Excuse Me Odisha

ଯାହା କହିବୁ ସତ କହିବୁ

ସୋମବାର ଦିନ ଏହି ତିନୋଟି ଭୁଲ ଆଦୋୖ କରନ୍ତୁ ନାହିଁ । ନଚେତ ପୁରା ପରିବାର ହୋଇଯିବ ନଷ୍ଟ ।

ସେୟାର୍ କରନ୍ତୁ

ସପ୍ତାହର ସାତୋଟି ବାର ମଧ୍ୟରୁ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବଦେବୀଙ୍କୁ ସମର୍ପିତ ଥାଏ । ଏହାବ୍ୟତୀତ ଏହି ବାରର ନାମ ଭିନ୍ନ ଭିନ୍ନ ଗ୍ରହ ମାନଙ୍କ ନାମ ଅନୁଯାୟୀ ରଖାଯାଇଛି । ଶାସ୍ତ୍ର ଅନୁଯାୟୀ ସ୍ୱତନ୍ତ୍ର ବର ବାର ଅନୁଯାୟୀ ସ୍ୱତନ୍ତ୍ର ଦେଦେବୀଙ୍କ ପୂଜା ଦ୍ୱାରା ସେହି ଦେବଦେବୀଙ୍କ ଶକ୍ତି ମଧ୍ୟ ପ୍ରଖର ହୋଇଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଅପଣଙ୍କୁ କହିବୁ ଯେ ସୋମବାର ଦିନ କେଉଁ ଦେବତାଙ୍କ ବାର ବ୍ରତ ଏବଂ ପୂଜା କରିବା ଉଚିତ ।

ଏହାବ୍ୟତୀତ କିଛି ବିଶେଷ ଉପାୟ ବିଷୟରେ ମଧ୍ୟ କହିବାକୁ ଯାଉଛୁ । ସପ୍ତାହର ପ୍ରଥମ ଦିନଟି ହେଉଛି ସୋମବାର ଯାହାକି ଭଗବାନ ଶିବଙ୍କ ବାର ହୋଇଥାଏ । ଏହିଦିନର ଅଧିପତି ହେଉଛନ୍ତି ଚନ୍ଦ୍ର ଏବଂ ଏହିଦିନ ଭଗବାନ ଶିବଙ୍କ ପୂଜାର ମହତ୍ତ୍ୱ ରହିଛି । ତେଣୁ ଏହିଦିନର ନାମ ରଖାଯାଇଛି ସୋମବାର ।

ତେଣୁ ଏହିଦିନ ଭଗବାନ ଚନ୍ଦ୍ର ଏବଂ ଶିବଙ୍କ ଆରାଧନା ମଧ୍ୟ କରାଯାଏ ଏବଂ ବ୍ରତ ମଧ୍ୟ ପାଳନ କରାଯାଏ । ସୋମବାର ଦିନ ରଖା ଯାଇଥିବା ବ୍ରତ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ତେଣୁ ପ୍ରତ୍ୟକ ବ୍ୟକ୍ତି ନିଜର କୌଣସି ମନସ୍କାମନା ପାଇଁ ଏବଂ ସୁଖ ଶାନ୍ତି ପାଇଁ ନିଶ୍ଚୟ ଏହି ଦିନ ବ୍ରତ ରଖିବା ଉଚିତ । କୁଆଁରୀ ଝିଅ ମାନେ ଉତ୍ତମ ଜୀବନସାଥୀ ପାଇବା ପାଇଁ ଏହି ସୋମବାର ବ୍ରତ ରଖିଥାନ୍ତି ।

ଜ୍ୟୋତିଷ ଶାସ୍ତ୍ରରେ ସୋମବାର ଦିନଟି ଭଗବାନ ଶିବ ଏବଂ ଚନ୍ଦ୍ରଙ୍କ ସହିତ ଜଡ଼ିତ ଅଟେ । ତେଣୁ ଏହିଦିନ ଭଗବାନ ଶିବଙ୍କୁ ପସନ୍ଦ ଅନୁସାରେ କାର୍ଯ୍ୟ କରାଯାଇ ଥାଏ । ଏହିଦିନ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଗଙ୍ଗା ଜଳ ଅର୍ପିତ କରନ୍ତୁ ଏବଂ ଭଗବାନଙ୍କ ପ୍ରିୟ ବସ୍ତୁ ଅର୍ପିତ କରନ୍ତୁ । ଭଗବାନ ଶିବଙ୍କର ଅତି ପ୍ରିୟ ହୋଇଥାଏ ବେଲପତ୍ର ତେଣୁ ସୋମବାର ଦିନ ବେଲପତ୍ର ମଧ୍ୟ ଅର୍ପିତ କରନ୍ତୁ ।

ରାତିରେ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏପରି କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଭଗବାନ ଶିବଙ୍କୁ ଧଳା ରଙ୍ଗର ବସ୍ତୁ ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଭଗବାନ ଶିବଙ୍କୁ କ୍ଷୀର ଦହି , ଧଳା ଫୁଲ ଅର୍ପଣ କରନ୍ତୁ । ଏହାଦ୍ବାରା ଭଗବାନଙ୍କ କୃପା ବର୍ଷା ହୋଇଥାଏ । ଏହିଦିନ ଧଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ସୋମବାର ଦିନ ଘରୁ ବାହାରକୁ ଯିବା ସମୟରେ ନିଶ୍ଚୟ ଆଇନା ଦର୍ଶନ କରି ଯାଆନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ କାମ ସଫଳତା ପୂର୍ବକ ସମ୍ପନ୍ନ ହୋଇଥାଏ ।

ସୋମବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ :-

ସୋମବାର ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରି ଶିବ ମନ୍ଦିରକୁ ପ୍ରବେଶ କରନ୍ତୁ ନାହିଁ । ମହିଳା ମାନେ ସୋମବାର ଦିନ କେଶ ଧୋଇବା ମଧ୍ୟ ବର୍ଜିତ ଅଟେ । ଏହାଦ୍ବାରା ପରିବାର ଉପରେ ଗଭୀର ପ୍ରଭାବ ପଡ଼ିଥାଏ । ବ୍ରତରେ ବ୍ରତଧାରୀଙ୍କୁ ସଂଯମ ରକ୍ଷା କରିବା ଉଚିତ । ନଚେତ ମହାଦେବ କ୍ରୋଧିତ ହେବେ । ସୋମବାର ଦିନ ବ୍ରତଧାରୀ ନାସପାତି ସେବନ କରିବା ଉଚିତ ନୁହେଁ । ଏହାବ୍ୟତୀତ ମାଂସ ସେବନ କରିବା ଉଚିତ ନୁହେଁ କିମ୍ବା ସମ୍ପୂର୍ଣ୍ଣ ସାତ୍ଵିକ ଭୋଜନ କରିବା ଉଚିତ ।

ମହାଦେବଙ୍କୁ ତୁଳସୀ ଭୁଲରେବି ଅର୍ପିତ କରନ୍ତୁ ନାହିଁ କିମ୍ବା ଖଣ୍ଡିତ ଚାଉଳ ଏବଂ ଶଙ୍ଖରେ ପାଣି ମଧ୍ୟ ଅର୍ପିତ କରନ୍ତୁ ନାହିଁ । ସୋମବାର ଦିନ ମହଦେବ ଏବଂ ଚନ୍ଦ୍ରମାଙ୍କ ଆରାଧନା କରନ୍ତୁ । ମହାଦେବଙ୍କ ନିମନ୍ତେ ବ୍ରତ ରଖି ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ । ଏହାଦ୍ବାରା ମହାଦେବ ନିଶ୍ଚିତ ପ୍ରସନ୍ନ ହେବେ ଏବଂ ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ କରିବେ ।

ଏହିଦିନ ମହାଦେବଙ୍କୁ ପୂଜା କରି ସାରିବା ପରେ କିଛି ନା କିଛି ଗାଈକୁ ଖାଇବାକୁ ଦିଅନ୍ତୁ । ମଙ୍ଗଳବାର ଦିନ ଗାଈକୁ ରୋଟି ସହିତ ବେସନ ଲଡୁ ନିଶ୍ଚିତ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ବ୍ୟକ୍ତିର ମଙ୍ଗଳ ଶାନ୍ତ ହୋଇଥାଏ । ବୁଧବାର ଦିନ ଗାଈକୁ ସବୁଜ ଚାରା ଖାଇବାକୁ ଦେବା ଦ୍ୱାରା ବୁଧ ଗ୍ରହ ଶାନ୍ତ ହୋଇଥାଏ । ଏହାଦ୍ବାରା ଭଗବାନ ଗଣେଶ ମଧ୍ୟ ଶାନ୍ତ ହୁଅନ୍ତି । ଏହିଦିନ ଗାଈକୁ ରୋଟି ଖୁଆଇବା ସମୟରେ ହଳଦୀ ମିଶାଇ ଖୁଆନ୍ତୁ । ଏହାଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ।

ଶୁକ୍ରବାର ଦିନ ଗାଈକୁ କ୍ଷୀରି ଖୁଆଇଲେ ଶୁକ୍ର ଗ୍ରହ ମଜବୁତ ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଯେଉଁ କାରଣରୁ ବ୍ୟକ୍ତି ମାଲାମାଲ ହୋଇଥାଏ । ଶନିବାର ଦିନ ଗାଈକୁ କଳା ତିଳ ଏବଂ ମୁଗ ଡାଲି ପେଶୀ ଅଟା ସହିତ ମିଶାଇ ରୋଟି ବନାଇ ଖାଇବାକୁ ଦେଲେ ଶନି ଦୋଷରୁ ମୁକ୍ତି ମିଳିଥାଏ । ପ୍ରତ୍ୟେକ ରବିବାର ରୋଟି ସହିତ ଗୁଡ଼ ମିଶାଇ ଗାଈକୁ ସୂର୍ଯ୍ୟ ମହାଦୋଷା ଠିକ ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *