Excuse Me Odisha

ଯାହା କହିବୁ ସତ କହିବୁ

ଗଜେନ୍ଦ୍ର ସ୍ତୋତ୍ର ବାରମ୍ବାର ଶୁଣିଲେ କରଜ ସମସ୍ୟାରୁ ମୁକ୍ତି । ସ୍ୱୟଂ ଭଗବାନ ରକ୍ଷା କରିଥାନ୍ତି ସମସ୍ୟାରୁ ।

ସେୟାର୍ କରନ୍ତୁ

ଦୁନିଆରେ ଏମିତି କେହି ଲୋକ ନାହିଁ ଯେ ଅର୍ଥ ଆଶା ରଖୁ ନଥିବ । କିଛି ଲୋକ ଭଲ କାମ କରି ପରିଶ୍ରମ କରି ଅର୍ଥ ରୋଜଗାର କରୁଥିବା ବେଳେ ଆଉ କିଛି ଲୋକ ଖରାପ ରାସ୍ତାରେ ଯାଇ ଅର୍ଥ କମାଇଥାନ୍ତି ଏବଂ ଛଳ କପଟରେ ବହୁତ ଜଲଦି ଅର୍ଥ ରୋଜଗାର କରିବାକୁ ଇଚ୍ଛା କରନ୍ତି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ପାଖରେ ଧନ ସଞ୍ଚିତ ହୋଇ ରହେନାହିଁ । ଗଜେନ୍ଦ୍ର ମୋକ୍ଷ ପାଠ ଦ୍ୱାରା ସେହିସବୁ ସମସ୍ୟା ଦୂର ହୋଇଯିବ ଏବଂ ତାସହିତ ପିତୃଦୋଷ ଏବଂ କରଜ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଶ୍ରୀ ସୁକଦେବଙ୍କ ଅନୁଯାୟୀ ଗଜରାଜ ନିଜ ପୂର୍ବ ଜନ୍ମରୁ ଶିଖିଥିବା ସ୍ତୋତ୍ରକୁ ମନରେ ବାରମ୍ବାର ପାଠ କରିବାକୁ ଲାଗିଲା ।

ସର୍ବପ୍ରଥମେ ଗଜରାଜ ଓଁ ନାମ ଅର୍ଥାତ ଯାହାଙ୍କ ପ୍ରବେଶ କାରଣରୁ ଶରୀରରେ ଜୀବନ ଆସିଥାଏ ସେହି ଦୈବୀ ଶକ୍ତିକୁ ପ୍ରଥମେ ନମସ୍କାର ଜଣାଇଛନ୍ତି । ଏହାପରେ ସେ ଭଗବାନଙ୍କ ଉପସ୍ଥିତିର ବର୍ଣ୍ଣନା କରି ତାଙ୍କର ଶରଣ ନେଇଛନ୍ତି । ଏହାପରେ ଗଜରାଜ ଭଗବାନଙ୍କ ସ୍ୱୟଂ ରୂପ ଏବଂ ଅବସ୍ଥିତିକୁ ବର୍ଣ୍ଣନା କରି ଉଦ୍ଧାର କରିବାକୁ ପ୍ରାର୍ଥନା କରିଛନ୍ତି । ପ୍ରଳୟ କାରଣରୁ ସବୁଠି ଅନ୍ଧକାର ସତ୍ତ୍ୱେବି ଯେପରି ଭଗବାନ ନିଜ ଧମରେ ସର୍ବଦା ପ୍ରକାଶିତ ରହନ୍ତି ସେ ଗଜରାଜଙ୍କୁ ଉଦ୍ଧାର କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ସମଗ୍ର ଜନ ସମାଜ ପାଇଁ ଜଙ୍ଗଲରେ ରହି ସମ୍ପୂର୍ଣ୍ଣ ସାତ୍ଵିକ ଧର୍ମ ପାଳନ କରୁଥିବା ଭଗବାନ ହିଁ ଏକମାତ୍ର ମୋକ୍ଷ ଅଟନ୍ତି ।

ଏହାପରେ ସେହି ଭଗବାନ ଯିଏକି ଭିନ୍ନ ଭିନ୍ନ ରୂପରେ କିଭଳି ନିଜ ଭକ୍ତକୁ ରକ୍ଷା କରିଥାଏ ସେହି ଭଗବାନଙ୍କୁ କୋଟି କୋଟି ନମସ୍କାର କରିଛନ୍ତି । ଏହାସହିତ ନିଜ ସ୍ତୁତି ଜଣାଇ ଭଗବାନ ବାସ୍ତବରେ କିଏ ବୋଲି ବର୍ଣ୍ଣନା କରିଛନ୍ତି । ଯିଏ ସାରା ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ସେ ନା ମଣିଷ ନା ଦାନବ , ନା ସ୍ତ୍ରୀ ନା ପୁରୁଷ ନା ନପୁଂସକ । କିନ୍ତୁ ତାଙ୍କ ଠାରୁ ହିଁ ସବୁ ଜୀବଜଗତର ସୃଷ୍ଟି ଏବଂ ଅନ୍ତ ହୋଇଥାଏ । ନିଜର ଜୀବନ କାଳ ସାରି ସବୁ ଆତ୍ମା ତାଙ୍କ ମଧ୍ୟରେ ଲୀନ ହୋଇ ଯାଆନ୍ତି । ଏପରି କହିବାକୁ ଗଲେ ସବୁ ଶେଷ ହୋଇଯିବା ପରେ ଅବଶେଷ କିମ୍ବା ଯେଉଁଠି ଅନ୍ତ ସେହିଠାରୁ ପୁଣି ଆରମ୍ଭ କହିଲେ ଚଳେ ।

ତେବେ ସେହି ଭଗବାନଙ୍କୁ ନିଜର ରକ୍ଷା କରିବା ପାଇଁ ଆବିର୍ଭାବ ହେବାକୁ କହିଛନ୍ତି । ଏହା କହି ଭଗବାନଙ୍କୁ ଆବାହନ କରି ନିଜର ମୋକ୍ଷ କାମନା କରିଛନ୍ତି । ନିଜ ସ୍ତୋତ୍ରରେ ଭଗବାନଙ୍କୁ ବାରମ୍ବାର ଅଦ୍ଭୁତ ରୂପ ଆକାରର ବର୍ଣ୍ଣନା ମଧ୍ୟରେ ମୋକ୍ଷ ପ୍ରାପ୍ତି କାମନା କରି ନମସ୍କାର କରିଛନ୍ତି । କିନ୍ତୁ ଆଜିକାଲି ମଣିଷ ଭଗବାନଙ୍କ ଅଦୃଶ୍ୟ ଉପସ୍ଥିତିକୁ ଜାଣି ପାରି ନଥାଏ । ଅନ୍ୟ ପ୍ରମୁଖ ଦେବତା କିନ୍ତୁ ଏହି ପ୍ରାର୍ଥନାକୁ ଅଣଦେଖା କରିଥିଲେ କିନ୍ତୁ ସବୁ ଜୀବଙ୍କ ଆତ୍ମା ଭଗବାନ ବିଷ୍ଣୁ ଗଜରାଜଙ୍କ ଆହ୍ୱାନରେ ସ୍ବୟଂ ପ୍ରକଟ ହୋଇଥିଲେ । ଯାହାପରେ ଦୁଃଖୀ ଗଜ ନିଜ ଶୁଣ୍ଢରେ ପୂଜା ସ୍ୱରୂପ ଏକ ପଦ୍ମ ନେଇ ଭଗବାନଙ୍କୁ ଅର୍ପିତ କଲା ଏବଂ ବହୁ କଷ୍ଟରେ ପ୍ରଣାମ କଲା । ଭଗବାନ ପ୍ରସନ୍ନ ହୋଇ କାଳ ମୁହଁରୁ ହାତୀକୁ ରକ୍ଷା କରିଥିଲେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *