Excuse Me Odisha

ଯାହା କହିବୁ ସତ କହିବୁ

ଖରାପ ଝାଡୁ ଫିଙ୍ଗିବା ପୂର୍ବରୁ ଜାଣି ନିଅନ୍ତୁ କିଛି ଖାସ ସତର୍କତା । ନଚେତ ମାତା ଲକ୍ଷ୍ମୀ ହୋଇଯିବେ କ୍ରୋଧିତ ।

ସେୟାର୍ କରନ୍ତୁ

ଶାସ୍ତ୍ରରେ ଝାଡୁର ପ୍ରୟୋଗକୁ ଶୁଭ ଏବଂ ଅଶୁଭ ସହିତ ଯୋଡ଼ା ଯାଇଛି । ଶାସ୍ତ୍ର ଅନୁଯାୟୀ ଝାଡୁ ପ୍ରୟୋଗର ବିଧିକୁ ମଧ୍ୟ ଅଧିକ ମହତ୍ତ୍ୱ ଦିଆଯାଇଛି । ଝାଡୁକୁ ରଖିବାର ଏକ ଉପଯୁକ୍ତ ଦିଗ ମଧ୍ୟ ରହିଛି । ଶାସ୍ତ୍ର ଅନୁଯାୟୀ ଝାଡୁକୁ ମାତା ଲକ୍ଷ୍ମୀଙ୍କ ସହିତ ଯୋଡ଼ି ଦେଖା ଯାଇଛି । ଝାଡୁର ଭୁଲ ପ୍ରୟୋଗ ଜୀବନରେ ଦାରିଦ୍ର୍ୟତା ବଢ଼ାଇ ଥାଏ । ଘରେ କିଛି ସମସ୍ୟା ଦେଖା ଦେଲେ ଏହାର ଅର୍ଥ ହେଉଛି ଘରେ ନକରାତ୍ମକ ଶକ୍ତି ଅଧିକ ହୋଇଯିବା ।

ଭୁଲ ସମୟରେ ପ୍ରୟୋଗ କରାଯାଯାଉଥିବା ଝାଡୁ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ । କିନ୍ତୁ ଝାଡୁର ଉପଯୁକ୍ତ ପ୍ରାୟୋଗ ବ୍ୟକ୍ତିକୁ ଧନୀ ମଧ୍ୟ କରିପାରେ । ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ସକାଳ ସନ୍ଧ୍ୟାରେ ନିଶ୍ଚିତ ଭାବରେ ଝାଡୁ ମାରିବା ଉଚିତ । ଅତିକମରେ ସକାଳ ସମୟରେ ଝାଡୁ ନିହାତି ମାରନ୍ତୁ ।

ଘରକୁ ନୂଆ ଝାଡୁ ଆଣିଲେ ଶନିବାର ଦିନରୁ ତାହାର ବ୍ୟବହାର ଆରମ୍ଭ କରନ୍ତୁ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ବଢ଼ିଥାଏ । ଦୀପାବଳି ଭଳି ଶୁଭ ଅବସରରେ ଝାଡୁ କିଣି ଆଣିବା ଖୁବ ଶୁଭ ହୋଇଥାଏ । ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଝାଡୁକୁ କେବେବି ଖୋଲା ଆକାଶ ତଳେ ରଖିବା ଉଚିତ ନୁହେଁ ଏବଂ ତାହାକୁ ସବୁବେଳେ ନଜର ଠାରୁ ଦୂରରେ ଲୁଚେଇ ରଖିବା ଉଚିତ । ଝାଡୁ ରଖିବାର ଉପଯୁକ୍ତ ଦିଗ ହେଉଛି ଉତ୍ତର ପଶ୍ଚିମ ଦିଗ ।

ଝାଡୁରେ କେବେ ଗୋଡ଼ ସ୍ପର୍ଶ କରିବା ଉଚିତ ନୁହେଁ କିମ୍ବା କାହାକୁ କେବେ ଝାଡୁରେ ମାରିବା ଉଚିତ ନୁହେଁ । ଐଶାନ୍ୟ କୋଣରେ ଝାଡୁ ରଖିବା ଉଚିତ ନୁହେଁ । ଘରେ ଆପରିଷ୍କାର ଝାଡୁ ରଖିଲେ କଳହ କ୍ଳେଶ ଦେଖା ଦେଇଥାଏ । ତେଣୁ ଝାଡୁ ଅପରିଷ୍କାର ହୋଇଥିଲେ ତାହାକୁ ଧୋଇ ଶୁଖାଇ ରଖିବା ଉଚିତ । ଯଦି ଆପଣ କୌଣସି ନୂଆ ଘରକୁ ଶିଫ୍ଟ ହେଉଛନ୍ତି ତେବେ ନୂଆ ଝାଡୁ ନେଇ ଯିବା ଉଚିତ ।

ଝାଡୁକୁ ସବୁବେଳେ ଏକ କୋଣରେ ଲୁଚାଇ ରଖିବା ଉଚିତ । ଝାଡୁରେ ପାଦ ସ୍ପର୍ଶ କରିବା ଉଚିତ ନୁହେଁ । ଭୋଜନ କକ୍ଷରେ ଝାଡୁ ରଖନ୍ତୁ ନାହିଁ ନଚେତ ବହୁତ ଜଲଦି ଅନ୍ନ ଶେଷ ହୋଇଯାଏ । ଏହାବ୍ୟତୀତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ରାତିରେ ଘରର ମୁଖ୍ୟଦ୍ୱାର କୋଣରେ ଝାଡୁ ରଖିବା ଦ୍ୱାରା ଘରକୁ କୌଣସି ନକରାତ୍ମକ ଶକ୍ତି ଆସିଲେ ଝାଡୁ ତାହାକୁ ଦୂର କରିଥାଏ । ଯଦି ଘରର କେହି ଛୋଟ ପିଲା ହଠାତ ଘରେ ଝାଡୁ କରୁଥିବାର ଦେଖାଯାଏ ତେବେ ଏହାର ଅର୍ଥ ଘରକୁ କେହି ଅତିଥି ଆସିବାକୁ । ଯାଉଛନ୍ତି । ଝାଡୁକୁ କେବେବି ଓଦା କରି ରଖିବା ଉଚିତ ନୁହେଁ । ଯଦି ଭୁଲ ବଶତଃ ତାହା ଓଦା ହୋଇ ଯାଉଛି ତେବେ ତାହାକୁ ତୁରନ୍ତ ଶୁଖାଇ ରଖିବା ଉଚିତ ।

ସନ୍ଧ୍ୟା ସମୟରେ ପୋଛା ମାରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଗୁରୁବାର ଦିନ ପୋଛା ଲଗାଇବା ଉଚିତ ନୁହେଁ । ଅତି ଜରୁରୀ ଥିଲେ ପୋଛା ପାଣିରେ ଏକ ଚିମୁଟା ହଳଦୀ କିମ୍ବଲ ଲୁଣ ମିଶାଇ ପୋଛା ଲଗାଇ ପାରିବେ । ଆପଣ ଚାହିଁଲେ ଫିଟିକିରି ମଧ୍ୟ ମିଶାଇ ପାରିବେ । ଏହାଦ୍ବାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । କୌଣସି ପଶୁପକ୍ଷୀଙ୍କୁ ଝାଡୁରେ ମାରନ୍ତୁ ନାହିଁ ।

ଘରୁ କେହି ବ୍ୟକ୍ତି ଶୁଭ କାର୍ଯ୍ୟ ନିମନ୍ତେ ବାହାରିଲେ ତୁରନ୍ତ ଝାଡୁ ମାରିବା ଉଚିତ ନୁହେଁ । ନୂଆ ଘରକୁ ପ୍ରବେଶ କଲେ ନୂଆ ଝାଡୁ ନେଇ ଯାଆନ୍ତୁ । ମାତ୍ର ପୁରୁଣା ଝାଡୁ ଆଣି କିଛିଦିନ ବ୍ୟବହାର କରି ତାହାକୁ ବାହାର କରି ଦିଅନ୍ତୁ ଏବଂ ନୂଆ ଝାଡୁ ବ୍ୟବହାର କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି । ସୂର୍ଯ୍ୟାସ୍ତ ସମୟରେ ଘରକୁ ଝାଡୁ ଆଣନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *