Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଶ୍ରୀହନୁମାନଙ୍କୁ ବିଡ଼ା ପାନ ଚଢ଼ାଇଲେ ମିଳିଥାଏ ଏହି ଖାସ ଉପଲବ୍ଧି । ଦୂର ହୋଇଥାଏ ସବୁ ବାଧା ବିପତ୍ତି ଏବଂ ମିଳିଥାଏ ସଫଳତା ।

ସେୟାର୍ କରନ୍ତୁ

ସପ୍ତାହର ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ଦେବଦେବୀଙ୍କୁ ପୂଜା କରିବାର ବିଧାନ ରହିଛି । ସେହିଭଳି ମଙ୍ଗଳବାର ସଙ୍କଟ ମୋଚନ ହନୁମାନଙ୍କୁ ସମର୍ପିତ ଅଟେ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କେଉଁ ମନସ୍କାମନା ପୂରଣ କରିବାକୁ ଭଗବାନ ଶ୍ରୀହନୁମାନଙ୍କୁ କେଉଁ ଜିନିଷ ଅର୍ପିତ କରିବେ ସେହି ବିଷୟରେ କହିବୁ । ତେଣୁ ଯଦି ଆପଣ ଜୀବନରେ କୌଣସି ସମସ୍ୟା କାରଣରୁ ଚିନ୍ତିତ ଅଛନ୍ତି ତେବେ ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କୁ ବିଡ଼ା ପାନ ଅର୍ପିତ କରି ଦିଅନ୍ତୁ ଏବଂ ମନ ଇଚ୍ଛା ବର ମାଗନ୍ତୁ ।

ହନୁମାନଙ୍କୁ ପାନ ଅର୍ପିତ କରିବା ସମୟରେ ୧୦୮ ଥର ରାମନାମ ଜପ କରି ଦିଅନ୍ତୁ । ଦେଖିବେ ବହୁତ ଜଲଦି ଶ୍ରୀହନୁମାନ ପ୍ରସନ୍ନ ହୋଇ ଆପଣଙ୍କ ମନସ୍କାମନା ପୂରଣ କରିବେ । ଯଦି ଆପଣଙ୍କର ବିବାହରେ କୌଣସି ସମସ୍ୟା ରହିଛି ତେବେ ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କୁ ଅଳେଇଚ , ଲବଙ୍ଗ ଏବଂ ସୁପାରି ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜାତକରେ ମଙ୍ଗଳ ଦୋଷ ଦୂର ହେବା ଦ୍ୱାରା ବିବାହ ଜନିତ ସମସ୍ୟା ଦୂର ହୋଇଯିବ ।

ସେହିପରି ଶନିବାର ଦିନ ଏହି ସବୁ ଜିନିଷ ଶ୍ରୀହନୁମାନଙ୍କୁ ଅର୍ପିତ କଲେ ଶନି ଦୋଷ ଦୂର ହୋଇଥାଏ । ଶ୍ରୀହନୁମାନଙ୍କୁ ରାଶି ତେଲ ଦୀପରେ ଲବଙ୍ଗ ପକାଇ ଆରତୀ କଲେ ଜୀବନର ତମାମ ସମସ୍ୟା ଦୂର ହୋଇଥାଏ ଏବଂ କରଜରୁ ମଧ୍ୟ ମୁକ୍ତି ମିଳିଥାଏ । ଅତିକମରେ ୧୧ ଟି ମଙ୍ଗଳବାର ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଗୋଟା ନଡ଼ିଆ ନେଇ ସେଥିରେ ସିନ୍ଦୁର ଲଗାଇ ନାଲି ସୂତା ଗୁଡ଼ାଇ ଶ୍ରୀହନୁମାନଙ୍କୁ ପ୍ରାର୍ଥନା କରି ନିଜ ମନସ୍କାମନା କହି ଅର୍ପିତ କରନ୍ତୁ । ଏହାଦ୍ବାରା ଆପଣଙ୍କ ଦାରିଦ୍ର୍ୟତା ଦୂରେଇ ଯିବ ।

ସେହି ନଡ଼ିଆକୁ ନାଲି କପଡ଼ାରେ ବାନ୍ଧି ଘରର ଦ୍ୱାରରେ ବାନ୍ଧି ଦେଲେ ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୁଏନାହିଁ । ଶ୍ରୀହନୁମାନଙ୍କୁ ଗୁଡ଼ ଏବଂ ଚଣା ଅର୍ପିତ କଲେ ଶ୍ରୀହନୁମାନ ପ୍ରସନ୍ନ ହେବା ସହିତ ମଙ୍ଗଳ ଦୋଷ ମଧ୍ୟ ଦୂର ହୋଇଥାଏ । ଯଦି ଆପଣ ପ୍ରତ୍ୟେକ ଶନିବାର ଗୁଡ଼ ଏବଂ ଚଣା ଶ୍ରୀହନୁମାନଙ୍କୁ ଅର୍ପିତ କରନ୍ତି ତେବେ ଜୀବନର ସମସ୍ୟା , କୋର୍ଟ କଚେରୀ ସମସ୍ୟା ଏବଂ ଦାରିଦ୍ର୍ୟତା ଦୂର ହୋଇଥାଏ ।

ସେହିଭଳି ମଙ୍ଗଳବାର ଦିନ ହିମର୍ତ୍ତି ଭୋଗ ଏବଂ ଶ୍ରୀହନୁମାନଙ୍କ ପ୍ରିୟ ଲଡୁ ବେସନ ଲଡୁ କିମ୍ବା ବୁନ୍ଦୀ ଲଡୁ ଲଗାଇବା ଦ୍ୱାରା ଶ୍ରୀହନୁମାନ ନିଜ ଭକ୍ତର ସବୁ ମନସ୍କାମନା ପୂରଣ କରିଥାନ୍ତି । ମାତ୍ର କୌଣସିବି ଭୋଗ ଲଗାଇବା ସହିତ ସେଥିରେ ତୁଳସୀ ପତ୍ର ନିଶ୍ଚୟ ପକାଇ ଦିଅନ୍ତୁ । ଏହାଦ୍ବାରା ରାହୁ କେତୁ ଦୋଷ ମଧ୍ୟ ଦୂର ହୋଇଥାଏ । ଲଗାତାର ପାଞ୍ଚଟି ମଙ୍ଗଳବାର ଦିନ ମିଠା ରୁଟି କିମ୍ବା ସାଧାରଣ ରୁଟି ସମେତ କେଶର ଭାତ ଅର୍ପିତ କଲେ ମନଇଚ୍ଛା ଚାକିରୀ ମିଳିଥାଏ ।

ଏହାବ୍ୟତୀତ ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କୁ ପଞ୍ଚମେବ ଚଢ଼ାଇଲେ ଶ୍ରୀହନୁମାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଏବଂ ଏହାଦ୍ବାରା ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହୋଇଥାଏ । ଯଦି ଆପଣ କରଜ ଜନିତ ସମସ୍ୟାରେ ବୁଡ଼ି ରହିଛନ୍ତି ତେବେ ପ୍ରଥମେ ପାଞ୍ଚଟି ବର ପତ୍ର ଆଣି ପାଞ୍ଚଟି ଅଟା ଦୀପ ତିଆରି କରି ତାହା ଉପରେ ରଖି ଦିଅନ୍ତୁ । ସେଥିରେ ଚମେଲି ତେଲ ଦେଇ ଶ୍ରୀହନୁମାନଙ୍କ ସାମ୍ନାରେ ଦୀପ ଜଳାନ୍ତୁ ।

ଏହି ଉପାୟ ଅତିକମରେ ଏଗାରରି ମଙ୍ଗଳବାର କରନ୍ତୁ । ଯଦି ଆପଣ ପ୍ରତ୍ୟେକ ଶନିବାର ହନୁମାନ ମଦିରକୁ ଯାଇ ଅଟା ଦୀପ ପ୍ରଜ୍ଜ୍ଵଳିତ କରନ୍ତି ତେବେ ଶନି ଦୋଷ ଦୂର ହୋଇଥାଏ । ମଙ୍ଗଳବାର ଏବଂ ଶନିବାର ଦିନ ଶ୍ରୀହନୁମାନଙ୍କୁ ଘିଅ ଏବଂ ସିନ୍ଦୁର ଅର୍ପିତ କଲେ ଶ୍ରୀରାମଚନ୍ଦ୍ରଙ୍କ କୃପା ପ୍ରାପ୍ତ ହୋଇଥାଏ । ଶନିବାର ଦିନ ଶ୍ରୀହନୁମାନଙ୍କୁ ସିନ୍ଦୁର ଅର୍ପିତ କଲେ ଏକାଗ୍ରତା ଏବଂ ସୌଭଗ୍ୟ ପ୍ରାପ୍ତି ହୋଇଥାଏ ଏବଂ ଏହାଦ୍ବାରା ଶନି ସମସ୍ୟା ଦୂର ହୋଇଥାଏ ।

ଏହିଭଳି ଶ୍ରୀହନୁମାନଙ୍କୁ ଚମେଲି ତେଲ ସହିତ ଚମେଲି ଫୁଲ , ରାମଚନ୍ଦ୍ରଙ୍କ ନାମ ଲେଖା ଥିବା ନାଲି ଧ୍ବଜା , ତୁଳସୀ ମାଳା ଅର୍ପିତ କରିବା ଦ୍ୱାରା ସବୁ ବାଧା ବିପତ୍ତି ଦୂର ହେବା ସହିତ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଶ୍ରୀହନୁମାନ ଏବଂ ଶ୍ରୀରାମଚନ୍ଦ୍ର ପ୍ରସନ୍ନ ହୁଅନ୍ତି । ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କୁ ପଇତା ଚଢ଼ାଇଲେ ସବୁ ପ୍ରକାରର ଦୁର୍ଭାଗ୍ୟ ଦୂର ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *