Excuse Me Odisha

ଯାହା କହିବୁ ସତ କହିବୁ

ଏହାର କେବଳ ଗୋଟିଏ ଟୁକୁଡ଼ା ଦ୍ୱାରା ବଦଳି ଯିବ ଭାଗ୍ୟ । ଆକର୍ଷିତ ହେବ ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଗଛଲତାକୁ ଭଗବାନଙ୍କ ସ୍ୱରୂପ ମାନା ଯାଇଛି । କିଛି ଗଛ ପୂଜନୀୟ ହେବା ସହିତ ସେସବୁକୁ ଉପଯୋଗ କରି କିଛି ଖାସ ଉପାୟ କଲେ ତାହା ମନୁଷ୍ୟର ଭାଗ୍ୟ ମଧ୍ୟ ବଦଳାଇ ପାରେ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଅରଖ ଗଛ ବିଷୟରେ କହିବୁ । ଅରଖ ଗଛର ମୁଖ୍ୟ ଦୁଇଟି ପ୍ରଜାତି ରହିଛି ଯଥା ନାଲି ଅରଖ ଏବଂ ଧଳା ଅରଖ । ଏହା ମୁଖ୍ୟତଃ ତାନ୍ତ୍ରିକ ପ୍ରୟୋଗରେ ବ୍ୟବହୃତ ହୋଇଥାଏ । ଆର୍ଥିକ ଲାଭ ନିମନ୍ତେ କୌଣସି ରବି ପୁଷ୍ୟ ନକ୍ଷତ୍ର , ପୂର୍ଣ୍ଣିମା କିମ୍ବା ଅମାବାସ୍ୟା ଦିନ ଏହି ଅରଖ ଫୁଲର ମୂଳକୁ ନେଇ ଆସନ୍ତୁ । ତାହାକୁ ମହାଦେବଙ୍କ ସ୍ଥାନରେ ରଖି ଧୂପ ଦୀପ ଦେଇ ପବିତ୍ର କରି ହଳଦିଆ କପଡ଼ାରେ ଗୁଡ଼ାଇ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ ।

ଧଳା ଅରଖ ଦ୍ୱାରା ଚାକିରୀ ସମ୍ବନ୍ଧୀୟ ସମସ୍ୟା , ବିବାହ ସମ୍ବନ୍ଧୀୟ ସମସ୍ୟା ଏବଂ ଶତ୍ରୁ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଅନ୍ୟ ଏକ ଉପାୟ ଅନୁଯାୟୀ ଅରଖ ଫୁଲ ଗଛ ପାଖକୁ ଏକ ସୁପାରି , କୋଏନ ଏବଂ ଜଳ ନେଇ ଯାଆନ୍ତୁ । ଏହାପରେ ଏହାର ମୂଳରେ ସୁପାରି ଏବଂ କୋଏନ ରଖି ଜଳ ଅର୍ପିତ କରି ହାତ ଯୋଡ଼ି ନିଜର ପୁରା ପରିଚୟ ଏବଂ ପ୍ରାର୍ଥନା କରିବାର କାରଣ ବିଷୟରେ କହି ଘରକୁ ଚାଲି ଆସନ୍ତୁ ।

ଆଗାମୀ ଦିନ ଯାଇ ଫୁଲ ଏବଂ ପତ୍ର ଡେମ୍ଫ ସହିତ ଆଣି ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ଥିବା ସିନ୍ଦୁରକୁ ଆଙ୍ଗୁଠିରେ ନେଇ ସେହି ପତ୍ରରେ ନିଜର ନାମ ଏବଂ ନିଜ ଜୀବନସାଥୀଙ୍କ ନାମ ଲେଖି ଦିଅନ୍ତୁ କିମ୍ବା ଯାହାକୁ ବଶ କରିବାକୁ ଚାହୁଁଛନ୍ତି ତାଙ୍କ ନାମ ଲେଖି ଦିଅନ୍ତୁ ।

ଏହାପରେ ଫୁଲକୁ ମଝିରେ ରଖି ପତ୍ର ସହିତ ମୋୖଲି ସୂତାରେ ବାନ୍ଧି କୌଣସି ସ୍ଥାନରେ ପୋତି ଦିଅନ୍ତୁ ଏବଂ ପଛକୁ ନବୁଲି ପଳାଇ ଆସନ୍ତୁ । ଏହାଦ୍ୱାରା ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ । ଶତ୍ରୁ ଅଧିକ ସମସ୍ୟା ସୃଷ୍ଟି କରୁଥିଲେ କୌଣସି ଏକ ଧଳା ଅରଖ ଫୁଲ ଗଛକୁ ନିମନ୍ତ୍ରଣ ଦେଇ ଆସନ୍ତୁ ।

ଆଗାମୀ ଦିନ ଯାଇ ଏକ ପତ୍ରକୁ ଛିଡ଼ାଇ କ୍ଷୀରରେ ଶତ୍ରୁର ନାମ ଲେଖି ଦିଅନ୍ତୁ ଏବଂ ସେହି ପତ୍ରକୁ ସେହି ସ୍ଥାନରେ ମାଟିରେ ଦବାଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଶତ୍ରୁ ବଶବର୍ତ୍ତୀ ହୋଇଯିବ ଏବଂ ଶାନ୍ତ ହୋଇଯିବ । ପୂର୍ଣ୍ଣିମା କିମ୍ବା ଅମାବାସ୍ୟା ଦିନ ଏହି ଉପାୟ କଲେ ଅଧିକ ଫଳପ୍ରଦ ହୋଇଥାଏ । ଧଳା ଅରଖର ମୂଳକୁ ତାବିଜ ମଧ୍ୟରେ ରଖି ସୂତାରେ ବାନ୍ଧି ଧାରଣ କଲେ କୌଣସି ବିପଦ ଆସି ନଥାଏ ।

ଏହାକୁ ଏକ ମାସ ପରେ ମାଟିରେ ଦବାଇ ଦେବେ । ଅନେକ ସମୟରେ କାର୍ଯ୍ୟ କ୍ଷେତ୍ରରେ ଏବଂ ବ୍ୟବସାୟ କ୍ଷେତ୍ରରେ ଶତ୍ରୁ ଅଧିକ ସମସ୍ୟା ସୃଷ୍ଟି କରନ୍ତି । ତେବେ ଏପରି ପରିସ୍ଥିତିରେ ଧଳା ଅରଖ ଗଛର ମୂଳକୁ କୌଣସି ଶୁକ୍ରବାର ଦିନ ଅଳ୍ପ ଛିଡ଼ାଇ ନେଇ ଆସନ୍ତୁ ଏବଂ ଶନିବାର ଦିନ ଉପାୟ କରନ୍ତୁ । ଚେର ସହିତ ଏକ ପତ୍ର ମଧ୍ୟ ଛିଡ଼ାଇ ନେଇ ଆସନ୍ତୁ । ତାପରେ ଏହାକୁ ପେଶୀ ନିଅନ୍ତୁ । ପତ୍ର ଉପରେ ବର୍ତ୍ତମାନ ପେଶା ଯାଉଥିବା ଚେରକୁ ଘିଅ ସହିତ ରଖନ୍ତୁ । ତାହାକୁ ବର୍ତ୍ତମାନ ତିଳକ କରି ପାରିବେ । ଏହାଦ୍ବାରା ଆପଣ କୌଣସି ବ୍ୟକ୍ତିକୁବି ନିଜର ବଶବର୍ତ୍ତୀ କରି ପାରିବେ । ଏହି ଉପାୟ ଦ୍ୱାରା ଚାକିରୀରେ ମଧ୍ୟ କୌଣସି ପ୍ରକାରର ସମସ୍ୟା ଆସିବ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *