Excuse Me Odisha

ଯାହା କହିବୁ ସତ କହିବୁ

କୋଟିପତି ହେବାକୁ ଚାହୁଁଥିଲେ ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଜଳାଇ ଦିଅନ୍ତୁ ଏହି ଗୋଟିଏ ଦୀପ ଏବଂ କହି ଦିଅନ୍ତୁ ଦୁଇ ଶବ୍ଦ । ସବୁ ମନସ୍କାମନା ହେବ ପୂରଣ ।

ସେୟାର୍ କରନ୍ତୁ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ଅଶ୍ୱତ୍ଥ ଗଛ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏବଂ ଗୁଣକାରୀ ବୃକ୍ଷ ଅଟେ । ଦୀର୍ଘ ଦିନ ଧରି ପୀଡ଼ିତ ଅସୁସ୍ଥ ବ୍ୟକ୍ତି ଅଶ୍ୱତ୍ଥ ବୃକ୍ଷରେ ଜଳ ଅର୍ପିତ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯାଏ । ଏହାବ୍ୟତୀତ କୌଣସି ପ୍ରକାରର ସମସ୍ୟା ଯେପରିକି ଆର୍ଥିକ ସମସ୍ୟା , କରଜ ସମ୍ବନ୍ଧୀୟ କିମ୍ବା ଅନ୍ୟ କୌଣସି ସମସ୍ୟା ଥିଲେ ତାହା ଅଶ୍ୱତ୍ଥ ବୃକ୍ଷରେ ଜଳ ଅର୍ପିତ କରିବା ଦ୍ୱାରା ସମାଧାନ ହୋଇଯାଏ ଯାହାକି ଭଗବାନ ଶ୍ରୀକୃଷ୍ଣ ଗୀତାରେ ବର୍ଣ୍ଣନା କରିଛନ୍ତି ।

ଅଶ୍ୱତ୍ଥ ବୃକ୍ଷକୁ ଶ୍ରୀକୃଷ୍ଣଙ୍କ ପ୍ରତୀକ ବୋଲି କୁହାଯାଏ । ଏସବୁ ବ୍ୟତୀତ ଅଶ୍ୱତ୍ଥ ବୃକ୍ଷରେ ୩୫ କୋଟି ଦେବଦେବୀ ଏବଂ ପିତୃ ଆତ୍ମା ମଧ୍ୟ ବାସ କରିଥାନ୍ତି ବୋଲି ମଧ୍ୟ କୁହାଯାଇଛି । ତେଣୁ ଅଶ୍ୱତ୍ଥ ଗଛକୁ ପୂଜା କଲେ କିମ୍ବା ପରିକ୍ରମା କଲେ ଶ୍ରୀକୃଷ୍ଣଙ୍କ ସମେତ ଅନ୍ୟ ଦେବଦେବୀ ଏବଂ ପିତୃଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଆଜିକାର ଲେଖାରେ ଆମେ ଅଶ୍ୱତ୍ଥ ବୃକ୍ଷ ଦ୍ୱାରା କରାଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ଜୀବନର ସବୁପ୍ରକାରର ସମସ୍ୟା ଯେପରିକି କରଜ ଜନିତ , ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିବ । ଏହି ଉପାୟକୁ କେବଳ ଶନିବାର ଦିନ ସନ୍ଧ୍ୟା ସମୟରେ ହିଁ କରି ପାରିବେ ।

ଏହି ଉପାୟକୁ କରିବା ପାଇଁ ଆବଶ୍ୟକ ଏକ ରୋଲି , ଗୋଟିଏ ନାଲି କପଡ଼ା , ଗୋଟିଏ ଲମ୍ବା ମୋୖଲି ସୂତା , ଗୋଟିଏ ଅଟା ଦୀପ ଏବଂ ଘିଅ । ଉପାୟ ଅନୁଯାୟୀ ଅତି ପୁରୁଣା ଅଶ୍ୱତ୍ଥ ବୃକ୍ଷ ପାଖକୁ ଯାଆନ୍ତୁ । ଯେଉଁ ଗଛକୁ ନିରନ୍ତର ପୂଜା କରାଯାଉଥିବ । କୁହାଯାଏ ଯେ ଯେତେ ପୁରୁଣା ଗଛ ସେତେ ଅଧିକ ଲାଭଦାୟୀ । ଏହାପରେ ଗଛ ସାମ୍ନାକୁ ଯାଇ ପ୍ରଥମେ ଅଶ୍ୱତ୍ଥ ଗଛକୁ ପ୍ରଣାମ କରନ୍ତୁ । ତାପରେ ଭଗବାନ ଶ୍ରୀକୃଷ୍ଣ ଏବଂ ଅନ୍ୟାନ୍ୟ ଦେବଦେବୀଙ୍କୁ ପ୍ରଣାମ କରନ୍ତୁ ।

ପିତୃ ଦେବତା କିମ୍ବା ପୂର୍ବଜଙ୍କୁ ପ୍ରଣାମ କରି ଅଟା ଦୀପରେ ଘିଅ ଢ଼ାଳି ଏକ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଏହାପରେ ନିଜର ମନସ୍କାମନା ପ୍ରାର୍ଥନା ମାଧ୍ୟମରେ ଜଣାଇ ଦିଅନ୍ତୁ । ମାତ୍ର ଧ୍ୟାନ ଦେବେ ଅଶ୍ୱତ୍ଥ ଗଛର ପୂଜା ସନ୍ଧ୍ୟାରୁ ରାତି ୮ ମଧ୍ୟରେ ଯେପରି ଶେଷ କରି ଦିଅନ୍ତି । କାରଣ ରାତି ୮ ପରେ ଅଶ୍ୱତ୍ଥ ବୃକ୍ଷ ପାଖକୁ ଯିବା ଆଦୋୖ ଉଚିତ ନୁହେଁ । ଏହାପରେ ଅଶ୍ୱତ୍ଥ ଗଛର ଏକ ବଡ ପତ୍ର ବାଛି ସେଥିରେ ରୋଲି ସାହାଯ୍ୟରେ ନିଜର ସବୁ ମନସ୍କାମନାକୁ ଲେଖି ଦିଅନ୍ତୁ ।

ମାତ୍ର ସେହି ପତ୍ର ଯେମିତି ସେହି ଅଶ୍ୱତ୍ଥ ଗଛରେ ଲାଗି ରହିଥିବ । ଏହାପରେ ସେହି ପତ୍ରରେ ମୋୖଲି ସୂତାକୁ ସାତ ଥର ଗୁଡ଼ାଇ ଦିଅନ୍ତୁ ଏବଂ ବଳକା ସୂତାକୁ ଡାହାଣ ହାତରେ ସାତ ଥର ଗୁଡ଼ାଇ ବାନ୍ଧି ଦିଅନ୍ତୁ । ତାପରେ ଅଶ୍ୱତ୍ଥ ବୃକ୍ଷ ତଳେ ବସି ” ଓଁ ହିଂ ବଟ ସ୍ୱାହା ” ଏହି ମନ୍ତ୍ରର ଜପ କରନ୍ତୁ ।

ଏପରି କୁହାଯାଏ ଯେ ଅଶ୍ୱତ୍ଥ ଗଛ ତଳେ ବସି କୁହାଯାଉଥିବା କୌଣସି ମନ୍ତ୍ର ସିଦ୍ଧ ହୋଇଥାଏ । ଅଶ୍ୱତ୍ଥ ବୃକ୍ଷ ତଳେ ବସି କୌଣସି ବି ପ୍ରାର୍ଥନା କଲେ ତାହା ଖୁବଶୀଘ୍ର ପୂରଣ ହୋଇଥାଏ । ଅଶ୍ୱତ୍ଥ ବୃକ୍ଷର ଛାୟା ତଳେ ବସି କୌଣସି ବି ମନ୍ତ୍ର ଜପ କଲେ ତାହା ସିଦ୍ଧ ହୋଇଥାଏ । ଆପଣ ଚାହିଁଲେ ୧୦୮ ମାଳା ଥିବା ରୁଦ୍ରାକ୍ଷ ନେଇ ୧୦୮ ଥର ଜପ କରି ପାରିବେ । ଏହାପରେ ସବୁ ଦେବଦେବୀଙ୍କୁ ପ୍ରଣାମ କରନ୍ତୁ ଏବଂ ନିଜର ମନସ୍କାମନା ଏବଂ ସମସ୍ୟା ପୁଣିଥରେ କୁହନ୍ତୁ ।

ପ୍ରାର୍ଥନା କରିବା ପରେ ଅଶ୍ୱତ୍ଥ ବୃକ୍ଷର ମୂଳରୁ ଏକ ଚିମୁଟା ମାଟି ନେଇ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ । ଏହାପରେ ସବୁ ଦେବଦେବୀ ଏବଂ ବିଷ୍ଣୁଙ୍କୁ ପ୍ରଣାମ କରି ଘରକୁ ଯାଆନ୍ତୁ । ଘରେ ଧନ ରଖାଯାଉଥିବା ସ୍ଥାନରେ କିମ୍ବା ବ୍ୟବସାୟ ଜନିତ ସମସ୍ୟା ଥିଲେ ବ୍ୟବସାୟ ସ୍ଥାନରେ ସେହି ନାଲି କପଡ଼ାକୁ ରଖି ଦିଅନ୍ତୁ । କିଛିଦିନ ମଧ୍ୟରେ ହିଁ ସମସ୍ୟା ଦୂରେଇ ଯିବ ଏବଂ ଆର୍ଥିକ ସମସ୍ୟା , ଚାକିରୀ , ବ୍ୟବସାୟ ଏବଂ କରଜ ଜନିତ ସବୁ ସମସ୍ୟାର ସମାଧାନ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *