Excuse Me Odisha

ଯାହା କହିବୁ ସତ କହିବୁ

ମହିଳାଙ୍କ ଓଠର ଉପରି ଭାଗରେ ଚୁଟି ରହିବାର କାରଣ ହୋଇଥାଏ ଏହିଭଳି । ଜାଣି ରଖନ୍ତୁ ଏଭଳି ସ୍ତ୍ରୀଙ୍କ ଭାଗ୍ୟ ହୋଇଥାଏ କିଭଳି ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କ ମହିଳାଙ୍କ ଶରୀରର ସେହି ଚିହ୍ନ ବିଷୟରେ କହିବୁ ଯାହାଦ୍ୱାରା ସେମାନେ ଭାଗ୍ୟଶାଳୀ ପରିଗଣିତ ହୋଇଥାନ୍ତି । ଏହାବ୍ୟତୀତ ଯେଉଁ ମହିଳାଙ୍କର ମୁହଁରେ ଚୁଟି ଥାଏ ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯାହାର ଅର୍ଥ କଣ ହୋଇଥାଏ ସେହି ବିଷୟରେ ମଧ୍ୟ କହିବୁ । ହିନ୍ଦୁ ଧର୍ମ ଅନୁଯାୟୀ ମହିଳାଙ୍କୁ ଘରର ଲକ୍ଷ୍ମୀ କୁହାଯାଏ ତେବେ ସେ ଜଣେ ଝିଅ ହେଉ , କିମ୍ବା ବୋହୂ ହେଉ । ସମୁଦ୍ର ଶାସ୍ତ୍ରରେ ସୌଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କ ବିଷୟରେ ଅନେକ କିଛି ବର୍ଣ୍ଣିତ ହୋଇଛି । ମାତା ଲକ୍ଷ୍ମୀ ମଧ୍ୟ ସେହି ଘରେ ବାସ କରନ୍ତି ଯେଉଁ ଘରେ ସ୍ତ୍ରୀଙ୍କ ସମ୍ମାନ ହୋଇଥାଏ ।

୧ . ଶାସ୍ତ୍ର ଅନୁଯାୟୀ ଯେଉଁ ସ୍ତ୍ରୀ ମାନଙ୍କର ନଖ ଉଜ୍ଜ୍ୱଳ ଏବଂ ଗୋଲାପୀ ହୋଇଥାଏ ତାହା ସେହି ମହିଳାଙ୍ଗ ଭଲ ସ୍ୱଭାବ ଏବଂ ଚରିତ୍ର ବିଷୟରେ ଦର୍ଶାଇ ଥାଏ । ସେପରି ମହିଳା ପରିବାରରେ ସମସ୍ତଙ୍କ ଯତ୍ନ ନିଅନ୍ତି ।

୨ . ଏହାବ୍ୟତୀତ ଯେଉଁ ମହିଳାଙ୍କ ପାଦର ମଧ୍ୟମା ଆଙ୍ଗୁଠି ଲମ୍ବା ହୋଇଥାଏ ସେହି ମହିଳା ସ୍ୱଭାବର ଅତ୍ୟନ୍ତ ଦୁଷ୍ଟ ହୋଇଥାନ୍ତି । ତେଣୁ ସେପରି ମହିଳାଙ୍କ ଠାରୁ ଦୂରେଇ ରହିବା ଉଚିତ ।

୩ . ଯେଉଁ ମହିଳାଙ୍କ ବାମ ଗାଲରେ କଳାଜାଇ ରହିଥାଏ ସେମାନେ ଅଧିକ ଖାଦ୍ୟ ପ୍ରିୟ ହୋଇଥାନ୍ତି । ସେମାନେ ନିଜର ପୁରା ପରିବାରର ଯତ୍ନ ନିଅନ୍ତି । ଏହାବ୍ୟତୀତ ସେମାନେ ଖୁବ ଭଲ ଖାଦ୍ୟ ମଧ୍ୟ ବନାଇ ପାରନ୍ତି ।

୪ . ଯେଉଁ ମହିଳାଙ୍କ ନାକ ଲମ୍ବା ହୋଇଥାଏ ସେମାନଙ୍କ ଠାରେ ସବୁ ସମସ୍ୟାର ସମାଧାନ କରିବାକୁ ସାମ୍ୟର୍ଥ ରହିଥାଏ । ଏମାନେ ଖୁବ ଖର୍ଚ୍ଚ କରିଥାନ୍ତି କିନ୍ତୁ ତାଙ୍କ ଖର୍ଚ୍ଚ ବ୍ୟର୍ଥ ହୋଇ ନଥାଏ ।

୫ . ଯେଉଁ ମହିଳାଙ୍କର ହାତ ଆଙ୍ଗୁଠି ଲମ୍ବା ହୋଇଥାଏ ସେହି ମହିଳା ମାନେ ଖୁବ ବୁଦ୍ଧିମାନ ହୋଇଥାନ୍ତି ଏବଂ ସେମାନେ ଅଧିକ ଖର୍ଚ୍ଚ କରନ୍ତି ନାହିଁ । ସେମାନଙ୍କୁ ଟଙ୍କା ଦେଲେ ତାହାକୁ ସେମାନେ ଦୁଇଗୁଣା କରିବାର ସାମ୍ୟର୍ଥ ରଖନ୍ତି । ଏମାନଙ୍କ ପ୍ରତି ସ୍ୱାମୀ ଏବଂ ପିଲା ସବୁବେଳେ ଖୁସି ରହନ୍ତି ।

୫ . ଯେଉଁ ମହିଳାଙ୍କ ପାଦ ଗୋଲାପୀ ଏବଂ କୋମଳ ହେବା ସହିତ ସୁନ୍ଦର ହୋଇଥାଏ ସେହି ମହିଳା ମାନେ ନିଜ ସ୍ୱାମୀକୁ ସବୁବେଳେ ଖୁସିରେ ରଖନ୍ତି । ଶାରୀରିକ ସମ୍ପର୍କ ପାଇଁ ଏଭଳି ମହିଳା ଉତ୍ସାହି ହେବା କାରଣରୁ ସେମାନଙ୍କ ପାର୍ଟନରଙ୍କର ଅତି ପ୍ରିୟ ହୋଇଥାନ୍ତି ।

୬ . ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ପାଦ ତଳେ ତ୍ରିକୋଣ ଚିହ୍ନ ରହିଥାଏ ସେହି ମହିଳା ମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଏଭଳି ମହିଳାଙ୍କୁ ବିବାହ କରୁଥିବା ଲୋକ କେବେ ନିରାଶ ହୁଅନ୍ତି ନାହିଁ ।

୭ . ଯେଉଁ ମହିଳାଙ୍କ ଆଖି ବଡ଼ ହୋଇଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କୁ ନିଜ ଜୀବନରେ କୌଣସି ପ୍ରକାରର ଅଭାବ ହୁଏ ନାହିଁ ।

୮ . ଯେଉଁ ମହିଳାଙ୍କ ନାକରେ କଳାଜାଇ ରହିଥାଏ ସେହି ମହିଳା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୯ . ଯେଉଁ ମହିଳାଙ୍କ କେଶ କଳା , ସୁନ୍ଦର ଏବଂ ଲମ୍ବା ଘନ କେଶ ରହିଥାଏ ସେହି ମହିଳା ମାନେ ଅସ୍ଥାୟୀ ଭାବରେ ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି । ଏହି ମହିଳା ଯେଉଁ ଘରକୁ ଯାଆନ୍ତି ସେହି ଘରକୁ ସୌଭଗ୍ୟ ନେଇ ଯାଆନ୍ତି । ସେହି ଘର ଧନ ସମ୍ପତ୍ତିରେ ଭରି ରହିଥାଏ ।

୧୦ . ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯେଉଁ ସ୍ତ୍ରୀଙ୍କ ଓଠର ଉପର ଭାଗରେ ଚୁଟି ସ୍ପଷ୍ଟ ଦେଖା ଯାଇଥାଏ ସେହି ସ୍ତ୍ରୀ ମାନେ ଖୁବ କ୍ରୋଧି ସ୍ୱଭାବର ହୋଇଥାନ୍ତି । ଏଭଳି ମହିଳା ସର୍ବଦା ନିଜ ସ୍ୱାମୀ ଉପରେ ହୁକୁମ ଚଳାଇଥାନ୍ତି । ଏଭଳି ସ୍ତ୍ରୀ ଘରର ସର୍ବନାଶ କରିପାରେ ।

୧୧ . ଯଦି ସ୍ତ୍ରୀଙ୍କ ପେଟ କଳସି ସଦୃଶ୍ୟ ହୋଇଥାଏ ସେହି ମହିଳା ସର୍ବଦା ଗରିବ ଏବଂ ଦରିଦ୍ର୍ୟ ହୋଇଥାନ୍ତି । ପେଟ ଅଧିକ ଲମ୍ବା ହେବା ମଧ୍ୟ ଅଶୁଭ ହୋଇଥାଏ ।

୧୨ . ସେହିଭଳି କୌଣସି ମହିଳାଙ୍କ ଦାନ୍ତ ବଡ଼ ଚଉଡ଼ା ଏବଂ ବାହାରକୁ ବାହାରିଥିଲେ ସେମାନଙ୍କ ଜୀବନ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ହୋଇଥାଏ । ଦାନ୍ତ ମାଢ଼ି କଳା ହେବା ମଧ୍ୟ ଭଲ ହୋଇ ନଥାଏ ।

୧୩ . ଯେଉଁ ମହିଳା ମାନେ ଆପରିଷ୍କାର ରହନ୍ତି ସେଭଳି ମହିଳାଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ଅଗ୍ର ଦାନ୍ତ ମଝିରେ ଫାଙ୍କା ରହିଥାଏ ସେହି ବ୍ୟକ୍ତି ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଭବିଷ୍ୟତରେ ସେମାନଙ୍କୁ ଅତ୍ୟନ୍ତ ସଫଳତା ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *