Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଚୁପଚାପ ଏହି ସ୍ଥାନରେ ପୋତି ଦିଅନ୍ତୁ କଣ୍ଟା । ମିଳିବ ମନଇଚ୍ଛା ଚାକିରୀ ଏବଂ ଘର । ପୂରଣ ହେବ ସବୁ ମନସ୍କାମନା ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଲୁହା କଣ୍ଟା ଏବଂ ଗୋଲମରିଚର କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଯଦି ଆପଣ କରନ୍ତି ତେବେ ନିଜ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ପାରିବେ । କହିବାକୁ ଗଲେ ଗୋଲମରିଚ ଶନିଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହାବ୍ୟତୀତ ଲୁହା ମଧ୍ୟ ଶନିଦେବଙ୍କ ସହିତ ସିଧାସଳଖ ସମ୍ବନ୍ଧିତ ଅଟେ ।

ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷରେ ଜଳ ଅର୍ପିତ କରିବା ସମୟରେ ଏକ ଲୋଟା ଜଳରେ ଅଳ୍ପ କଳା ତିଳ , ମିଠା ବସ୍ତୁ ଏବଂ ଧଳା ଫୁଲ ମିଶାଇ ଅର୍ପିତ କଲେ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ଆପଣଙ୍କ ସାଥ ଦେଇଥାଏ । କାରଣ ମାତା ଲକ୍ଷ୍ମୀ ଅଶ୍ୱତ୍ଥ ଗଛ ମୂଳରେ ବାସ କରନ୍ତି । ପ୍ରତ୍ୟେକ ସପ୍ତାହ ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଏକ ଲୋଟା ଜଳ ଅର୍ପିତ କଲେ ଶନିଦେବ ମଧ୍ୟ ପ୍ରସନ୍ନ ହୁଅନ୍ତି ।

ଯଦି ଶନିବାର ଦିନ ଆପଣ କୌଣସି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତେବେ ଦୁଇ ଚାରି ଦାନା ଗୋଲମରିଚ ନେଇ ଘରର ମୁଖ୍ୟଦ୍ୱାରରେ ରଖି ତା ଉପରେ ପାଦ ଦେଇ ଚାଲି ଯାଆନ୍ତୁ । ଏହାଦ୍ବାରା ଶନିଦେବ ପ୍ରସନ୍ନ ହେବା ସହିତ ନକରାତ୍ମକତା ଦୂର ହୋଇଥାଏ ଏବଂ କାର୍ଯ୍ୟରେ ମଧ୍ୟ ସଫଳତା ଆସିଥାଏ । ଘର ପରିବାରରେ ନକରାତ୍ମକତା ଦୂର କରିବା ପାଇଁ କିମ୍ବା ଏକାଧିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ସପ୍ତାହ ଶନିବାର ଦିନ ସନ୍ଧ୍ୟା ସମୟରେ ଦିଅ ଜଳାଇ ସେଥିରେ ଦୁଇଟି ଗୋଲମରିଚ କିମ୍ବା ଲବଙ୍ଗ ପକାଇ ଦେଲେ ସବୁ ନକରାତ୍ମକତା ଏବଂ ସମସ୍ୟା ଦୂର ହୋଇଯାଏ ।

ସମସ୍ୟାରୁ ଶୀଘ୍ର ମୁକ୍ତି ପାଇବା ପାଇଁ କଳା ଚଣାକୁ ଶୁକ୍ରବାର ଦିନ ଭିଜାଇ ରଖି ଦିଅନ୍ତୁ ଏବଂ ଶନିବାର ଦିନ କରେଇରେ ଅଳ୍ପ ସୋରିଷ ତେଲ ଦେଇ ଚଣାକୁ ଭଲ ଭାବରେ ଭାଜି ଦିଅନ୍ତୁ । ଏହାପରେ ତାହାକୁ କୌଣସି ପଶୁକୁ ଖୁଆଇ ଦିଅନ୍ତୁ । ଏହି ଉପାୟ ଘରର କେହିବି କରି ପାରିବେ ।

ଏହି ଉପାୟ ଦ୍ୱାରା ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ଯଦି ଶନିଙ୍କ ସାଢ଼େସାତି କିମ୍ବା ଅନ୍ୟ କୌଣସି ପାରିବାରିକ ସମସ୍ୟା ରହିଛି ତେବେ ଅଳ୍ପ ଗୋଲମରିଚ ଏବଂ ଏକ କୋଏନକୁ ଏକ କଳା କପଡ଼ାରେ ବାନ୍ଧି ନିଜ ମୁଣ୍ଡ ଉପର ଦେଇ ଓଲଟା ତିନି ଥର ବୁଲାଇ କୌଣସି ବ୍ୟକ୍ତିକୁ ଦାନ କରି ଦିଅନ୍ତୁ କିମ୍ବା ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ କିମ୍ବା କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ । ରୋଗ ଶୋକ ଋଣ କରଜରୁ ମୁକ୍ତି ମିଳିଯାଏ ।

ଦୁଇ ଚାରି ଦାନା ଗୋଲମରିଚ ଏବଂ ମିଶ୍ରୀକୁ ଏକା ସହିତ ଚୋବେଇଲେ ଶରୀର ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହିତ ନକରାତ୍ମକତା ଦୂର ହୋଇଥାଏ । ଧନ ସମ୍ବନ୍ଧୀୟ ସମସ୍ୟା ଥିଲେ ପାଞ୍ଚଟି ଗୋଲମରିଚ ନିଜ ମୁଣ୍ଡ ଉପର ଦେଇ ଓଲଟା ସାତ ଥର ବୁଲାଇ କୌଣସି ଉଚ୍ଚ ସ୍ଥାନରେ ଛିଡ଼ା ହୋଇ ପ୍ରତ୍ୟେକ ଦିଗକୁ ଗୋଟିଏ ଲେଖାଏଁ ଫିଙ୍ଗି ଦିଅନ୍ତୁ ଏବଂ ଗୋଟିଏକୁ ଉପରକୁ ଫିଙ୍ଗି ଘରକୁ ପଳାଇ ଆସନ୍ତୁ । ଏହି ଉପାୟ କରିବା ସମୟରେ ଯେପରି ଆପଣଙ୍କୁ କେହିବି ନଦେଖନ୍ତି ।

ଏହି ଉପାୟ ଦ୍ୱାରା ତମାମ ଅଟକି ରହିଥିବା ଧନ ପ୍ରାପ୍ତି ହେବ ଏବଂ କୌଣସି ପ୍ରକାରର ଆର୍ଥିକ ସମସ୍ୟା ଦୂର ହୋଇଯିବ ।ଅମାବାସ୍ୟା ଦିନ ରାତିରେ ଶୋଇବା ପୂର୍ବରୁ ତିନୋଟି ଦାନା ଗୋଲମରିଚ ନେଇ ଘରର ସବୁ ସଦସ୍ୟଙ୍କ ମୁଣ୍ଡ ଉପର ଦେଇ ଓଲଟା ତିନି ଥର ବୁଲାଇ ଦକ୍ଷିଣ ଦିଗକୁ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ଶତ୍ରୁ ବିରୋଧୀ କେବେ ସମସ୍ୟା ସୃଷ୍ଟି କରିବେ ନାହିଁ ।

ଯଦି ଆପଣଙ୍କର କୌଣସି ବଡ଼ ମନସ୍କାମନା ରହିଛି ଏବଂ ଶତ୍ରୁ ଶକ୍ତି ଅଧିକ ସମସ୍ୟା ସୃଷ୍ଟି କରୁଛନ୍ତି ତେବେ ନିଜର ମନସ୍କାମନା କହି ଏକ ଲୁହା କଣ୍ଟା ନେଇ ଅଶ୍ୱତ୍ଥ ଗଛ ମୂଳରେ ମାଟିରେ ଏହାକୁ ପୋତି ଦିଅନ୍ତୁ । ଏହାପରେ ପଛକୁ ନବୁଲି ଘରକୁ ଚାଲି ଆସନ୍ତୁ । ଯେତେବେଳେ ମନସ୍କାମନା ପୂରଣ ହୋଇଯିବ ସେତେବେଳେ ସେହି କଣ୍ଟାକୁ ବାହାର କରି କୌଣସି ପବିତ୍ର ନଦୀରେ ପ୍ରବାହିତ କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *