Excuse Me Odisha

ଯାହା କହିବୁ ସତ କହିବୁ

ମଇ ୧୯ ବଡ଼ ଶୁକ୍ରବାର ଘରର ଦ୍ୱାର ପାଖରୁ ଫିଙ୍ଗି ଦିଅନ୍ତୁ ଏହି ଗୋଟିଏ ଜିନିଷ । ଏହି ଖାସ ଉପାୟ ଦ୍ୱାରା କାଙ୍ଗାଳ ବି ହୋଇଯିବ କୋଟିପତି ।

ସେୟାର୍ କରନ୍ତୁ

ପୃଥିବୀରେ କେହିବି ମନୁଷ୍ୟ ଅର୍ଥ ରୋଜଗାରର ଇଚ୍ଛା ହଉଚି କରନ୍ତି । କିନ୍ତୁ ଲୋକ ଅଳ୍ପ ସମୟ ମଧ୍ୟରେ ଅଧିକ ଅର୍ଥ ରୋଜଗାର ପାଇଁ ଲୋକେ ଖରାପ କାମ କରିବାକୁ ପଛାଉ ନାହାଁନ୍ତି । ପୁଣି କିଛି ଲୋକ ଭଲ କାମ କରି ପରିଶ୍ରମ କରି ଟଙ୍କା ରୋଜଗାର କରନ୍ତି । ଏସବୁ ଠାରୁ ଭିନ୍ନ ଦୁନିଆରେ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ଖୁବ ପରିଶ୍ରମ କରିବା ସତ୍ତ୍ୱେବି ଟଙ୍କା ସ୍ଥାୟୀ ରହେନାହିଁ ଏବଂ ସଞ୍ଚୟ ହୋଇ ପାରେ ନାହିଁ । ଏହି ସମସ୍ୟା ପାଇଁ ଅନେକ କାରକ ରହିଥାଏ । କହି ରଖିବୁ ଯେ ଧନକୁ ସ୍ଥାୟୀ ରଖିବା ପାଇଁ ମାତା ଲକ୍ଷ୍ମୀ ପ୍ରସନ୍ନ ରହିବା ନିତାନ୍ତ ଜରୁରୀ ଅଟେ । ସମୁଦ୍ର ମନ୍ଥନ ସମୟରେ ହିଁ ମାତା ଲକ୍ଷ୍ମୀଙ୍କ ଜନ୍ମ ହୋଇଥିଲା ଏବଂ ଶୁକ୍ର ଗ୍ରହ ସହିତ ମାତା ଲକ୍ଷ୍ମୀଙ୍କ ସମ୍ବନ୍ଧ ରହିଥାଏ ବୋଲି ମାନା ଯାଇଛି ।

କିଛି ଉପାୟ ଅନୁଯାୟୀ ତାହାକୁ ଶୁକ୍ରବାର ଦିନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଘରେ ସ୍ଥାୟୀ ବାସ କରନ୍ତି । ଏହାଦ୍ବାରା ଧନ ହାନୀ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଏହି କିଛି ଉପାୟ ପ୍ରତ୍ୟେକ ଦିନ କରି ପାରିବେ । ଉପାୟ ଅନୁଯାୟୀ ପ୍ରତ୍ୟେକ ଦିନ ସକାଳୁ ଶୀଘ୍ର ଉଠି ଘରକୁ ଝାଡୁ କରି ନିଜର ନିତ୍ୟକର୍ମ ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ ।

ଏହାପରେ ଘରର ପୂଜାଘର କିମ୍ବା ମନ୍ଦିରକୁ ଭଲ ଭାବରେ ପରିଷ୍କାର କରି ସେଠାରେ ଏକ ଲୋଟାରେ ଜଳ ନେଇ ସେଥିରେ ପେଶା ଯାଇଥିବା ହଳଦୀ ମିଶାଇ ଘର ମନ୍ଦିରରେ ରଖି ଦିଅନ୍ତୁ । ପ୍ରଥମେ ମନ୍ଦିରରେ ଥିବା ସବୁ ଦେବଦେବୀଙ୍କ ବିଗ୍ରହକୁ ସ୍ନାନ କରାଇ ବସ୍ତ୍ର ଅର୍ପିତ କରନ୍ତୁ । ଏହାପରେ ଧୂପ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ । ଧ୍ୟାନ ଦେବେ ଯେପରି ଦୀପ ସିଧାସଳଖ ଭୂଇଁରେ ନରହେ ।

କାରଣ ଏହାଦ୍ବାରା ପୂଜା ପୂର୍ଣ୍ଣ ହୁଏନାହିଁ କିମ୍ବା ପୂଜାର ଫଳ ପ୍ରାପ୍ତ ହୁଏନାହିଁ । ଦୀପ ତଳେ କୌଣସି କପଡ଼ା , ଫୁଲ ପାଖୁଡ଼ା କିମ୍ବା କିଛି ଚାଉଳ ରଖି ପାରିବେ । ଏହାପରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ତିଳକ କରି ପୂଜା କରନ୍ତୁ ଏବଂ ଭୋଗ ଲଗାନ୍ତୁ । ତାପରେ ମାତା ଲକ୍ଷ୍ମୀଙ୍କୁ ତିଳକ କରି ପୂଜା କରନ୍ତୁ । ମନେ ମନେ ସ୍ମରଣ କରି ମାତା ଲକ୍ଷ୍ମୀଙ୍କୁ ଘରକୁ ଆଗମନ ପାଇଁ ଆବାହନ କରନ୍ତୁ ।

୨୧ ଥର ମାତା ଲକ୍ଷ୍ମୀଙ୍କ ମନ୍ତ୍ର ” ଓଁ ହ୍ରୀଂ ଶ୍ରୀଙ୍ଗ କ୍ଲିଙ୍ଗ ” ଜପ କରି ମାତା ଲକ୍ଷ୍ମୀଙ୍କୁ ତିଳକ କରଥିବା ହଳଦୀରୁ ଟିକିଏ ନିଜ ମଥାରେ ତିଳକ କରି ହଳଦୀ ମିଶା ପାଣିରୁ ଅଳ୍ପ ନେଇ ଦୁଇ ଆଖିରେ ସ୍ପର୍ଶ କରାଇ ପାଣିକୁ ନେଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ଦିଅନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ ଘରକୁ ଆଗମନ ପାଇଁ ପ୍ରାର୍ଥନା କରନ୍ତୁ । ପରେ ବଳକା ଜଳକୁ ସାରା ଘରେ ସିଞ୍ଚି ବଳକା ଜଳରୁ ଅଳ୍ପ ପ୍ରସାଦ ଆକାରରେ ଗ୍ରହଣ କରନ୍ତୁ ।

ବଳକା ଜଳକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଘର ପବିତ୍ର ହେବା ସହିତ ଘରକୁ ନକରାତ୍ମକତା ମଧ୍ୟ ପ୍ରବେଶ କରି ନଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ଘରେ ସ୍ଥାୟୀ ବାସ କରନ୍ତି । ଯଦି ଆପଣ ହଳଦୀ ମିଶା ଜଳକୁ ପ୍ରତ୍ୟେକ ଦିନ ଘରେ ସିଞ୍ଚି ଦିଅନ୍ତି ତେବେ ସେହି ଘରେ କେବେ ନକରାତ୍ମକତା ସୃଷ୍ଟି ହୁଏନାହିଁ , କଳହ କ୍ଳେଶ ସୃଷ୍ଟି ହୁଏନାହିଁ ଏବଂ ଧନର ଅଭାବ ମଧ୍ୟ ଦେଖା ଦିଏନାହିଁ ।

ଯଦି ଆପଣ ଏହି ଉପାୟକୁ ପ୍ରତ୍ୟେକ ଦିନ କରିବା ସମ୍ଭବ ନୁହେଁ ତେବେ ପ୍ରତ୍ୟେକ ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ କରନ୍ତୁ । ଏହି ଉପାୟ ଦ୍ୱାରା ଉଭୟ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୁଅନ୍ତି । ଘର ଦ୍ୱାରରେ ହଳଦୀ ମିଶା ଜଳ ସିଞ୍ଚିବା ସହିତ ଯଦି ଆପଣ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ଶୁଦ୍ଧ ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତି ତେବେ ମାତା ପ୍ରସନ୍ନ ହେବା ସହିତ ଆକର୍ଷିତ ହୋଇ ଘରକୁ ଆଗମନ କରନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *