Excuse Me Odisha

ଯାହା କହିବୁ ସତ କହିବୁ

୫୦୦ ବର୍ଷର ମହାସଂଯୋଗ ! ସାବିତ୍ରୀ ବ୍ରତରେ ଏହି ଚାରି ରାଶି ହେବେ ଭାଗ୍ୟଶାଳୀ ।

ସେୟାର୍ କରନ୍ତୁ

ମଇ ୧୯ ଶୁକ୍ରବାର ସାବିତ୍ରୀ ବ୍ରତ ଏବଂ ଜ୍ୟେଷ୍ଠ ଅମାବାସ୍ୟା ମଧ୍ୟ । ତେଣୁ ଏହିଦିନ ଠାରୁ ପାଞ୍ଚଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷିବାକୁ ଯାଉଛି । ଏହା ସତ ଯେ ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ଗ୍ରହ ମାନଙ୍କର ଚଳନ ଅନୁଯାୟୀ ପରିଚାଳିତ ହୋଇଥାଏ । କିନ୍ତୁ ଅଧିକାଂଶ ଲୋକ ଏପରି ଅଛନ୍ତି ଯେଉଁମାନେ ଖୁବ ପରିଶ୍ରମ କରିବା ସତ୍ତ୍ୱେବି ନିଜ ଜୀବନକୁ ବଦଳାଇ ପାରନ୍ତି ନାହିଁ । ପୁଣି କେତେବେଳେ ବ୍ୟକ୍ତିଙ୍କୁ ବିନା ପରିଶ୍ରମରେ ହିଁ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ତାହା ମଧ୍ୟ ଗ୍ରହର ଚଳନ କାରଣରୁ ସମ୍ଭବ ହୋଇଥାଏ । ଏହି ରାଶି ଚକ୍ର କାରଣରୁ ସାବିତ୍ରୀ ବ୍ରତରେ ୧୨ ଗୋଟି ରାଶି ମଧ୍ୟରୁ ପାଞ୍ଚ ଗୋଟି ରାଶି ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷିବାକୁ ଯାଉଛି ।

ତେବେ ଏହି ସମୟରେ କାମ କରିବାକୁ ଉକ୍ତ ରାଶି ମାନଙ୍କ ପାଇଁ ସମୟ ବେଶ ଭଲ ରହିଛି । ପ୍ରେମ ସମ୍ବନ୍ଧ ପାଇଁ ମଧ୍ୟ ଏହି ସମୟ ବେଶ ଭଲ ଅଟେ । ଘରେ ଖୁସିର ବାତାବରଣ ରହିବ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ଆପଣ ନୂଆ ବନ୍ଧୁ ମଧ୍ୟ ବନାଇବେ । ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ । ପୁରୁଣା ଟଙ୍କା ଫେରି ପାଇବେ । ବିବାହ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କର ବିବାହ ଯୋଗ ମଧ୍ୟ ବନୁଛି । ଘରେ କୌଣସି ନୂଆ ଯାନ କିଣିବାକୁ ଇଚ୍ଛା କରି ପାରନ୍ତି । ବ୍ୟବସାୟରେ ଲାଭ ହେବା ସହିତ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ ।

୧ . ବୃଷ ରାଶି:-

ସାବିତ୍ରୀ ବ୍ରତ ଠାରୁ ଏହି ରାଶିର ବ୍ୟକ୍ତିଙ୍କର ରାଜ ଯୋଗ ସୃଷ୍ଟି ହେବାକୁ ଯାଉଛି । ଯେଉଁ କାରଣରୁ ଏମାନଙ୍କର ଅଟକି ରହିଥିବା କାର୍ଯ୍ୟ ଶେଷ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତିଙ୍କୁ ନିଜର କାମ ପୂରଣ କରିବାକୁ ନୂତନ ଅବସର ପ୍ରାପ୍ତ ହେବ । ନୂତନ ସାଙ୍ଗ ମାନଙ୍କ ସହଯୋଗ ପ୍ରାପ୍ତ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତି ହେବ ।

୨ . କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତିଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଜୀବନସାଥୀଙ୍କର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏବଂ ପାରିବାରିକ ସମସ୍ୟା ଦୂର ହେବା ସହିତ ଆର୍ଥିକ ଲାଭ ମଧ୍ୟ ପ୍ରାପ୍ତ ହେବ । ଭାଗ୍ୟ ପ୍ରାପ୍ତି କାରଣରୁ କାର୍ଯ୍ୟରେ ସଫଳତା ମିଳିବ ଏବଂ ଆଗାମୀ ସମୟରେ ଆକସ୍ମିକ ଧନ ପ୍ରାପ୍ତି ହେବାର ଆଶଙ୍କା ରହିଛି ।

୩ . ସିଂହ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ବହୁତ ଶୀଘ୍ର କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଯେଉଁ କାର୍ଯ୍ୟରେ ସେମାନେ ନିଶ୍ଚୟ ସଫଳ ହେବେ । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କର ଅଭାବ ରହିବ ନାହିଁ । ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏମାନଙ୍କୁ ଲାଭ ମିଳିବ । ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ପ୍ରମୋଶନ ମିଳିବ । ଏମାନଙ୍କର ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ।

୪ . ତୁଳା ରାଶି:-

ଏମାନଙ୍କୁ ଭାଗ୍ୟର ସାଥ ମିଳିବ ଏବଂ ଯେଉଁ କାରଣରୁ ଏମାନେ ସଫଳତା ହାସଲ କରିବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କଲେ ସେଥିରେ ନିଶ୍ଚୟ ସଫଳତା ହାସଲ କରିବେ । ଏହି ରାଶିର ବ୍ୟକ୍ତିଙ୍କୁ ଆସନ୍ତା ସମୟରେ ଧନରେ କୌଣସି ଅଭାବ ରହିବ ନାହିଁ । ଏମାନଙ୍କ ଜୀବନରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ ।

୫ . କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତି ବହୁତ ଜଲଦି ମାଲାମାଲ ହେବାକୁ ଯାଉଛନ୍ତି । କୌଣସି ବଡ଼ ସମସ୍ୟା ଥିଲେ ତାହା ଦୂରେଇ ଯିବ । ମାତା ଲକ୍ଷ୍ମୀ ଏବଂ ଭଗବାନ କୁବେରଙ୍କ କୃପା କାରଣରୁ ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *