Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣ ନିଜ ଘରେ ଜନ୍ଦା ଦେଖୁଛନ୍ତି ତେବେ ବୁଝି ଯାଆନ୍ତୁ ଏହି ଖାସ ସଙ୍କେତ ।

ସେୟାର୍ କରନ୍ତୁ

ସାଧରଣତଃ ଲୋକେ ଜନ୍ଦା ପିମ୍ପୁଡ଼ିକୁ ଖୁବ ହୀନ କୀଟପତଙ୍ଗ ଭାବି ଅଣଦେଖା କରିଥାନ୍ତି । କିନ୍ତୁ କହିବାକୁ ଗଲେ ନେଟୱର୍କ ଦୁନିଆର ଅନ୍ୟ ନେଟୱର୍କ ଠାରୁ ଜନ୍ଦା ପିମ୍ପୁଡ଼ି ବେଶ ଉତ୍କୃଷ୍ଟ । ଏଭଳି ମାନା ଯାଏ ଯେ ଜନ୍ଦା ମିଳିତ ଭାବରେ ଏକ ବଡ଼ ପାହାଡ଼କୁ ଭାଙ୍ଗିବାର ମଧ୍ୟ ସାମ୍ୟର୍ଥ ରଖନ୍ତି । ଏହାବ୍ୟତୀତ ଜନ୍ଦା ପରିବେଶକୁ ପରିଷ୍କାର ରଖିବାରେ ଯୋଗଦାନ ଦେଇଥାଏ । ଜନ୍ଦାକୁ ନଜର ଦେଲେ ସେଥିରୁ ଅଧ୍ୟବସାୟର ଅନୁଭୂତି ଜଣା ପଡ଼ିଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଜନ୍ଦା ଆପଣଙ୍କ ଜୀବନରେ କିପରି ଶୁଭ ସଙ୍କେତ ନେଇ ଆସିଥାଏ ଏବଂ ଏହା କିଭଳି ଅଶୁଭ ନୁହେଁ । ଏହାବ୍ୟତୀତ କେଉଁ ଜନ୍ଦା ପିମ୍ପୁଡ଼ି ଅଶୁଭ ସଙ୍କେତ ଆଣିଥାଏ ସେହି ବିଷୟରେ ମଧ୍ୟ ଆଜି ଆମେ କହିବୁ ।

ଜ୍ୟୋତିଷ ଶାସ୍ତ୍ରରୀ ପିମ୍ପୁଡ଼ିକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଛି । ପିମ୍ପୁଡ଼ିର ଭିନ୍ନ ଭିନ୍ନ ପ୍ରଜାତି ଅନୁଯାୟୀ ଭିନ୍ନତା ରହିଛି । ପିମ୍ପୁଡ଼ିର ରଙ୍ଗ ଅନୁଯାୟୀ ହିଁ ତାହା ଶୁଭ କିମ୍ବା ଅଶୁଭ ହୋଇଥାଏ । ମଣିଷ ମୃତ୍ୟୁ ପରେ ୮୪ ଲକ୍ଷ ୟୁନି ପରେ ପୁଣିଥରେ ମନୁଷ୍ୟ ଜନ୍ମ ପାଇଥାଏ । ମାତ୍ର ମଣିଷ ଜନ୍ମ ପୂର୍ବରୁ ପିମ୍ପୁଡ଼ି ଜନ୍ମ ପାଇଥାଏ । ତେଣୁ କଳା ପିମ୍ପୁଡ଼ିକୁ ବିଷ୍ଣୁଙ୍କ ପ୍ରତୀକ ବୋଲି ମଧ୍ୟ ମାନା ଯାଏ ।

ତେଣୁ ଯଦି ଆପଣ ମୃତ୍ୟୁ ପରେ ବୈକୁଣ୍ଠ ଲାଭ କରିବାକୁ ଚାହୁଁଛନ୍ତି ତେବେ ପିମ୍ପୁଡ଼ିକୁ ଅଟା ଦିଅନ୍ତୁ । ତେଣୁ ଶନିବାର ଦିନ କଳା ପିମ୍ପୁଡ଼ି ଦେଖିଲେ ଆପଣ ଭାବି ନିଅନ୍ତୁ ଯେ ଶନିଦେବ ପ୍ରସନ୍ନ ଅଛନ୍ତି । ଯେଉଁ ଲୋକ ମାନେ ଚାଉଳ ଅଟାରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତି ସେମାନଙ୍କ ଦୁର୍ଭାଗ୍ୟ ଦୂର ହୋଇଯାଏ ।

ଆପଣଙ୍କ ଜୀବନରେ ସମସ୍ୟା ଥିଲେ ନଡ଼ିଆର ଶୁଖିଲା ପାଉଡର ତିଆରି କରି ସେଥିରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ଜୀବନର ନକରାତ୍ମକତା ଦୂର ହୋଇଯିବ । କିଛିଦିନ ଧରି ପିମ୍ପୁଡ଼ିକୁ ଅଟା ଖାଇବାକୁ ଦେଲେ ମୁହଁର ପ୍ରକାଶ ବଢ଼ିଯାଏ । ବାଦାମ ପାଉଡରରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦେଲେ ଚାକିରୀର ଯୋଗ ସୃଷ୍ଟି ହୋଇଥାଏ ।

ଏହି ଉପାୟ କରିବା ଦ୍ୱାରା ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହିତ ବ୍ୟବସାୟରେ ମଧ୍ୟ ଲାଭ ହୋଇଥାଏ । ଏହାବ୍ୟତୀତ କରଜ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଶନି ରାହୁ କେତୁ ଏହିସବୁ ଗ୍ରହ ଦୋଷରୁ ମୁକ୍ତି ପିମ୍ପୁଡ଼ି ଦେଇଥାଏ । ପୁଥିବୀ ତତ୍ତ୍ୱ ହେଉ , ଶନିଙ୍କ କୋପ ଦୃଷ୍ଟି ହେଉ କିମ୍ବା ସାଢ଼େ ସାତି ହେଉ ଏହି ସବୁ ସମସ୍ୟା ପିମ୍ପୁଡ଼ିକୁ ଅଟା ଦେବା ଦ୍ୱାରା ଠିକ ହୋଇଥାଏ ।

ଅଟାରେ ଚିନି ମିଶାଇ ଖାଇବାକୁ ଦେଲେ ଜୀବନର ସମସ୍ତ ସମସ୍ୟା ଦୂରେଇ ଯାଏ । ଏହାସହିତ ସଫଳତାର ମାର୍ଗ ମଧ୍ୟ ଖୋଲିଯାଏ । ଅନେକ ଲୋକଙ୍କର ରୂପି ସମସ୍ୟା ହୋଇଥାଏ । ଏହାର କାରଣ ହେଉଛି ରାହୁର କୁଦୃଷ୍ଟି । ଏହାଦ୍ବାରା ଜୀବନରେ ଅନେକ ସମସ୍ୟା ମଧ୍ୟ ଆସିଥାଏ । ତେଣୁ ଏମିତିରେ ପିମ୍ପୁଡ଼ିକୁ ନିଶ୍ଚିତ ଚିନି ଖୁଆନ୍ତୁ । ଯଦି ଆପଣଙ୍କ ରାହୁ ଦୁର୍ବଳ ତେବେ ଆପଣ ଏହି ଉପାୟ କରନ୍ତୁ ।

ଶୁକ୍ର ଦୁର୍ବଳ ହୋଇଥିଲେ ପ୍ରତି ଶନିବାର ପିମ୍ପୁଡ଼ିକୁ ଚିନି ଖୁଆନ୍ତୁ । ଯଦି ସୂର୍ଯ୍ୟ ଦୁର୍ବଳ ଅଛନ୍ତି ତେବେ ପ୍ରତ୍ୟକ ରବିବାର ପିମ୍ପୁଡ଼ିକୁ ଖିରି ବନାଇ ଖାଇବାକୁ ଦିଅନ୍ତୁ । ସ୍ୱପ୍ନରେ ଅଳ୍ପ ପିମ୍ପୁଡ଼ି ନଜର ଆସିଲେ ଏହା ଧନ ପ୍ରାପ୍ତିର ସଙ୍କେତ ହୋଇଥାଏ । ଅଧିକ ପିମ୍ପୁଡ଼ି ନଜର ଆସିଲେ ତାହା ବଡ଼ ସମସ୍ୟାର ଇଙ୍ଗିତ ହୋଇପାରେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *