Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଏହି ସ୍ଥାନରେ ଦବାଇ ଦିଅନ୍ତୁ ଧଣିଆ । ରୋଡ଼ପତିରୁ ହୋଇଯିବେ କୋଟିପତି !

ସେୟାର୍ କରନ୍ତୁ

ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାରର ଉପାୟ କରାଯାଇଥାଏ । ସେଥିମଧ୍ୟରୁ ଧଣିଆର ପ୍ରୟୋଗ ଅନ୍ୟତମ ଯାହାକି ଆପଣ ଶୁଭ ଅବସରରେ କରି ପାରିବେ । ଧଣିଆର ପ୍ରୟୋଗ ଦ୍ୱାରା ଜୀବନରେ ତମାମ ସମସ୍ୟାରୁ ମୁକ୍ତି ମିଳିଥାଏ । ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହିତ ଏହା ଜୀବନରେ ସୁଖର ଆଗମନ ପାଇଁ ମଧ୍ୟ ପ୍ରଭାବୀ ହୋଇଥାଏ ।

ଯଦି ଆପଣ ଘରେ କୌଣସି ସମସ୍ୟା କାରଣରୁ ଚିନ୍ତିତ ଅଛନ୍ତି ତେବେ କୌଣସି ଶୁଭ ଦିନ ଘରେ ଏକ ମାଟି ପାତ୍ରରେ ଅଳ୍ପ ଧଣିଆ , ଏକ କୋଏନ ରଖି ପାଣି ଢ଼ାଳି ଦିଅନ୍ତୁ ଏବଂ ତାହାକୁ ଏକ ନାଲି କପଡ଼ା ଘୋଡ଼ାଇ ଘରର ପୂର୍ବ ଉତ୍ତର ଦିଗରେ ରଖି ଦିଅନ୍ତୁ । ଦୁଇ ଦିନ ପରେ ସେହି ଧଣିଆକୁ ଗାଉଁଲାରେ ମାଟି ନେଇ ପୋତି ଦିଅନ୍ତୁ ଏବଂ କୋଏନକୁ ନାଲି କପଡ଼ାରେ ବାନ୍ଧି ଘରେ ଧନ ରଖାଯାଉଥିବା ସ୍ଥାନରେ ରଖି ଦିଅନ୍ତୁ ।

ଅନେକ ସମୟରେ ମନୁଷ୍ୟ ନିଜର ପ୍ରେମ , ଧନ ସମ୍ପତ୍ତି ମାନ ସମ୍ମାନ ଏବଂ ସବୁକିଛି ହରାଇ ବସିଥାଏ । ଏଭଳି ପରିସ୍ଥିତିରେ ଏକ କପଡ଼ାରେ କିଛି ଧଣିଆ ବାନ୍ଧି ଶ୍ରୀହନୁମାନଙ୍କ ଚରଣରେ ରଖି ନିଜର ହଜି ଯାଇଥିବା ପ୍ରେମ , ମାନସମ୍ମାନ ଏବଂ ଯାହା କିଛିବି ହଜି ଯାଇଛି ତାହା ଫେରି ପାଇବାକୁ ପ୍ରାର୍ଥନା କରନ୍ତୁ । ଯଦି ଆପଣଙ୍କ ପାଖରୁ କେହି କରଜ ନେଇ ଦେଉନାହିଁ ତେବେ କୌଣସି ଶନିବାର ରବିବାର କିମ୍ବା ମଙ୍ଗଳବାର ଦିନ ଏକ ସାଧା କାଗଜରେ ଧଣିଆ ନେଇ କଳା କାଳିରେ ସେହି ବ୍ୟକ୍ତିର ନାମ ଲେଖି ଧଣିଆ ସହିତ ସେହି କାଗଜକୁ ଜଳାଇ ଦିଅନ୍ତୁ ।

ତାପରେ ସେହି ପାଉଁଶକୁ ନେଇ ବାହାରେ କୌଣସି ସ୍ଥାନରେ ମାଟିରେ ଦବାଇ ଦିଅନ୍ତୁ । ଧ୍ୟାନ ରଖିବେ ଯେପରି ଏହି ଉପାୟ କରିବା ସମୟରେ କେହିବି ନଦେଖନ୍ତି । ଏହି ଉପାୟ ଦ୍ୱାରା ଆପଣ ଟଙ୍କା ଫେରି ପାଇବେ । ଘରେ ଅଶାନ୍ତି ସୃଷ୍ଟି ହେଉଥିଲେ ଅଳ୍ପ ଶୁଖିଲା ଧଣିଆ ନେଇ ଘରର ପୂର୍ବ ଦିଗରେ ରଖିଦେଲେ ଏହି ସମସ୍ୟା ଦୂର ହୋଇଥାଏ ।

ଆର୍ଥିକ ସ୍ଥିତି ଭଲ ନଥିଲେ ଗାଈକୁ କଞ୍ଚା ଧଣିଆ ଖୁଆଇ ଦେଲେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । କରଜ ଜନିତ ସମସ୍ୟା କାରଣରୁ ଚିନ୍ତିତ ଥିଲେ କିମ୍ବା ଧନ ସଞ୍ଚିତ ହେଉ ନଥିଲେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ଅଳ୍ପ ଧଣିଆ ରଖି ଶୋଇ ଯାଆନ୍ତୁ ଏବଂ ସକାଳୁ ଉଠି ତାହାକୁ ନେଇ କୌଣସି ଅଶ୍ୱତ୍ଥ ଗଛ ମୂଳରେ ଦବାଇ ଦିଅନ୍ତୁ ।

ଘରେ କୌଣସି ବ୍ୟକ୍ତି କିମ୍ବା ଛୋଟ ପିଲା ଉପରେ ନଜର ଦୋଷ ପଡ଼ିଥିଲେ ବାମ ହାତରେ ଏକ ମୁଠା ଶୁଖିଲା ଧଣିଆ ନେଇ ନଜର ଦୋଷ ଲାଗିଥିବା ବ୍ୟକ୍ତିର ମୁଣ୍ଡ ଉପର ଦେଇ ଓଲଟା ସାତ ଥର ବୁଲାଇ ବାହାରକୁ ଯାଇ ଫିଙ୍ଗି ଦିଅନ୍ତୁ । ନଜର ଦୋଷ ଦୂର ହୋଇଯିବ । ମାତ୍ର ଏହି ଉପାୟ କରିବା ସମୟରେ ଯେମିତି କେହି ନଦେଖନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ତିକ୍ତତା ଏବଂ ବୈବାହିକ ଜୀବନରେ ସମସ୍ୟା ଥିଲେ କୌଣସି ଗୁରୁବାର ଦିନ ଭଗବାନ ସତ୍ୟନାରାୟଣଙ୍କୁ ଧଣିଆରେ ତିଆରି ପଞ୍ଜିରି ଅର୍ପିତ କରନ୍ତୁ ।

ଏହି ଉପାୟ ଦ୍ୱାରା ସତ୍ୟନାରାୟଣଙ୍କ କୃପାରୁ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଅନେକ ସମୟରେ ଶନି ଦୋଷ କିମ୍ବା ଚାକିରୀ ଜନିତ ସମସ୍ୟା ରହିଥାଏ । ଏଭଳି ପରିସ୍ଥିତିରେ ଶନିବାର ଦିନ ଅଳ୍ପ ଶୁଖିଲା ଧଣିଆ ଅଶ୍ୱତ୍ଥ ଗଛ ମୂଳରେ ପୋତି ଦିଅନ୍ତୁ ଏବଂ ଏକ ଲୋଟା ଜଳ ସେହିଠାରେ ଅର୍ପିତ କରି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଶନି ଦୋଷା ଏବଂ ଚାକିରୀ ଜନିତ ସମସ୍ୟାରୁ ମୁକ୍ତି ମିଳିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *