Excuse Me Odisha

ଯାହା କହିବୁ ସତ କହିବୁ

ଘରୁ କୌଣସି ସମୟରେ ବି ବାହାରକୁ ଯାଉଥିଲେ ନିଶ୍ଚିତ ନିଜ ସହିତ ରଖନ୍ତୁ ଏହି ଜିନିଷ । ସାରା ଦୁନିଆ ଚାଲିବ ଆପଣଙ୍କ ଇଚ୍ଛାରେ ।

ସେୟାର୍ କରନ୍ତୁ

ଆଜିକାଲି ଧନର ଆବଶ୍ୟକତା ସମସ୍ତଙ୍କୁ ଥାଏ । ମାତା ଲକ୍ଷ୍ମୀ ଚଞ୍ଚଳ ହୋଇଥାନ୍ତି । ଯାହାଦ୍ୱାରା ସେ ଗୋଟିଏ ସ୍ଥାନରେ ରହନ୍ତି ନାହିଁ । ପୁଣି ଅନେକ କଷ୍ଟ କରି ଧନ ଉପାର୍ଜନ କରିବା ସତ୍ତ୍ୱେବି ତାହା ରହେ ନାହିଁ । କିନ୍ତୁ କିଛି ଉପାୟ କରିବା ଦ୍ୱାରା ଅଧିକ ଧନ ଖର୍ଚ୍ଚ ସମସ୍ୟାରୁ ବର୍ତ୍ତି ହେବ । ଯାହାଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ । ସାଧରଣତଃ ଲୋକେ ଟଙ୍କା ରଖିବା ପାଇଁ ଛୋଟ ବଡ଼ ପର୍ସ ବ୍ୟବହାର କରିଥାନ୍ତି । ତେବେ ପର୍ସର ସ୍ଥିତି ଏବଂ ପର୍ସରେ କଣ ରଖିବା ଉଚିତ ଏବଂ କଣ ଉଚିତ ନୁହେଁ , ସେଥିପ୍ରତି ଧ୍ୟାନ ଦେବା ଉଚିତ । ପର୍ସର ଶୁଦ୍ଧତା ଉପରେ ଧ୍ୟାନ ଦେବା ଉଚିତ । ପର୍ସରେ ଅନାବଶ୍ୟକ ଜିନିଷ ରଖିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।

ସର୍ବପ୍ରଥମତଃ ପର୍ସରେ ଜରୁରୀ ଜିନିଷ ରଖିବା ଉଚିତ । ଏମିତିକି ଏଣୁତେଣୁ ଜିନିଷ ରଖିବା ଉଚିତ ନୁହେଁ । ଚିରି ଯାଇଥିବା ପର୍ସ ଦୁର୍ଭାଗ୍ୟର କାରଣ ସାଜିଥାଏ । ଧନତେରସ ଦିନ ପର୍ସ କିଣିବା ଶୁଭ ହୋଇଥାଏ । ପର୍ସ ସାଧରଣତଃ ନାଲି , ଗୋଲାପୀ ଭଳି ରଙ୍ଗର ହେଲେ ଧନକୁ ଅଧିକ ଆକର୍ଷିତ କରିଥାଏ ।

ନୂଆ ପର୍ସ କିଣିଲେ ସେଥିରେ ସର୍ବପ୍ରଥମେ ନିଜ ମାତାଙ୍କ ଠାରୁ ଆଶୀର୍ବାଦ ସ୍ୱରୂପ ଏକ କୋଏନ ଆଣି ରଖି ଦିଅନ୍ତୁ ଏବଂ ତାହାକୁ କେବେ ଖର୍ଚ୍ଚ ନକଲେ ଧନର ଆଗମନ ହେବ । ଏହାବ୍ୟତୀତ କୌଣସି ନୋଟରେ କେଶର ଲଗାଇ ଗୁରୁଜନଙ୍କ ଆଶୀର୍ବାଦ ସ୍ୱରୂପ ପାଦ ତଳେ ରଖି ପର୍ସରେ ରଖିବା ଉଚିତ । ହଳଦୀ ଲାଗିଥିବା ଟଙ୍କା ମିଳିଲେ ତାହାକୁ ପର୍ସରେ ସାଇତି ରଖନ୍ତୁ ।

ଏହାଦ୍ବାରା ଆର୍ଥିକ ସ୍ଥିତି ମଜବୁତ ରହିଥାଏ । ପର୍ସ ରଖିବାର ସ୍ଥାନ ହେଉଛି ବାମ ପାର୍ଶ୍ଵ ପକେଟ । କିନ୍ତୁ ପର୍ସରେ କିଛି ଅଧର୍ମୀ ବସ୍ତୁ ମଧ୍ୟ ରଖିବା ଉଚିତ ନୁହେଁ । ପର୍ସରେ ଟଙ୍କା ବ୍ୟତୀତ ଅନ୍ୟାନ୍ୟ ବସ୍ତୁ ରଖିବା ଉଚିତ ନୁହେଁ । ପର୍ସରେ ଔଷଧ ମଧ୍ୟ ରଖିବା ଉଚିତ ନୁହେଁ । ପର୍ସରେ ଲୁହା ଚାବି କିମ୍ବା ଅନ୍ୟାନ୍ୟ ଜିନିଷ ମଧ୍ୟ ରଖିବା ଉଚିତ ନୁହେଁ ।

ସର୍ବଦା ମୁଦ୍ରା ଏବଂ ନୋଟକୁ ଅଲଗା ଅଲଗା ସଜେଇ ରଖିବା ଉଚିତ । ପର୍ସରେ ଦେବଦେବୀଙ୍କ ଫୋଟ ରଖିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ମାତା ଲକ୍ଷ୍ମୀଙ୍କ ପାଖରେ ଲାଗିଥିବା ହଳଦିଆ କଉଡ଼ି ମଧ୍ୟ ପର୍ସରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ହଳଦିଆ କଉଡ଼ି ଧନକୁ ଆକର୍ଷିତ କରିଥାଏ ।

ଆଉ ଏକ ଉପାୟ ଅନୁଯାୟୀ ଏକ ନାଲି ପେପରରେ ନିଜର ମନସ୍କାମନା ଲେଖି ତାହାକୁ ରେଶମୀ ସୂତାରେ ବାନ୍ଧି ଦିଅନ୍ତୁ ଏବଂ ତାପରେ ତାହାକୁ ନିଜ ପର୍ସରେ ରଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ ପାଖରେ ଅର୍ଥାତ ପୂଜା ସ୍ଥାନରେ ରଖା ଯାଇଥିବା ଗୋମତି ଚକ୍ର ପର୍ସରେ ରଖିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ହଳଦୀ ଗଣ୍ଠି ଉପାୟରେ ଚାନ୍ଦି ମୁଦ୍ରା ଏବଂ କଉଡ଼ି ରଖି ତାହାକୁ ଧୂପ ଦୀପ ନୈବେଦ୍ୟ ଦେଇ ପ୍ରଥମେ ଶୁଦ୍ଧ କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ ୧୦୮ ଥର ଜପ କରନ୍ତୁ ।

ତାପରେ ନିଜର ମନସ୍କାମନା କହି କୌଣସି ଗୋଟିଏ ଜିନିଷ ନିଜ ପର୍ସରେ ରଖି ଦିଅନ୍ତୁ । ବାକି ଜିନିଷକୁ ଏକ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ । ତାହାକୁ ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ନିରନ୍ତର ଆପଣଙ୍କ ପର୍ସକୁ ଟଙ୍କା ଆସିବ । ଆପଣଙ୍କ ସିନ୍ଧୁକ ସର୍ବଦା ଧନରେ ଭରି ରହିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *