Excuse Me Odisha

ଯାହା କହିବୁ ସତ କହିବୁ

ଜ୍ୟେଷ୍ଠ ମାସ ଶନି ଅମାବାସ୍ୟା ଦିନ ଅଶ୍ୱତ୍ଥ ବୃକ୍ଷରେ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ପିତୃ ଦୋଷ ହୋଇଯିବ ଆଶୀର୍ବାଦ ।

ସେୟାର୍ କରନ୍ତୁ

ଜ୍ୟେଷ୍ଠ ମାସ ଅମାବାସ୍ୟାକୁ ଶନି ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ଏହିଦିନ ସାବିତ୍ରୀ ବ୍ରତ ମଧ୍ୟ ପାଳିତ ହୋଇଥାଏ ଯାହାକୁ ବିବାହିତା ମହିଳା ଅଖଣ୍ଡ ସୌଭଗ୍ୟ ପ୍ରାପ୍ତି ପାଇଁ ରଖିଥାନ୍ତି । ଏହିଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୂଜା ମଧ୍ୟ କରିବାର ବିଧାନ ରହିଛି । ଏହିଦିନ ଶନିଦେବଙ୍କ ଜନ୍ମୋତ୍ସବ ମଧ୍ୟ ପାଳିତ ହୋଇଥାଏ । ଏହିଦିନ ପିତୃ ଦେବଙ୍କ ନିମନ୍ତେ ସ୍ନାନ ଦାନ ଏବଂ କିଛି ବିଶେଷ ଉପାୟ କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ଏହିଦିନ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ହୋଇଥାଏ । ଏହିଦିନ ସର୍ବପ୍ରଥମେ ସକାଳୁ ଉଠି ସ୍ନାନ କରି ଜଳ ତର୍ପଣ କରନ୍ତୁ ଏବଂ ତାପରେ ପିତୃଙ୍କ ନିମନ୍ତେ ଜଳ ତର୍ପଣ କରନ୍ତୁ ।

ଏହିଦିନ ଅଶ୍ୱତ୍ଥ ବୃକ୍ଷର ପୂଜା କରିବା ସର୍ବୋତ୍ତମ ହୋଇଥାଏ । ଏହିଦିନ ଚାଉଳ ଦାନ କରିବାର ବିଧାନ ରହିଛି । ଏହିଦିନ ବ୍ରତ ରଖିଥିଲେ ଭୁଲରେବି ତାମସିକ ଭୋଜନ କରନ୍ତୁ ନାହିଁ । ଏହିଦିନ ଭୁଲରେବି ଘରେ ଅନ୍ଧାର ରଖିବା ଉଚିତ ନୁହେଁ । ଏହିଦିନ ଦ୍ୱାରକୁ ଆସୁଥିବା ବ୍ୟକ୍ତିକୁ ଖାଇବାକୁ ନିଶ୍ଚୟ ଦିଅନ୍ତୁ । ପିତୃ ଦେବଙ୍କୁ ତର୍ପଣ ନିଶ୍ଚୟ କରନ୍ତୁ । ଏହିଦିନ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ତମାମ ଉପାୟ କରାଯାଇ ଥାଏ । ସବୁଠାରୁ ଜରୁରୀ ଜିନିଷ ହେଉଛି ଚାଉଳ ଯାହାକି ପୂଜାପାଠରେ ଲାଗିଥାଏ ଯାହାକି ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ପୂଜା ପାଠ କରିବା ଆଗକୁ ତିଳକ କରିବା ଜରୁରୀ ଅଟେ । ତାସହିତ ଚାଉଳ ମଧ୍ୟ ଲଗାଇଲେ

ଜାତକରେ ଚନ୍ଦ୍ରର ସ୍ଥିତି ଦୃଢ଼ ହୋଇଥାଏ ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଆର୍ଥିକ ସମସ୍ୟା ଥିଲେ ଏହି ଅମାବାସ୍ୟା ଦିନ ଏକ ମୁଠା ଚାଉଳ ନେଇ ଶିବଲିଙ୍ଗରେ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ସହିତ ଆର୍ଥିକ ଲାଭ ମଧ୍ୟ ହେବ । ଅମାବାସ୍ୟା କିମ୍ବା କୌଣସି ସୋମବାର ଏହି ଉପାୟ ଆପଣ କରି ପାରିବେ । କୌଣସି ପ୍ରକାରର ସମସ୍ୟା ଥିଲେ ମିଠା ଭାତ ବନାଇ କାଉକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ପିତୃ ଦୋଷ ଦୂର ହେବା ସହିତ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଜୀବନର ତମାମ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାଦ୍ବାରା ଚାକିରୀ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।

ଏହାବ୍ୟତୀତ ଚାକିରୀରେ ପଦୋନ୍ନତି ମଧ୍ୟ ହେବ । ଧନ ଲାଭର ଯୋଗ ବନିବା ସହିତ ଜୀବନର ସବୁ ସମସ୍ୟା ମଧ୍ୟ ଦୂର ହେବ । ମାତା ଲକ୍ଷ୍ମୀଙ୍କୁ ସ୍ଥାୟୀ କରିବାକୁ ଚାହୁଁଥିଲେ ଏବଂ ପିତୃ ଦୋଷ ଜନିତ ତମାମ ସମସ୍ୟା ଥିଲେ କାଉକୁ ରୋଟି ଖୁଆନ୍ତୁ । ଏହାପରେ ମିଠା ଭାତ କିମ୍ବା କ୍ଷୀରି ବନାଇ ମଧ୍ୟ ଖୁଆଇ ପାରିବେ । ଏହା ପିତୃ ଦେବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ । ଏପରି କରିବା ଦ୍ୱାରା ପିତୃ ଦେବଙ୍କ ଆଶୀର୍ବାଦ ମିଳିବା ସହିତ ଉନ୍ନତି ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପୂଜଘରେ ଏକ ନାଲି କପଡ଼ା ବିଛାଇ ତାହା ଉପରେ ୨୧ ଟି ଦାନା ଗୋଟା ସମ୍ପୂର୍ଣ୍ଣ ଚାଉଳ ଓଁ ଶ୍ରୀ ଶ୍ରୀୟାଙ୍ଗୟ ନମଃ ମନ୍ତ୍ର ଜପ କରି ଗୋଟିଏ ଲେଖାଏଁ ରଖନ୍ତୁ । ସେଥିରେ ହଳଦୀ ତିଳକ କରି ମାତା ଲକ୍ଷ୍ମୀଙ୍କ ସାମ୍ନାରେ ରଖି ପର୍ସ କିମ୍ବା ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ଲାଭ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *