Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ମୂଳର ମାଟିରେ କରି ଦିଅନ୍ତୁ ଏହି କିଛି ଖାସ ଉପାୟ । ଦରିଦ୍ରରୁ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଶାସ୍ତ୍ରରେ ତୁଳସୀ ଗଛର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ପୌରାଣିକ କଥା ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଅମୃତରୁ ତୁଳସୀର ଉତ୍ପତ୍ତି ହୋଇଥିଲା ବୋଲି କୁହାଯାଇଥାଏ । ଯାହାକୁ ଭଗବାନ ବିଷ୍ଣୁଙ୍କୁ ବ୍ରହ୍ମା ଦେଇଥିଲେ । ତେଣୁ ସବୁ ହିନ୍ଦୁ ଧର୍ମ ପରିବାରର ଅଗଣାରେ ତୁଳସୀ ଗଛ ନିଶ୍ଚିତ ରହିଥାଏ । ତୁଳସୀ ଗଛ ସହିତ ଜଡ଼ିତ କିଛି ଖାସ ଉପାୟ ଆପଣଙ୍କ ଜୀବନକୁ ଅଳ୍ପ କିଛି ମୁହୂର୍ତ୍ତ ମଧ୍ୟରେ ବଦଳାଇ ଦେବ । ହିନ୍ଦୁ ଧର୍ମରେ ତୁଳସୀଙ୍କୁ ମାତା ସ୍ୱରୂପ ମାନା ଯାଏ ।

ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହିଘରେ ଆଧ୍ୟାତ୍ମିକ ଉନ୍ନତି ସହିତ ସୁଖ ଶାନ୍ତି ଏବଂ ଆର୍ଥିକ ସମୃଦ୍ଧତା ଆସିଥାଏ । ପ୍ରତ୍ୟେକ ଦିନ ସକାଳୁ ଉଠି ତୁଳସୀ ଦର୍ଶନ କଲେ ପୁରା ଦିନ ବେଶ ଭଲରେ କଟିଥାଏ । ସକାଳ ସନ୍ଧ୍ୟା ତୁଳସୀ ଗଛକୁ ପୂଜା କଲେ ସବୁ ପାପ ନଷ୍ଟ ହୋଇଥାଏ ଏବଂ ତୁଳସୀ ଗଛ ମୂଳର ମାଟିରେ ସମସ୍ତ ତୀର୍ଥର ପୁଣ୍ୟ ରହିଥାଏ ବୋଲି କୁହାଯାଏ ।

ତୁଳସୀ ମୂଳରେ ମାତା ଲକ୍ଷ୍ମୀ ଏବଂ ପତ୍ରରେ ଭଗବାନ ବିଷ୍ଣୁଙ୍କର ବାସ ମାନା ଯାଏ । ଭଗବାନ ରାମଚନ୍ଦ୍ର , ବିଷ୍ଣୁ ଏବଂ ହନୁମାନଙ୍କୁ ବିନା ତୁଳସୀ ପତ୍ରରେ ଭୋଗ ଅର୍ପିତ କରାଯାଏ ନାହିଁ । ଏଭଳି ମାନ୍ୟତା ରହିଛି ଯେ ଯେଉଁଘରେ ଏହି ଗଛର ପୂଜା କରାଯାଏ ସେହି ଘରକୁ କେବେ କୌଣସି ପ୍ରକାରର ସମସ୍ୟା ଆସେ ନାହିଁ । ଘର ଉପରକୁ କୌଣସି ବିପଦ ଆସିଲେ ସେହି ବିପଦକୁ ତୁଳସୀ ଗଛ ନିଜ ଉପରକୁ ନେଇଯାଏ ଏବଂ ଶୁଖିଯାଏ ।

ଏହି ତୁଳସୀ ଗଛକୁ ନେଇ ଅନେକ ପ୍ରକାରର ଉପାୟ କରାଯାଇଥାଏ । ଏଭଳି କୁହାଯାଏ ଯେ ଯଦି କେହି ବ୍ୟକ୍ତି ଏକ ମାସ ଧରି ଲଗାତାର ମିଠା କିମ୍ବା ଲଡ଼ୁ ସହିତ ତୁଳସୀ ପତ୍ର ଶ୍ରୀହନୁମାନଙ୍କୁ ଅର୍ପିତ କରେ ତେବେ ତାର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ତୁଳସୀ ମୂଳର ଅଳ୍ପ ମାଟି , ଶୁଖିଲା ପତ୍ର ଏବଂ ମଞ୍ଜରିକୁ ଯଦି ଆପଣ ସ୍ନାନ ପାଣିରେ ମିଶାଇ ସ୍ନାନ କରନ୍ତି ଜୀବନର ସବୁ ଦୋଷ ଦୂର ହୋଇଥାଏ ।

ତୁଳସୀ ମୂଳର ମାଟି ଅତ୍ୟନ୍ତ ପ୍ରଭାବୀ ହୋଇଥାଏ ଏବଂ ଏହାର ଉପାୟ ଦ୍ୱାରା ଜୀବନର ସବୁ ଦୋଷ ଦୂର ହୋଇଥାଏ । ତୁଳସୀ ଗଛ ମୂଳର ମାଟିରେ ତିଳକ ଲଗାଇବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ , ଲୋକ ଆପଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି ଏବଂ ଆପଣଙ୍କ ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଯାଏ । ଯଦି ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ଦୁଇ ତିନୋଟି ତୁଳସୀ ପତ୍ର ସେବନ କରିଥାଏ ତେବେ ତାକୁ ସରଦି , ଜ୍ୱର , କାଶ ଭଳି ସମସ୍ୟା ହୁଏନାହିଁ । କାରଣ ଏହାଦ୍ବାରା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିଥାଏ ।

ଏକାଦଶୀ , ଅମାବାସ୍ୟା ଏବଂ ପୂର୍ଣ୍ଣିମା ଦିନ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ । ଯଦି ଆପଣ ନିର୍ଦ୍ଧାରିତ ସଂଖ୍ୟାରେ ପ୍ରତ୍ୟେକ ଦିନ ତୁଳସୀ ପତ୍ରର ସେବନ କରନ୍ତି ଏବଂ ପୂଜାପାଠ କରନ୍ତି ତେବେ ଆଠ ପ୍ରକାରର ସିଦ୍ଧି ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ବ୍ୟକ୍ତି କୌଣସିବି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ପାରିବ । ଆପଣ ଦେହ ସିଦ୍ଧ କରିବାକୁ ଚାହୁଁଥିଲେ ପ୍ରତ୍ୟକ ଦିନ ତୁଳସୀ ପତ୍ର ଖାଇବା ଆରମ୍ଭ କରି ଦିଅନ୍ତୁ ।

ଏହାଦ୍ବାରା ରୋଗରୁ ମୁକ୍ତି ମିଳିଥାଏ । ଯଦି ଆପଣ ଭୂତ ପ୍ରେତ ବାଧା ନଜର ଦୋଷ ଏଭଳି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ତୁଳସୀ ଗଛର ଏକ ଶୁଖିଲା ମୂଳ ନେଇ ଚାନ୍ଦିର ତାବିଜରେ ପୁରାଇ ନାଲି ସୂତା ବାନ୍ଧି ବେକରେ ଧାରଣ କରନ୍ତୁ । ଭୂତ ପ୍ରେତ ସମସ୍ୟାରେ ଥିବା ଲୋକ ତୁଳସୀ ଗଛ ମୂଳର ମାଟି ନେଇ ନିଜ ସ୍ନାନ ଜଳରେ ମିଶାଇ ସ୍ନାନ କରିବା ଉଚିତ । ଏହାଦ୍ବାରା ଭୂତ ପ୍ରେତ ବାଧା ଆପଣଙ୍କ ପାଖକୁ ମଧ୍ୟ ଆସିବ ନାହିଁ । ଯଦି ଆପଣଙ୍କର ଦୁର୍ଭାଗ୍ୟ ଦେଖା ଦେଇଛି ତେବେ ଲଗାତାର ୨୧ ଦିନ ପର୍ଯ୍ୟନ୍ତ ତୁଳସୀ ପତ୍ରର ମାଳା ଶ୍ରୀହନୁମାନ କିମ୍ବା ଶ୍ରୀରାମଚନ୍ଦ୍ରଙ୍କ ବେକରେ ପକାଇ ଦିଅନ୍ତୁ । ଏହାଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଯିବ ।

ଏହାଦ୍ବାରା ସଙ୍କଟରୁ ମଧ୍ୟ ମୁକ୍ତି ମିଳିଥାଏ । କିନ୍ତୁ କୌଣସିବି ଉପାୟ ପୁରା ସକାରାତ୍ମକ ମନ ନେଇ କରନ୍ତୁ । ବିବାହ ସମ୍ବନ୍ଧୀୟ ସମସ୍ୟା ଥିଲେ ପ୍ରତ୍ୟେକ ଦିନ ତୁଳସୀରେ ଜଳ ଚଢ଼ାନ୍ତୁ ଏବଂ ତାପରେ ତୁଳସୀ ସାମ୍ନାରେ ହାତ ଯୋଡ଼ି ନିଜ ସମସ୍ୟା ବିଷୟରେ ପ୍ରାର୍ଥନା କରନ୍ତୁ । ବ୍ୟାପାର ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ଶୁକ୍ରବାର ଦିନ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପିତ କରନ୍ତୁ ଏବଂ ଭୋଗ ଲଗାନ୍ତୁ । ବଳକା ଭୋଗ କୌଣସି ବିବାହିତା ମହିଳାଙ୍କୁ ଦାନ କଲେ ବିବାହରେ ଆସୁଥିବା ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *