Excuse Me Odisha

ଯାହା କହିବୁ ସତ କହିବୁ

ଋଣର ଭାର ସମାପ୍ତ କରିବା ପାଇଁ ଏହି ଚମତ୍କାରୀ ଉପାୟକୁ ଆପଣାନ୍ତୁ

ସେୟାର୍ କରନ୍ତୁ

ଋଣ ଅଧିକ ବଢି ଗଲେ ସମସ୍ତ ମଣିଷ ଚିନ୍ତାର ପଡିଯାନ୍ତି । ଋଣ ପରିଶୋଧ କରିବାର ଉପାୟ ଖୋଜିବା ଆରମ୍ଭ କରିଦିଏ । ଋଣଗ୍ରସ୍ତ ବ୍ୟକ୍ତି ମଧ୍ୟ ମାନସିକ ସ୍ତରରେ ବିଚଳିତ ହୋଇଥାନ୍ତି, ଯଦି ଆପଣଙ୍କ ଉପରେ ମଧ୍ୟ ଋଣ ଅଛି, ଯାହା ଆପଣଙ୍କୁ ପରିଶୋଧ କରିବାରେ ଅସୁବିଧା ହେଉଛି, ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ । ନିମ୍ନରେ କୁହାଯାଇଥିବା ଉପାୟ ଗୁଡିକୁ କରନ୍ତୁ । ଏହି ଉପାୟକୁ ଆପଣେଇଲେ ଆପଣଙ୍କୁ ଧନ ପ୍ରାପ୍ତି ହେବ, ଏବଂ ଆପଣ ସହଜରେ ଋଣରୁ ମଧ୍ୟ ମୁକ୍ତି ପାଇପାରିବେ।

ଋଣ ହେଲେ ଏହିସବୁ ଉପାୟ କରନ୍ତୁ:-

ମସୁର ଡାଲିରେ ପ୍ରତିକାର:-

ଋଣ ପରିଶୋଧ କରିବା ପାଇଁ ଆପଣ, ମସୁର ଡାଲିର ଏହି ପ୍ରତିକାର କରନ୍ତୁ, ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଧନ ପ୍ରାପ୍ତି ହେବ, ଏବଂ ଋଣ ସହଜରେ ହ୍ରାସ ପାଇବ । ଋଣ ପରିଶୋଧ କରିବାକୁ ହେଲେ,ଆପଣ ମସୁର ଡାଲି ଦାନ କରନ୍ତୁ ଏବଂ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ଏହି ମସୁର ଡାଲି ଅର୍ପଣ କରନ୍ତୁ । ଏହି ପ୍ରତିକାର ପାଇଁ ମଙ୍ଗଳବାର ଦିନ ଗାଧୋଇବା ପରେ ମନ୍ଦିରକୁ ଯାଆନ୍ତୁ । ପ୍ରଭୁ ହନୁମାନଙ୍କୁ ପୂଜା କରନ୍ତୁ ଏବଂ ତାଙ୍କୁ ମସୁର ଡାଲି ଅର୍ପଣ କରନ୍ତୁ। ଏହା ପରେ ମସୁର ଡାଲି ମଧ୍ୟ ଦାନ କରନ୍ତୁ । ସନ୍ଧ୍ୟା ସାତଟାରେ ଏହି ପ୍ରତିକାର କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଉପରେ ବଢିଥିବା ଋଣ ପରିଶୋଧ ହୋଇଯିବ।

ଐଶନ କୋଣ ସଫା ରଖନ୍ତୁ:

ଐଶନ କୋଣକୁ ଘରର ଶୁଦ୍ଧ କୋଣ ଭାବରେ ମାନାଯାଇଥାଏ ଏବଂ ଏଇଥି ପାଇଁ ଯେ ଏହି ସ୍ଥାନରେ ମନ୍ଦିର ନିର୍ମାଣ କରିବାକୁ ବାସ୍ତୁ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ ଐଶନ କୋଣକୁ ସର୍ବଦା ସଫା ରଖିବା ଉଚିତ୍। ବାସ୍ତବରେ, ଯେଉଁମାନଙ୍କ ଘରର ଐଶନ କୋଣ ସଫା ନଥାଏ, ଏବଂ ସର୍ବଦା ସେ କୋଣରେ ଅପରିଷ୍କାର ପଡିରହିଥାଏ ସେମାନଙ୍କର ଟଙ୍କା ହାନି ହୋଇଥାଏ. ସେଥିପାଇଁ ଆପଣ ସବୁବେଳେ ଉତ୍ତର-ପୂର୍ବ କୋଣକୁ ସଫା ରଖନ୍ତୁ । ଏହା କରିବା ଦ୍ୱାରା ଆପଣ ଧନ ହାନି ହେବା ବନ୍ଦ ହୋଇଯିବ ଏବଂ ଅର୍ଥର ବନ୍ଦ ହୋଇଥିବା ରାସ୍ତା ମଧ୍ୟ ଖୋଲିଯିବ।

ପ୍ରଭୁ ଗଣେଶଙ୍କ ମୂର୍ତ୍ତିକୁ ମୁଖ୍ୟ ଦ୍ୱାରରେ ଲଗାନ୍ତୁ:-

ଘରର ମୁଖ୍ୟ ଦ୍ୱାରରେ ପ୍ରଭୁ ଗଣେଶଙ୍କର ୨ଟି ପ୍ରତିମା ଲଗାନ୍ତୁ, ମନେରଖନ୍ତୁ ଯେ ଏହି ପ୍ରତିମୂର୍ତ୍ତିର ରଙ୍ଗ ସବୁଜ ହୋଇଥିବା ଜରୁରୀ । ଆହୁରି ମଧ୍ୟ, ଏହି ପ୍ରତିମୂର୍ତ୍ତିକୁ ଏପରି ରଖନ୍ତୁ ଯେପରି ଉଭୟ ମୂର୍ତ୍ତିର ପିଠି ପରସ୍ପର ଆଡକୁ ଥିବ । ବୁଧବାର ଏହି ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ, କାରଣ ଏହି ବାର ପ୍ରଭୁ ଗଣେଶଙ୍କ ସହିତ ଜଡିତ ହୋଇଅଛି।

ଗାଈକୁ ଖୁଆନ୍ତୁ ଡାଲି:-

ଲକ୍ଷେ ଚେଷ୍ଟା କରିବା ପରେ ମଧ୍ୟ ଆପଣ ଋଣ ପରିଶୋଧ କାରିପାରୁନାହାନ୍ତି, କିମ୍ବା ଋଣ ପରିଶୋଧ କରିବାରେ ଅସମର୍ଥ , ଆପଣ ବୁଧବାର ଦିନ ଏହି ଉପାୟ କରନ୍ତୁ। ଏହି ପ୍ରତିକାର ଅଧୀନରେ ୨୫୦ ଗ୍ରାମ ମୁଗକୁ ପାଣିରେ ଫୁଟାନ୍ତୁ ଏହା ପରେ ଏହାକୁ ଛାଣି ନିଅନ୍ତୁ, ଏହା ପରେ ଏହି ପାଣିରେ ଗୁଡ଼ ଏବଂ ଘିଅ ମିଶାନ୍ତୁ, ଏବେ ଏହାକୁ ଗୋଟେ ଗାଈକୁ ଖାଇବାକୁ ଦିଅନ୍ତୁ,କ୍ରମାଗତ ପାଞ୍ଚ ବୁଧବାର ଏହି ଉପାୟ କରନ୍ତୁ ଏମିତି କରିବା ଦ୍ୱାରା ବଢି ଯାଇଥିବା ଋଣ ହ୍ରାସ ପାଇଯିବ।

ପ୍ରଭୁ ହନୁମାନଙ୍କ ପୂଜା କରନ୍ତୁ:-

ପ୍ରଭୁ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ସେଥିପାଇଁ ଯେଉଁମାନେ ଋଣରେ ବୁଡି କି ଅଛନ୍ତି, ସେମାନେ ପ୍ରତ୍ୟେକ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ, ଋଣ ପରିଶୋଧ କରିବାକୁ, ଆପଣ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ଚାମେଲି ତେଲ ଏବଂ ସିନ୍ଦୁର ଅର୍ପଣ କରିବା ଉଚିତ୍ । ଏଥି ସହିତ, ପୂଜା ସମାପ୍ତ ହେବା ପରେ, ନିଜ କପାଳରେ ସିନ୍ଦୁରର ତିଲକ ଲଗାନ୍ତୁ ଏବଂ ହନୁମାନ ଚାଳିସା କିମ୍ବା ବଜରଙ୍ଗ ବାଣ ମଧ୍ୟ ନିଶ୍ଚୟ ପାଠ କରନ୍ତୁ।

ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ:-

ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି ମାନାଯାଏ । ସେଥିପାଇଁ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ଏବଂ ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ ।  ଏହା କରିବା ଦ୍ୱାରା ଋଣ ହ୍ରାସ ପାଇବ ଏବଂ ଧନ ପ୍ରାପ୍ତିର  ଲାଭ ମଧ୍ୟ ପାଇବେ ।

ଋଣ ନେବା ପୂର୍ବରୁ ଏହି କଥା ଉପରେ ଧ୍ୟାନରେ ରଖନ୍ତ:-

ଯଦି ଆପଣ ଋଣ ନିଅନ୍ତି, ତାହେଲେ ଏହାକୁ କେବଳ ବୁଧବାର ଦିନ ନିଅନ୍ତୁ , ବୁଧବାର ନିଆଯାଇଥିବା ଋଣ  ସହଜରେ ସୁଜି ଯାଏ ବୋଲି ବିଶ୍ୱାସ କରାଯାଏ।

ଶନିବାର ଦିନ କେବେବି ଋଣ ନିଅନ୍ତୁ ନାହିଁ: 

ଶନିବାର ଦିନ ନିଆଯାଇଥିବା ଋଣ ପରିଶୋଧ କରିବାକୁ ବର୍ଷ ବର୍ଷ ଲାଗିଯାଇଥାଏ। ସର୍ବଦା କେବଳ ଶୁଭ ସମୟରେ ହିଁ ଟଙ୍କା ଉଧାର ନିଅନ୍ତୁ, ବାସ୍ତବରେ, ରାହୁ କାଳ ଅବଧିରେ ନିଆଯାଇଥିବା ଋଣ କେବେହେଲେ ଦୂର ହୁଏ ନାହିଁ ଏବଂ ବ୍ୟକ୍ତିଙ୍କ ଉପରେ ଋଣର ଭାର ବଢି ଯାଇଥାଏ। ଆପଣଙ୍କର ଋଣ ପରିଶୋଧ କରିବା ମଙ୍ଗଳବାର ସର୍ବୋତ୍ତମ ଦିନ, ସେଥିପାଇଁ ଯେତେବେଳେ ବି ଆପଣ କୌଣସି ଋଣ ପରିଶୋଧ କରିବାକୁ ଯାଉଛନ୍ତି, ଏହି ମଙ୍ଗଳବାର ଦିନ ହିଁ ତାଙ୍କୁ ଟଙ୍କା ଫେରାଇ ଦିଅନ୍ତୁ, ଏହା କରିବା ଦ୍ୱାରା ଆପଣ ଆଉ ଋଣରେ ବୁଡିବେ ନାହିଁ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *