Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ଶନିବାର ଦିନ ବାସ ଗୋଟିଏ କର୍ପୂର ଏବଂ ଲବଙ୍ଗ ଦ୍ୱାରା ରାତାରାତି ବଦଳାଇ ପାରିବେ ଭାଗ୍ୟ , ସବୁ ସମସ୍ୟାର ହୋଇଯିବ ଅନ୍ତ ।

ସେୟାର୍ କରନ୍ତୁ

ହିନ୍ଦୁ ମାନ୍ୟତା ଅନୁଯାୟୀ ସପ୍ତାହର ପ୍ରତ୍ୟେକ ଦିନ କେହି ନା କେହି ଦେବଦେବୀଙ୍କୁ ନିଶ୍ଚୟ ସମର୍ପିତ ହୋଇଥାଏ । ସେହିଭଳି ଶନିବାର ଦିନଟି ଶନିଦେବ ସମର୍ପିତ ଅଟେ । ଶାସ୍ତ୍ର ଅନୁଯାୟୀ ଏହିସବୁ ଦିନ ମାନଙ୍କରେ କିଛି ବିଶେଷ ଉପାୟ କରିବା ଦ୍ୱାରା ମନୁଷ୍ୟ ନିଜର ଭାଗ୍ୟକୁ ମଧ୍ୟ ବଦଳାଇ ପାରିବ ଏବଂ ସବୁ ଦୁଃଖ ଏବଂ କଷ୍ଟ ମଧ୍ୟ ଦୂର କରି ପାରିବ । ଶନିବାର ଦିନ ଉପବାସ ରଖିବା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।

ମନୁଷ୍ୟ ଜୀବନରେ ସମସ୍ୟା ଆସିବା ସ୍ୱାଭାବିକ କିନ୍ତୁ ସେଠି ନିମନ୍ତେ ସବୁବେଳେ ଚିନ୍ତିତ ରହିବା ଉଚିତ ନୁହେଁ ବରଂ ତାହାର ସମାଧାନ ବାହାର କରିବା ଉଚିତ । ଏଥିପାଇଁ ଉପଯୁକ୍ତ କାମ ଏବଂ ଉଚିତ ପରିଶ୍ରମର ଆବଶ୍ୟକତା ରହିଛି ଏବଂ କିଛି ସାବଧାନତା ଅବଲମ୍ବନ କରିବାର ମଧ୍ୟ ଆବଶ୍ୟକତା ରହିଛି ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ଶନିବାର ଦିନ ରାତିରେ କରାଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବୁ । ଯେଉଁ ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ମିଳିବା ସହିତ ଘରକୁ ଧନ ସମ୍ପତ୍ତିର ଆଗମନ ମଧ୍ୟ ହେବ । ପ୍ରଥମ ଉପାୟ ଅନୁଯାୟୀ ଏକ ନଡ଼ିଆ ନେଇ ମଝିରୁ କାଟି ସେଥିରେ ଚିନି ଭରି ତାହାକୁ ଯୋଡ଼ି ଦିଅନ୍ତୁ ଏବଂ ଶନିବାର ଦିନ ସକାଳୁ କୌଣସି ଅଶ୍ୱତ୍ଥ ଗଛ ମୂଳରେ ମାଟିରେ ଗାତ ଖୋଳି ଦବାଇ ଦିଅନ୍ତୁ ଏବଂ ବିନା ପଛକୁ ବୁଲି ଚାଲି ଆସନ୍ତୁ ।

ଏହିଭଳି ତିନୋଟି ଶନିବାର ପର୍ଯ୍ୟନ୍ତ କରନ୍ତୁ । ଏହି ଉପାୟ ଦ୍ୱାରା କରଜ ସମସ୍ୟାରୁ ମୁକ୍ତି ମିଳିଥାଏ । ଶନିବାର ଦିନ ଫିଟିକିରି ମିଶା ପାଣିରେ ଘରର ପୋଛା ଲଗାନଇଲେ ନକରାତ୍ମକତା ଏବଂ ଘରର କଳହ କ୍ଳେଶ ଦୂର ହୋଇଥାଏ । ଶନିବାର ଦିନ ଲୁହା ନିର୍ମିତ ଜିନିଷ , କଳା ବସ୍ତ୍ର , କଳା ମୁଗ ଏବଂ ତିଳ ଦାନ କରିବା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।

ଧନ ସମ୍ବନ୍ଧୀୟ ସମସ୍ୟା ଥିଲେ ଦୁଇଟି ଦାନା ଗୋଟା ମୁଗ ନେଇ ସେଥିରେ ଦହି ଏବଂ ସିନ୍ଦୁର ଲଗାଇ ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ । ସୌଭଗ୍ୟ ପ୍ରାପ୍ତି ପାଇଁ ଶନିବାର ଦିନ ରାତିରେ ହନୁମାନଙ୍କ ସାମ୍ନାରେ ଚୌମୁଖୀ ଦୀପ ଜାଳି ଓଁ ଅଞ୍ଜନି ସୁତାୟ ନମଃ ଏହି ମନ୍ତ୍ରର ୨୧ ଥର ଜପ କରନ୍ତୁ । କୌଣସି ପ୍ରକାରର ଦୋଷ ସମସ୍ୟା ଥିଲେ ପ୍ରତ୍ୟେକ ଶନିବାର ଏକ ଲୋଟା ଜଳରେ କଳା ତିଳ ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ଢ଼ାଳି ଦିଅନ୍ତୁ ।

ଅଯଥା ଖର୍ଚ୍ଚରୁ ବର୍ତ୍ତିବା ପାଇଁ ଶନିବାର ଦିନ ବିରି ତିଆରି ଦୁଇଟି ବଡ଼ି ବନାଇ ସେଥିରେ ଦହି ଏବଂ ସିନ୍ଦୁର ଲଗାଇ ଲଗାତାର ୧୧ଟି ଶନିବାର ପର୍ଯ୍ୟନ୍ତ ଅଶ୍ୱତ୍ଥ ବୃକ୍ଷରେ ଅର୍ପିତ କରନ୍ତୁ । ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ସୋରିଷ ତେଲରେ ଦୁଇ ଚାରି ଦାନା କଳା ତିଳ ପକାଇ ଦୀପ ଜାଳିଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଗୃହ ପ୍ରାପ୍ତି ଆକାଂକ୍ଷା ଥିଲେ ଲୁହା ଦୀପରେ ତିଳ ତେଲରେ ଅଳ୍ପ ସୋରିଷ ତେଲ ମିଶାଇ ଶମୀ ବୃକ୍ଷ ତଳେ ଜଳାଇ , ଜଳି ସାରିବା ପରେ ଶାନ୍ତ ହୋଇଗଲେ ତାହାକୁ ଜଳରେ ପ୍ରବହିତ କରି ଦିଅନ୍ତୁ । ଲଗାତାର ୮ ସପ୍ତାହ ଏହି ଉପାୟ କରନ୍ତୁ । କରଜ ସମସ୍ୟା ଥିଲେ ଶନିବାର ଦିନ ଏକ ଗୋଟା ପାନ ପତ୍ର ଆଣି ଚିକ୍କଣ ପାର୍ଶ୍ୱକୁ ତଳକୁ ରଖି ଖଦଡ଼ିଆ ଭାଗରେ ଦୁଇଟି ଲବଙ୍ଗ ଆଣି ଜଳରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ ପରେ ବିନା ପଛକୁ ବୁଲି ଘରକୁ ପଳାଇ ଆସନ୍ତୁ ।

ଶନିବାର ଦିନ ଏକ କଳା କପଡ଼ାରେ ଏକ ମୁଠା ଚାଉଳ ବାନ୍ଧି ଶନିଦେବଙ୍କ ସମ୍ମୁଖରେ ରଖି ଦିଅନ୍ତୁ ଏବଂ ତାହାକୁ ପରେ କୌଣସି ଜଳରେ ଭସାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର କୌଣସିବି ସମସ୍ୟା ଦୁଃଖ କଷ୍ଟ ଦୂର ହୋଇଯିବ । ଶନିବାର ଦିନ ସୋରିଷ ତେଲ ଦାନ କରୁଥିଲେ ସେଥିରେ ନିଜ ଚେହେରା ଦେଖି ଦିଅନ୍ତ । ଶନିବାର ଦିନ ଖାସକରି ଶନିବାର ପୂଜା କୌଣସି ଧାର ନେଇ କରନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *