Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ମଧ୍ୟ ନିଜ ଘର ବାଡ଼ିରେ ଲଗାନ୍ତୁ ନାହିଁ ଏହି ତିନି ଗୋଟି ଗଛ, ନଚେତ ହୋଇଯିବେ ଦରିଦ୍ର !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଅଧିକାଂଶ ଲୋକେ ଗଛ ଲଗାଇବାକୁ ଭଲ ପାଇଥାନ୍ତି। ଗଛ ଲଗାଇବା ଯୋଗୁଁ ଆମକୁ ଅମ୍ଳଜାନ ମିଳିଥାଏ ଏବଂ ପରିବେଶ ସବୁଜମୟ ରହିଥାଏ।ଘରର ଆଖପାଖରେ ଗଛ ଲଗାଇବା ଦ୍ଵାରା ପରିବେଶ ସୁସ୍ଥ ରହିଥାଏ। କିନ୍ତୁ କିଛି ଏଭଳି ଗଛ ଗୁଡ଼ିକ ରହିଛି, ଯାହାକୁ ଘରର ଆଖପାଖରେ ଲଗାଇବା ଦ୍ଵାରା ଦାରିଦ୍ର୍ୟତା ଗ୍ରାସ କରିଥାଏ। ଆସନ୍ତୁ ଜାଣିବା କେଉଁ ଗଛ ଘର ପାଇଁ ଶୁଭ ଏବଂ କେଉଁ ଗଛ ଘର ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା

ଏହି ଗଛ ଗୁଡ଼ିକ ଘରର ଆଖପାଖରେ ଲଗାଇବା ଅଶୁଭ ହୋଇଥାଏ:-

– ପ୍ରଥମରେ ହେଉଛି ଖଜୁରୀ ଗଛ, ଏହି ଗଛ କିଛି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ। ଏହି ଗଛ ଯେଉଁ ଘରର ଆଖପାଖରେ ରହିଥାଏ, ସେହି ଘରେ ଆର୍ଥିକ ଅଭାବ ଦେଖାଦେଇଥାଏ। ଏହି ଗଛକୁ କେବେବି ଘରର ବଗିଚାରେ ଲଗାନ୍ତୁ ନାହିଁ। ଆପଣଙ୍କ ଘରେ ଏହି ଗଛ ରହିଲେ, ଆପଣଙ୍କୁ ବହୁତ ଆର୍ଥିକ ଅଭାବର ସାମ୍ନା କରିବାକୁ ପଡିପାରେ।

– ଦ୍ଵିତୀୟରେ ହେଉଛି ବାଉଁଶ ଗଛ। ଏହି ଗଛକୁ ଅତ୍ୟନ୍ତ ଶୁଭ ମାନାଯାଇଥାଏ। କିନ୍ତୁ ବାଉଁଶ ଗଛ ଘର ସାମ୍ନାରେ କେବେବି ଲଗାନ୍ତୁ ନାହିଁ। ହିନ୍ଦୁ ଧର୍ମ ଅନୁସାରେ କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାର ଆତ୍ମା ବାଉଁଶ ଗଛରେ ରହିଯାଏ ବୋଲି କୁହାଯାଏ।ଏହି ଗଛ ଘର ସାମ୍ନାରେ ରହିଲେ, ଘର ଭିତରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।ଏହାସହିତ ଘରେ ସର୍ବଦା ଆର୍ଥିକ ସଙ୍କଟ ଦେଖା ଦେଇଥାଏ।ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭାବନା ସୃଷ୍ଟି ହୋଇଥାଏ।ଏଥିପାଇଁ ବାଉଁଶ ଗଛ ଘର ସାମ୍ନାରେ ଲଗାନ୍ତୁ ନାହିଁ।

– ତୃତୀୟରେ ହେଉଛି ନାଶପାତି ଗଛ। ଏହି ଗଛକୁ ଆପଣ ନିଜ ବଗିଚାରେ ଲଗାନ୍ତୁ ନାହିଁ।ଏହି ଗଛ ଘରର ବଗିଚାରେ ରହିଲେ, ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିପାରେ ଏବଂ ଏହା ଆପଣଙ୍କ ଘର ପାଇଁ ଅଶୁଭ ଅଟେ। ଏହାସହିତ ଆପଣଙ୍କ ଘରର ଉନ୍ନତିରେ ବାଧା ଉତ୍ପନ୍ନ ହୋଇଥାଏ। ତେଣୁ ଏହି ଗଛ କେବେବି ଘରେ ଲଗାନ୍ତୁ ନାହିଁ।

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଗଛ ଘରର ଆଖପାଖରେ ଲଗାଇବା ଶୁଭ ହୋଇଥାଏ।

– ପ୍ରଥମରେ ହେଉଛି ତୁଳସୀ ଗଛ। ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଦେବୀଙ୍କ ସ୍ୱରୂପ ବୋଲି କୁହାଯାଇଛି।ପ୍ରତ୍ୟେକ ହିନ୍ଦୁଲୋକଙ୍କ ଘରେ ତୁଳସୀ ଗଛ ପୂଜା କରାଯାଇଥାଏ।ଯେଉଁ ଘରେ ତୁଳସୀ ଗଛ ରହିଥାଏ, ସେହି ଘରେ କୌଣସି ଆର୍ଥିକ ଅଭାବ ଦେଖା ଦିଏ ନାହିଁ। ଘରେ ସର୍ବଦା ହସଖୁସିର ବାତାବରଣ ଲାଗି ରହେ ଏବଂ ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ।

– ଦ୍ଵିତୀୟରେ ହେଉଛି ଅପରାଜିତା ଗଛ।ଏହି ଗଛର ଫୁଲକୁ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅର୍ପଣ କରାଯାଏ। ଆପଣ ଏହି ଗଛକୁ ନିଶ୍ଚିତ ଭାବରେ ନିଜ ଘରର ବଗିଚାରେ ଲଗାନ୍ତୁ।ଦେଖିବେ ଏହି ଗଛ ଲଗାଇବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଧନସମ୍ପତ୍ତିରେ ମଧ୍ୟ ବୃଦ୍ଧି ହେବ।

– ତୃତୀୟରେ ହେଉଛି ବେଲ ଗଛ। ହିନ୍ଦୁ ଧର୍ମରେ ବେଲପତ୍ର ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ବୋଲି ବର୍ଣ୍ଣନା କରାଯାଇଛି।ସେଥିପାଇଁ ବେଲ ପତ୍ର ଭଗବାନ ଶିବଙ୍କୁ ସର୍ବଦା ଅର୍ପଣ କରାଯାଇଥାଏ, ଏହାଦ୍ଵାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି। ଯେଉଁ ଘରର ବଗିଚାରେ ବେଲଗଛ ରହିଥାଏ, ସେହି ଘରୁ ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ ଏବଂ ସକାରାତ୍ମକ ବାତାବରଣ ସୃଷ୍ଟି ହୁଏ। ଏହାସହିତ ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଯାଇଥାଏ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *