Excuse Me Odisha

ଯାହା କହିବୁ ସତ କହିବୁ

ମଇ ୫ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ , ଏହି ଚାରୋଟି ରାଶି ଉପରେ ପଡ଼ିବ ଶୁଭ ପ୍ରଭାବ । ଜାଣି ନିଅନ୍ତୁ ହାଣ୍ଡି ଛାଡ଼ ନିୟମ ଏବଂ ସମୟ ।

ସେୟାର୍ କରନ୍ତୁ

ସମଗ୍ର ବିଶ୍ୱରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣର ବିଶେଷ ମହତ୍ତ୍ୱ ରହିଅଛି । ପୁରା ବିଶ୍ୱରେ ବର୍ଷକୁ ଚାରିରୁ ପାଞ୍ଚଟି ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ହୋଇଥାଏ । ସେହିଭଳି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମଇ ୫ ରେ ଅନୁଷ୍ଠିତ ହେବ । ତେବେ ଏହି ଚନ୍ଦ୍ର ଗ୍ରହଣ ହେଉ କିମ୍ବା ସୂର୍ଯ୍ୟ ପରାଗ ତାହା ସୂର୍ଯ୍ୟ , ଚନ୍ଦ୍ର ଏବଂ ପୃଥିବୀର ବିଶେଷ ଅବସ୍ଥାନକୁ ନେଇ ସଙ୍ଗଠିତ ହୋଇଥାଏ । ଏହି କାରଣରୁ ପ୍ରତ୍ୟେକ ଦିନର ତିଥି ଏବଂ ନକ୍ଷତ୍ର ଭିନ୍ନ ଭିନ୍ନ ହୋଇଥାଏ । ଯେତେବେଳେ ସୂର୍ଯ୍ୟ ପୃଥିବୀ ଏବଂ ଚନ୍ଦ୍ର ଏକ ସରଳରେଖାରେ ରହିଥାନ୍ତି ସେତେବେଳେ ପୃଥିବୀରେ ଚନ୍ଦ୍ର ଗ୍ରହଣ ଲାଗିଥାଏ ।

ପ୍ରଥମ ଚନ୍ଦ୍ର ଗ୍ରହଣ ବୈଶାଖ ମାସ ପୂର୍ଣ୍ଣିମା ଦିନ ଲାଗୁଛି । ଏହି କାରଣରୁ ୧୨ ଟି ରାଶି ମଧ୍ୟରୁ ୮ ଟି ରାଶିର ଜୀବନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ସାଧରଣତଃ ଚନ୍ଦ୍ର ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ସୂତକ କାଳ ମାନ୍ୟ ହୋଇଥାଏ ଏବଂ ସୂର୍ଯ୍ୟ ପରାଗର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ଲାଗିଥାଏ । ତେଣୁ ଏହି ସମୟରେ ହାଣ୍ଡି ନିଷେଧ ମାନ୍ୟ ହୋଇଥାଏ ।

ତେଣୁ ଏହି ଚନ୍ଦ୍ର ଗ୍ରହଣର ସୂତକ ସମୟ ହେଉଛି ମଇ ୫ ସକାଳ ୧୧.୪୫ ରୁ ରାତି ୦୧.୦୦ । ତେଣୁ ଏହି ଅବଧିରେ ଭୋଜନ ଏବଂ ଦେବ କାର୍ଯ୍ୟ ବର୍ଜିତ ଅଟେ । ଚନ୍ଦ୍ର ଗ୍ରହଣ ପରେ ସ୍ନାନ କରି ଚନ୍ଦ୍ରକୁ ଦର୍ଶନ କରିବା ପରେ ଯାଇ ଦେବ କାର୍ଯ୍ୟ କରାଯାଇ ପାରିବ । ଗ୍ରହଣ କାଳ ୮.୪୫ ରୁ ୧.୦୦ । ସର୍ବାଧିକ ଚନ୍ଦ୍ର ଗ୍ରହଣ ମୁହୂର୍ତ୍ତ ୧୦.୫୩ ରହିବ ।

ଏହି ସମୟ ଗର୍ଭବତୀ ମହିଳା ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ସମ୍ବେଦନଶୀଳ ଅଟେ । ତେଣୁ ଏହି ସମୟରେ ସେମାନେ କୌଣସି ଧାରୁଆ ଅସ୍ତ୍ରର ବ୍ୟବହାର କଲେ ତାହାର ଖରାପ ପ୍ରଭାବ ଶିଶୁ ଉପରେ ପଡ଼ିଥାଏ ଏବଂ ଚନ୍ଦ୍ର ଦୋଷ ଲାଗିଥାଏ । ଏହି ସମୟରେ ଗର୍ଭବତୀ ମହିଳା ମାନେ ବାହାରକୁ ଯିବା ଉଚିତ ନୁହେଁ କିମ୍ବା ଶୋଇବା ମଧ୍ୟ ଉଚିତ ନୁହେଁ । ଚନ୍ଦ୍ର ଗ୍ରହଣ ସମୟରେ ରୋଷେଇ ବର୍ଜିତ ଅଟେ ।

ତେଣୁ ପୂର୍ବରୁ ରୋଷେଇ କରି ସେଥିରେ ତୁଳସୀ ପତ୍ର ପକାଇ ରଖି ପାରିବେ । ଏହି ସମୟରେ ଭୋଜନ ବର୍ଜିତ ଅଟେ । କାରଣ ଏହାଦ୍ବାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ । ତେଣୁ ଗ୍ରହଣ ସମୟରେ ଶୁଖିଲା ଖାଦ୍ୟ ଫଳମୂଳ ଖାଇ ପାରିବେ । ଏହି ସମୟରେ ଶୁଭ କାର୍ଯ୍ୟ ବିଷୟରେ ଆଲୋଚନା ଏବଂ ଦେବ ପୂଜା ନିଷେଧ ଅଟେ ।

ନଚେତ ଘରେ ଦାରିଦ୍ର୍ୟତା ଲାଗି ରହିଥାଏ । ଏହି ସମୟରେ ପୂଜା ଘରକୁ ବନ୍ଦ ରଖନ୍ତୁ । ଚନ୍ଦ୍ର ଗ୍ରହଣ ସମୟରେ ଅନ୍ନ ଦାନ କଲେ ଶାରୀରିକ ସମସ୍ୟା ଦୂର ହୋଇଥାଏ । ଗ୍ରହଣ ସମାପ୍ତି ପରେ ସ୍ନାନ କରି ବସ୍ତ୍ର ଧୋଇବା ସହିତ ପୁରା ଘରେ ଗଙ୍ଗା ଜଳ ସିଞ୍ଚି ପବିତ୍ର କରିନେବା ଉଚିତ । ଗ୍ରହଣ ସମୟରେ ଭଗବାନଙ୍କ ନାମ କିମ୍ବା ମନ୍ତ୍ର ଜପ କରିବା ଅତ୍ୟନ୍ତ ପ୍ରଭାବୀ ହୋଇଥାଏ ।

ଗ୍ରହଣ ସମୟରେ ଘରର ସମସ୍ତ ଝରକା କବାଟ ବନ୍ଦ ରଖିବା ଉଚିତ । ଗ୍ରହଣ ସମୟରେ ଶାରୀରିକ ସମ୍ବନ୍ଧ ବର୍ଜିତ ଅଟେ । ଗ୍ରହଣ ସମୟରେ ନଖ କିମ୍ବା ଚୁଟି କାଟିବା ମଧ୍ୟ ବର୍ଜିତ ଅଟେ । ଗ୍ରହଣ ସମୟରେ କୌଣସି ଗରିବ କିମ୍ବା ଅସହାୟ ମଣିଷକୁ ଅପମାନିତ କରିବା ଉଚିତ ନୁହେଁ । ଏହାଦ୍ବାରା ଭଗବାନ ଶନିଦେବ କ୍ରୋଧିତ ହୁଅନ୍ତି ।

ତେବେ ଗ୍ରହଣ କାରଣରୁ ୮ ଗୋଟି ରାଶି ଉପରେ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ସେହିସବୁ ରାଶି ଗୁଡ଼ିକ ହେଉଛନ୍ତି ମେଷ ରାଶି , ବୃଷ ରାଶି , କର୍କଟ ରାଶି , କନ୍ୟା ରାଶି , ବିଛା ରାଶି , ଧନୁ ରାଶି , କୁମ୍ଭ ରାଶି ଏବଂ ମୀନ ରାଶି । ଅନ୍ୟ ରାଶି ମାନଙ୍କ ଉପରେ ଗ୍ରହଣର ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *