Excuse Me Odisha

ଯାହା କହିବୁ ସତ କହିବୁ

ମଇ ୨୦୨୩ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ରହିବ ଏହିଭଳି । ଘଟିବ ଚାରି ବଡ଼ ଘଟଣା ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହି ୨୦୨୩ ମଇ ମାସଟି କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କିଭଳି ରହିବ ସେହି ବିଷୟରେ କହିବୁ । ତେବେ କୁମ୍ଭ ରାଶିର ଗ୍ରହର ଚଳନ ବିଷୟରେ କହିଲେ ପ୍ରଥମ ଭାଗରେ ଶନିଦେବ , ତୃତୀୟ ଭାଗରେ ରାହୁ , ସୂର୍ଯ୍ୟ ଗୁରୁ ଏବଂ ବୁଧ , ଚତୁର୍ଥ ଭାଗରେ ଶୁକ୍ର ଦେବ , ପଞ୍ଚମ ଭାଗରେ ମଙ୍ଗଳଦେବ , ନବମ ଭାଗରେ କେତୁ ଦେବ ବିରାଜିତ ରହିବେ ।

ସ୍ୱାସ୍ଥ୍ୟ କ୍ଷେତ୍ର:-

ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ରାଶିର ମାଲିକ ଅଟନ୍ତି ଶନିଦେବ ଏବଂ ନିଜ ଘରେ ବିରାଜିତ ଥିବାରୁ ଶନି ଦେବଙ୍କ ଖରାପ ପ୍ରଭାବ ଆଦୋୖ ପଡ଼ିବ ନାହିଁ । କିନ୍ତୁ ଯଦି ଆପଣଙ୍କ ଜାତକରେ ଶନି ନିଚ୍ଚ କ୍ରମରେ କିମ୍ବା ସାଢ଼େ ସାତି ରହିଛି ତେବେ ଆପଣଙ୍କୁ ଖରାପ ଫଳ ମିଳିପାରେ । ଯେଉଁ କାରଣରୁ ଆପଣଙ୍କୁ ମୁଣ୍ଡବ୍ୟଥା , ଜ୍ୱର , ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ କାରଣ ରାହୁ ସହିତ ଗୁରୁ ମଧ୍ୟ ତୃତୀୟ ଭାଗରେ ଅଛନ୍ତି । ରାହୁଙ୍କ ସହିତ ସୂର୍ଯ୍ୟ ଥିବା କାରଣରୁ ଅଧିକ ଚିନ୍ତାରେ ମୁଣ୍ଡବ୍ୟଥା ହୋଇପାରେ । ମାତ୍ର ଏମିତିରେ ଶନିଦେବ ଭଲ ସ୍ଥିତିରେ ରହିବା କାରଣରୁ ସ୍ୱାସ୍ଥ୍ୟ ଭଲ ରହିବ ।

ବିଦ୍ୟା:-

ବିଦ୍ୟା କ୍ଷେତ୍ର ବିଷୟରେ କହିବାକୁ ଗଲେ ପଞ୍ଚମ ଭାଗ ବିଦ୍ୟା କ୍ଷେତ୍ରର ସ୍ଥାନ ହୋଇଥାଏ , ଯାହାର ସ୍ୱାମୀ ବୁଧ ଦେବ ହୋଇଥାନ୍ତି । ବୁଧଦେବ ତୃତୀୟ ସ୍ଥାନରେ ରାହୁଙ୍କ ସହିତ ବିରାଜିତ ଅଛନ୍ତି । ତୃତୀୟ ସ୍ଥାନକୁ ଜାତକରେ ଶୁଭ ମାନା ଯାଇ ନଥାଏ । ବୁଧଙ୍କ ସହିତ ରାହୁ ଥିବାରୁ ମନ ବିଚଳିତ ହୋଇଥାଏ । ଯେଉଁ କାରଣରୁ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ନିଜ ଶିକ୍ଷାକୁ ନେଇ କନଫ୍ୟୁଜ ହୋଇ ପାରନ୍ତି । କୌଣସି ଆଡ଼ମିଶନ କିମ୍ବା ପରୀକ୍ଷା ଆପଣଙ୍କୁ ଚିନ୍ତାରେ ପକାଇ ପାରେ । ଜୁନ ମାସରେ ବୁଧ ଗ୍ରହ ଚତୁର୍ଥ ଭାଗକୁ ଆସିଲେ ଆପଣଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସିବ ।

ପ୍ରେମ ଜୀବନ:-

ପଞ୍ଚମ ଭାଗରେ ବୁଧ ଦେବ ସ୍ୱାମୀ ଅଟନ୍ତି ଯାହାକି ପ୍ରେମ ଜୀବନର କାରକ ହୋଇଥାଏ । ମାତ୍ର ଏଠାରେ ବୁଧ ଦେବଙ୍କ ସହିତ ରାହୁ ଅଛନ୍ତି । ଆପଣଙ୍କ ଠାରେ ଅଧିକ ଇଚ୍ଛା ହଉଚି ଶକ୍ତି ରହିବ । ମାତ୍ର ସାଥିରେ ରାହୁ ରହିବା କାରଣରୁ ଆପଣ ଅଧିକ ପୋଜେସିଭ ହେବା କାରଣରୁ ହୁଏତ ପାର୍ଟନର ବିରକ୍ତ ହୋଇ ପାରନ୍ତି । ଯେଉଁ କାରଣରୁ ସାମ୍ନା ବାଲା ଆପଣଙ୍କୁ ଇଗନୋର କରି ପାରନ୍ତି ।

ବୈବାହିକ ଜୀବନ:-

ସପ୍ତମ ଭାଗ ବୌବହିକ ଜୀବନର ଭାଗ ହୋଇଥାଏ ଯାହାର ମାଲିକ ଅଟନ୍ତି ସୂର୍ଯ୍ୟଦେବ । କିନ୍ତୁ ମଇ ୧୫ ରେ ଚତୁର୍ଥ ଭାଗକୁ ଗୋଚର କରିବେ । ସୂର୍ଯ୍ୟଙ୍କ ସ୍ଥିତି ଭଲ ରହିବାରୁ ବ୍ୟକ୍ତିଗତ ଜୀବନରେ ଭଲ ପରିବର୍ତ୍ତନ ହୋଇପାରେ । ଲାଇଫ ପାର୍ଟନରଙ୍କ ସହିତ ସାମାନ୍ୟ ମତଭେଦ ହୋଇପାରେ । ଛୋଟ ଛୋଟ କଥାରେ କ୍ରୋଧ ଆସିପାରେ । ତେଣୁ ଜୀବନସାଥୀ ସହିତ ମଇ ୧୫ ପର୍ଯ୍ୟନ୍ତ ଅଧିକ ଯୁକ୍ତି କିମ୍ବା ଝଗଡ଼ା କରନ୍ତୁ ନାହିଁ ।

ଭାଗ୍ୟ ଏବଂ କ୍ୟାରିଅର:-

ଭାଗ୍ୟ ସ୍ଥାନର ସ୍ୱାମୀ ହେଉଛନ୍ତି ଶୁକ୍ରଦେବ ଏବଂ କ୍ୟାରିଅରର ସ୍ୱାମୀ ହେଉଛନ୍ତି ମଙ୍ଗଳ ଦେବ । ଶୁକ୍ରଙ୍କର ସ୍ଥାନ ଖୁବ ଭଲ ରହିଛି କାରଣ ଶୁକ୍ର ନିଜ ଘରେ ଅଛନ୍ତି ମାତ୍ର ମଇ ୨ ରେ ପଞ୍ଚମ ଭାଗକୁ ଗୋଚର କରିବେ । ପଞ୍ଚମ ଭାଗରେ ମଧ୍ୟ ସ୍ଥିତି ଭଲ ରହିବ । ଯାହାଦ୍ୱାରା ଭାଗ୍ୟ ଆପଣଙ୍କ ସାଥ ଦେବ । ଶୁଭ ମାଙ୍ଗଳିକ କାର୍ଯ୍ୟ ସଫଳ ହେବ । ଭାଗ୍ୟ ସମ୍ବନ୍ଧୀୟ ସବୁ କାର୍ଯ୍ୟ ଆପଣଙ୍କ ପାଇଁ ଭଲ ରହିବ ।

କ୍ୟାରିଅର ବିଷୟରେ କହିବାକୁ ଗଲେ ମଇ ୧୧ ରେ ମଙ୍ଗଳ ଦେବ ଷଷ୍ଠ ଭାଗକୁ ଗୋଚର କରିବେ । ଷଷ୍ଠ ଭାଗକୁ ଜାତକରେ ଭଲ ମାନା ଯାଏ ନାହିଁ । ମଇ ୧୧ ପୂର୍ବରୁ ଆପଣଙ୍କ ଭାଗ୍ୟ ଅତ୍ୟନ୍ତ ଭଲ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ । ମାତ୍ର ମଇ ୧୧ ପରେ ମଙ୍ଗଳ ଦେବ ନିଜସ୍ଥ ହୋଇଯିବା କାରଣରୁ ଋଣ , ରୋଗ ଏବଂ ଶତ୍ରୁର କାରଣ ହେବ । ବିନା କାରଣରେ କ୍ୟାରିଅରରେ ସମସ୍ୟା ଆସିପାରେ । ସପ୍ତମ ଭାଗର ସ୍ୱାମୀ ସୂର୍ଯ୍ୟଦେବ ହୋଇଥିବାରୁ ବ୍ୟାପାରରେ ଅତ୍ୟନ୍ତ ଲାଭ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *