Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଭୁଲରେବି ଏହି ଦିଗରେ ରଖନ୍ତୁ ନାହିଁ ଜୋତା ଚପଲ । ପୁରା ଘର ହୋଇଯିବ ବର୍ବାଦ , ଆସିବ ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର କେଉଁ ଦିଗରେ ଜୋତା ଚପଲ ରଖିବା ଶୁଭ ହୋଇଥାଏ ଏବଂ ତା କେଉଁ ଦିଗରେ ରଖିବା ଅଶୁଭ ହୋଇଥାଏ । ଜୀବନରେ ଜୋତା ଚପଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଲୋକେ ଏହି ଭୁଲ କରନ୍ତି ଯେ ଜୋତା ଚପଲ ପିନ୍ଧି ଘରେ ଭିତରେ ବୁଲିବା ସହିତ ଏଣେତେଣେ ରଖି ଦିଅନ୍ତି । ଯାହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ ସ୍ଥାନ କୌଣସି ନା କୌଣସି ଦେବା ଦେବୀଙ୍କ ସହିତ ଜଡ଼ିତ ଥାଏ । ତେଣୁ ଏଭଳି ସ୍ଥାନରେ ଜୋତା ଚପଲ ପିନ୍ଧିବା ଦ୍ୱାରା ଦେବଦେବୀଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ ।

ଏହାଦ୍ବାରା ଘର ଉପରେ ସମସ୍ୟା ଆସିବା ସହିତ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଉତ୍ତର ପୂର୍ବ କିମ୍ବା ଐଶାନ୍ୟ କୋଣରେ ଜୋତା ଚପଲ ରଖିବା ଅଶୁଭ ହୋଇଥାଏ । କାରଣ ଏହି ଦିଗରେ ଭଗବାନଙ୍କ ସ୍ଥାନ ରହିଥାଏ । ନଚେତ ଘରର ସଦସ୍ୟଙ୍କୁ ସମାଜରେ ଅପମାନର ସାମ୍ନା କରିବାକୁ ପଡ଼ିଥାଏ ।

ଏହାଦ୍ବାରା ବାସ୍ତୁ ପୁରୁଷଙ୍କ ଅପମାନ ମଧ୍ୟ ହୋଇଥାଏ । ତେଣୁ ଏହି ଦିଗରେ ଜୋତା ଚପଲ କିମ୍ବା ସୁ ରେକ ରଖିବା ଉଚିତ ନୁହେଁ । ଏହାବ୍ୟତୀତ ଘରର ଉତ୍ତର ଦିଗରେ ମଧ୍ୟ ଜୋତା ଚପଲ ଏବଂ ସୁ ରେକ ରଖିବା ଉଚିତ ନୁହେଁ । କାରଣ ଏହି ଦିଗରେ ଭଗବାନ ଧନର ଦେବତା କୁବେର ମହାରାଜଙ୍କ ସ୍ଥାନ ହୋଇଥାଏ ।

ଏହାଦ୍ବାରା ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ଏବଂ ଘରର ଉନ୍ନତି ହୁଏନାହିଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମଧ୍ୟଭାଗ ଅର୍ଥାତ ବ୍ରହ୍ମ ସ୍ଥାନରେ ମଧ୍ୟ ଜୋତା ଚପଲ ଏବଂ ସୁ ରେକ ରଖିବା ଉଚିତ ନୁହେଁ । କାରଣ ଏହି ସ୍ଥାନରୁ ପୁରା ଘରକୁ ଶକ୍ତିର ସଞ୍ଚାର ହୋଇଥାଏ । ଏହି ସ୍ଥାନରେ ଜୋତା ଚପଲ ରଖିଲେ ଘରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

ଯାହାଦ୍ୱାରା ଘରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ଏହାବ୍ୟତୀତ ଘର ଲୋକଙ୍କୁ ଅନେକ ପ୍ରକାରର ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପୂର୍ବ ଦିଗରେ ମଧ୍ୟ ଜୋତା ଚପଲ ଏବଂ ସୁ ରେକ ରଖିବା ଉଚିତ ନୁହେଁ । କାରଣ ଏହି ଦିଗର ସ୍ୱାମୀ ସୂର୍ଯ୍ୟ ଦେବ ଅଟନ୍ତି ।

ଏହି ଦିଗରେ ଜୋତା ଚପଲ ରଖିଲେ ସୂର୍ଯ୍ୟ ଦେବଙ୍କ ଅପମାନ ହୋଇଥାଏ । ଏହାବ୍ୟତୀତ ପୂର୍ବ ଦିଗରୁ ଆସୁଥିବା ସୂର୍ଯ୍ୟ ରଶ୍ମି ଏବଂ ବାୟୁ ଯେତେବେଳେ ଜୋତା ଚପଲ ସଂସ୍ପର୍ଶରେ ଆସି ପଶ୍ଚିମକୁ ପ୍ରବାହିତ ହୋଇଥାଏ ସେତେବେଳେ ତାହା ନକରାତ୍ମକ ହୋଇ ପ୍ରବାହିତ ହୋଇଥାଏ । ଯାହାଦ୍ୱାରା ଘରେ ବିଭିନ୍ନ ପ୍ରକାରର ରୋଗ ହେବାର ଆଶଙ୍କା ରହିଥାଏ । ଏହାଦ୍ବାରା ଆର୍ଥିକ ସମସ୍ୟା ଏବଂ ଘରର ସଦସ୍ୟଙ୍କୁ ଅପମାନର ସାମ୍ନା କରିବାକୁ ପଡ଼ିଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଜୋତା ଚପଲ ଏବଂ ସୁ ରେକ ରଖିବା ପାଇଁ ଉପଯୁକ୍ତ ଦିଗ ପଶ୍ଚିମ ଦିଗ ହୋଇଥାଏ । ଏହି ଦିଗର ଦେବତା ଶନିଦେବ ହୋଇଥାନ୍ତି । ଏହି ଦିଗରେ ଜୋତା ଚପଲ ରଖିଲେ ବାତାବରଣ ଉପରେ ନକରାତ୍ମକ ପ୍ରଭାବ ପଡ଼େନାହିଁ । ଯାହାଦ୍ୱାରା ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ ।ଏହାବ୍ୟତୀତ ଆପଣ ଦକ୍ଷିଣ ପଶ୍ଚିମ ଦିଗରେ ମଧ୍ୟ ଜୋତା ଚପଲ ଏବଂ ସୁ ରେକକୁ ରଖି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *