Excuse Me Odisha

ଯାହା କହିବୁ ସତ କହିବୁ

କୋଟିପତି ହେବାକୁ ଚାହୁଁଥିଲେ ଶନିବାର ଦିନ ଶରୀରର ଏହି ଅଙ୍ଗରେ ଲଗାଇ ଦିଅନ୍ତୁ ସୋରିଷ ତେଲ ।

ସେୟାର୍ କରନ୍ତୁ

ଜୀବନରେ ସକାରାତ୍ମକତା ସହିତ ଉନ୍ନତି ଆସିଥାଏ ଏବଂ ସୁଖ ସମୃଦ୍ଧି ଆସିଥାଏ । ତେଣୁ ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ କିଛି ଏପରି ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟ ବଦଳିଯିବ ଏବଂ ସୁଖ ସମୃଦ୍ଧି ଜୀବନରେ ଆସିବ । ଶନିବାର ଦିନଟି ଅତ୍ୟନ୍ତ ଖାସ ହୋଇଥାଏ । ଏହିଦିନ ଯାଦୁ ମନ୍ତ୍ର କରାଯିବା ସହିତ ସେଥିରୁ ମୁକ୍ତି ପାଇବା ପାଇଁ ଉପାୟ ମଧ୍ୟ କରାଯାଏ । ଶନିବାର ଦିନ ଶନି ବକ୍ର ଦୃଷ୍ଟିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ମଧ୍ୟ କରାଯାଇଥାଏ । ପ୍ରଥମ ଉପାୟ ଅନୁଯାୟୀ ଘରର ମୁଖ୍ୟଦ୍ୱାରରେ ପ୍ରତ୍ୟେକ ଦିନ ଗଙ୍ଗା ଜଳ ନିଶ୍ଚିତ ଢ଼ାଳିବା ଉଚିତ ।

ଯଦି ଗଙ୍ଗା ଜଳ ନାହିଁ ତେବେ ରାତିରେ ମାଟି କିମ୍ବା ତମ୍ବା ପାତ୍ରରେ ଜଳ ଭରି ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ସକାଳୁ ସେହି ପାଣିକୁ ଘରର ଦ୍ୱାରରେ ଢ଼ାଳି ଦିଅନ୍ତୁ । ଏହାପରେ ଯାଇ ଘର ଏବଂ ମୁଖ୍ୟଦ୍ୱାରରେ ଝାଡୁ କରି ପାରିବେ । ଏହାଦ୍ବାରା ସବୁ ଅତୃପ୍ତ ଆତ୍ମା ତୃପ୍ତ ହୋଇ ଚାଲିଯିବ । ଘରର ପୋଛା ଲଗାଇବା ସମୟରେ ପାଣିରେ ଲୁଣ କିମ୍ବା ଫିଟିକିରି ମିଶାଇ ହିଁ ପୋଛା ଲଗାନ୍ତୁ । ଏହାଦ୍ବାରା ଘରେ କୌଣସି ପ୍ରକାରର ନକରାତ୍ମକ ଶକ୍ତି ରହିବ ନାହିଁ । ଶନିବାର ଦିନ ହନୁମାନଙ୍କ ପୂଜା କରିବା ଜରୁରୀ ଅଟେ । କୌଣସି କରଜରେ ବୁଡ଼ି ରହିଥିଲେ ଶନିବାର ଦିନ ସନ୍ଧ୍ୟା ସମୟରେ ସାଧା ପାନ କିମ୍ବା ଘରେ ପାନରେ ଲବଙ୍ଗ ଦେଇ ପାନ ବନାଇ ଶ୍ରୀହନୁମାନଙ୍କୁ ଅର୍ପିତ କରି ଦିଅନ୍ତୁ କିମ୍ବା ଆପଣ ଚାହିଁଲେ ପାନ ବିଡ଼ା ଅର୍ପଣ କରି ପାରିବେ ।

ଶନିବାର ଦିନ ଏକ ଷ୍ଟିଲ ପାତ୍ରରେ ସୋରିଷ ତେଲ ନେଇ ସେଥିରେ ନିଜ ମୁଖର ଛାୟାକୁ ଦେଖନ୍ତୁ । ବର୍ତ୍ତମାନ ସେଥିରେ ମୁଗ ଡାଲି ପକାଇ କୌଣସି ଜୀବକୁ ଖୁଆଇ ଦିଅନ୍ତୁ । ଏହାଦ୍ବାରା ଶନିଦେବଙ୍କ ପ୍ରକୋପ ଶାନ୍ତ ହୋଇଥାଏ । ନଚେତ ଆପଣ ଶେଷ ରୋଟିରେ ଗୁଡ଼ ଲଗାଇ ମୁଣ୍ଡ ଉପର ଦେଇ ତିନି ଥର ବୁଲାଇ କୁକରକୁ ଖୁଆଇ ପାରିବେ । ଶନିବାର ଦିନ ନିଶ୍ଚିତ କେଶରେ ତେଲ କିମ୍ବା ନାଭିରେ ତେଲ ଲଗାଇ ଶୋଇବା ଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ ଏବଂ ଜୀବନର ସମସ୍ୟା ଦୂର ହୋଇଥାଏ । ଏହାବ୍ୟତୀତ ନାଭିରେ ତେଲ ଲଗାଇ ଶୋଇବା ଦ୍ୱାରା ଓଠ ମଧ୍ୟ ଫାଟି ନଥାଏ ।

ଶନିବାର ଦିନ ଶନିଦେବଙ୍କ ଆରାଧନା କରିବା ପରେ ହନୁମାନଙ୍କ ଆରାଧନା ନିଶ୍ଚୟ କରନ୍ତୁ । ଏହାଦ୍ବାରା ଶନିଦେବ କେବେ କ୍ରୋଧିତ ହୁଅନ୍ତି ନାହିଁ । ମାତ୍ର ପୂଜା କରିବା ସମୟରେ ଶନିଦେବଙ୍କ ଆଖିକୁ ଆଦୋୖ ଦେଖିବେ ନାହିଁ । ଅଶ୍ୱତ୍ଥ ବୃକ୍ଷରେ ଏକ ଲୋଟା ଜଳ ଅର୍ପିତ କଲେ ମଧ୍ୟ ଶନିଦେବ ପ୍ରସନ୍ନ ହୁଅନ୍ତି । ମାତ୍ର ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷରେ ଜଳ ଅର୍ପିତ କରିବା ସମୟରେ ଏକ ଲୋଟା ଜଳରେ ଏକ ଚିମୁଟା କଳା ତିଳ ଏବଂ ଅଳ୍ପ ମିଠା ବସ୍ତୁ , ଅକ୍ଷତ ନିଶ୍ଚୟ ମିଶାଇ ଦିଅନ୍ତୁ ।ଏହାଦ୍ବାରା ଶନିଦେବ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇ ଘରକୁ ବିରାଜମାନ କରନ୍ତି । ଅଶ୍ୱତ୍ଥ ବୃକ୍ଷ ମୂଳରେ ତିଳ ତେଲରେ କିମ୍ବା ସୋରିଷ ତେଲରେ ଏକ ଦୀପ ଜାଳି ଦିଅନ୍ତୁ । ଜୀବନରେ ଦୁଃଖ ଥିଲେ ଶନିବାର ଦିନ ବେଲ ଗଛ ମୂଳରେ ଦୁଇ ମୁହଁ ଥିବା ଦୀପ ଜାଳି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *