Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ମଇ ୫ ବର୍ଷର ପ୍ରଥମ ଏବଂ ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ । ଏହି ଛଅଟି ରାଶି ନିଶ୍ଚିତ ହେବେ କୋଟିପତି ।

ସେୟାର୍ କରନ୍ତୁ

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ବୈଶାଖ ମାସ ବୁଦ୍ଧ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଛି । କହିରଖିବୁ ଯେ ଚଳିତ ବର୍ଷ ଦୁଇଟି ସୂର୍ଯ୍ୟ ପରାଗ ଏବଂ ଦୁଇଟି ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ତେଣୁ ଆଗାମୀ ଚନ୍ଦ୍ର ଗ୍ରହଣ ବୁଦ୍ଧ ପୂର୍ଣ୍ଣିମା ଅର୍ଥାତ ମେ ୫ ରେ ଲାଗିବ । ତେବେ ଚନ୍ଦ୍ର ଗ୍ରହଣ ମେ ୫ ଶନିବାର ରାତି ୮.୪୬ ରୁ ଆରମ୍ଭ ହୋଇ ସେହି ରାତିରେ ୧.୦୦ ରେ ସମାପ୍ତ ହେବ । ଚନ୍ଦ୍ର ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ସୂତକ କାଳ ମାନ୍ୟ ହେବ । କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । କିନ୍ତୁ ଏହାର ସୂତକ କାଳ ମଧ୍ୟ ମାନ୍ୟ ହେବ ନାହିଁ କିନ୍ତୁ ତିନୋଟି ରାଶି ଉପରେ ଏହାର ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି ଯାହାଦ୍ୱାରା ଏହି ରାଶିର ବ୍ୟକ୍ତିଙ୍କ ଜୀବନ ବଦଳିବାକୁ ଯାଉଛି ଏବଂ ସେମାନେ ଧନୀ ହେବାକୁ ଯାଉଛନ୍ତି ।

୧ . ମେଷ ରାଶି:-

ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି ମେଷ ରାଶି । ଏହି ଚନ୍ଦ୍ର ଗ୍ରହଣ କାରଣରୁ ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ଉନ୍ନତି ମିଳିବ । ଚାକିରୀରେ ନୂଆ ଅବସର ପ୍ରାପ୍ତ ହେବ । ଏହି ଗ୍ରହଣ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହେବ । କେବଳ ଆପଣଙ୍କୁ କିଛି ନିୟମ ମାନିବାକୁ ପଡ଼ିବ ।

୨ . ବୃଷଭ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପରିବାର ଉପରେ ପ୍ରଭାବ ପଡ଼ିବ ଯେଉଁ କାରଣରୁ ସାମାନ୍ୟ ବିବାଦ ଦେଖା ଦେଇପାରେ । ତେଣୁ ସତର୍କ ରହିବାର ଆବଶ୍ୟକତା ରହିଛି । ଆଗାମୀ ୧୫ ଦିନ ସତର୍କ ରୁହନ୍ତୁ ଏବଂ ଓଁ ନମଃ ଶିବାୟ ମନ୍ତ୍ରର ଜପ କଲେ ସମସ୍ୟାକୁ ଟାଳି ହେବ ।

୩ . ମିଥୁନ ରାଶି:-

ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଗ୍ରହଣ ଖୁବ ଭଲ ରହିବ । ବ୍ୟବସାୟରେ ଉନ୍ନତି ହେବ ଏବଂ ଆର୍ଥିକ କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତ ହେବା ସହିତ ଜୀବନସାଥୀଙ୍କ କାରଣରୁ ମଧ୍ୟ ବଡ଼ ଧନ ଲାଭ ହେବ ।

୪ . କର୍କଟ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଠିକ ରହିବ ମାତ୍ର ଭୌତିକ ସୁଖରୁ ବଞ୍ଚିତ ହୋଇ ପାରନ୍ତି । ତେଣୁ ନିଜ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ପାନୀୟ ପ୍ରତି ସଚେତନ ରୁହନ୍ତୁ ଏବଂ ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ ।

୫ . ସିଂହ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଅତ୍ୟନ୍ତ ଶୁଭ ରହିବ । ଧନ ପ୍ରାପ୍ତିର ଅବସର ପ୍ରାପ୍ତ ହେବ । ନ୍ୟାୟିକ ମାମଲାରେ ସଫଳ ହୋଇ ପାରନ୍ତି ଏବଂ ଧାର୍ମିକ ରୁଚି ବଢ଼ିବ । ଧାର୍ମିକ କାର୍ଯ୍ୟ କରିବାକୁ ମନ ବଳାଇ ପାରନ୍ତି । ଆର୍ଥିକ ଲାଭ ହେବାର ମଧ୍ୟ ଯୋଗ ବନୁଛି । ନିବେଶ ପାଇଁ ସମୟ ଅତ୍ୟନ୍ତ ଉପଯୁକ୍ତ ଅଟେ ।

୬ . କନ୍ୟା ରାଶି:-

ଏହି ସମୟରେ ଆପଣଙ୍କର କିଛି ବିଗିଡ଼ି ଯାଇଥିବା କାମ ସୁଧାରି ପାରେ କିମ୍ବା ଭଲ ଥିବା କାମ ବିଗିଡ଼ି ପାରେ ତେଣୁ ସତର୍କ ରୁହନ୍ତୁ । ଖର୍ଚ୍ଚ ଉପରେ ସଂଯମ ରଖନ୍ତୁ ଏବଂ ନିଜର ଶତ୍ରୁ ବିରୋଧୀ ଉପରେ ନଜର ବଜାୟ ରଖନ୍ତୁ । ବାହନ ନିଜେ ଚଳାଉ ଥିଲେ ସାବଧାନତା ଅବଲମ୍ବନ କରନ୍ତୁ । ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ସାବଧାନ ରୁହନ୍ତୁ ଏବଂ ଗ୍ରହଣ ସମୟରେ ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ ।

୭ . ତୁଳା ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଅତ୍ୟନ୍ତ ଭଲ ରହିବ ନାହିଁ । ଆର୍ଥିକ ସ୍ଥିତି ଭଲ ରହିବେ ବି ସୁଦ୍ଧା ନିବେଶ ଠାରୁ ଦୂରେଇ ରୁହନ୍ତୁ । ଅଧିକ ଚିନ୍ତା ନକରି ନିଜର ବିଜନେସ ପାର୍ଟନରଙ୍କ ସମ୍ମାନ କରନ୍ତୁ ଏବଂ ସାଥିରେ ଆଗକୁ ବଢ଼ନ୍ତୁ । ବୈବାହିକ ଜୀବନ ପ୍ରତି ଏବଂ ସ୍ୱାସ୍ଥ୍ୟ ପ୍ରତି ଟିକିଏ ସାବଧାନ ରୁହନ୍ତୁ । ଗ୍ରହଣ ପରେ ଚିନି ଦାନ କରିବା ସହିତ ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ ।

୮ . ବିଛା ରାଶି:-

ବ୍ୟବସାୟରେ ଆକସ୍ମିକ ଲାଭ ରହିଛି ଏବଂ ଆର୍ଥିକ କ୍ଷେତ୍ରରେ ସ୍ଥିତି ଭଲ ରହିବ ମାତ୍ର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କ୍ୟାରିଅରରେ ପରିବର୍ତ୍ତନ କରିବାକୁ ଅବସର ପାପ୍ତ ହେବ ।

୯ . ଧନୁ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଭଲ ରହିବ । ମାତା ପିତାଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଆତ୍ମବିଶ୍ୱାସ କମିପାରେ କିନ୍ତୁ ପରିଶ୍ରମରେ ଅଧ୍ୟବସାୟ ରଖିଲେ ସଫଳ ନିଶ୍ଚୟ ହେବେ । ଗ୍ରହଣ ସମୟରେ ଓଁ ନମଃ ଶିବାୟ ଏବଂ ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ । କୌଣସି ମିତ୍ରର ସହଯୋଗ ପ୍ରାପ୍ତ ହେବ । ଗ୍ରହଣ ପରେ ଚାଉଳ ଦାନ କରନ୍ତୁ କିମ୍ବା ମହାଦେବଙ୍କୁ ଏକ ଲୋଟା ଜଳ ମଧ୍ୟ ଅର୍ପିତ କରି ପାରିବେ ।

୧୦ . ମକର ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଉତ୍ତମ ରହିବ । ବିଜେନେସରେ ଲାଭ ମିଳିବ । ନିବେଶ ଠାରୁ ଦୂରେଇ ରୁହନ୍ତୁ ଏବଂ ନିଜ ମାତାଙ୍କର ଖାସ ଯତ୍ନ ନିଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହେବ ।

୧୧ . କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ପୂର୍ବ ନିବେଶରୁ ଲାଭ ମିଳିବ । କ୍ୟାରିଅରରେ ସଫଳତା ମିଳିବ ଏବଂ ଆର୍ଥିକ ଲାଭ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ସତର୍କ ରୁହନ୍ତୁ । ଓଁ ନମଃ ଶିବାୟ ମନ୍ତ୍ରର ଖୁବ ଜପ କରନ୍ତୁ । କଳା ଏବଂ ସଙ୍ଗୀତ କ୍ଷେତ୍ରରେ ରୁଚି ବଢ଼ିବ । ମାନ ସମ୍ମାନ ପ୍ରାପ୍ତି ହେବ ।

୧୨ . ମୀନ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଅତ୍ୟନ୍ତ ଭଲ ନୁହେଁ କିମ୍ବା ଖରାପ ନୁହେଁ । ତେଣୁ ଜରୁରୀ ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ । କାହାକୁ ଧାର ଦିଅନ୍ତୁ ନାହିଁ । ଆକସ୍ମିକ ରୂପରେ ଯାତ୍ରା ଠାରୁ ଦୂରେଇ ରୁହନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *