Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଗୋଟିଏ ମଙ୍ଗଳବାର କରି ଦିଅନ୍ତୁ ଏହି ଖାସ ପ୍ରୟୋଗ । ଦୂର ହୋଇଯିବ ଦୁର୍ଭାଗ୍ୟ ।

ସେୟାର୍ କରନ୍ତୁ

ବର୍ତ୍ତମାନ ସମୟରେ ନୁହେଁ ବରଂ ଅନେକ ପୁରା କାଳରୁ ଲେମ୍ବୁର ପ୍ରୟୋଗ କରି ଅନେକ ସମସ୍ୟାରୁ ମୁକ୍ତି ପାଇବାର ଉପାୟ କରାଯାଇ ଆସୁଛି । ଆଜି ମଧ୍ୟ ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଲେମ୍ବୁର କିଛି ପ୍ରୟୋଗ ବିଷୟରେ କହିବୁ । ବିଜ୍ଞାନ ଅନୁଯାୟୀ ଲେମ୍ବୁରେ ଭିଟାମିନ C ଅଧିକ ପରିମାଣରେ ଥାଏ ଯାହା ଶରୀର ପାଇଁ ବେଶ ଲାଭଦାୟକ ଅଟେ । ଆଜି ଆମେ ଆପଣଙ୍କୁ ଲେମ୍ବୁର ୧୦ ଟି ଉପାୟ ବିଷୟରେ କହିବୁ ଯାହାକୁ ଆପଣ ପ୍ରୟୋଗ କରି ନିଜ ଜୀବନର ସବୁ ସମସ୍ୟାକୁ ଦୂରେଇ ଦେଇ ପାରିବେ ।

ଯଦି ଆପଣଙ୍କ ଦୋକାନ କିମ୍ବା ବ୍ୟବସାୟ ଉପରେ କାହାରି ଖରାପ ନଜର ପଡ଼ିଛି ତେବେ କାର୍ଯ୍ୟ ସ୍ଥଳରେ ଲେମ୍ବୁ ଏବଂ ଲଙ୍କା ବାନ୍ଧି ଝୁଲାଇ ଦେବା ଉଚିତ ଯାହାଦ୍ୱାରା ଲେମ୍ବର ଖଟା ଏବଂ ଲଙ୍କାର ତିକ୍ତତା ନଜର ଦୋଷ ନଷ୍ଟ କରିଥାଏ ବୋଲି କୁହାଯାଏ ଯାହାକି ପୁରାଣ ଏବଂ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ହୋଇଛି ।

ଯଦି ଆପଣଙ୍କ ଘରେ କଳହ କିମ୍ବା ବିବାଦ ଭଳି ସମସ୍ୟା ଦେଖା ଦେଉଛି ତେବେ ଘରେ ଲେମ୍ବୁ ଟାଙ୍ଗି ରଖିଲେ ଏହା ଘରର ବାତାବରଣ ଶୁଦ୍ଧ ରଖିଥାଏ ଏବଂ ଲେମ୍ବୁ ରଖିବା ଦ୍ୱାରା ଘରକୁ କୌଣସି ପ୍ରକାରର ନକରାତ୍ମକ ଶକ୍ତି ମଧ୍ୟ ଆସି ପାରେ ନାହିଁ । ବାସ୍ତୁ ଶାସ୍ତ୍ରର ୨୧ ତମ ଅଧ୍ୟାୟରେ ମଧ୍ୟ ଲେମ୍ବୁ ବିଷୟରେ ବର୍ଣ୍ଣନା କରାଯାଇଛି । ଯଦି ଆପଣ ଘରେ କୌଣସି ଗାଉଁଲାରେ ଲେମ୍ବୁ ଗଛ ଲଗାଇ ଦିଅନ୍ତି ତେବେ ଆପଣଙ୍କ ଘର ଉପରେ କେହିବି ଖରାପ ପ୍ରଭାବ ପକାଇ ପାରିବେ ନାହିଁ ।

ଏହାଦ୍ବାରା ଆପଣଙ୍କ ବାସ୍ତୁ ମଧ୍ୟ ଠିକ ରହିବ । ଲେମ୍ବୁ ଗଛ ଯେତେ ବଡ଼ ହେବ ଆପଣଙ୍କ ଘର ଉପରେ ସେତେବେଳେ ସକାରାତ୍ମକ ପ୍ରଭାବ ପଡ଼ିବ । ଯଦି ଆପଣ ଧଣିବାର ଦିନ ଶନି ଦେବଙ୍କୁ ଆରାଧନା କରି ଘରର ଚାରି କୋଣରେ ଓଲଟା ଦିଗରୁ ଲେମ୍ବୁ ରଖି ତାହାକୁ ନେଇ କୌଣସି ଜଳାଶୟରେ ପ୍ରବାହିତ କରି ଦିଅନ୍ତି ତେବେ ଘର ଉପରେ କୌଣସି ନକରାତ୍ମକ ପ୍ରଭାବ ପଡ଼ିପାରେ ନାହିଁ ଏବଂ ସବୁ ପ୍ରକାରର ଦୁଷ୍ଟ ଶକ୍ତି ମଧ୍ୟ ଦୂର ହୋଇଯାଏ ।

ଯଦି ଆପଣ ଚାକିରୀ ସନ୍ଧାନରେ ଅଛନ୍ତି କିମ୍ବା ଖୁବ ପରିଶ୍ରମ ସତ୍ତ୍ୱେବି ଚାକିରୀ ମିଳୁନାହିଁ କିମ୍ବା ପ୍ରମଶନ ମିଳୁନାହିଁ ତେବେ ମଙ୍ଗଳବାର ଦିନ ଏକ ଲେମ୍ବୁ ଏବଂ ଚାରୋଟି ଲବଙ୍ଗ ନେଇ କୌଣସି ହନୁମାନ ମନ୍ଦିରକୁ ଯାଆନ୍ତୁ ଏବଂ ହନୁମାନଙ୍କ ସାମ୍ନାରେ ବସି ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ହନୁମାନଙ୍କ ସାମ୍ନାରେ ବସି ମନେ ମନେ ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କ ମଙ୍ଗଳ ଦୃଢ଼ ହେବା ସହିତ ନବଗ୍ରହ ଦୃଢ଼ ହେବେ ଏବଂ ଆପଣଙ୍କ ଦୁର୍ଭାଗ୍ୟ ମଧ୍ୟ ସୌଭଗ୍ୟରେ ପରିଣତ ହୋଇଯିବ ।

ଯଦି ଘରେ କୌଣସି ବୟସ୍କ କିମ୍ବା ଛୋଟ ପିଲା ଉପରେ ନଜର ଦୋଷ ଲାଗିଛି ତେବେ ଏକ ଲେମ୍ବୁ ନେଇ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଏକ ନୂଆ ଛୁରୀରେ ଦୁଇ ଭାଗ କାଟି ଘର ବାହାରକୁ ଯାଇ କୌଣସି ସ୍ଥାନରେ ପୋତି ଦିଅନ୍ତୁ । ସେହି ଲେମ୍ବୁ ନଜର ଦୋଷ ଉତାରି ନେଇଯିବ ।

ଯଦି ଆପଣଙ୍କ ଦୋକାନ କିମ୍ବା ବ୍ୟବସାୟ ଉପରେ କାହାରି ନଜର ଲାଗିଛି ତେବେ ଏକ ଲେମ୍ବୁ ଆଣି ତାହାକୁ ସମାନ ଚାରି ଭାଗ କାଟି ଦୋକାନର ଚାରି କୋଣରେ ରଖି ଦିଅନ୍ତୁ ଏବଂ ତାହାକୁ ସନ୍ଧ୍ୟା ୭ ପରେ ଉଠାଇ ଭିନ୍ନ ଭିନ୍ନ ଚାରୋଟି ନାଲି କପଡ଼ାରେ ବାନ୍ଧି କୌଣସି ଜଳାଶୟରେ ପ୍ରବାହିତ କରି ଦିଅନ୍ତୁ । ଏହାଦ୍ବାରା ବ୍ୟବସାୟ ଉପରେ କୌଣସି ନଜର ସମସ୍ୟା ଦୂର ହୋଇଯିବ ।

ଯଦି ଆପଣ ଅତ୍ୟଧିକ ପରିଶ୍ରମ କରିବା ସତ୍ତ୍ୱେବି ଆପଣଙ୍କୁ କିଛିବି ଫାଇଦା ମିଳୁନାହିଁ ଏବଂ ଚାକିରୀରେ ପଦୋନ୍ନତି ହେଉନାହିଁ ତେବେ ଏକ ଲେମ୍ବୁ ଆଣି ତାହାକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ‘ ଓଁ ହନୁମତେ ନମଃ ‘ ମନ୍ତ୍ରର ୧୦୮ ଥର ଜପ କରି ସେହି ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ଦିଅନ୍ତୁ । ଦେଖିବେ ଆପଣଙ୍କର କୌଣସି ପ୍ରକାରର ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *