Excuse Me Odisha

ଯାହା କହିବୁ ସତ କହିବୁ

ବଟ ସାବିତ୍ରୀରେ ମାତାଙ୍କୁ ଭୁଲରେ ଚଢ଼ାନ୍ତୁ ନାହିଁ ଏହି ତିନୋଟି ଜିନିଷ । ନଚେତ ସ୍ୱାମୀର ହୋଇଥାଏ ମୃତ୍ୟୁ ।

ସେୟାର୍ କରନ୍ତୁ

ବଟ ସାବିତ୍ରୀ ବ୍ରତକୁ ପ୍ରତ୍ୟେକ ମହିଳା ବେଶ ଧୂମଧାମରେ ପାଳନ କରିଥାନ୍ତି । ଭଳି ମାନ୍ୟତା ରହିଛି ଯେ ମହିଳା ମାନେ ଏହି ବ୍ରତ ରଖିଲେ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ । ଏହାବ୍ୟତୀତ ମହିଳା ଅଖଣ୍ଡ ସୌଭଗ୍ୟ ଏବଂ ସନ୍ତାନ ସୁଖ ପ୍ରାପ୍ତ କରିବାର କାମନା ରଖି ମଧ୍ୟ ଏହି ବ୍ରତ ପାଳନ କରନ୍ତି । ଶାସ୍ତ୍ରରେ ଏଭଳି ମାନ୍ୟତା ରହିଛି ଯେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବା ପାଇଁ ମଧ୍ୟ ଏହିବ ବଟ ସାବିତ୍ରୀ ବ୍ରତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ବଟ ସାବିତ୍ରୀ ବ୍ରତରେ ଏଭଳି କେଉଁ ଜିନିଷ ରହିଛି ଯାହାକୁ ସାବିତ୍ରୀ ମା’ଙ୍କୁ ଅର୍ପିତ କରିବା ଉଚିତ ନୁହେଁ । ନଚେତ ବ୍ରତ ଭାଙ୍ଗିଯିବା ସହିତ ପାପ ମଧ୍ୟ ଲାଗିଥାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିର ଆରମ୍ଭ ମେ ୧୮ , ୨୦୨୩ ରାତି ୦୯.୪୨ ରୁ ଆରମ୍ଭ ହେବ ଏବଂ ଏହାସହିତ ସମାପ୍ତି ମେ ୧୯ , ୨୦୨୩ ରାତି ୦୯.୨୨ ରେ ହେବ ।

ତେଣୁ ବଟ ସାବିତ୍ରୀ ବ୍ରତ ମେ ୧୯ , ୨୦୨୩ ଶୁକ୍ରବାର ଦିନ ରଖାଯିବ । ସାବିତ୍ରୀ ବ୍ରତ ପୂଜାର ଶୁଭ ମୁହୂର୍ତ୍ତ ମେ ୧୯ ସକାଳ ୦୭.୧୯ ରୁ ସକାଳ ୧୦.୪୨ ପର୍ଯ୍ୟନ୍ତ ରହିବ । ତେଣୁ ସବିତ୍ର ବ୍ରତ ରଖିଥିବା ମହିଳାଙ୍କ ସ୍ୱାମୀ ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ କରିବା ସହିତ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ମଧୁରତା ଏବଂ ଦୃଢ଼ତା ଆସିଥାଏ ଏବଂ ସେମାନଙ୍କ ପ୍ରେମ ଅମର ହେବା ସହିତ ସ୍ୱାମୀଙ୍କ ଆୟୁଷ ମଧ୍ୟ ବଢ଼ିଥାଏ । ଏହିଦିନ ବିବାହିତା ମହିଳା ଷୋହଳ ଶୃଙ୍ଗାର କରି ବ୍ରତ ରଖିବା ଉଚିତ । କିନ୍ତୁ ଏହିଦିନ କଳା ବସ୍ତ୍ର ଧାରଣ କରିବା ଉଚିତ ନୁହେଁ ।

କାରଣ ଏହିଦିନ ଶନି ଜୟନ୍ତୀ ମଧ୍ୟ ରହିଛି । ଏହାବ୍ୟତୀତ ବଟ ସାବିତ୍ରୀ ବ୍ରତରେ ଧଳା ବସ୍ତ୍ର ମଧ୍ୟ ଧାରଣ କରିବା ଉଚିତ ନୁହେଁ କାରଣ ତାହା ବିଧବା ସଙ୍କେତ ହୋଇଥାଏ । ଏହିଦିନ ବିବାହିତା ମହିଳା ନାଲି ବସ୍ତ୍ର ଧାରଣ କରିବା ଉଚିତ ଯାହାଦ୍ୱାରା ମାତା ସାବିତ୍ରୀ ପ୍ରସନ୍ନ ହୁଅନ୍ତି ଏବଂ ଅଖଣ୍ଡ ସୌଭଗ୍ୟବତୀ ହେବାର ବରଦାନ ଦେଇଥାନ୍ତି । ଏହିଦିନ ନିଜର ଶୃଙ୍ଗାର ଜିନିଷ ଦାନ ନକରି ବଜାରକୁ ନୂଆ କିଣି ଯଥା ସମ୍ଭବ ଦାନ କଲେ ଧନରେ ବୃଦ୍ଧି ହୋଇଥାଏ ।

ଏଭଳି ମାନ୍ୟତା ରହିଛି ଯେ ବଟ ସାବିତ୍ରୀ ବ୍ରତ ଦିନ ବ୍ରତ ଧାରୀଙ୍କୁ ଲୁଣର ସେବନ କରିବା ଉଚିତ ନୁହେଁ ଏବଂ ସେହି ପରିବାରରେ କେହିବି ମଦ ମାଂସ ମଧ୍ୟ ସେବନ କରିବା ଉଚିତ ନୁହେଁ । ଏହି ସମୟରେ ସହବାସ ବର୍ଜିତ ଅଟେ ଏବଂ ଦିନ ମୁହଁରୁ କଟୁ କଥା ବାହାର କରିବା ଉଚିତ ନୁହେଁ । ସକାଳୁ ମହିଳା ମାନେ ଜଲଦି ଉଠିଲେ ମାତା ସାବିତ୍ରୀ ପ୍ରସନ୍ନ ହୁଅନ୍ତି । ବଟ ସାବିତ୍ରୀ ଦିନ ମହିଳା ମାନେ ଦୀର୍ଘ ସିନ୍ଦୁର ରେଖା ମଥାରେ ଟାଣିଲେ ମାତା ପ୍ରସନ୍ନ ହୁଅନ୍ତି ।

ଏହାଦ୍ବାରା ସ୍ୱାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ । ଏହିଦିନ ମାତା ସାବିତ୍ରୀଙ୍କୁ ନାଲି ଫୁଲ ଅର୍ପିତ କରିବା ଉଚିତ ଏବଂ ଏହାଦ୍ବାରା ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ନାଲି ଫୁଲକୁ ପ୍ରେମର ପ୍ରତୀକ ମାନା ଯାଇଥାଏ । ବଟ ସାବିତ୍ରୀ ବ୍ରତ ଦିନ ମହିଳା ମାନେ କେଶ କାଟିଲେ ଘୋର ପାପ ହୋଇଥାଏ । ଏହାଦ୍ବାରା ମାତା ସାବିତ୍ରୀ କ୍ରୋଧିତ ହୁଅନ୍ତି । ଏହାଦ୍ବାରା ନିକଟ ଭବିଷ୍ୟତରେ ସ୍ୱାମୀଙ୍କ ମୃତ୍ୟୁ ହୋଇପାରେ ।

ବଟ ସାବିତ୍ରୀ ପୂଜା ପାଠ ସମୟରେ କୌଣସି ଜିନିଷ ଖଣ୍ଡିତ ଅର୍ପିତ କରନ୍ତୁ ନାହିଁ । ଏମିତିକି ପୂଜାରେ ମଧ୍ୟ ଖଣ୍ଡିତ ଜିନିଷ ଅର୍ପିତ ହୋଇ ନଥାଏ । ହାତରେ ଧଳା ଚୁଡ଼ି , କଳା କିମ୍ବା ନୀଳ ଚୁଡ଼ି ଭୁଲରେବି ପିନ୍ଧନ୍ତୁ ନାହିଁ । ଏମିତିକି ଭଙ୍ଗା ଚୁଡ଼ି ପିନ୍ଧିଲେ ମଧ୍ୟ ଘୋର ପାପ ଲାଗିଥାଏ ଏବଂ ବ୍ରତ ଭାଙ୍ଗିଯାଏ । ଏହିଦିନ ବେକରେ ମଙ୍ଗଳସୁତ୍ର ପିନ୍ଧିବାକୁ ଆଦୋୖ ଭୁଲନ୍ତୁ ନାହିଁ । ଯଦି କୌଣସି ମହିଳାଙ୍କ ମନରେ ନିଜ ସ୍ୱାମୀଙ୍କ ଭାବନା ନଆସି ଅନ୍ୟ କେହି ପୁରୁଷର ଭାବନା ଆସୁଛି ତେବେ ସେହି ସ୍ତ୍ରୀ ସାବିତ୍ରୀ ବ୍ରତ ରଖିବା ଉଚିତ ନୁହେଁ ।

ଏଭଳି ଚିନ୍ତା ଦ୍ବାରା ପାପ ହୋଇଥାଏ । ଗର୍ଭବତୀ ମହିଳା ବଟ ସାବିତ୍ରୀ ବ୍ରତ ରଖିଲେ କଷ୍ଟକର ହୋଇପାରେ । ଗର୍ଭବତୀ ମହିଳା ଚାହିଁଲେ ବ୍ରତ ରଖି ପାରିବେ ମାତ୍ର ଦୁର୍ବଳ ଥିଲେ ଆଦୋୖ ବ୍ରତ ନରଖିବା ହିଁ ଭଲ ହେବ । ତେଣୁ ବ୍ରତ ରଖିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ । ଯେଉଁ ସ୍ୱାମୀ ସ୍ତ୍ରୀ ବିନା ବିଧିବିଧାନ ଏବଂ ସାତ ଫେରାରେ ମଧ୍ୟ ସାଥିରେ ସ୍ୱାମୀ ସ୍ତ୍ରୀ ଭଳି ରହୁଛନ୍ତି ସେମାନେ ସାବିତ୍ରୀ ବ୍ରତ ପୂଜା ଅନୁଷ୍ଠାନ କରିବା ବର୍ଜିତ ଅଟେ । କାରଣ ଏହାଦ୍ବାରା ପାପ ଲାଗିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *