Excuse Me Odisha

ଯାହା କହିବୁ ସତ କହିବୁ

ଫ୍ରିରେ ନିଅନ୍ତୁ ନାହିଁ କାହାରି ଘରର ଏହି ପାଞ୍ଚଟି ଜିନିଷ । ନଚେତ ଜୀବନ ଉପରେ ଆସିପାରେ ବିପଦ ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଜିନିଷ ଏପରି ଅଛି ଯାହାକୁ କେବେବି କାହାକୁ ଫ୍ରିରେ ଦେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଜୀବନ ଉପରେ ସମସ୍ୟା ଆସିଥାଏ । ସାଧରଣତଃ ଲୋକେ ଦୈନନ୍ଦିନ ଜୀବନରେ କୌଣସି ସମୟରେ କିଛି ଜିନିଷ ଅଭାବ ଥିଲେ ଅନ୍ୟ ଠାରୁ ଧାର ନେଇଥାଏ । ମାତ୍ର କିଛି ଜିନିଷ ଏପରି ଅଛି ଯାହାକୁ ଧାର ଦେବା ଆଗରୁ ତାହାକୁ ଦେବା ଦ୍ୱାରା ହେଉଥିବା ସମସ୍ୟା ବିଷୟରେ ଜାଣି ରଖିବା ନିତାନ୍ତ ଜରୁରୀ ଅଟେ । ପ୍ରଥମତଃ ସନ୍ଧ୍ୟା ସମୟରେ କୌଣସି ବ୍ୟକ୍ତିକୁ ପିଆଜ କିମ୍ବା ରସୁଣ ଆଦୋୖ ଦେବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

ଏପରି କରିବା ଦ୍ୱାରା ଘରର ଉନ୍ନତି ବନ୍ଦ ହୋଇଯାଏ ଏବଂ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଏହି ଦୁଇଟି ଜିନିଷ ଭଳି ଦହି ମଧ୍ୟ ସନ୍ଧ୍ୟା ସମୟରେ କାହାକୁ ଦେବା ଉଚିତ ନୁହେଁ । ଆପଣ ସିଧାସଳଖ ବାରଣ କରି ପାରିବେ । ଅନେକ ଲୋକ ପରସ୍ପର ମଧ୍ୟରେ ରୁମାଲ ସେୟାର କରିଥାନ୍ତି । ମାତ୍ର ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

ସୂର୍ଯ୍ୟାସ୍ତ ପରେ କେହିବି ଟଙ୍କା ଧାର ମାଗିଲେ ଦିଅନ୍ତୁ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ମହିଳା ମାନେ ଅଳ୍ପ ସମୟ ପାଇଁବି କାହାକୁ ନିଜର ଗହଣା ଦେବା ଉଚିତ ନୁହେଁ । ଏହାଦ୍ବାରା ଆଗାମୀ ସମୟରେ ଘରେ ଚୋରି ହେବାର ଆଶଙ୍କା ରହିଥାଏ ଏବଂ ତାସହିତ ଏପରି କରିବା ଦ୍ୱାରା ଅଶୁଭ ମଧ୍ୟ ହୋଇଥାଏ ।

ଏହାଦ୍ବାରା ନିଜର ସ୍ୱାସ୍ଥ୍ୟ ଖରାପ ହେବା ସହିତ ଘରର ମୁଖ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ସନ୍ଧ୍ୟା ସମୟରେ କାହାକୁ ଲୁଣ ଧାର ଦେଲେ ଘରର ସମୃଦ୍ଧି ଚାଲିଯାଏ । ବିଶେଷ କରି ବିଦ୍ୟାର୍ଥୀ ଏବଂ କେହିବି ନିଜର ବ୍ୟବହୃତ ପେନ କାହାକୁ ଧାର ଦେବା ଉଚିତ ନୁହେଁ । ଯଦି ଆପଣ କାହାକୁ ଦେଉଛନ୍ତି କିମ୍ବା ନେଉଛନ୍ତି ତେବେ ତାହାକୁ ଫେରାଇବା ଜରୁରୀ ଅଟେ ।

ନଚେତ ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ ଏବଂ ମାନସମ୍ମାନ ଉପରେ ଆଞ୍ଚ ଆସିପାରେ । ଘଣ୍ଟା ପିନ୍ଧୁଥିବା ମଣିଷ ଉପରେ ଏହାର ଭଲ କିମ୍ବା ଖରାପ ପ୍ରଭାବ ପଡ଼ିପାରେ । ଯଦି ଆପଣଙ୍କ ଘଣ୍ଟା କେହି ଅନ୍ୟ ଲୋକ ପିନ୍ଧିଥାଏ ତେବେ ତାହାର ଖରାପ ପ୍ରଭାବ ଉଭୟ ସେହି ବ୍ୟକ୍ତି ଏବଂ ଆପଣଙ୍କ ଉପରେ ପଡ଼ିଥାଏ ।

ତେଣୁ ନିଜର ବ୍ୟବହାର କରୁଥିବା ଘଣ୍ଟା କାହାକୁ ଦେବା ଉଚିତ ନୁହେଁ କିମ୍ବା କାହାଠାରୁ ଘଣ୍ଟା ନେଇ ବ୍ୟବହାର କରିବା ମଧ୍ୟ ଉଚିତ ନୁହେଁ । ନଚେତ ଆପଣଙ୍କୁ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼ିପାରେ । କୌଣସି ବିବାହିତା ମହିଳା ନିଜର ଷୋହଳ ଶୃଙ୍ଗାର ଅନ୍ୟ କୌଣସି ମହିଳାଙ୍କୁ ଦେବା ଉଚିତ ନୁହେଁ ।

ନଚେତ ଏହାଦ୍ବାରା ନିଜ ଉପରେ ଏବଂ ସ୍ୱାମୀଙ୍କ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିପାରେ । ଏହାବ୍ୟତୀତ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ବିବାହିତା ମହିଳା ନିଜ ସିନ୍ଦୁର କେବେ ଅନ୍ୟ ବିବାହିତା ମହିଳା ସହିତ ସେୟାର କରିବା ଉଚିତ ନୁହେଁ । ଏହାସହିତ ବିବାହିତା ମହିଳା ନିଜର ମେହେନ୍ଦୀ ମଧ୍ୟ ଅନ୍ୟ ବିବାହିତା ମହିଳା ସହିତ ସେୟାର କରିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *