Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ପ୍ରକୃତିର ମନୁଷ୍ୟ ପାଖରେ ଟଙ୍କା ରହି ନଥାଏ,କେଉଁ କେଉଁ ଦୁର୍ଗୁଣ ଥିଲେ ପାଖରେ ରୁହେ ନାହିଁ ଟଙ୍କା !

ସେୟାର୍ କରନ୍ତୁ

ମନୁଷ୍ୟ ନିଜ ବର୍ତ୍ତମାନ ଓ ଭବିଷ୍ୟତ ଉତ୍ତମ କରିବା ପାଇଁ ସର୍ବଦା ଟଙ୍କା ରୋଜଗାରରେ ଲିପ୍ତ ରହିଥାଏ। କାରଣ ସେ ଭଲ ଭାବରେ ଜାଣିଛି ଯେ ଟଙ୍କା ଦ୍ୱାରା ହିଁ କେବଳ ତା’ର ଜୀବନ ଉତ୍ତମ ହୋଇ ପାରିବ। ହେଲେ ଅନେକଙ୍କର କେବଳ ଗୋଟିଏ ଅଭି-ଯୋଗ ରହିଥାଏ ତାହା ହେଉଛି ଯେତେ ରୋଜଗାର କଲେ କଣ ପାଇଁ ଟଙ୍କା ରହୁ ନାହିଁ ଖର୍ଚ୍ଚ ହେଇ ଯାଉଛି। ତେବେ ଏହାପଛରେ ମୁଖ୍ୟ କାରଣ କଣ ରହିଛି ଏବଂ କେଉଁ ଦୁର୍ଗୁଣ ପାଇଁ ମନୁଷ୍ୟ ସହ ଏପରି ଘଟିଥାଏ। ଆଜି ଆମେ ସେହି ବିଷୟରେ ଜାଣିବା।

ଆପଣ ମାନେ ଜାଣିଛନ୍ତି ଯେ ଟଙ୍କାକୁ ଲକ୍ଷ୍ମୀ ବୋଲି କୁହାଯାଏ। ଗୁରୁବାରକୁ ଲକ୍ଷ୍ମୀଙ୍କ ବାର ବୋଲି ମଧ୍ୟ କୁହାଯାଏ। ତେବେ କଣ ସବୁ ଭୁଲ ଏହି ଗୁରୁବାର ଦିନ କହିବେ ନାହିଁ। ପ୍ରଥମେ ହେଉଛି ଗୁରୁବାର ଦିନ ଆମିଷ ଖାଇବେ ନାହିଁ। ଗୁରୁବାରରେ ଚାଉଳ, ଖଇ, ଚୂଡା ଆଦି ଭାଯିବେ ନାହିଁ। ଲାଉ ରେ ଆମିଷ ମିଶାଇ ଭକ୍ଷଣ କରିବେ ନାହିଁ।

ଅନ୍ୟ ଏକ ଖରାପ ଗୁଣ ହେଉଛି ଯଦି ଭୋଜନ କରିବା ବେଳେ ଅର୍ଣ୍ଣ ତଳେ ପକେଇବେ ନାହିଁ। ନଚେତ ଧରିତ୍ରୀ ମାତା କ୍ରୋଧ କରିବେ। କାରଣ ତାଙ୍କୁ ଅର୍ଣ୍ଣ ଦାତ୍ରି ବୋଲି କୁହାଯାଏ। ଯଦି ଆମେ ଅର୍ଣ୍ଣ ପକେଇବା ତାହାଲେ ତାଙ୍କର ଅପମାନ ହୁଏ। ମୁହଁ ନ ଧୋଇ ଯଦି ଭୋଜନ କରିବେ, ନିଦରୁ ଊଠି ମୁହଁ ଯଦି ନ ଧୋଇବେ, ବିନା ଆସନରେ ଭୂମିରେ ବସିବେ, ଅନ୍ଧାର ଘରେ ଭୋଜନ କରିବେ ତେବେ ଏହି ପ୍ରକୃତି ଥିବା ଲୋକମାନଙ୍କ ପାଖରେ ଯେତେ ରୋଜଗାର କଲେ ମଧ୍ୟ ରହେ ନାହିଁ।

ସ୍ନାନ ପରେ ଶରୀରରେ ତେଲ ଲଗେଇବା ଆଜିର ମନୁଷ୍ୟର ଏକ ଅଭ୍ୟାସ ଅଟେ। ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହା ଏକ ଖରାପ ଅଭ୍ୟାସ ଅଟେ। ଏହା କରିବା ଦ୍ୱାରା ମନୁଷ୍ୟ ଅର୍ଥହାନୀ ସମସ୍ୟା ଦେଖା ଦେଇଥାଏ। ଏହିଭାଲ ବଦଅଭ୍ୟାସ ଥିବା ମନୁଷ୍ୟ ପାଖରେ ଅର୍ଥାଭାବ ଦେଖାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *