Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟଦେବଙ୍କର କେବଳ ଏହି ଉପାୟ ବଦଳାଇ ଦେବ ଆପଣଙ୍କ ଭାଗ୍ୟ । ଘରକୁ ଆସିବ ପ୍ରବଳ ଟଙ୍କା , ସାରା ଜୀବନ ରହିବ ଖୁସିର ବାତାବରଣ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବଦେବୀଙ୍କୁ ସମର୍ପିତ ହୋଇଥାଏ । ଯେଉଁଭଳି ରବିବାର ଦିନଟି ସୂର୍ଯ୍ୟ ଦେବତାଙ୍କ ଆରାଧନା ଦିନ ଭାବରେ ବିବେଚନା କରାଯାଏ ସେହିଭଳି ଅନ୍ୟ ବାର ମଧ୍ୟ ଦେବଦେବୀଙ୍କୁ ଉତ୍ସର୍ଗ ହୋଇଥାଏ । ଏଭଳି ମାନ୍ୟତା ରହିଛି ଯେ ଏହି ଦିନ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରି କିଛି ବିଶେଷ ଉପାୟ ଆପଣାଇଲେ ଜୀବନର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ଏବଂ ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ । ତେଣୁ ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ରବିବାରବଦିନ କରାଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବୁ । ଯାହାକି ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଏବଂ ପ୍ରସନ୍ନତା ବଜାୟ ରଖିବ ।

ରବିବାର ଦିନ ଏହି ଉପାୟ ଦ୍ୱାରା ପ୍ରତ୍ୟେକ ସମସ୍ୟାର ହୋଇଥାଏ ସମାଧାନ ।

୧ . ରବିବାର ଦିନ ସକାଳୁ ଶୀଘ୍ର ଉଠି ସର୍ବପ୍ରଥମେ ସ୍ନାନ କରି ନିଅନ୍ତୁ ଏବଂ ପରିଷ୍କାର ବସ୍ତ୍ର ଧାରଣ କରନ୍ତୁ । ଏହାପରେ ଏକ ତମ୍ବା ପାତ୍ରରେ ପାଣି ନେଇ ଭଗବାନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ । ଏହି ସମୟରେ ଏକ ବିଶେଷ ମନ୍ତ୍ର ‘ଓମ୍ ସୂର୍ଯ୍ୟାୟ ନମଃ ଓମ୍ ବାସୁଦେବାୟ ନମଃ ଓମ୍ ଆଦିତ୍ୟାୟ ନମଃ’ ମନ୍ତ୍ରର ଜପ କରନ୍ତୁ । ଏହା ପରେ ସୂର୍ଯ୍ୟଦେବତାଙ୍କୁ ନିଜର ମନସ୍କାମନା ବିଷୟରେ ପ୍ରାର୍ଥନା କରି ଦିଅନ୍ତୁ । ଦେଖିବେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହୋଇଯିବ ।

୨ . ରବିବାର ଦିନ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ମାତ୍ର ଏହି ସମୟରେ ଜଳରେ ଧଳା ଫୁଲର କିଛି ପାଖୁଡ଼ା ମଧ୍ୟ ମିଶାଇ ଶିବଲିଙ୍ଗ ଉପରେ ସେହି ଜଳକୁ ଅର୍ପିତ କରି ଦିଅନ୍ତୁ । ମହାଦେବଙ୍କୁ ପ୍ରାର୍ଥନା କରିବା ସମୟରେ ଉଭୟ ମହାଦେବ ଏବଂ ସୂର୍ଯ୍ୟ ଦେବଙ୍କୁ ମଧ୍ୟ ଆରାଧନା କରନ୍ତୁ । ନିଜ ଜୀବନର ସବୁ ସମସ୍ୟାକୁ ପ୍ରାର୍ଥନା ଆକାରରେ କହି ଦିଅନ୍ତୁ । ଦେଖିବେ ବହୁତ ଜଲଦି ଆପଣଙ୍କ ଜୀବନର ସବୁ ଦୁଃଖ ସମସ୍ୟା ଦୂର ହୋଇଯିବ ।

୩ . ଯଦି ଆପଣଙ୍କର ରାହୁ , କେତୁ କିମ୍ବା ଶନିଙ୍କ ବକ୍ର ଦୃଷ୍ଟି ଭଳି ସମସ୍ୟା ଦ୍ୱାରା ପୀଡ଼ିତ ଅଛନ୍ତି ତେବେ ରବିବାର ଦିନ ଏକ ବିଶେଷ ଉପାୟ ପ୍ରୟୋଗ କରି ପାରିବେ । ଏକ ତମ୍ବା ଲୋଟାରେ ପାଣିରେ କଳା ତିଳ ମିଶାଇ ଦିଅନ୍ତୁ । ବର୍ତ୍ତମାନ ସେହି ଜଳ ଦ୍ୱାରା ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପିତ କରନ୍ତୁ । ଲଗାତାର ୭ ଟି ରବିବାର ପର୍ଯ୍ୟନ୍ତ ଏହି ଉପାୟକୁ କରନ୍ତୁ । ଦେଖିବେ ଏହାଦ୍ୱାରା ଆପଣଙ୍କ ଉପରେ ଚାଲୁଥିବା ରାହୁ , କେତୁ କିମ୍ବା ଶନିଙ୍କ ବକ୍ର ଦୃଷ୍ଟି ଜନିତ ସମସ୍ୟାର ସମାପ୍ତି ହୋଇଯିବ ।

୪ . ଯଦି ବ୍ୟବସାୟରେ କୌଣସି ପ୍ରକାରର କ୍ଷତିର ସମ୍ମୁଖୀନ ହେଉଛନ୍ତି କିମ୍ବା ଆପଣ ବ୍ୟବସାୟରେ ଉନ୍ନତି ଚାହୁଁଛନ୍ତି ତେବେ ରବିବାର ଦିନ ଏକ ଧଳା କପଡ଼ାରେ କଳା ତିଳ , ଡଗୁଡ଼ ଏବଂ ଚାଉଳ ନିଅନ୍ତୁ । ବର୍ତ୍ତମାନ ସେହି ସବୁ ଜିନିଷକୁ ନଦୀରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ କରିବା ସମୟରେ ନିଜର ବ୍ୟବସାୟର ଉନ୍ନତି ନିମିତ୍ତ କାମନା କରି ନିଜର ଅନ୍ୟ ମନସ୍କାମନା ମଧ୍ୟ ସୂର୍ଯ୍ୟଦେବତାଙ୍କୁ କହି ଦିଅନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣ ନିଜ ବ୍ୟବସାୟରେ ଉନ୍ନତି ଦେଖି ପାରିବେ ।

୫ . ହିନ୍ଦୁ ଧର୍ମରେ ଦାନ ଧର୍ମ ଏବଂ କର୍ମ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଦାନ ଧର୍ମ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ରବିବାର ଦିନଟିହିଁ ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଏହି ଦିନ କ୍ଷୀର , ଚାଉଳ , ପୋଷାକ ଇତ୍ୟାଦି ଧଳା ରଙ୍ଗର ଜିନିଷ ଦାନ କରିବା ଦ୍ୱାରା ସୂର୍ଯ୍ୟ ଦେବତା ପସନ୍ଦ ହୁଅନ୍ତି । ସୂର୍ଯ୍ୟଙ୍କ କୃପାରୁ ଏହି ଉପାୟ ଦ୍ୱାରା କାମରେ ଆସୁଥିବା ସମସ୍ତ ବାଧାବିଘ୍ନ ମଧ୍ୟ ଦୂର ହୋଇଥାଏ ।

୬ . ଯେଉଁ ବ୍ୟକ୍ତି ମାନଙ୍କର ବିବାହ ହୋଇ ପାରୁ ନାହିଁ ସେମାନେ ଏକ ତମ୍ବା ହାଣ୍ଡିରେ ଗୋଲାପ ଫୁଲ ପାଖୁଡ଼ା ଏବଂ ଶୁଦ୍ଧ ପାଣି ରଖି ଦିଅନ୍ତୁ । ସେଥିରେ ଏକ ଚାମଚ ହଳଦୀ ମଧ୍ୟ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ସୂର୍ଯ୍ୟ ଦେବତାଙ୍କୁ ଅର୍ପିତ କରି ଦିଅନ୍ତୁ । ଲଗାତାର ୭ଟି ରବିବାର ପର୍ଯ୍ୟନ୍ତ ଏହି ଉପାୟକୁ କରନ୍ତୁ । ଯାହାଦ୍ୱାରା ଆପଣ ନିଶ୍ଚୟ ନିଜ ପସନ୍ଦର ଜୀବନ ସାଥୀ ପାଇବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *