Excuse Me Odisha

ଯାହା କହିବୁ ସତ କହିବୁ

ନାରୀ କେତେ ପ୍ରକାରର ଏବଂ କେଉଁ ନାରୀ କେଉଁ ପ୍ରକାରର ପୁରୁଷକୁ ବିବାହ କଲେ ପୁରୁଷ ହୋଇଥାଏ ଧନୀ ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ନାରୀଙ୍କ ସମ୍ବନ୍ଧରେ ଅନେକ ବିବରଣୀ ଯେପରିକି ସ୍ୱଭାବ , ଗୁଣ ଏବଂ ବ୍ୟକ୍ତିତ୍ୱ ବିଷୟରେ ବର୍ଣ୍ଣିତ ରହିଛି । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ନାରୀ କେତେ ପ୍ରକାରର ହୋଇଥାନ୍ତି ଏବଂ କେଉଁ ନାରୀକୁ ବିବାହ କଲେ ପୁରୁଡ଼ ଧନୀ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାରୀକୁ ଚାରି ଭାଗରେ ଏବଂ ପୁରୁଷକୁ ମଧ୍ୟ ଚାରି ଭାଗରେ ବର୍ଣ୍ଣନା କରାଯାଇଛି । ନାରୀର ଚାରି ଭାଗ ହେଉଛି ପଦ୍ମିନୀ , ଚିତ୍ରୀଣି , ସଂଖିନି ଏବଂ ହସ୍ତୀନି । ସେହିଭଳି ପୁରୁଷ ସୋଶୋକ , ମୃଗ , ମୃଗ ଏବଂ ଅଶ୍ୱ ଏହି ଚାରି ଜାତିର ହୋଇଥାନ୍ତି ।

୧ . ପଦ୍ମିନୀ:-

ଜ୍ୟୋତିଷ ଶାସ୍ତ୍ରରେ ପଦ୍ମିନୀ ନାରୀ ସର୍ବୋତ୍ତମ ହୋଇଥାନ୍ତି ଯେଉଁମାନେକି ସାରା ବିଶ୍ୱରେ ଖୁବ କମ ରହିଥାନ୍ତି ଏବଂ ସେମାନେ ଧର୍ମ ଏବଂ ପୂଜାପାଠ ବିଶ୍ୱାସୀ ହୋଇଥାନ୍ତି । ଏମାନେ ପିତା ମାତାଙ୍କ ସେବା ସହିତ ଶାଶୁ ଘରେ ପ୍ରିୟ ହୋଇଥାନ୍ତି । ଶାରୀରିକ ଗଠନ କହିଲେ ହାତ , ପାଦ ଆଙ୍ଗୁଠି ଛୋଟ , ମୁଖ ଗୋଲ ଏବଂ ବେକ ଶଙ୍ଖ ଆକୃତିର ହୋଇଥାନ୍ତି ଏବଂ ଏମାନେ ପତି ପରାୟଣ ହୋଇଥାନ୍ତି । ଏମାନଙ୍କ କେଶ ଲମ୍ବା , ଖୁବ କମ ନିଦ୍ରା ଯାଆନ୍ତି ଏବଂ ସ୍ୱଭାବର ସୁଶୀଳ ଭଦ୍ର ଏବଂ ନମ୍ର ହୋଇଥାନ୍ତି । ଏମାନଙ୍କ ପ୍ରତି ପ୍ରଥମ ଦେଖାରେ ହିଁ ସମସ୍ତେ ଆକର୍ଷିତ ହୋଇଥାନ୍ତି । ଏମାନେ ଅଳ୍ପ ଭୋଜନରେ ସନ୍ତୁଷ୍ଟ ହୋଇଥାନ୍ତି ।

ଏମାନେ ଯେଉଁ ଘରେ ବାସ କରନ୍ତି ସେହି ଘର ସ୍ୱର୍ଗ ତୁଲ୍ୟ ହୋଇଥାଏ । ଏମାନେ ଯେଉଁ ପୁରୁଷଙ୍କୁ ବିବାହ କରିଥାନ୍ତି ସେମାନେ ସର୍ବଦା ସୁଖୀ ଏବଂ ଧନବାନ ହୋଇଥାନ୍ତି । ସେମାନେ ହଠାତ ଧନ ସମ୍ପତ୍ତିର ଅଧିକାରୀ ଏବଂ ଦୀର୍ଘାୟୁ ହୋଇଥାନ୍ତି । ଏମାନେ ସମସ୍ତଙ୍କୁ ଖୁବ ସମ୍ମାନ ଏବଂ ସ୍ନେହ କରନ୍ତି । ଏମାନେ ସୌଭଗ୍ୟବତୀ ଏବଂ କମ ସନ୍ତାନ ପ୍ରାପ୍ତ ହୋଇଥାନ୍ତି । ଏମାନେ ନାଲି ବସ୍ତ୍ର ପ୍ରିୟ ହୋଇଥାନ୍ତି । ଯଦି ଏମାନେ ଶୋଷକ ଜାତିର ପୁରୁଷଙ୍କୁ ବିବାହ କରନ୍ତି ତେବେ ସୁଖ ଶାନ୍ତିରେ ଜୀବନ ବିତାନ୍ତି ।

ଚିତ୍ରୀଣି:-

ଏହି ନାରୀ ମାନେ ପତିବ୍ରତା ହେବା ସହିତ ସମସ୍ତଙ୍କୁ ସ୍ନେହ କରିଥାନ୍ତି । ଏମାନେ ସମସ୍ତ କାର୍ଯ୍ୟ ଅତି ଶୀଘ୍ର କରିଥାନ୍ତି । ଏମାନଙ୍କ ପାଖରେ ଭୋଗ ବିଳାସର ଇଚ୍ଛା ବହୁତ କମ ହୋଇଥାଏ । ଶୃଙ୍ଗାର ଏବଂ ବେଶଭୁଷାରେ ଏମାନଙ୍କ ମନ ଅଧିକ ରହିଥାଏ । ଏମାନେ ଖୁବ ବିଚକ୍ଷଣ ଏବଂ ବୁଦ୍ଧିମତୀ ହୋଇଥାନ୍ତି । ଗୀତ , ନୃତ୍ୟ ଏବଂ ଚିତ୍ରକଳା ଏମାନଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏମାନେ ଧାର୍ମିକ ଏବଂ ପୂଜାପାଠ ପ୍ରିୟ ହୋଇଥାନ୍ତି । ସାଧୁ ସନ୍ଥ ଜ୍ଞାନୀ ଧର୍ମୀ ଲୋକଙ୍କ ସେବାରେ ମନ ବଳାଇଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର ଏବଂ ସୁଶୀଳା ମଧ୍ୟ ହୋଇଥାନ୍ତି । ଏମାନଙ୍କ ମସ୍ତକ ଗୋଲାକାର ଏବଂ ଅଙ୍ଗ କୋମଳ ହୋଇଥାଏ ଏବଂ ଆଖି ଚଞ୍ଚଳ ହୋଇଥାଏ ।

ଏମାନଙ୍କ ସ୍ୱର କୋଇଲି ଭଳି ଏବଂ କେଶ କଳା ହୋଇଥାଏ । ଏଭଳି ନାରୀ ମଧ୍ୟ ଖୁବ କମ ଅଛନ୍ତି । ଯଦି ଏମାନଙ୍କ ଜୀବନ ଗରିବ ଘରେ ହୋଇଥାଏ ତେବେ ପରେ ଏମାନେ ପାଟରାଣୀର ସୁଖ ଭୋଗ କରିଥାନ୍ତି । ଏମାନଙ୍କର ଅଧିକ ସନ୍ତାନ ହେଲେବି ସୁଦ୍ଧା ମାତ୍ର ୩ ଟି ସନ୍ତାନ ଜୀବିତ ରୁହନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ରାଜଯୋଗ ରହିଥାଏ ଏବଂ ଏହି ନାରୀ ମାନଙ୍କର ଆୟୁଷ ମଧ୍ୟ ଦୀର୍ଘ ହୋଇଥାଏ । ଏମାନେ ଅଳ୍ପ ଆହାରୀ ହୋଇଥାନ୍ତି ଏବଂ ଏମାନଙ୍କ ଶରୀରରୁ ଖୀରର ମୋହକ ମଧ୍ୟ ବାହାରି ଥାଏ ।ଏମାନଙ୍କ ନିଦ୍ରା ମଧ୍ୟମ ହୋଇଥାଏ ଏବଂ ଏମାନେ ଲୋଭଶୁନ୍ୟ ହୋଇଥାନ୍ତି । ଏମାନେ ଡେଙ୍ଗା , ପତି ପରାୟଣ , ସ୍ନେହୀ ଏବଂ ଖୁବ ସୁଶୀଳା ହୋଇଥାନ୍ତି । ଏହି ଚିତ୍ରୀଣି ଜାତିର ନାରୀ ମାନେ ମୃଗ ଜାତିର ପୁରୁଷଙ୍କୁ ବିବାହ କଲେ ଖୁବ ଖୁସିରେ ରହିଥାନ୍ତି ।

ସଂଖିନୀ:-

ଏମାନେ ଖୁବ ଡେଙ୍ଗା , ମୋଟା କିମ୍ବା ଗେଡ଼ା ମଧ୍ୟ ହୋଇଥାନ୍ତି । ଏମାନଙ୍କ ନାକ ମୋଟା ଏବଂ ଆଖି ଅସ୍ଥିର ହୋଇଥାଏ । ଏମାନେ ସର୍ବଦା ଅସନ୍ତୁଷ୍ଟ ଏବଂ ଆଖି ଅସ୍ଥିର ହୋଇଥାଏ । ଏମାନେ ବିନା କାରଣରେ କ୍ରୋଧି ହୋଇଥାନ୍ତି । ଏମାନେ ସ୍ୱାମୀଙ୍କ ଉପରେ ସର୍ବଦା ରୁଷ୍ଟ ହୋଇଥାନ୍ତି । ଏମାନେ ଅନ୍ୟକୁ ଚାକରାଣୀ ଭଳି ମାନିଥାନ୍ତି ଏବଂ ଏମାନଙ୍କ ମନ ସର୍ବଦା ଭୋଗ ବିଳାସରେ ଲିପ୍ତ ରହିଥାଏ । ଏମାନଙ୍କ ପାଖରେ ଦୟା ଭାବ ରହିଥାଏ । ଏମାନେ ପରିବାର ଠାରୁ ଅଲଗା ରହିବାକୁ ଇଚ୍ଛା କରନ୍ତି । ଏହି ପ୍ରକାରର ନାରୀ ସଂସାରରେ ଅଧିକ ହୋଇଥାନ୍ତି । ଏମାନେ ସର୍ବଦା ଚୁଗଲି କରିବାରେ ବ୍ୟସ୍ତ ରହନ୍ତି ।

ଏମାନେ ଅଧିକ କଥା କହିଥାନ୍ତି ତେଣୁ ଲୋକ ଏମାନଙ୍କ ସାମ୍ନାରେ ଖୁବ କମ କଥା କହିଥାନ୍ତି । ଏମାନଙ୍କ ଆୟୁଷ ଦୀର୍ଘ ହୋଇଥାଏ ଏବଂ ଏମାନଙ୍କ ବାପ ଘର ଏବଂ ଶାଶୁ ଘର ଦୁଇଟି ନଷ୍ଟ ହୋଇଯାଏ । ଜୀବନର ଶେଷ ସମୟରେ ଏମାନେ ଖୁବ କଷ୍ଟ ପାଇଥାନ୍ତି । ଏମାନଙ୍କ ଶରୀରରୁ ମାଛ ଗନ୍ଧ ବାହାରିଥାଏ । ଏମାନେ ଅତ୍ୟନ୍ତ କାମଶିଳା ହୋଇଥାନ୍ତି । ଏମାନେ ସ୍ୱାମୀ ଏବଂ ଗୁରୁଜନଙ୍କୁ ଖାତିର କରି ନଥାନ୍ତି , ପାନ ଖାଇବାକୁ ପସନ୍ଦ କରନ୍ତି ଏବଂ ଅଧିକ ଶୋଇଥାନ୍ତି ।ଏମାନେ ବୃଷ ଜାତିର ପୁରୁଷଙ୍କୁ ବିବାହ କଲେ କିଛି ମାତ୍ରାରେ ସନ୍ତୁଷ୍ଟ ହୋଇଥାନ୍ତି ।

ହସ୍ତୀନି:-

ଏହି ନାରୀ ମାନଙ୍କ ସ୍ଵଭାବ ସର୍ବଦା ପରିବର୍ତ୍ତନଶୀଳ ହୋଇଥାଏ । ଏମାନେ ସବୁବେଳେ କଥା ବଦଳାଇ ଥାଆନ୍ତି । ଏମାନେ ସବୁବେଳେ ଭୋଗ ବିଳାସରେ ରହିବାକୁ ପସନ୍ଦ କରିଥାନ୍ତି ଏବଂ ସବୁବେଳେ ହସିଥାନ୍ତି । ଏମାନେ ବହୁତ ଆହାର କରିଥାନ୍ତି ଏବଂ ଏମାନଙ୍କ ଶରୀର ମୋଟା ହୋଇଥାଏ । ଏମାନେ ଆଳସ୍ୟ ସ୍ୱଭାବର ହୋଇଥାନ୍ତି । ଏମାନେ କଥା କଥାରେ ରାଗି ଯାଆନ୍ତି । ବେଳେବେଳେ ଏମାନେ ନିଷ୍ଠୁର ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ପାଦର ଆଙ୍ଗୁଠି ସମାନ ହୋଇ ନଥାଏ । ଏମାନେ ବିନା ରୋଗରେ ମଧ୍ୟ ରୋଗୀ ହୋଇ ଯାଆନ୍ତି । ଏମାନଙ୍କ ସ୍ୱାମୀ ସୁନ୍ଦର ଏବଂ ଗୁଣବାନ ହୋଇଥାନ୍ତି । ନିଜର କଳହ ପ୍ରକୃତି ହେତୁ ପରିବାରରେ କଳହ ଦେଖା ଦେଇଥାଏ । ଧାର୍ମିକ କାର୍ଯ୍ୟରେ ଆସ୍ଥା ନଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *