Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଷୟ ତୃତୀୟା ଦିନ ଜଳାଇ ଦିଅନ୍ତୁ କେବଳ ଗୋଟିଏ ଦୀପ , ପୁରା ବର୍ଷ ଅର୍ଜିତ ହେବ ଧନ ।

ସେୟାର୍ କରନ୍ତୁ

ଅକ୍ଷୟ ତୃତୀୟା ଦିନ ଆପଣ ଯେଉଁ କାମ କଲେ ତାହାର ଅକ୍ଷତ ଫଳ ପ୍ରାପ୍ତି ହୋଇଥାଏ । ତେଣୁ ଏହିଦିନ ଶୁଭ କାର୍ଯ୍ୟ କରିବାର ବିଧାନ ରହିଛି । କାରଣ ଏହିଦିନ କରାଯାଇଥିବା କାମ ନିଶ୍ଚିତ ସଫଳତା ଦେଇଥାଏ । ମାତ୍ର ସୌଭାଗ୍ୟ ପ୍ରାପ୍ତି ପାଇଁ ଏହିଦିନ କିଛି ବିଶେଷ କାମ କରିବା ଉଚିତ ଏବଂ ଘରର ଦ୍ୱାରରେ ଏକ ଜିନିଷ ପକାଇବା ଉଚିତ । ସର୍ବପ୍ରଥମେ ସକାଳୁ ଉଠି ଘରର ମୁଖ୍ୟଦ୍ୱାରରେ କିଛି ବୁନ୍ଦା ଗଙ୍ଗା ଜଳ ସିଞ୍ଚି ଦିଅନ୍ତୁ । ଆପଣ ଚାହିଁଲେ ସାଧା ପାଣି ମଧ୍ୟ ଢ଼ାଳି ପାରିବେ ।

ଏହାପରେ ଝାଡୁ କରିବା ଦ୍ୱାରା କୌଣସିବି ଦୋଷ ଦୂର ହୋଇଯିବ । ଘରେ ପୋଛା ଲଗାଇବା ସମୟରେ ପାଣିରେ ଲୁଣ କିମ୍ବା ଫିଟିକିରି ମିଶାଇ ପୋଛା ଲଗାନ୍ତୁ । ଏହାଦ୍ବାରା ଘରର ବାସ୍ତୁ ଦୋଷ ହୋଇଥାଏ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହାପରେ ଘରର ମୁଖ୍ୟଦ୍ୱାରରେ ଆମ୍ବ ପତ୍ରର ବନ୍ଦନବାର ଲଗାଇ ଦିଅନ୍ତୁ ଯେଉଁଥିରେ ୧୧ ଟି ପତ୍ର ଥିବ । ଏହାକୁ ୮ ରୁ ୧୦ ଦିନ ପରେ ବଦଳାଇ ଦିଅନ୍ତୁ ।

ଯଦି ଆପଣ ଆମ୍ବ ପତ୍ରର ବନ୍ଦନ ବାର ଲଗାନ୍ତି ତେବେ ଏହାଦ୍ବାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଯଦି ଆପଣ ଅଶୋକ ପତ୍ରର ବନ୍ଦନ ବାର ଲଗାନ୍ତି ତେବେ ଧନର ଆଗମନ ହୋଇଥାଏ । ଘରର ମୁଖ୍ୟଦ୍ୱାରରେ ଶୁଭ ମଙ୍ଗଳ ସ୍ୱସ୍ତିକ ଚିହ୍ନ ବନାଇ ଦିଅନ୍ତୁ । ଏହାକୁ ହଳଦୀ କିମ୍ବା ଚାଉଳରେ ବନାଇ ପାରିବେ ଯାହାଦ୍ୱାରା ଆପଣଙ୍କ ଉପରକୁ କୌଣସି ପ୍ରକାରର ସମସ୍ୟା ଆସିବ ନାହିଁ ।

ଅକ୍ଷୟ ତୃତୀୟା ଦିନ ପବିତ୍ର ନଦୀ ସରୋବରରେ ସ୍ନାନ କରିବାର ବିଧାନ ରହିଛି । ନଚେତ ଘରେ ସ୍ନାନ ପାଣିରେ ଗଙ୍ଗା ଜଳ ମିଶାଇ କିମ୍ବା ତୁଳସୀ ପତ୍ର ପକାଇ ସ୍ନାନ କରି ପାରିବେ । ଏହାପରେ ଏକ ପାତ୍ରରେ ଅଳ୍ପ ପାଣି ନେଇ ଏକ ଚିମୁଟା ହଳଦୀ ମିଶାଇ ସମ୍ପୂର୍ଣ୍ଣ ଘରେ ସିଞ୍ଚି ଦିଅନ୍ତୁ । ବଳକା ପାଣିକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ ।

ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ଧନର ଆଗମନ ହୋଇଥାଏ । ଏହିଦିନ ସୁନା କିଣି ଘରକୁ ଆଣିବାର ବିଧାନ ରହିଛି ମାତ୍ର ସାମ୍ୟର୍ଥ ନଥିଲେ ଘରେ ଥିବା ସୁନାକୁ ଗଙ୍ଗା ଜଳ ସିଞ୍ଚି ପବିତ୍ର କରି ପୂଜା ପାଠ କରନ୍ତୁ । ଏହାଦ୍ବାରା ଘରେ କେବେ ଧନର ଅଭାବ ହେବ ନାହିଁ । ଘରୁ ବାହାରିବା ସମୟରେ ଡାହାଣ ପାର୍ଶ୍ଵରେ ଏକ ପାତ୍ରରେ ଗୋଲାପ ଫୁଲ ପାଖୁଡ଼ା ମାତା ଲକ୍ଷ୍ମୀଙ୍କ ସ୍ୱାଗତ ନିମନ୍ତେ ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ କୌଣସି ଗଛ ମୂଳରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ । ଘରର ମୁଖ୍ୟଦ୍ୱାରର ଭିତର ଦିଗରେ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖିବା ଶୁଭ ହୋଇଥାଏ ।

ତେଣୁ ଗଣେଶଙ୍କ ଫୋଟ କିମ୍ବା ମୂର୍ତ୍ତି ରଖି ମୁଣ୍ଡ ଉପରେ ତିନୋଟି ମୟୁର ପର ସଜାଇ ଦିଅନ୍ତୁ । ଏହାଦ୍ବାରା ଘରର ବାସ୍ତୁ ଦୋଷ ଠିକ ରହିଥାଏ ଏବଂ ଘରର ଉନ୍ନତି ହୋଇଥାଏ । ଏକ କାଚ ଗ୍ଲାସରେ ପାଣି ନେଇ ଲୁଣ ମିଶାଇ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖି ଦିଅନ୍ତୁ ଏବଂ ପ୍ରତ୍ୟେକ ମାସରେ ତାହାକୁ ବଦଳାଇ ଦିଅନ୍ତୁ । ଏହି ପ୍ରୟୋଗ ବଜାୟ ରଖିଲେ ଘରକୁ କୌଣସି ଦୁଃଖ ସମସ୍ୟା ଆସିବ ନାହିଁ । ଅକ୍ଷୟ ତୃତୀୟା ପୂଜା ସମୟରେ ଭଗବାନ ଶ୍ରୀହରିଙ୍କୁ କ୍ଷୀର , ପଞ୍ଚାମୃତ ଏବଂ ସାଧାରଣ ଜଳରେ ସ୍ନାନ କରାଇ ଭୋଗ ଲଗାନ୍ତୁ ଏବଂ ହଳଦୀରେ ତିଳକ କରନ୍ତୁ ।

ହାତରେ ଲାଗି ଯାଇଥିବା ହଳଦୀରେ ନିଜ ମସ୍ତକରେ ତିଳକ କରନ୍ତୁ । ଏହିଦିନ ଭଗବାନ ସୂର୍ଯ୍ୟ ଦେବଙ୍କୁ ମଧ୍ୟ ନିଶ୍ଚୟ ଜଳ ଅର୍ପିତ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନର କୌଣସିବି ସମସ୍ୟା ହେଉ ତାହା ଦୂର ହୋଇଯିବ । ଅକ୍ଷୟ ତୃତୀୟା ଦିନ ଘରର ମୁଖ୍ୟଦ୍ୱାର ରେ ଏକ ମୁରୁଜ ବନାଇ ଦୀପ ନିଶ୍ଚୟ ଜଳାନ୍ତୁ ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ଧନର ଆଗମନ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *