Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ବି ଫ୍ରିଜରେ ରଖନ୍ତୁ ନାହିଁ ଏହି ଦୁଇଟି ଜିନିଷ । ଆସିଥାଏ ଦାରିଦ୍ର୍ୟତା ଏବଂ ହୋଇଥାଏ ଅନ୍ନ ଧନର ଘୋର ଅଭାବ ।

ସେୟାର୍ କରନ୍ତୁ

ଘରେ ଫ୍ରିଜ ରଖିବାର ମଧ୍ୟ ଏକ ଉପଯୁକ୍ତ ଦିଗ ରହିଛି ଯାହାଦ୍ୱାରା ଘର ଧନ ଧାନ୍ୟରେ ଭରିଯିବ ଏବଂ କେବେ କୌଣସି ସମସ୍ୟା ଆସିବ ନାହିଁ । ତେବେ ତାହା ଶାରୀରିକ ହେଉ କିମ୍ବା ମାନସିକ କୌଣସି ପ୍ରକାରର ସମସ୍ୟା ଆସିବ ନାହିଁ । ଘରର ସୁଖ ସମୃଦ୍ଧି ପାଇଁ ବାସ୍ତୁ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ବାସ୍ତୁ ଅନୁଯାୟୀ ଯେଉଁ ଘରେ ସବୁ ଜିନିଷ ଉପଯୁକ୍ତ ସ୍ଥାନରେ ରହିଥାଏ ସେହି ଘରେ ସୁଖ ଶାନ୍ତି ଏବଂ ଧନ ବର୍ଷା ହୋଇଥାଏ । ତେଣୁ ଫ୍ରିଜ ମଧ୍ୟ ଏକ ନିର୍ଦିଷ୍ଟ ଦିଗରେ ରହିବା ଉଚିତ । ଯାହାଦ୍ୱାରା ଘରର ବାତାବରଣ ସର୍ବଦା ଶୁଦ୍ଧ ଏବଂ ସକାରାତ୍ମକ ହୋଇଥାଏ ।

ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଘରେ ଫ୍ରିଜ କେଉଁ ସ୍ଥାନରେ ରଖିବା ଉଚିତ ଏବଂ ଫିଜ ମଧ୍ୟରେ କେଉଁ ସବୁ ଜିନିଷ ରଖିବା ଉଚିତ ତାହା ମଧ୍ୟ କହିବୁ । ଯାହାଦ୍ୱାରା ଘରେ କେବେ ଅନ୍ନର ଅଭାବ ହେବ ନାହିଁ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହେବ ନାହିଁ । ଘରର ଉତ୍ତର ପଶ୍ଚିମ ଦିଗରେ ସର୍ବଦା ଫ୍ରିଜ ରଖିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।

ନଚେତ ଆପଣ ଅଗ୍ନି ଅର୍ଥାତ ପୂର୍ବ ଦକ୍ଷିଣ ଦିଗରେ ମଧ୍ୟ ଆପଣ ଫ୍ରିଜ ରଖି ପାରିବେ । କାରଣ ଫ୍ରିଜ ଇଲେକ୍ଟ୍ରି ଦ୍ୱାରା ଚାଲିଥାଏ ଯେଉଁଥିରେ ଅଗ୍ନିର ବାସ ହୋଇଥାଏ । ଗ୍ୟାସର ତୁଳନା ବାୟୁ ସହିତ ହୋଇଥାଏ । ତେଣୁ ଯଦି ଏହାକୁ ଆପଣ ଭୁଲ ଦିଗରେ ରଖି ଦିଅନ୍ତି ତେବେ ଘରେ ଅନ୍ନ ଧନ ହାନୀ ହେବା ଆରମ୍ଭ ହୋଇଯାଏ ।

ସବୁବେଳେ ଚେଷ୍ଟା କରନ୍ତୁ ଯେ ଫ୍ରିଜର କବାଟ ଯେପରି ପୂର୍ବ ଦିଗକୁ ଖୋଲିବ । ପୂର୍ବ ଦିଗକୁ ଅନ୍ନ ଏବଂ ଧନର ଦିଗ କୁହାଯାଏ । ବାସ୍ତୁ ଅନୁଯାୟୀ ଏଭଳି କୁହାଯାଇଛି ଯେ ଏହି ଦିଗରେ ଧନ ରଖିଲେ କେବେ ଧନ ହାନୀ ହୁଏନାହିଁ । ଘରେ ସୁଖ ସମୃଦ୍ଧି ବଜାୟ ରହେ । ଯେହେତୁ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି ତେଣୁ ଏହି ଦିଗରେ ଫ୍ରିଜ ଖୋଲିଲେ ସକାରାତ୍ମକ ଶକ୍ତି ବଢ଼ିଥାଏ । ଏହା ମଧ୍ୟରେ ଥିବା ଖାଦ୍ୟ ଖାଇଲେ ମସ୍ତିଷ୍କ ମଧ୍ୟ ଶାନ୍ତ ରହିବ ଏବଂ କାମରେ ମଧ୍ୟ ମନ ଲାଗିବ ।

ବାସ୍ତୁ ଅନୁଯାୟୀ କିଛି ଏଭଳି ଜିନିଷ ଅଛି ଯାହାକୁ ଘରର ଫ୍ରିଜ ମଧ୍ୟରେ ରଖିବା ଆଦୋୖ ଉଚିତ ନୁହେଁ । ନଚେତ ଘରର ସୁଖ ସମୃଦ୍ଧି ଉପରେ ଘୋର ପ୍ରଭାବ ପଡ଼ିଥାଏ ଏବଂ ଆର୍ଥିକ କ୍ଷତି ଭଳି ସମସ୍ୟା ମଧ୍ୟ ହୋଇଥାଏ । ତେଣୁ ଏହିସବୁ ଜିନିଷ ଆଦୋୖ ଫ୍ରିଜ ମଧ୍ୟରେ ରଖିବା ଉଚିତ ନୁହେଁ ।

ଫ୍ରିଜ ମଧ୍ୟରେ କୌଣସି ପ୍ରକାରର ଔଷଧ ଇଂଜେକସନ ରଖିବା ଉଚିତ ନୁହେଁ । ଏଭଳି ମାନ୍ୟତା ରହିଛି ଯେ ଫ୍ରିଜ ମଧ୍ୟରେ ଔଷଧ ଏବଂ ଇଂଜେକସନ ରଖିଲେ ରାହୁ ଦୋଷ ଲାଗିଥାଏ ଏବଂ ଏହାଦ୍ବାରା ଧନ ହାନୀ ଭଳି ସମସ୍ୟା ମଧ୍ୟ ହୋଇଥାଏ । ଅଟା ଚକଟି ଫ୍ରିଜରେ ରଖିଲେ ଅନ୍ନ ଅଭାବ ଦେଖା ଦେଇଥାଏ । ଫ୍ରିଜ ଉପରେ ସବୁବେଳେ ପରିଷ୍କାର ରଖିବା ଉଚିତ ଏବଂ କୌଣସି ପ୍ରକାରର ଏଣୁତେଣୁ ଜିନିଷ ରଖିବା ଉଚିତ ନୁହେଁ ।

ବାସ୍ତୁ ଅନୁଯାୟୀ ଫ୍ରିଜର ଉପର ଭାଗ ଶନିଙ୍କ ସ୍ଥାନ ଅଟେ । ତେଣୁ ଏମିତିରେ ଫ୍ରିଜର ଉପର ଭାଗ ଆପରିଷ୍କାର ରଖିଲେ ଶନି କ୍ରୋଧିତ ହୁଅନ୍ତି । ଫ୍ରିଜକୁ ଅଧିକ ଭରପୁର ରଖିବା ମଧ୍ୟ ଉଚିତ ନୁହେଁ । କାରଣ ଫ୍ରିଜରେ ଅଧିକ ଜିନିଷ ରଖିଲେ କରଜ ବଢ଼ିଥାଏ । ବାସୀ ଖାଦ୍ୟକୁ ଫ୍ରିଜରେ ରଖିବା ଉଚିତ ନୁହେଁ । ତେଣୁ ଏଭଳି ଖାଦ୍ୟକୁ ସର୍ବଦା ଫ୍ରିଜରୁ ହଟାଇ ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *