Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଦୁଇ ବୁନ୍ଦା କ୍ଷୀରକୁ ନେଇ କରି ଦିଅନ୍ତୁ ଏହି କିଛି ସାଧାରଣ ଉପାୟ । ମାନସିକ ଚିନ୍ତା ଏବଂ ଆକସ୍ମିକ ଦୁର୍ଘଟଣାରୁ ମିଳିବ ମୁକ୍ତି ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ କ୍ଷୀରକୁ ଚନ୍ଦ୍ରମାର ପ୍ରତୀକ ମାନା ଯାଇଛି । ତେଣୁ ଚନ୍ଦ୍ରମାଙ୍କୁ ପୂଜା ସମୟରେ ପାଣିରେ ଦୁଇ ଚାରି ବୁନ୍ଦା କ୍ଷୀର ମିଶାଇ ଅର୍ପିତ କରାଯାଏ । ଏମିତିକି କ୍ଷୀରରେ କଳା ତିଳ ମିଶାଇ ଶିବଲିଙ୍ଗରେ ଅର୍ପିତ କଲେ ମହାଦେବ ପ୍ରସନ୍ନ ହୁଅନ୍ତି । କ୍ଷୀର ସ୍ୱାସ୍ଥ୍ୟ ବର୍ଦ୍ଧକ ହେବା ସହିତ ଦୁର୍ଭାଗ୍ୟ ଦୂର ମଧ୍ୟ କରିଥାଏ । ଆଜିକାର ଲେଖାରେ ଆମେ କ୍ଷୀରର ଉପଯୋଗ ଦ୍ୱାରା କିଛି ଖାସ ଉପାୟ ବିଷୟରେ କହିବୁ ।

ଖାସକରି ଅମାବାସ୍ୟା , ପୂର୍ଣ୍ଣିମା ଏବଂ ଏକାଦଶୀ ଦିନ ତୁଳସୀରେ ଜଳ ଅର୍ପିତ କରିବା ସମୟରେ ସେଥିରେ ଦୁଇ ଚାରି ବୁନ୍ଦା କ୍ଷୀର ମିଶାଇ ଅର୍ପିତ କରନ୍ତୁ । ଏହି ଉପାୟ ଦ୍ୱାରା ଜୀବନର ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ । ଏହାବ୍ୟତୀତ ପରିବାରରେ ହଠାତ କାହାରି ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଅଚାନକ କାହାରି ଜୀବନରେ କୌଣସି ବିପଦ ଦେଖା ଦେଇଥାଏ ।

ତେଣୁ ଏଭଳି ପରିସ୍ଥିତିରେ ମଙ୍ଗଳବାର ଦିନ କ୍ଷୀରରେ ଚାଉଳକୁ ଧୋଇ ସେହି କ୍ଷୀରକୁ ନଦୀ କିମ୍ବା ଝରଣାରେ ପ୍ରବାହିତ କରି ଦିଅନ୍ତୁ । ମାତ୍ର ଏହି ଉପାୟକୁ ଯଦି ଆପଣ ଦୃଢ଼ ଭାବରେ ସାତୋଟି ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତି ତେବେ ଆକସ୍ମିକ ଦୁର୍ଘଟଣା କିମ୍ବା ଅନ୍ୟାନ୍ୟ କୌଣସି ସମସ୍ୟା ଦୂର ହୋଇଯିବ । ଯଦି ଆପଣ ନିଜ ଭାଗ୍ୟକୁ ମଜବୁତ କରିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ସ୍ନାନ କରିବା ସମୟରେ ପାଣିରେ ଦୁଇ ଚାରି ବୁନ୍ଦା କ୍ଷୀର ମିଶାଇ ସ୍ନାନ କରନ୍ତୁ ।

ଏହି ଉପାୟ ଦ୍ୱାରା ଭାଗ୍ୟ ଦୃଢ଼ ହେବା ସହିତ ଦୁର୍ଭାଗ୍ୟ ମଧ୍ୟ ସୌଭାଗ୍ୟରେ ପରିବର୍ତ୍ତିତ ହୋଇଯାଏ । ଯଦି ଆପଣଙ୍କ ଉପରେ ଶନି ଦୋଷା କିମ୍ବା ଶନିଙ୍କ ସାଢ଼େ ସାତି ପ୍ରଭାବ ରହିଛି ତେବେ ନିୟମିତ ରୂପରେ ରବିବାର ଦିନକୁ ଛାଡ଼ି ଅଶ୍ୱତ୍ଥ ବୃକ୍ଷ ମୂଳରେ ଏକ ଲୋଟା ଜଳରେ ଚାରି ବୁନ୍ଦା କ୍ଷୀର , କଳା ତିଳ ଏବଂ ଅଳ୍ପ ମିଠା ବସ୍ତୁ ପକାଇ ଅର୍ପିତ କଲେ ଶନି ଦୋଷା ଏବଂ ଜୀବନର କୌଣସିବି ସମସ୍ୟା ଦୂର ହୋଇଥାଏ ।

ମହାଦେବଙ୍କୁ କ୍ଷୀର ଅର୍ପିତ କଲେ ମନ ଶାନ୍ତ ରହିଥାଏ , କଷ୍ଟ ଦୂର ହୋଇଥାଏ ଏବଂ ମହାଦେବଙ୍କ ଆଶୀର୍ବାଦରୁ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଯଦି ଆପଣ ସାତୋଟି ସୋମବାର ପର୍ଯ୍ୟନ୍ତ ଲଗାତାର ମହାଦେବଙ୍କୁ କ୍ଷୀର ଅର୍ପିତ କରନ୍ତି ତେବେ ଜାତକରେ କୌଣସି ପ୍ରକାରର ସମସ୍ୟା ଦୂର ହୋଇଥାଏ ଏବଂ ଜୀବନରେ ସକାରାତ୍ମକ ପ୍ରଭାବ ଆସିଥାଏ । ଶିବଲିଙ୍ଗରେ କ୍ଷୀର ଅର୍ପିତ କରିବା ଦ୍ୱାରା ମାନସିକ ଚିନ୍ତାରୁ ମୁକ୍ତି , ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଯଦି ଜୀବନରେ ଏକାଧିକ ସମସ୍ୟା ରହିଛି ତେବେ ରାତିରେ ଭୋଜନ ପରେ ଗ୍ୟାସ ବନ୍ଦ କରିବା ପୂର୍ବରୁ ଦୁଇ ଚାରି ବୁନ୍ଦା କ୍ଷୀର ନିଆଁ ଉପରେ ପକାଇ ଦିଅନ୍ତୁ । ଏହାଦ୍ବାରା ସେଥିରୁ ଉଠୁଥିବା ଗନ୍ଧ ଦ୍ୱାରା ଘରର ନକରାତ୍ମକତା ଦୂର ହୋଇଯିବ । ଏହି ଉପାୟ ଦ୍ୱାରା ସୁଖ ସମୃଦ୍ଧି ଏବଂ ଧନ ପ୍ରାପ୍ତି ମଧ୍ୟ ହେବ ।

ଏହି ଉପାୟକୁ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ । ଯଦି ଘରେ କାହାରି ସବୁବେଳେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି ତେବେ ରୋଟି କରିବା ପୂର୍ବରୁ ଅଟା ଚକଟିବା ସମୟରେ କିଛି ବୁନ୍ଦା କ୍ଷୀର ମିଶାଇ ଅଟା ଚକଟନ୍ତୁ । ଏହାଦ୍ବାରା ରୋଟି କରିବା ସମୟରେ ଏହାର ବାସ୍ନା ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରିବ । କ୍ଷୀରକୁ ବିନା ଚିନିରେ ପିଇବା ଉଚିତ ନୁହେଁ । ଆପଣ ପ୍ରତ୍ୟେକ ଦିନ କ୍ଷୀର ଗରମ କରିବା ସମୟରେ ଏକ କିମ୍ବା ଦୁଇ ଚିମୁଟା ଚିନି ମଧ୍ୟ ପକାଇ ପାରିବେ ।

ଏହାଦ୍ବାରା କୌଣସି ପ୍ରକାରର ଦୋଷ ଦୂର ହୋଇଥାଏ । ଅନେକ ସମୟରେ ଜୀବନରେ ହଠାତ ଏକାଧିକ ସମସ୍ୟା ଦେଖା ଦେଇଥାଏ ତେଣୁ ଏଭଳି ପରିସ୍ଥିତିରେ ରାତିରେ ଶୋଇବା ପୂର୍ବରୁ ମୁଣ୍ଡ ପାଖରେ ଏକ ଗ୍ଲାସରେ କ୍ଷୀର ଭରି ରଖନ୍ତୁ । ତାହାକୁ ଆଗାମୀ ଦିନ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା , ମାନସିକ ଚିନ୍ତା ଏବଂ ନଜର ଦୋଷ ଭଳି ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *