Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ଚାରୋଟି କାମ । ନଚେତ ସ୍ବୟଂ ଶ୍ରୀହନୁମାନ ଦେଇଥାନ୍ତି ଦଣ୍ଡ ।

ସେୟାର୍ କରନ୍ତୁ

ଏହି କଳିଯୁଗରେ ଯେଉଁ ଭଗବାନ ସାକ୍ଷାତ ଉପସ୍ଥିତ ଅଛନ୍ତି ସେ ହେଉଛନ୍ତି ଶ୍ରୀହନୁମାନ । ତ୍ରେତୟା ଯୁଗରୁ ବରଦାନ ପାଇଁ ଶ୍ରୀହନୁମାନ ସବୁବେଳେ ସାକ୍ଷାତ ଜୀବନ୍ତ ଭାବରେ ପୃଥିବୀ ପୃଷ୍ଠରେ ରହି ଆସୁଛନ୍ତି । ଶ୍ରୀହନୁମାନ ନିଜ ଭକ୍ତ ଉପରେ ବହୁତ ଜଲଦି ପ୍ରସନ୍ନ ହୋଇ ନିଜ ଭକ୍ତଙ୍କୁ ବରଦାନ ଦେଇଥାନ୍ତି । ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଶ୍ରୀହନୁମାନ ଚାଳିଶା ପାଠ ଏବଂ ଶ୍ରୀରାମଚନ୍ଦ୍ରଙ୍କ ନାମ ଜପ କରିଥାଏ ସେହି ବ୍ୟକ୍ତିର ଜୀବନରେ କୌଣସି ସମସ୍ୟା ଆସି ନଥାଏ ।

ଆଜିବି ଯେଉଁଠି ଶ୍ରୀରାମଚନ୍ଦ୍ରଙ୍କ କଥା ପାଠ ହୋଇଥାଏ ତାହା ଶୁଣିବାକୁ ଶ୍ରୀହନୁମାନ ଉପସ୍ଥିତ ହୁଅନ୍ତି ବୋଲି କୁହାଯାଏ । ପ୍ରାଚୀନ ଧର୍ମ ଗ୍ରନ୍ଥରେ ଏପରି ବର୍ଣ୍ଣିତ ହୋଇଛି ଯେ ବ୍ୟକ୍ତି କିଛି ଏପରି କାମ କଲେ ହନୁମାନଙ୍କ କୃପାରୁ ବଞ୍ଚିତ ହୋଇଥାଏ । ଏପରି କରିବାକୁ ବ୍ୟକ୍ତିକୁ ହନୁମାନ ଦଣ୍ଡ ଦେଇଥାନ୍ତି ।

ଯେଉଁ ଘରେ ଲୋକେ ଏପରି କାମ କରନ୍ତି ସେହିଘରେ ନା ହନୁମାନ ବାସ କରନ୍ତି ନା ମାତା ଲକ୍ଷ୍ମୀ । ଏହି କାରଣରୁ ହିଁ ହନୁମାନ ଲଙ୍କା ଛାଡ଼ିବା ପୂର୍ବରୁ ଲଙ୍କାକୁ ନଷ୍ଟ କରି ଦେଇଥିଲେ । ତେଣୁ ଏପରି କାମ କରିଥିବା ଲୋକଙ୍କ ଜୀବନରେ ସବୁବେଳେ ଦୁର୍ଭାଗ୍ୟ ରହିଥାଏ । ଯେଉଁ ଘରର ଲୋକଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ନଥାଏ ଏବଂ ଭଗବାନଙ୍କ ସୁଲଭ ଆରାଧନା ହୁଏ ନାହିଁ , ସେହି ଘରେ କେବେବି ଭଗବାନ ହନୁମାନ କିମ୍ବା ମାତା ଲକ୍ଷ୍ମୀଙ୍କ ବାସ ହୁଏନାହିଁ । ସେହି ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସି ନଥାଏ । ଯେଉଁ ଘରେ ଭଗବାନ ରାମଚନ୍ଦ୍ରଙ୍କୁ ଅପମାନ କରାଯାଏ ସେହି ଘରର ଲୋକଙ୍କ ଉପରେ ହନୁମାନ କେବେବି କୃପା କରନ୍ତି ନାହିଁ ।

ଯେଉଁ ଘରର ଲୋକେ ସର୍ବଦା ମାଂସ ସେବନ କରନ୍ତି , ସେହି ଘରେ ହନୁମାନଙ୍କ ବାସ ହୁଏନାହିଁ । ମାତା ଲକ୍ଷ୍ମୀ ମଧ୍ୟ ଚାଲି ଯାଆନ୍ତି । ସେହି ଘରର ଲୋକଙ୍କ ଭାଗ୍ୟ କେବେ ସୁଧୁରି ନଥାଏ । ଯେଉଁ ଲୋକେ ମଦ ସେବନ କରନ୍ତି ସେମାନଙ୍କ ଉପରେ ଭଗବାନଙ୍କ କୃପା ବର୍ଷା ହୁଏନାହିଁ । ଯେଉଁ ଘରେ ମହିଳାଙ୍କ ଅପମାନ ହୋଇଥାଏ ସେହି ଘରେ ହନୁମାନ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇ ନଥାଏ ।

ସେପରି ବ୍ୟକ୍ତିଙ୍କୁ ଭଗବାନ ହନୁମାନ ଦଣ୍ଡ ଦିଅନ୍ତି । ମୃତ୍ୟୁ ପରେ ଏହି ବ୍ୟକ୍ତି ମାନେ ନର୍କକୁ ଯାଇଥାନ୍ତି । ଯେଉଁ ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ ଲଢେ଼ଇ ଝଗଡ଼ା କଳହ ହୋଇଥାଏ , ସେହି ଘରେ ହନୁମାନଙ୍କ ବାସ ହୋଇ ନଥାଏ । ସେହି ଘରେ ସୁଖ ସମୃଦ୍ଧି ମଧ୍ୟ ରହେ ନାହିଁ । ଘରେ ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ପ୍ରେମ , ସମ୍ମାନ ଏବଂ ଏକତା ରହିବା ଉଚିତ । ସେପରି ଘରେ ଭଗବାନଙ୍କ ସାକ୍ଷାତ ଉପସ୍ଥିତି ମଧ୍ୟ ରହିଥାଏ ।

ଯେଉଁ ଘରେ ଅଳିଆ ଆବର୍ଜନା ଏବଂ ଆପରିଷ୍କାର ରହିଥାଏ ସେହି ଘରେ ଭଗବାନଙ୍କ ବାସ ହୁଏନାହିଁ । ଯେଉଁ ଘରର ଲୋକେ ପଶୁ ହତ୍ୟା କରନ୍ତୁ ସେମାନେ ମଧ୍ୟ ହନୁମାନଙ୍କ ଦଣ୍ଡର ପାତ୍ର ହୁଅନ୍ତି । ଯେଉଁ ଘରର ଲୋକେ ସନ୍ଥ ଏବଂ ଅତିଥିଙ୍କ ଅପମାନ କରନ୍ତି ସେହି ଘରେ ମଧ୍ୟ ଭଗବାନଙ୍କ ବାସ ହୁଏନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *