Excuse Me Odisha

ଯାହା କହିବୁ ସତ କହିବୁ

ସ୍ଵୟଂ ଭଗବାନ କୃଷ୍ଣ କହିଛନ୍ତି ଏହି କଥା , ଏହି ୯ଟି କଥା ସମ୍ବନ୍ଧିତ ସ୍ବପ୍ନ ଦେଖିଲେ ରଖନ୍ତୁ ଗୁପ୍ତ

ସେୟାର୍ କରନ୍ତୁ

ସ୍ବପ୍ନ ଦେଖିବା ସାଧାରଣ କଥା ହୋଇଥାଏ । କିଛି ସ୍ବପ୍ନ ଆମର ମନେ ରହି ଯାଇଥିବା ବେଳେ ଆଉ କିଛି ସ୍ବପ୍ନ ବିଷୟରେ ଆମେ ପୁରାପୁରି ଭୁଲି ଯାଇଥାଉ । ଶାସ୍ତ୍ର ଅନୁଯାୟୀ ଏହି ସ୍ବପ୍ନ ଗୁଡ଼ିକ ଆମକୁ ଆମ ଭବିଷ୍ୟତ ବିଷୟରେ ବତାଇବାକୁ ଚେଷ୍ଟା କରିଥାଏ । କିଛି ସ୍ବପ୍ନ ଶୁଭ ହୋଇଥିବା ବେଳେ ଆଉ କିଛି ସ୍ବପ୍ନ ଅଶୁଭ ହୋଇଥାଏ । ଶୁଭ ସ୍ବପ୍ନ ଗୁଡ଼ିକ ବିଷୟରେ କାହାକୁ ବତାଇ ଦେଲେ ଆମକୁ ଅଶୁଭ ଫଳ ହିଁ ମିଳିଥାଏ ।

ତେବେ ଆସନ୍ତୁ ଜାଣିବା କେଉଁ ସ୍ବପ୍ନ ଗୁଡ଼ିକ ବିଷୟରେ ଆମକୁ ଅନ୍ୟ ମାନଙ୍କ ପାଖରେ ଆଦୌ କହିବା ଉଚିତ୍ ନୁହେଁ । ତେବେ କହି ରଖୁଛୁ କି , ଯଦି ସ୍ୱପ୍ନରେ ଆପଣ ପାଦ ଚିହ୍ନ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ମାତା ଲକ୍ଷ୍ମୀଙ୍କ ପାଦ ଚିହ୍ନ ହୋଇଥାଏ ।

ଏହାକୁ ଦେଖିବା ଫଳରେ ଜାଣି ନିଅନ୍ତୁ କି , ଆପଣଙ୍କୁ ଧନ ସମ୍ପତି ମିଳିବାକୁ ଯାଉଅଛି । ତେଣୁ ଏହା ବିଷୟରେ କାହାକୁ ମଧ୍ୟ କୁହନ୍ତୁ ନାହିଁ । ଅନ୍ୟଟି ହେଉଛି ସ୍ୱପ୍ନରେ ନାଗ ଦେବତା ଦେଖିବା । ଏହା ମଧ୍ୟ ଶୁଭ ହୋଇଥାଏ । ଏହା ଜଣାଇ ଦେଇଥାଏ କି , ଆପଣଙ୍କ ଘରକୁ ଧନ ସମ୍ପତି ଆସିବାକୁ ଯାଇଛି । ତୃତୀୟରେ ହେଉଛି ସ୍ୱପ୍ନରେ କଏନ ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହା ମଧ୍ୟ ଜଣାଇ ଦେଇଥାଏ କି , ଆପଣଙ୍କୁ ଶୁଭ ଫଳ ମିଳିବାକୁ ଯାଉଛି ଆଉ ଆପଣଙ୍କ ଘର ଧନ ଧାନ୍ୟରେ ପୁରା ହେବାକୁ ଯାଉଛି । ତେଣୁ ଏହା ବିଷୟରେ କାହାକୁ ମଧ୍ୟ କୁହନ୍ତୁ ନାହିଁ । ସ୍ୱପ୍ନରେ ଯଦି ଆପଣ ଘୋଡ଼ା କିମ୍ବା ହାତୀ ଉପରେ ବସିଥିବାର ନିଜକୁ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସୂଚାଇ ଦେଇଥାଏ କି , ଆପଣଙ୍କୁ ନିକଟ ଭବିଷ୍ୟତରେ ସଫଳତା ମିଳିବାକୁ ଯାଉଛି ।

ତେଣୁ ଏହା ବିଷୟରେ ମଧ୍ୟ କାହାକୁ ଜଣାନ୍ତୁ ନାହିଁ । ଯଦି ସ୍ୱପ୍ନରେ ଆପଣ ନିଜ ଲୋକଙ୍କର ମୃତ୍ୟୁ ବିଷୟରେ ଦେଖୁଛନ୍ତି , ତେବେ ଜାଣି ରଖନ୍ତୁ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସେହି ବ୍ୟକ୍ତିଙ୍କ ଆୟୁଷ ଆହୁରି ଲମ୍ବା କରି ଦେଇଥାଏ। ତେଣୁ ଏହା ବିଷୟରେ କାହାକୁ ମଧ୍ୟ କୁହନ୍ତୁ ନାହିଁ । ଅନ୍ୟଟି ହେଉଛି ଯଦି ଆପଣ ସ୍ୱପ୍ନରେ ମାଛ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ , ଆପଣଙ୍କ ଘରକୁ ଧନ ଆସିବାକୁ ଯାଉଛି ବୋଲି ଏହା ସଂକେତ ଦେଇଥାଏ। ଯଦି ସ୍ୱପ୍ନରେ ଆପଣ କେହି ସ୍ତ୍ରୀ ଲୋକଙ୍କୁ ଦେଖୁଛନ୍ତି , ତେବେ ଏହା ମଧ୍ୟ ଶୁଭ ହୋଇଥାଏ । କେବଳ ଏତିକି ନୁହେଁ , ଯଦି ସ୍ୱପ୍ନରେ ଆପଣ ଛୋଟ ପିଲାକୁ ହସୁଥିବାର ଦେଖୁଛନ୍ତି , ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ସ୍ଵପ୍ନରେ ଯଦି ଆପଣ ଆଇନା ଦେଖୁଛନ୍ତି , ତେବେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ । କେବଳ ଏତିକି ନୁହେଁ , ଭଗବାନ ଶ୍ରୀକୃଷ୍ଣ କହିଛନ୍ତି , ସ୍ୱପ୍ନରେ ଏହି ସବୁ ଜିନିଷ ଦେଖିବା ଶୁଭ ହୋଇଥାଏ କିନ୍ତୁ କାହାକୁ ଏ ବିଷୟରେ କହି ଦେଲେ ତାହା ଅଶୁଭ ପାଲଟି ଯାଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *