Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଘରେ ଏହି ୩ ଟି ଫୋଟ ଲଗେଇବା ଦ୍ୱାରା ଆସିଥାଏ ଭୟଙ୍କର ଗରିବୀ। ଆଉ ଏହି ୭ ଟି ଫୋଟ ଲଗେଇଲେ ହୋଇଥାଏ ଶୁଭ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଘରେ ଏହି ୩ ଟି ଫୋଟ ଲଗେଇବା ଦ୍ୱାରା ଆସିଥାଏ ଭୟଙ୍କର ଗରିବୀ। ଆଉ ଏହି ୭ ଟି ଫୋଟ ଲଗେଇଲେ ହୋଇଥାଏ ଶୁଭ।

ବନ୍ଧୁଗଣ ଏହା ତ ଆମେ ସମସ୍ତେ ମାନିଥାଉ ସକରାତ୍ମକ ଉର୍ଜା ଆମର ଆଖପାଖରେ ଯେତେ ରହିଥାଏ ସେତିକି ଆମର ମନ ଶାନ୍ତ ରହିଥାଏ। ଆଉ ଆମକୁ ଆମର କାର୍ଯ୍ୟରେ ସଫଳତା ମିଳିଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ରରେ ସର୍ବଦା ଏମିତି କିଛି ବର୍ଣ୍ଣିତ ଅଛି ଯାହା ଆପଣଙ୍କ ଜୀବନରେ ସେହି ବସ୍ତୁ ଗୁଡିକର ପ୍ରଭାବ ସକାରାତ୍ମକ ରହିବ। ଆମେ ଆମର ନିଜ ଘରେ ବିଭିନ୍ନ ପ୍ରକାରର ଫୋଟ ବା ଚିତ୍ର ଲଗାଇଥାଉ କିନ୍ତୁ ସମସ୍ତେ ସେହି ଫୋଟ ଗୁଡିକର ମହତ୍ୱ ବିଷୟରେ ଜାଣି ନାହାନ୍ତି। ଯେଉଁଥିପାଇଁ ସେମାନଙ୍କୁ ଏହି ଖରାପ ପ୍ରଭାବ ଭୋଗିବାକୁ ପଡିଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଜିନିଷକୁ ଆପଣ ଅଧିକରୁ ଅଧିକ ସାମ୍ନାରେ ଦେଖିଥାନ୍ତି ସେ ଜିନିଷ ସବୁଠାରୁ ଅଧିକ ଆପଣଙ୍କ ଉପରେ ପ୍ରଭାବ ପକାଇଥାଏ। ସେଥିପାଇଁ ଘର ଭିତରେ ଠିକ ଫୋଟ ଲଗେଇବା ଆବଶ୍ୟକ ଅଟେ। ଗୋଟେ ସମୟର କଥା ଭଗବାନ ଶ୍ରୀକୃଷ୍ଣ ଦ୍ଵାରିକା ନଗରୀରରେ ତାଙ୍କ ବନ୍ଧୁ ଆସିଥିଲେ। ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ଘରେ କେଉଁ ଫୋଟ ଲଗାଇବା ଉଚିତ ଏବଂ କେଉଁ ଫୋଟ ଲଗେଇବା ଉଚିତ ନୁହେଁ।

ଭଗବାନ କେଶବ ପ୍ରତ୍ୟକ ଫୋଟର ମହତ୍ୱ ବିଷୟରେ କହିବାକୁ ଯାଇ କହିଥିଲେ ଯାହାର ଉଲ୍ଲେଖ ବିଷ୍ଣୁ ପୁରାଣରେ ବି ଦେଖିବାକୁ ମିଳିବ। ତ ଆଜି ଆମେ ଜଣେଇବାକୁ ଯାଉଛୁ ଏମିତି କେଉଁ ଚିତ୍ର ଅଛି ଯାହା ଘରେ ଲଗେଇବା ଉଚିତ ଏବଂ କେଉଁ ଫୋଟ ଘରେ ଲଗେଇବା ଉଚିତ ନୁହେଁ।

ପ୍ରଥମ ଫୋଟ। ଯଦି ଆପଣଙ୍କ ବ୍ୟପାରରେ ବାରମ୍ବାର କ୍ଷତି ହେଉଛି ଏବଂ ଆପଣଙ୍କୁ ସଫଳତା ପ୍ରାପ୍ତ ଯେଉନାହିଁ ତ ଆପଣ ନିଜ ଅଫିସରେ କିମ୍ବା ଦୁକାନରେ କିମ୍ବା ଆପଣ ଯେଉଁଠିବି କାମ କରୁଥିବେ ସେହି ଜାଗାର ପୂର୍ବ ଦିଗରେ ସମୁଦ୍ର କୂଳରେ ଦୌଡୁଥିବା ଧଳା ଘୋଡାର ଫୋଟ ଲଗେଇବେ। ଏହି ଘୋଡା ଆପଣଙ୍କୁ ସର୍ବଦା ଆଗକୁ ବଢ଼ାଇବାର ଶକ୍ତି ପ୍ରଦାନ କରିଥାଏ। ଏହି ଘୋଡା ଇନ୍ଦ୍ରିୟକୁ ଦର୍ଶାଇ ଥାଏ। ଏହି ଘୋଡା ଇନ୍ଦ୍ରିୟ ଉପରେ ସର୍ବଦା ନିୟନ୍ତ୍ରଣ କରିଥାଏ।

ଗର୍ଭବତୀ ମହିଳାଙ୍କ ପାଇଁ ସୁନ୍ଦର ଚିନ୍ତାଧାରା ଏବଂ ଭଲ ପରିବେଶ ଆଉ ମନର ଆନନ୍ଦ ରହିବା ବହୁତ ଆବଶ୍ୟକ ଅଟେ। ଯଦି ତାଙ୍କର ରୁମରେ ଯୋସଦା ମାଙ୍କ ସହିତ ଭଗବାନ ଛୋଟ ଶ୍ରୀକୃଷ୍ଣଙ୍କ ଫୋଟ ଲଗାନ୍ତୁ। ଏମିତି କଲେ ମା ଏବଂ ଶିଶୁ ଦୁଇ ଜଣଙ୍କ ପାଇଁ ଲାଭଦାୟକ ହୋଇଥାଏ। ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ପରିବାର ଏକ ଆଦର୍ଶ ପରିବାର ବନି ରହୁ ପରସ୍ପର ମଧ୍ୟରେ ସର୍ବଦା ପ୍ରେମ ସ୍ନେହ ଏବଂ ସମ୍ମାନ ବନି ରହୁ ତ ନିଜ ଘରର ଡ୍ରଇଂ ରୁମରେ ରାମଦରବାରର ଫୋଟ ଅବଶ୍ୟ ଲଗାନ୍ତୁ। ଏହା ଘରର ପରିବାରର ଲୋକଙ୍କ ମଧ୍ୟରେ ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ବଢ଼ିବାରେ ଲାଗିଥାଏ।

ଭଗବାନ ଧନନ୍ତରୀଙ୍କ ଫୋଟ। ଯଦି ଆପଣ ଘରର ଧନ ସମ୍ପତ୍ତି ବଢ଼ାଇବା ପାଇଁ ଚାହୁଁଛନ୍ତି ଆଉ ଚାହୁଁଛନ୍ତି କି ଧନ କେବେବି ଆପଣଙ୍କ ଘରୁ ଦୂରେଇ ନଯାଉ ତ ଆପଣ ନିଜ ଘରେ ଭଗବାନ ଧନନ୍ତରୀଙ୍କ ଫୋଟ ଅବଶ୍ୟ ଲଗାନ୍ତୁ। ଏହି ଫୋଟ ଲଗାଇବା ଦ୍ୱାରା ଆପଣଙ୍କ ଘରର ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟ ବି ଭଲ ରହିଥାଏ ଏବଂ ଏହା ସହିତ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।

ଯଦି ଆପଣଙ୍କ ମନ ସର୍ବଦା ବିଚଳିତ ରହୁଥାଏ କୌଣସି କାର୍ଯ୍ୟରେ ମନ ଲାଗୁନଥାଏ ତ ଆପଣ ରୋଷେଇ ଘରେ ରଙ୍ଗ ବେରଙ୍ଗର ଫୁଲ ତୋଡାର ଫୋଟ ଲଗାଇ ପାରିବେ ଅଥବା ଆପଣ ସୁଗଦ୍ଧିତ ଫୁଲ ବି ଘରେ ରଖିପାରିବେ। ଏହା ଦ୍ବାରା ଘରେ ସର୍ବଦା ଫୁଲ ପରି ବାସନା ଅନୁଭବ ହେବ।

ନବବିବାହିତ ଦମ୍ଫତ୍ତିଙ୍କ ରୁମରେ ରାଧାକୃଷ୍ଣଙ୍କର ଫୋଟ ଲଗାଇବା ଉଚିତ। ଏମିତି କରିବା ଶୁଭ ମାନାଯାଏ। ଏହା ଦ୍ବାରା ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଏବଂ ସ୍ନେହର ବୃଦ୍ଧି ହୋଇଥାଏ। ଆଉ ତାଙ୍କର ପ୍ରେମ ଭଗବାନ ରାଧାକୃଷ୍ଣଙ୍କ ଭଳି ସର୍ବଦା ଅମର ହିଁ ବନିରହିବ।

ମା ସ୍ୱରସ୍ୱତୀ ବୁଦ୍ଧି କୁଶଳତା ବିଦ୍ୟା ଏବଂ ଆତ୍ମବିଶ୍ୱାସର ଦେବୀ ଅଟନ୍ତି। ଏହାକୁ ପିଲା ମାନଙ୍କର ପାଠ ପଢା ଘରେ ଲଗାଇବା ଦ୍ୱାରା କିମ୍ବା ପଢ଼ା ଟେବୁଲ ଉପରେ ରଖିଲେ ମା ସ୍ୱରସ୍ୱତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ତାଙ୍କ ମନ ବି ଅନ୍ୟ ଵସ୍ତୁ ଉପରେ ବିଚଳିତ ହୁଏନାହିଁ।

ଏବେ ଆସନ୍ତୁ ଜାଣିବା କେଉଁ ଫୋଟ ଘରେ ଲଗାଇବା ଉଚିତ ନୁହେଁ।

ଆମେ ସମସ୍ତେ ଜାଣିଛୁ ମହାଭାରତ ଗ୍ରନ୍ଥ ଘରେ ରଖିବା ଉଚିତ ନୁହେଁ କି ପଢିବା ବି ମଧ୍ୟ ଉଚିତ ନୁହେଁ ଏବଂ ମହାଭାରତ ସହିତ ଜଡ଼ିତ କୌଣସି ବି ଫୋଟ କିମ୍ବା କୌଣସି ଚିତ୍ର ଘରେ କେବେବି ଲଗାଇବା ଉଚିତ ନୁହେଁ। ଏହା ଘରର ଶାନ୍ତ ବାତାବରଣ ପାଇଁ ଶୁଭ ମାନାଯାଏନାହିଁ। କେବଳ ମହାଭାରତ ନୁହେଁ ଘରେ କୌଣସି ପ୍ରକାରର ଯୁଦ୍ଧର ଫୋଟ ରଖିବେ ନାହିଁ। ଏହା ଦ୍ୱାରା ଆପଣଙ୍କ ଘରର ଶାନ୍ତି ନଷ୍ଟ ହୋଇଯାଇଥାଏ ଏବଂ ଅନେକ ପ୍ରକାରର ଖରାପ ଚିନ୍ତାଧାରା ଉତ୍ପନ ହୋଇଥାଏ।

ଘରେ କେବେବି ବହି ଯାଉଥିବା ପାଣି ଝରଣା ନଦୀ କିମ୍ବା କୌଣସି ପ୍ରକାରର ବହି ଯାଉଥିବା ଜଳର ଫୋଟ ରଖିବା ଉଚିତ ନୁହେଁ। ଏହା ଦ୍ବାରା ଧନ ଜଳ ପରି ବହି ଯାଇଥାଏ। ବହି ଯାଉଥିବା ଜଳ ଘରର ଧନକୁ କେବେବି ବୃଦ୍ଧି କରାଇନଥାଏ। ଏହି ଫୋଟକୁ ଘରେ ଲଗାଇବା ଦ୍ୱାରା ବାସ୍ତୁଦୋଷ ବି ଲାଗିପାରେ।

ଘରେ କେବେବି କାନ୍ଦୁ ଥିବା ମନୁଷ୍ୟ ଶିଶୁ କିମ୍ବା ମହିଳାଙ୍କ ଫୋଟ ଲଗାଇବା ଉଚିତ ନୁହେଁ। ଏହା ଦ୍ୱାରା ଘରର ପରିବେଶ ଶୋକ ପରି ମାହଲ ହୋଇଯାଇଥାଏ। ଘରର ସଦସ୍ୟଙ୍କ ମନରେ ଅଶାନ୍ତି ଦୁଃଖ ଭରି ଯାଇଥାଏ। ଘରେ ସର୍ବଦା ହସୁଥିବା ଏବଂ ଆନନ୍ଦଦାୟକ ମନୁଷ୍ୟର ଫୋଟ ରଖିବା ଉଚିତ

ଘରେ ମା ଲକ୍ଷ୍ମୀଙ୍କ ଫୋଟ ତ ସମସ୍ତେ ରଖୁଥିବେ କିନ୍ତୁ କେବେବି ମା ଲକ୍ଷ୍ମୀ ଠିଆ ହୋଇଥିବାର ଫୋଟ ଭୁଲରେ ଘରେ ଲଗେଇବେ ନାହିଁ। ଏହା ସବୁବେଳେ ଚଞ୍ଚଳ ସ୍ୱାଭବର ହୋଇଥାନ୍ତି। ସର୍ବଦା ଘରେ ବାସ ରହୁ ବୋଲି ଚାହାନ୍ତି ତ ମା ଲକ୍ଷ୍ମୀ ସର୍ବଦା ପଦ୍ମ ଫୁଲ ଉପରେ ବସିଥିବାର ଫୋଟ ଲଗେଇବେ। ଏହା ଦ୍ବାରା ଘରେ ଧନ ସମ୍ପତ୍ତି ବୈଭବ ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *