Excuse Me Odisha

ଯାହା କହିବୁ ସତ କହିବୁ

କଇଁଛ ଘରେ କିମ୍ବା ଦୋକାନରେ କେଉଁ ସ୍ଥାନ ଏବଂ କେଉଁ ଦିଗରେ ରଖିଲେ ହୋଇଥାଏ ଧନ ପ୍ରାପ୍ତି ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ର ଏବଂ ହିନ୍ଦୁ ଧର୍ମ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ଯେ ଘରେ କଇଁଛ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । କଇଁଛ ମଧ୍ୟ ଶ୍ରୀବିଷ୍ଣୁଙ୍କ ଅବତାର ହୋଇଥିବାରୁ ଯେଉଁ ଘରେ କଇଁଛ ରଖାଯାଏ ସେହି ଘରେ ଉଭୟ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ଉପସ୍ଥିତି ରହିଥାଏ ବୋଲି କୁହାଯାଏ । କଇଁଛ ହେଉ କିମ୍ବା କଇଁଛର ପ୍ରତିମା ଗୁରୁବାର ଦିନ ତାହାକୁ ଆଣି ଘରେ ପ୍ରତିଷ୍ଠା କରିବା ଆବଶ୍ୟକ ।

ମାନ୍ୟତା ଅନୁଯାୟୀ ଘରକୁ କଇଁଛ ଆଣି ତାର ସେବା କରିଲେ ତାହା ଯେତେ ବଡ଼ ହୋଇଥାଏ ଘରୁ ସେତେ ଦୁଃଖ କଷ୍ଟ ଦୂର ହୋଇଥାଏ । କିନ୍ତୁ ସବୁ ଲୋକଙ୍କ ପକ୍ଷେ ବାସ୍ତବ କଇଁଛ ରଖିବା ସମ୍ଭବ ନୁହେଁ ତେଣୁ ଘରେ ଦୋକାନରେ କଇଁଛ ପ୍ରତିମା ରଖି ପୂଜା କଲେ ମଧ୍ୟ ସମାନ ଲାଭ ପ୍ରାପ୍ତ ହୋଇଥାଏ ।

କହିରଖିବୁ ଯେ ଭିନ୍ନ ଭିନ୍ନ ଧାତୁର କଇଁଛ ଅନୁଯାୟୀ ଭିନ୍ନ ଭିନ୍ନ ଫଳ ପ୍ରାପ୍ତ ହୋଇଥାଏ । କଇଁଛ ପ୍ରତିମାକୁ ସାଧରଣତଃ ଉତ୍ତର , ପୂର୍ବ , ଉତ୍ତର ପୂର୍ବ ଅର୍ଥାତ ଐଶାନ୍ୟ କୋଣରେ ରଖିବା ଉତ୍ତମ ହୋଇଥାଏ । କିନ୍ତୁ କଇଁଛର ମୁଖକୁ ଘରର ମୁଖ୍ୟ ଦ୍ୱାର ଦିଗରେ ଭୁଲରେବି ରଖିବା ଉଚିତ ନୁହେଁ ।

ଦୋକାନ କିମ୍ୱା ଘରର ଅନ୍ୟ ସ୍ଥାନରେ କଇଁଛକୁ ରଖୁଥିବା ପାଣି ପାତ୍ରରେ ପାଣିକୁ ସବୁଦିନ ବଦଳାଇ ଦିଅନ୍ତୁ ଏବଂ ଯେପରି କଇଁଛ ଅଧା ବୁଡ଼ି ରହିବ ସେତିକି ମାତ୍ରାରେ ପାଣି ଦିଅନ୍ତୁ । କଇଁଛକୁ ଗଙ୍ଗା jl କିମ୍ବା ଗଙ୍ଗା ଜଳ ମିଶ୍ରିତ ସଧାରଣ ଜଳରେ ରଖନ୍ତୁ । କିନ୍ତୁ ଶୋଇବା କକ୍ଷରେ ରଖୁଥିବା କଇଁଛକୁ ଶୁଖିଲାରେ ରଖନ୍ତୁ । ଘରକୁ ପ୍ରଥମ କରି କଇଁଛ ଆଣିଲେ ବିଧିବଦ୍ଧ ଭାବରେ ଗଙ୍ଗା ଜଳରେ ଶୁଦ୍ଧ କରି ଫୁଲରେ ପୂଜା କରି ରଖନ୍ତୁ ।

ସବୁ ପ୍ରକାରର ଧାତୁର କଇଁଛ ଅତ୍ୟନ୍ତ ଶୁଭ ହୋଇଥାଏ । ଘରେ କଇଁଛ ରଖିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଘରର ସଦସ୍ୟଙ୍କ ଆୟୁଷ ମଧ୍ୟ ବୃଦ୍ଧି ହୋଇଥାଏ । କହି ରଖିବୁ ଯେ ଆଜିକାଲି ଭିନ୍ନ ଭିନ୍ନ ଧାତୁ ଏବଂ ରଙ୍ଗର କଇଁଛ ଉପଲବ୍ଧ ଅଛି ମାତ୍ର ସେସବୁ କେଉଁ ପ୍ରକାରର ମନସ୍କାମନା ପାଇଁ ଉପଯୁକ୍ତ ତାହା ଜାଣିବା ଜରୁରୀ ଅଟେ ।

୧ . ସନ୍ତାନ ପ୍ରାପ୍ତି:-

ଯେଉଁ ବ୍ୟକ୍ତି ସନ୍ତାନ ପ୍ରାପ୍ତି କରିବାକୁ ଚାହୁଁଛନ୍ତି ସେହି ବ୍ୟକ୍ତି ମାନେ ଏହିଭଳି କଇଁଛ ରଖିବା ଉଚିତ ଯାହାର ପିଠିରେ ଛୁଆ କଇଁଛ ରହିଥିବ । ଯେଉଁ ଦମ୍ପତ୍ତି ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି ସେମାନେ ଏହିଭଳି କଇଁଛ ଆଣି ନିଜର ଶୟନ କକ୍ଷରେ ରଖିବା ଉଚିତ ।

୨ . ଧନପ୍ରାପ୍ତି:-

ଯେଉଁ ବ୍ୟକ୍ତି ଧନ ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତେବେ ସେହି ବ୍ୟକ୍ତି କ୍ରିଷ୍ଟାଲ ଧାତୁର କଇଁଛ ଏବଂ ପାତ୍ର ଆଣି ସେଥିରେ ପାଣି ଦେଇ ରଖିବା ଉଚିତ । ଏହାକୁ ଘର , ଦୋକାନ , ଅଫିସ କିମ୍ବା ସିନ୍ଧୁକ ଉପରେ ମଧ୍ୟ ରଖି ପାରିବେ । ଏପରି ରଖିବା ଦ୍ୱାରା ଧନର ସମସ୍ୟା ଦୂର ହୋଇଥାଏ ।

୩ . ବ୍ୟବସାୟରେ ଉନ୍ନତି:-

ବ୍ୟବସାୟରେ ଉନ୍ନତି ପାଇବାକୁ ଚାହୁଁଥିଲେ ଘରେ , ଦୋକାନରେ କିମ୍ବା କାରବାର କ୍ଷେତ୍ରରେ ମେଟାଲ କଇଁଛ ମେଟାଲ ପାତ୍ରରେ ପାଣି ଦେଇ ରଖିବା ଉଚିତ । ଏହାଦ୍ବାରା ସବୁ କରଜ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୪ . ରୋଗରୁ ମୁକ୍ତି:-

ପରିବାରର ସଦସ୍ୟ ରୋଗରେ ପୀଡ଼ିତ ହେଉଥିଲେ ଏକ ମାଟିର କଇଁଛ ଘରେ ରଖନ୍ତୁ ।

୫ . ନୂଆ ବ୍ୟବସାୟ କରିବାକୁ ଚାହୁଁଥିଲେ ଘରେ ରୂପାର କଇଁଛ ରୂପାର ପାତ୍ରରେ ପାଣି ଦେଇ ରଖନ୍ତୁ । ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ । ଏପରି ରଖିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବା ସହିତ ଜୀବନ ସୁଖ ସମୃଦ୍ଧିରେ ଭରିଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *