Excuse Me Odisha

ଯାହା କହିବୁ ସତ କହିବୁ

ରବିବାର ଦିନ ଖାଇ ଦିଅନ୍ତୁ ଏହି କିଛି ବିଶେଷ ଜିନିଷ । ସ୍ୱୟଂ ସୂର୍ଯ୍ୟ ଦେବ ହେବେ ପ୍ରସନ୍ନ ଏବଂ ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ହେବ ଦୂର ।

ସେୟାର୍ କରନ୍ତୁ

ଶାସ୍ତ୍ରରେ ରବିବାର ଦିନଟି ସୂର୍ଯ୍ୟଦେବଙ୍କୁ ସମର୍ପିତ ଅଟେ । ତେଣୁ ଏହି ବାରରେ ସୂର୍ଯ୍ୟ ଦେବଙ୍କୁ ଆରାଧନା କରାଯାଏ । ଏଭଳି ମାନ୍ୟତା ରହିଛି ଯେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଲେ ଏବଂ ପୂଜା କଲେ ଭାଗ୍ୟ ସୁଦୃଢ଼ ହୋଇଥାଏ । ସପ୍ତାହର ପ୍ରତ୍ୟେକ ବାର ଗୋଟିଏ ଗୋଟିଏ ଗ୍ରହ ସହିତ ସମ୍ବନ୍ଧ ରହିଛି । ତେଣୁ ସେହି ଗ୍ରହ ମାନଙ୍କର ପ୍ରଭାବକୁ ଠିକ ରଖିବା ପାଇଁ କାମକୁ ଅନୁକୂଳ ରଖିବା ଜରୁରୀ ହୋଇଥାଏ । ତେଣୁ ରବିବାର ଦିନ ସୂର୍ଯ୍ୟଙ୍କ ପୂଜା କରିବା ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାତକର ସୂର୍ଯ୍ୟ ଦୁର୍ବଳ ଥିଲେ ବ୍ୟକ୍ତିକୁ ମାନ ସମ୍ମାନ ଯଶ ପ୍ରାପ୍ତିରେ କଠିନତା ହୋଇଥାଏ । ଏହାଦ୍ବାରା ବ୍ୟକ୍ତି ସବୁବେଳେ ଚିଡ଼ିଚିଡ଼ା ହୋଇଥାଏ ଏବଂ କୌଣସି କାମ କରିବାକୁ ତାର ଆଗ୍ରହ ରହେନାହିଁ । ଏହି କାରଣରୁ ଜୀବନରେ ସମସ୍ୟା ଆସିଥାଏ ଏବଂ ପରିବାରରେ କଳହ କ୍ଳେଶ ଦେଖା ଦେବା ସହିତ ଅଶାନ୍ତି ବଜାୟ ରହିଥାଏ ।

ତେଣୁ ବ୍ୟକ୍ତିକୁ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କରିବା ଆବଶ୍ୟକ । ପ୍ରଥମତଃ ରବିବାର ଦିନକୁ ଛୁଟି ନଭାବି ଶୀଘ୍ର ଉଠିବା ଉଚିତ ଏବଂ ଆଳସ୍ୟତା ମଧ୍ୟ ଭଲ ହୋଇ ନଥାଏ । ଶାସ୍ତ୍ର ଅନୁଯାୟୀ ରବିବାର ଦିନ କିଛି କାମ କରିବା ଏବଂ କିଛି ଖାଦ୍ୟ ସେବନ କରିବା ବର୍ଜିତ ଅଟେ । କିନ୍ତୁ ଯଦି ଆପଣ ଭୁଲରେ ଏହିସବୁ ଜିନିଷ ଖାଉଛନ୍ତି ତେବେ ଆପଣଙ୍କୁ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ରବିବାର ଦିନ ଉସ୍ତ ଗଛରେ ଜଳ ଚଢ଼ାନ୍ତୁ ନାହିଁ । ନଚେତ ଅନିଷ୍ଠ ହୋଇଥାଏ । ଆପଣ ଚାହିଁଲେ ଧୂପ ଲଗାଇ ପାରିବେ । ରବିବାର ଦିନ ଶୀଘ୍ର ଉଠି ସ୍ନାନ ସାରି ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ । ତେବେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପିତ କରିବା ସମୟରେ ଏକ ତମ୍ବା ଲୋଟାରେ ଜଳରେ ଚାଉଳ ଏବଂ ସିନ୍ଦୁର ମିଶାଇ ସୂର୍ଯ୍ୟଙ୍କୁ ଅର୍ପିତ କରନ୍ତୁ।

ଏହାଦ୍ବାରା ସୂର୍ଯ୍ୟ ଦେବ ନିଶ୍ଚୟ ପ୍ରସନ୍ନ ହେବେ । ଯଦି କୌଣସି ବ୍ୟକ୍ତିର ଜାତକରେ ସୂର୍ଯ୍ୟ ଦୁର୍ବଳ ଅଛି ତେବେ ରବିବାର ଦିନ ଚୁଟି କାଟନ୍ତୁ ନାହିଁ କିମ୍ବା ମୁଣ୍ଡରେ ତେଲ ମଧ୍ୟ ଲଗାନ୍ତୁ ନାହିଁ । ଏହି ଦିନ ସୂର୍ଯ୍ୟ ଦେବଙ୍କୁ ରାଶି ତେଲ ଚଢାଇଲେ ଜାତକରେ ସୂର୍ଯ୍ୟ ନିଶ୍ଚୟ ମଜବୁତ ହେବେ ଏବଂ ଆପଣ ଭବିଷ୍ୟତରେ ଆସୁଥିବା ସମସ୍ୟାରୁ ନିଶ୍ଚୟ ମୁକ୍ତି ପାଇ ପାରିବେ । ଏହିଦିନ କୌଣସି କାମକୁ ବାହାରକୁ ଯିବା ପୂର୍ବରୁ ଗାଈକୁ ରୋଟି ନିଶ୍ଚୟ ଖୁଆଇ ଦିଅନ୍ତୁ ।

ସମ୍ଭବତଃ ସେହିଦିନ ଗାଈକୁ ନିଶ୍ଚୟ ପୂଜା କରନ୍ତୁ । ଏହାବ୍ୟତୀତ ରବିବାର ଦିନ ଛୋଟ ଛୋଟ ଅଟା ଗୁଳା କରି ମାଛକୁ ଚାରା ପକାନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଚାଲିଥିବା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ରବିବାର ଦିନ ଜନ୍ଦା ପିମ୍ପୁଡ଼ି ଦେଖିଲେ ଚିନି ଖାଇବାକୁ ନିଶ୍ଚୟ ଦିଅନ୍ତୁ ।

ଏହାଦ୍ବାରା ପରିବାରରେ ସଦସ୍ୟଙ୍କ ମଧ୍ୟରେ କ୍ଳେଶ ଦେଖାଦେବ ନାହିଁ ଏବଂ ସମ୍ପର୍କରେ ଦୃଢ଼ତା ଆସିବ । ଏହି ଉପାୟ ଦ୍ୱାରା କାର୍ଯ୍ୟରେ ମନ ଲାଗିଥାଏ । ରବିବାର ଦିନ ମସୁର ଡାଲି ଖାଇବା ଆଦୋୖ ଉଚିତ ନୁହେଁ । ଏହି ବିଷୟରେ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ହୋଇଛି । କାରଣ ମସୁର ଡାଲି ନକରାତ୍ମକ ବ୍ୟଞ୍ଜନ ଶ୍ରେଣୀରେ ଆସିଥାଏ । ଯେଉଁ ବ୍ୟକ୍ତି ସୂର୍ଯ୍ୟ ଦେବତାଙ୍କ ନିମନ୍ତେ ଉପାସନା କରୁଛନ୍ତି ସେ ରବିବାର ଦିନ ଆଦୋୖ ସାତ୍ଵିକ ଭୋଜନ କରିବା ଉଚିତ ନୁହେଁ ।

ଏହାବ୍ୟତୀତ ଏହିଦିନ ପିଆଜ ରସୁଣ ସେବନ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ସନ୍ତାନ ପ୍ରାପ୍ତି ଇଚ୍ଛା ଥିଲେ ରବିବାର ଦିନ ବ୍ରତ ରଖନ୍ତୁ ଏବଂ ସନ୍ଧ୍ୟାରେ ବ୍ରତ ଭାଙ୍ଗିଲେ ବିନା ଲୁଣରେ ଭୋଜନ ଗ୍ରହଣ କରନ୍ତୁ । ଏହାଦ୍ବାରା ସନ୍ତାନ ପ୍ରାପ୍ତି ହୋଇଥାଏ । ରବିବାର ଦିନ ନାଲି ଶାଗ ଖାଇବା ବର୍ଜିତ ମାନା ଯାଇଛି । ଏସବୁ ବ୍ୟତୀତ ରବିବାର ଦିନ ମାଛ ଖାଇବା ବର୍ଜିତ ଅଟେ ନଚେତ ଧନ ହାନୀ ହୋଇଥାଏ । ଏହିଦିନ କ୍ଷୀରି ବନାଇ ଖାଇଲେ ସୂର୍ଯ୍ୟ ଦେବଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *