଗଣ ଆହାର ଠାରୁ ଦୂରେଇ ରୁହନ୍ତୁ ।

ଏହିଦିନ କେଶ ଏବଂ ନଖ କାଟିବା ମଧ୍ୟ ବର୍ଜିତ ଅଟେ । ଏହିଦିନ ଦିନରେ ଏବଂ ରାତିରେ ନଶୋଇ ଜାଗରଣ , ନିର୍ଜଳା ଏକାଦଶୀ କଥା କିମ୍ବା ସତ୍ୟନାରାୟଣ ପାଠ ଶୁଣିବା ଉତ୍ତମ ହୋଇଥାଏ । ନିର୍ଜଳା ଏକାଦଶୀ କଥା ଶୁଣିବା ପରେ ବ୍ରାହ୍ମଣଙ୍କୁ ଯଥା ସମ୍ଭବ ଦକ୍ଷିଣା ଦିଅନ୍ତୁ ।

ଏହି ବ୍ରତକୁ କରିବା ପାଇଁ ସକାଳୁ ସ୍ନାନ କରି ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଏହାପରେ ଶ୍ରୀକୃଷ୍ଣ ଏବଂ ମାତା ଲକ୍ଷ୍ମୀଙ୍କ ପ୍ରତିମର୍ତ୍ତିକୁ ଏକ ଚୌକି ଉପରେ ସ୍ଥାପିତ କରି ହାତରେ ହଳଦିଆ ଫୁଲ ନେଇ ବ୍ରତର ସଂକଳ୍ପ ନିଅନ୍ତୁ । ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଏବଂ ଚାଉଳ ଅର୍ପିତ ନକରି ଗହମ , ଜଅ ଅର୍ପିତ କରି ପାରିବେ । ବିଷ୍ଣୁଙ୍କୁ ଜଳ ଏବଂ ପଞ୍ଚାମୃତରେ ଅଭିଷେକ କରାଇ ଚନ୍ଦନ ତିଳକ କରି ଦିଅନ୍ତୁ । ଏହାପରେ ତୁଳସୀ ଦଳ ଏବଂ ହଳଦିଆ ଫୁଲ ଅର୍ପିତ କରନ୍ତୁ । ଅତର , ଧୂପ ଏବଂ ଦୀପ ଜଳାନ୍ତୁ । ପ୍ରସ୍ତୁତ କରିଥିବା ଭୋଗ ଅର୍ପିତ କରନ୍ତୁ । ଏହାପରେ ପାନରେ ଲବଙ୍ଗ ଏବଂ ଅଳେଇଚ ରଖି ପାନ ବିଡ଼ା ଅର୍ପିତ କରି ଦିଅନ୍ତୁ ।

ପୂଜା ପରେ ନିର୍ଜଳା ଏକାଦଶୀ କଥା ଶୁଣନ୍ତୁ । ଆଗାମୀ ଦିନ ସେହିସବୁ ଜିନିଷକୁ କୌଣସି ମନ୍ଦିର କିମ୍ବା ବ୍ରାହ୍ମଣଙ୍କୁ ଦାନ କରି ଦିଅନ୍ତୁ । ଏହି ବ୍ରତ ରଖିବା ଦ୍ୱାରା ସବୁ ପାପ ମୁକ୍ତ ହୋଇଥାଏ । ଏହି ବ୍ରତରେ ଲବଙ୍ଗ ଏବଂ ଅଳେଇଚର ମହତ୍ତ୍ୱ ଅଧିକ ରହିଛି । ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଏବଂ ମାତା ଲକ୍ଷ୍ମୀଙ୍କ ଆରାଧନା କରନ୍ତୁ । ଏକାଦଶୀର ଗୋଟିଏ ଦିନ ପୂର୍ବରୁ ସନ୍ଧ୍ୟା ପରେ ଆଉ ଭୋଜନ କରିବେ ନାହିଁ ।

ଏକାଦଶୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଆରାଧନା କରି ବ୍ରତ ସଂକଳ୍ପ କରନ୍ତୁ । ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ କଦଳୀ ଏବଂ ତୁଳସୀ ଭୋଗ ଲଗାନ୍ତୁ । ଏହାପରେ ଦ୍ୱାଦଶୀ ଦିନ କୌଣସି ବ୍ରାହ୍ମଣଙ୍କୁ ଭଜନ କରାଇ ବ୍ରତ ଖୋଲନ୍ତୁ । ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ଧୂପ , ଫୁଲ ଏବଂ ଗୂଡ଼ କିମ୍ବା ବେସନ ଲଡ଼ୁ ଭୋଗ ଭାବରେ ଲଗାଇ ନୈବେଦ୍ୟ ଅର୍ପିତ କରନ୍ତୁ । ମନେ ରଖନ୍ତୁ କୌଣସି ବି ଭୋଗ ଲଗାଇଲେ ସେଥିରେ ତୁଳସୀ ପତ୍ର ନିଶ୍ଚିତ ପକାଇବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *