Excuse Me Odisha

ଯାହା କହିବୁ ସତ କହିବୁ

ଏହି କିଛି ପଶୁ ପକ୍ଷୀ କିଟ ପତଙ୍ଗଆପଣଙ୍କୁ କରି ପାରନ୍ତି ରାତାରାତି ଧନୀ । ଜାଣି ରଖନ୍ତୁ ପକ୍ଷୀ ଠାରୁ ମିଳୁଥିବା କିଛି ଶୁଭ ସଙ୍କେତ ।

ସେୟାର୍ କରନ୍ତୁ

ଅନେକ ପୂର୍ବ କାଳରୁ ହିଁ ଲୋକେ ପଶୁ ପକ୍ଷୀଙ୍କୁ ଖୁବ ଗୁରୁତ୍ୱ ଦେଇଥାନ୍ତି ଏବଂ ପଶୁ ପକ୍ଷୀକୁ ଖାଇବାକୁ ଦେଇଥାନ୍ତି । ବାସ୍ତବରେ କିଛି ପଶୁ ପକ୍ଷୀ ଘରକୁ ଆସିବା ମାତ୍ରେ ଶୁଭ ସଙ୍କେତ ମିଳିଥାଏ । ପୁଣି ଏଭଳି ମଧ୍ୟ ମାନ୍ୟତା ରହିଛି ଯେ ପକ୍ଷୀ ଯଦି ଶ୍ରାଦ୍ଧ ସମୟରେ ସମର୍ପିତ ଖାଦ୍ୟ ଖାଇଥାଏ ତେବେ ତାହାକୁ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ମାନା ଯାଇଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ସେହି କିଛି ମହତ୍ତ୍ୱପୂର୍ଣ୍ଣ ପକ୍ଷୀ ବିଷୟରେ କହିବୁ ।

୧ . କାଉ:-

କାଉ ଶନିଦେବଙ୍କ ବାହନ କୁହାଯାଏ ଏବଂ ପରିବେଶକୁ ପରିଷ୍କାର ରଖିବାରେ କାଉର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ତେଣୁ କାଉକୁ ପ୍ରସନ୍ନ କଲେ ସ୍ୱୟଂ ଶନିଦେବ ମଧ୍ୟ ପ୍ରସନ୍ନ ହୁଅନ୍ତି । ଶାସ୍ତ୍ର ଅନୁଯାୟୀ ଯଦି ଆପଣ ପ୍ରତ୍ୟେକ ଦିନ କିଛି କିଛି ଖାଦ୍ୟ ଯେମିତିକି କ୍ଷୀରି ପୁରୀ ଡାଲି ମିଠା ରୁଟି ଇତ୍ୟାଦି ଖାଇବାକୁ ଦିଅନ୍ତି ତେବେ ପୁଣ୍ୟ ପ୍ରାପ୍ତି ହୋଇଥାଏ । କ୍ଷୀରି ଏବଂ ଚାଉଳ ଶୁକ୍ର ଗ୍ରହର ପ୍ରତୀକ ହୋଇଥିବାରୁ ଏହାକୁ କାଉକୁ ଖାଇବାକୁ ଦେବା ଦ୍ୱାରା ଜୀବନରେ ସବୁ ସମସ୍ୟା ଦୂର ହୋଇଥାଏ , ଆର୍ଥିକ ସମୃଦ୍ଧି ହୋଇଥାଏ ଏବଂ ଧନ ଅର୍ଜନର ନୂଆ ଅବସର ପ୍ରାପ୍ତ ହୋଇଥାଏ । ତେଣୁ ପ୍ରତ୍ୟେକ ଶନିବାର କିମ୍ବା ଅମାବାସ୍ୟାରେ କାଉକୁ କ୍ଷୀରି ଖାଇବାକୁ ଦେଲେ ଉଭୟ ଶନିଦେବ ଏବଂ ଶୁକ୍ର ଗ୍ରହ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହି କାରଣରୁ ଗୃହସ୍ଥ ଜୀବନ ସୁଖ ସମୃଦ୍ଧିରେ ଭରିଯାଏ ।

ଏହାବ୍ୟତୀତ ଯଦି ଲୁଣି ଜିନିଷ ଖାଇବାକୁ ଦିଆଯାଏ ତେବେ ରାହୁ ଦୋଷା ମଧ୍ୟ ଦୂର ହୋଇଥାଏ ଏବଂ ଋଣ ସମସ୍ୟା ମଧ୍ୟ ଦୂର ହୋଇଯାଏ । ସ୍ୱାସ୍ଥ୍ୟ ସମସ୍ୟା ଥିଲେ ମଧ୍ୟ ଲୁଣି ଜିନିଷ କହିବାକୁ ଦେବା ଦ୍ୱାରା ରାହୁ ପ୍ରସନ୍ନ ହୁଅନ୍ତି ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ଘରର ପ୍ରଥମ ରୋଟି କାଉକୁ ଖାଇବାକୁ ଦେଲେ ଶୁକ୍ର ଏବଂ ସୂର୍ଯ୍ୟ ଉଭୟ ସନ୍ତୁଷ୍ଟ ହେବା ସହିତ ବୃହସ୍ପତିଙ୍କ ପ୍ରସନ୍ନତା କାରଣରୁ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

ରୁଟିକୁ ତେଲରେ ସେକି କାଉକୁ ଖାଇବାକୁ ଦେଲେ ମଧ୍ୟ ଶନି ରାହୁ କେତୁ ଦୋଷ ଦୂର ହୋଇଥାଏ ।କାଉକୁ ମିଠା ବୁନ୍ଦୀ ଖାଇବାକୁ ଦେଲେ ବୁଧ ଏବଂ ଶୁକ୍ର ଗ୍ରହ ମଜବୁତ ହୋଇଥାଏ , ଯାହାଦ୍ୱାରା ଦୁର୍ଘଟଣା , ଦୁଃଖ ଏବଂ ଋଣରୁ ମୁକ୍ତି ମିଳିଥାଏ । ମାତ୍ର ଏତେ ସବୁ ଖାଇବାକୁ ଦେବାପରେ ପାଣି ନଦେଲେ ସବୁ ପୁଣ୍ୟ ଅନର୍ଥ ହୋଇଥାଏ ତେଣୁ କାଉକୁ ଖାଇବାକୁ ଦେବା ପରେ ପାଣି ନିଶ୍ଚୟ ଦିଅନ୍ତୁ ।

୨ . କୁକୁର:-

କୁକୁରକୁ କାଳ ଭୈରବଙ୍କ ବାହନ ମାନା ଯାଇଥାଏ । ତେଣୁ ଶନିବାର କିମ୍ବା ଅମାବାସ୍ୟା ଦିନ କୁକୁରକୁ ଖାଲି ରୋଟି କିମ୍ବା ସୋରିଷ ତେଲରେ ସେକା ଯାଇଥିବା ରୋଟି ଖାଇବାକୁ ଦେଲେ ଶନିଦେବ , ରାହୁ ଏବଂ ଭୈରବ ମଧ୍ୟ ପ୍ରସନ୍ନ ହୁଅନ୍ତି ଏବଂ ଜୀବନର ତମାମ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୩ . ଜନ୍ଦା ପିମ୍ପୁଡ଼ି:-

ଶାସ୍ତ୍ର ଅନୁଯାୟୀ ଘରେ ଜନ୍ଦା ପିମ୍ପୁଡ଼ି ଦେଖାଗଲେ ତାହାକୁ ଚିନି ଗୁଡ଼ ଖାଇବାକୁ ଦେବା ଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ । ତେଣୁ ତାହାକୁ କେବେ ଅଣଦେଖା କରିବା ଉଚିତ ନୁହେଁ । ପ୍ରତ୍ୟେକ ଦିନ କଳା ପିମ୍ପୁଡ଼ିକୁ ଖାଇବାକୁ ଦେବା ଦ୍ୱାରା ଦୁଃଖ ଦୁର୍ଦ୍ଦଶା ସମସ୍ୟା ଦୂର ହୋଇଥାଏ ଏବଂ ଆର୍ଥିକ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ ।

୪ . ପାରା:-

ପାରା ମାତା ଲକ୍ଷ୍ମୀଙ୍କ ବାହନ ହୋଇଥାଏ ଏବଂ ଘରକୁ ପାରା ଆସି ରହିଲେ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି କୁହାଯାଏ । ପାରାକୁ ପ୍ରତ୍ୟେକ ଦିନ ଖାଦ୍ୟ ଦାନା ଦେବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ବୁଧ ଏବଂ ରାହୁ ଦୋଷା ଦୂର ହୋଇଥାଏ । ଏହାଦ୍ବାରା ଜୀବନରେ ଧନ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ ।

୫ . ଗାଈ:-

ଗାଈ ପୂଜନୀୟ ଜୀବ ଅଟେ ଏବଂ ହିନ୍ଦୁ ଧର୍ମରେ ଗାଈକୁ ମା’ର ସ୍ଥାନ ଦିଆଯାଇଛି । ଗାଈର ମଳ ମୂତ୍ର ପବିତ୍ର ହୋଇଥିବା ସହିତ ଗାଈ ଠାରୁ ମିଳୁଥିବା ପଞ୍ଚଗବ୍ୟ ସବୁ ପ୍ରକାରର ରୋଗ ଠାରୁ ମୁକ୍ତି ଦେଇଥାଏ । ଗାଈର ମଳ ମୂତ୍ର ଜୀବାଣୁ ନିରୋଧକ ହୋଇଥାଏ । ଗାଈ କ୍ଷୀର କୌଣସି ଅମୃତ ଠାରୁ କମ ହୋଇ ନଥାଏ । ଗାଈର ଶରୀରରେ ୩୫ କୋଟି ଦେବଦେବୀଙ୍କ ବାସ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ତେଣୁ ଗାଈକୁ ଘରର ପ୍ରଥମ ରୋଟି ଖାଇବାକୁ ଦେବା ଦ୍ୱାରା ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଜୀବନରେ ସୁଖ ସମୃଦ୍ଧି ଆସିବା ସହିତ ସବୁ ସମସ୍ୟା ଦୂର ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *