Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ସ୍ଥାନରେ ସିନ୍ଦୁର ଲଗାଇଲେ ସ୍ୱାମୀ ଏବଂ ସନ୍ତାନର ବଢ଼ିଥାଏ ଆୟୁଷ । ପ୍ରତ୍ୟେକ ବିବାହିତା ମହିଳା ନିହାତି ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ସିନ୍ଦୁରର ମହତ୍ତ୍ୱ ବହୁତ ଅଧିକ ଅଟେ । କହିବାକୁ ଗଲେ ଏହା ବିବାହିତା ମହିଳାଙ୍କ ସୌଭଗ୍ୟ ଏବଂ ମର୍ଯ୍ୟାଦାର ପ୍ରତୀକ ହୋଇଥାଏ । ତେବେ ଶାସ୍ତ୍ର ଅନୁଯାୟୀ ସିନ୍ଦୁର ଲଗାଇବାର ମହତ୍ତ୍ୱ ରହିଥିବା ବେଳେ ବିଜ୍ଞାନ ସମ୍ମତ ମହତ୍ତ୍ୱ ମଧ୍ୟ ରହିଛି । ବିବାହିତା ମହିଳା ମଥାରେ ସିନ୍ଦୁର ଲଗାଇବା ଦ୍ୱାରା ତାଙ୍କ ସ୍ୱାମୀଙ୍କ ଭାଗ୍ୟ ଉଦୟ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସିନ୍ଦୁର ମଙ୍ଗଳ ଗ୍ରହ ସହିତ ସମ୍ବନ୍ଧୀୟ ଅଟେ ।

ତେଣୁ ମହିଳା ମାନେ ସିନ୍ଦୁର ମଥାରେ ଧାରଣ କରିବା ଦ୍ୱାରା ପରିବାର ଉପରେ ମଙ୍ଗଳ ଗ୍ରହର ପ୍ରଭାବ ପଡ଼ି ନଥାଏ । ପ୍ରତ୍ୟେକ ଶୁକ୍ରବାର ସ୍ୱାମୀ ହାତରୁ ଯଦି ସ୍ତ୍ରୀ ସିନ୍ଦୁର ମଥାରେ ଧାରଣ କରେ ତେବେ ତାହା ଅଧିକ ଉତ୍ତମ ହୋଇଥାଏ । ଏହାଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଥାଏ ।

ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ଯେ ସାଧବା ନାରୀ ମାନେ ଚାରୋଟି ସ୍ଥାନରେ ସିନ୍ଦୁର ଲଗାଇବା ଉଚିତ । ସିଂଥିରେ , କପାଳରେ , କଣ୍ଠରେ ଏବଂ ମଣିବନ୍ଧରେ ସିନ୍ଦୁର ଲଗାଇବା ଉଚିତ । ଶାସ୍ତ୍ର ଅନୁଯାୟୀ ସାଧବା ମହିଳା ମାନେ ସିନ୍ଦୁର ଧାରଣ କରିବା ସମୟରେ ମାତା ଲକ୍ଷ୍ମୀଙ୍କ ନିମନ୍ତେ ଧାରଣ କରନ୍ତି । ଏହାଦ୍ବାରା ସ୍ୱାମୀର ଆୟୁଷ ଦୀର୍ଘ ହୋଇଥାଏ ।

ଏହାବ୍ୟତୀତ ଯେତେବେଳେ ସାଧବା ମହିଳା ନିଜ କଣ୍ଠରେ ସିନ୍ଦୁର ଧାରଣ କରନ୍ତି ତାହା ମାତା ସରସ୍ୱତୀଙ୍କ ନିମନ୍ତେ ଧାରଣ କରନ୍ତି । ଏହାଦ୍ବାରା ସନ୍ତାନ ଦୀର୍ଘାୟୁ ହୋଇଥାନ୍ତି । ସାଧବା ମହିଳା ମାନେ ଯେତେବେଳେ କପାଳରେ ସିନ୍ଦୁର ଧାରଣ କରନ୍ତି ତାହା ମାତା ସବିତ୍ରୀଙ୍କ ନିମନ୍ତେ ଧାରଣ କରନ୍ତି । ସିଂଥିରେ ସିନ୍ଦୁର ସେମାନେ ଶାଶୁ ଶ୍ୱଶୁରଙ୍କ ଦୀର୍ଘ ଆୟୁଷ କାମନା କରି ସିନ୍ଦୁର ନାଇଁଥାନ୍ତି

ସାଧବା ମହିଳା ମାନେ ହସ୍ତର ମଣିବନ୍ଧରେ ମାତା ପାର୍ବତୀଙ୍କ ନିମନ୍ତେ ସିନ୍ଦୁର ଲଗାଇ ଥାଆନ୍ତି । ଏହାଦ୍ବାରା ନାରୀଙ୍କୁ ସତିତ୍ୱ ପ୍ରଦାନ କରିବା ଉଦ୍ଦେଶ୍ୟରେ ନିୟମ ରହିଛି । ଏହି ଚାରୋଟି ସ୍ଥାନରେ ସାଧବା ମହିଳା ନିଶ୍ଚିତ ଭାବରେ ସିନ୍ଦୁର ଲଗାଇବା ଉଚିତ । ମଥାରେ ସ୍ତ୍ରୀ ସିନ୍ଦୁର ଲଗାଇଲେ ସ୍ୱାମୀର ଆୟୁଷ ବୃଦ୍ଧି ହେବା ସହିତ ସ୍ତ୍ରୀର ଆୟୁଷ କମିଥାଏ ।

ଅର୍ଥାତ କହିବାକୁ ଗଲେ ସ୍ତ୍ରୀର ଆୟୁଷ ସ୍ୱାମୀକୁ ପାପ୍ତ ହୋଇଥାଏ । ତେଣୁ ପ୍ରତ୍ୟେକ ସାଧବା ମହିଳା ଅହିଶୁଲକ୍ଷଣି ହୋଇ ଦୁନିଆ ଛାଡ଼ିବା ପାଇଁ ଏଭଳି ସିନ୍ଦୁର ଲଗାଇ ଥାଏ । ଏହାବ୍ୟତୀତ କଣ୍ଠରେ ସିନ୍ଦୁର ସନ୍ତାନ ମାନଙ୍କ ନିମନ୍ତେ ଲଗାଇଥାନ୍ତି ଏବଂ ମଣିବନ୍ଧରେ ସିନ୍ଦୁର ଭାଗ୍ୟବତୀ ହେବାପାଇଁ ଲଗାଇ ଥାନ୍ତି ।

ବିବାହିତା ମହିଳା ମାନେ ସିଂଥିରେ ଯେଉଁ ସିନ୍ଦୁର ଲଗାଇ ଥାଆନ୍ତି ତାହା ସତୀର ପ୍ରତୀକ ହୋଇଥାଏ , ହସ୍ତ କିମ୍ବା ମଣିବନ୍ଧରେ ଯେଉଁ ସିନ୍ଦୁର ଲଗାଇ ଥାନ୍ତି ତାହା ହେଉଛି ଶକ୍ତିର ପ୍ରତୀକ , କପାଳରେ ଯେଉଁ ସିନ୍ଦୁର ଲଗାଇଥାନ୍ତି ତାହା ଭକ୍ତିର ପ୍ରତୀକ ହୋଇଥାଏ ଏବଂ ଅର୍ଧପ୍ରଦେଶରେ ଲଗାଇଲେ ତାହା ଶକ୍ତିର ପ୍ରତୀକ ହୋଇଥାଏ । ଶକ୍ତି , ମୁକ୍ତି , ଭକ୍ତି ଏବଂ ସତୀ ଏହି ଚାରୋଟି ଏହି ଚାରୋଟି ପ୍ରତୀକ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ ।

ସିଂଥିରେ ସିନ୍ଦୁର ଲଗାଇବା ସମୟରେ ତାହା ମାତା ଲକ୍ଷ୍ମୀଙ୍କୁ ସମର୍ପିତ ହୋଇଥିବାରୁ ଏହି ସମୟରେ ଓଁ ମହାଲକ୍ଷ୍ମୈ ନମଃ ମନ୍ତ୍ରର ଜପ କରନ୍ତୁ । କପାଳରେ ଲଗାଇବା ବେଳେ ଓଁ ସାବିତ୍ରୀ ଦେବୀ ନମଃ , କଣ୍ଠରେ ଲଗାଇବା ବେଳେ ଓଁ ସରସ୍ୱତୀ ଦେବୀ ନମଃ ଏବଂ ମଣିବନ୍ଧରେ ସିନ୍ଦୁର ଲଗାଇବା ବେଳେ ଓଁ ପାର୍ବତୀ ଦେବୀ ନମଃ ମନ୍ତ୍ରର ଜପ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *