Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ମୂଳର ମାଟି ଦ୍ୱାରା ଆପଣବି ହୋଇ ପାରିବେ କୋଟିପତି । ଜାଣି ନିଅନ୍ତୁ କିପରି ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛର ମହତ୍ତ୍ୱ ବେଶ ଅଧିକ ଅଟେ । ପୌରାଣିକ କଥା ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଅମୃତରୁ ତୁଳସୀର ଉତ୍ପତ୍ତି ହୋଇଥିଲା ବୋଲି କୁହାଯାଇଥାଏ । ଯାହାକୁ ବ୍ରହ୍ମା ଭଗବାନ ବିଷ୍ଣୁଙ୍କୁ ଦେଇଥିଲେ । ତେଣୁ ସବୁ ହିନ୍ଦୁ ଧର୍ମ ପରିବାରର ଅଗଣାରେ ତୁଳସୀ ଗଛ ନିଶ୍ଚିତ ରହିଥାଏ । ତୁଳସୀ ଗଛ ସହିତ ଜଡ଼ିତ କିଛି ଖାସ ଉପାୟ ମନୁଷ୍ୟର ଜୀବନକୁ ବଦଳାଇ ପାରେ । ହିନ୍ଦୁ ଧର୍ମରେ ତୁଳସୀଙ୍କୁ ମାତାଙ୍କ ସ୍ୱରୂପ ମାନା ଯାଇଥାଏ ।

ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହିଘରେ ଆଧ୍ୟାତ୍ମିକ ଉନ୍ନତି ସହିତ ସୁଖ ଶାନ୍ତି ଏବଂ ଆର୍ଥିକ ସମୃଦ୍ଧତା ବଜାୟ ରହିଥାଏ । ପ୍ରତ୍ୟେକ ଦିନ ସକାଳୁ ଉଠି ତୁଳସୀ ଦର୍ଶନ କଲେ ପୁରା ଦିନ ବେଶ ଭଲରେ କଟିଥାଏ । ସକାଳ ସନ୍ଧ୍ୟା ତୁଳସୀ ଗଛକୁ ପୂଜା କଲେ ସବୁ ପାପ ନଷ୍ଟ ହୋଇଥାଏ ଏବଂ ତୁଳସୀ ଗଛ ମୂଳର ମାଟିରେ ସମସ୍ତ ତୀର୍ଥର ପୁଣ୍ୟ ରହିଥାଏ ବୋଲି କୁହାଯାଏ ।

ତୁଳସୀ ମୂଳରେ ମାତା ଲକ୍ଷ୍ମୀ ଏବଂ ପତ୍ରରେ ଭଗବାନ ବିଷ୍ଣୁଙ୍କର ବାସ ମାନା ଯାଏ । ଭଗବାନ ରାମଚନ୍ଦ୍ର , ବିଷ୍ଣୁ ଏବଂ ହନୁମାନଙ୍କୁ ବିନା ତୁଳସୀ ପତ୍ରରେ ଭୋଗ ଅର୍ପିତ କରାଯାଏ ନାହିଁ । ମାନ୍ୟତା ଅନୁଯାୟୀ ଯଦି କେହି ବ୍ୟକ୍ତି ଏକ ମାସ ଧରି ଲଗାତାର ମିଠା କିମ୍ବା ଲଡ଼ୁ ସହିତ ତୁଳସୀ ପତ୍ର ଶ୍ରୀହନୁମାନଙ୍କୁ ଅର୍ପିତ କରନ୍ତି ତେବେ ତାର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

ତୁଳସୀ ମୂଳର ଅଳ୍ପ ମାଟି , ଶୁଖିଲା ପତ୍ର ଏବଂ ମଞ୍ଜରିକୁ ଯଦି ଆପଣ ସ୍ନାନ ପାଣିରେ ମିଶାଇ ସ୍ନାନ କରନ୍ତି ଜୀବନର ସବୁ ଦୋଷ ଦୂର ହୋଇଥାଏ । ତୁଳସୀ ମୂଳର ମାଟି ଅତ୍ୟନ୍ତ ପ୍ରଭାବୀ ହୋଇଥାଏ ଏବଂ ଏହାର ଉପାୟ ଦ୍ୱାରା ଜୀବନର ସବୁ ଦୋଷ ଦୂର ହୋଇଥାଏ । ତୁଳସୀ ଗଛ ମୂଳର ମାଟିରେ ତିଳକ ଲଗାଇଲେ କାର୍ଯ୍ୟରେ ସଫଳତା ଏବଂ ଦୁର୍ଭାଗ୍ୟ ଦୂର ହୋଇଯାଏ । ପ୍ରତ୍ୟେକ ଦିନ ଦୁଇ ତିନୋଟି ତୁଳସୀ ପତ୍ର ସେବନ କଲେ ସରଦି , ଜ୍ୱର , କାଶ ଭଳି ସମସ୍ୟା ହୁଏନାହିଁ ।

ଏକାଦଶୀ , ଅମାବାସ୍ୟା ଏବଂ ପୂର୍ଣ୍ଣିମା ଦିନ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ । ଯଦି ଆପଣ ନିର୍ଦ୍ଧାରିତ ସଂଖ୍ୟାରେ ପ୍ରତ୍ୟେକ ଦିନ ତୁଳସୀ ପତ୍ରର ସେବନ କରନ୍ତି ଏବଂ ପୂଜାପାଠ କରନ୍ତି ତେବେ ଆଠ ପ୍ରକାରର ସିଦ୍ଧି ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ବ୍ୟକ୍ତି ସବୁ କାର୍ଯ୍ୟରେ ସଫଳ ହୋଇଥାଏ ।

ଯଦି ଆପଣ ଭୂତ ପ୍ରେତ ବାଧା ନଜର ଦୋଷ ଏଭଳି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ତୁଳସୀ ଗଛର ଏକ ଶୁଖିଲା ମୂଳ ନେଇ ଚାନ୍ଦିର ତାବିଜରେ ପୁରାଇ ନାଲି ସୂତା ବାନ୍ଧି ବେକରେ ଧାରଣ କରନ୍ତୁ । ଭୂତ ପ୍ରେତ ସମସ୍ୟାରେ ଥିବା ଲୋକ ତୁଳସୀ ଗଛ ମୂଳର ମାଟି ନେଇ ନିଜ ସ୍ନାନ ଜଳରେ ମିଶାଇ ସ୍ନାନ କରିବା ଉଚିତ । ଏହାଦ୍ବାରା ଭୂତ ପ୍ରେତ ବାଧା ଆପଣଙ୍କ ପାଖକୁ ମଧ୍ୟ ଆସିବ ନାହିଁ ।

ଯଦି ଆପଣଙ୍କର ଦୁର୍ଭାଗ୍ୟ ଦେଖା ଦେଇଛି ତେବେ ଲଗାତାର ୨୧ ଦିନ ପର୍ଯ୍ୟନ୍ତ ତୁଳସୀ ପତ୍ରର ମାଳା ଶ୍ରୀହନୁମାନ କିମ୍ବା ଶ୍ରୀରାମଚନ୍ଦ୍ରଙ୍କ ବେକରେ ପକାଇ ଦିଅନ୍ତୁ । ଏହାଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଯିବ । ଏହାଦ୍ବାରା ସଙ୍କଟରୁ ମଧ୍ୟ ମୁକ୍ତି ମିଳିଥାଏ । କିନ୍ତୁ କୌଣସିବି ଉପାୟ ପୁରା ସକାରାତ୍ମକ ମନ ନେଇ କରନ୍ତୁ । ବିବାହ ସମ୍ବନ୍ଧୀୟ ସମସ୍ୟା ଥିଲେ ପ୍ରତ୍ୟେକ ଦିନ ତୁଳସୀରେ ଜଳ ଚଢ଼ାନ୍ତୁ ଏବଂ ତାପରେ ତୁଳସୀ ସାମ୍ନାରେ ହାତ ଯୋଡ଼ି ନିଜ ସମସ୍ୟା ବିଷୟରେ ପ୍ରାର୍ଥନା କରନ୍ତୁ । ବ୍ୟାପାର ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ଶୁକ୍ରବାର ଦିନ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପିତ କରନ୍ତୁ ଏବଂ ଭୋଗ ଲଗାନ୍ତୁ । ବଳକା ଭୋଗ କୌଣସି ବିବାହିତା ମହିଳାଙ୍କୁ ଦାନ କଲେ ବିବାହରେ ଆସୁଥିବା ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *