Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ରଖନ୍ତୁ ” M ” ନାମର ବ୍ୟକ୍ତିର ବ୍ୟକ୍ତିତ୍ୱ , ସ୍ଵଭାବ ଏବଂ କିଛି ଖାସ କଥା ।

ସେୟାର୍ କରନ୍ତୁ

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ନାମର ବିଶେଷ ମହତ୍ତ୍ୱ ରହିଥାଏ । ଏମିତିକି ନାମର ପ୍ରଥମ ଅକ୍ଷର ମଧ୍ୟ ବ୍ୟକ୍ତିର ଜୀବନରେ ଅନେକ ପ୍ରଭାବ ପକାଇ ଥାଏ । ବ୍ୟକ୍ତିର ନାମରୁ ହିଁ ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ ସ୍ଵଭାବ ଏବଂ ସବୁ ବିଷୟରେ ଜଣା ପଡ଼ିଥାଏ । ତେଣୁ ପରିବାର ଲୋକେ ଖୁବ ଭାବି ଚିନ୍ତା ନିଜ ସନ୍ତାନର ନାମକରଣ କରିଥାନ୍ତି । ସେହିଭଳି ଆଜିକାର ଲେଖାରେ ଆମେ ଆପଣଙ୍କୁ ” M ” ଅକ୍ଷର ନାମର ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ କହିବୁ ।

କହିରଖିବୁ ଯେ ଯଦି କେହି ଝିଅ କିମ୍ବା ପୁଅର ପ୍ରଥମ ନାମର ପ୍ରଥମ ଅକ୍ଷର ଇଂରାଜୀ ଅକ୍ଷର ” M ” ରୁ ଆରମ୍ଭ ହୁଏ ତେବେ ସେହି ବ୍ୟକ୍ତି ଜ୍ଞାନ ପ୍ରସାରିତ କରିବାରେ ମାହୀର ହୋଇଥାନ୍ତି । ଏହି ନାମର ବ୍ୟକ୍ତି ଖୁବ ଭାବୁକ ଏବଂ ସଂବେଦନଶୀଳ ହୋଇଥାନ୍ତି । ଏମିତିକି ଏମାନେ ସବୁବେଳେ ଗଭୀର ଚିନ୍ତରେ ମଗ୍ନ ରହନ୍ତି ।

ଏମିତିକି ଏହି ବ୍ୟକ୍ତି ମାନେ ଖୁବ ସାଧାରଣ କଥାରେ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଯାନ୍ତି ଏବଂ ଦୁଃଖିତ ହୋଇ ଯାଆନ୍ତି । ଏହି ନାମର ବ୍ୟକ୍ତି ଖୁବ ଜିଦଖୋର ସ୍ୱଭାବର ହୋଇଥାନ୍ତି । ଥରେ ଯେଉଁ କଥା ଏମାନେ ନିଜ ମନକୁ ନିଅନ୍ତି ସେହି କଥାକୁ ସହଜରେ ଛାଡ଼ି ପାରନ୍ତି ନାହିଁ । M ନାମର ବ୍ୟକ୍ତିଙ୍କ ଉପରେ ଭାଗ୍ୟଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରହନ୍ତି । ଯେଉଁ କାରଣରୁ ଏମାନଙ୍କୁ ଉଭୟ ଧନ ଏବଂ ସମ୍ମାନ ପ୍ରାପ୍ତ ହୋଇଥାଏ ।

ସାଧରଣତଃ ଏଭଳି ଜାତକ ପ୍ରାୟତଃ ରାଜନୀତିରେ ଦେଖା ଦେଇଥାନ୍ତି । ଏହି ନାମର ବ୍ୟକ୍ତି ଭଲ ବକ୍ତା ଏବଂ ଲେଖକ ମଧ୍ୟ ହୋଇଥାନ୍ତି । କାମ ପ୍ରତି ହୁଏତ ଏମାନେ ବିଶେଷ ସଚେତନ ହୋଇ ନଥାନ୍ତି କିନ୍ତୁ ଏମାନଙ୍କ ଭାଗ୍ୟ ସୁଦୃଢ଼ ହୋଇଥିବାରୁ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି । ଯେଉଁ କାର୍ଯ୍ୟରେ ହାତ ଦିଅନ୍ତି ସେଥିରେ ପ୍ରସିଦ୍ଧି ଲାଭ କରନ୍ତି ।

ଏଭଳି ବ୍ୟକ୍ତି ଟିକିଏ ଅଧିକ ଭାବୁକ ହୋଇ ଥିବାରୁ ବହୁତ ଜଲଦି ପ୍ରେମରେ ପଡ଼ିଥାନ୍ତି ଏବଂ ପ୍ରେମ ସମ୍ପର୍କକୁ ତୁଲାଇବାରେ ମଧ୍ୟ କ୍ଷମତ ରଖନ୍ତି । ଏମାନେ ନିଜ ପ୍ରେମକୁ ପାଇବା ପାଇଁ କିଛିବି କରିବାକୁ ପ୍ରସ୍ତୁତ ରହନ୍ତି । ଏମାନେ ସବୁବେଳେ ନିଜ ନୌତିକ ମୂଲ୍ୟରେ ଜୀବନ ଅତିବାହିତ କରିବାକୁ ଇଚ୍ଛା ରଖନ୍ତି । ଖରାପ କରୁଥିବା ଏବଂ ଖରାପ କାମ କରୁଥିବା ବ୍ୟକ୍ତିଙ୍କୁ ଏମାନେ କେବେ ପସନ୍ଦ କରନ୍ତି ନାହିଁ । କଥାକୁ ବୁଲେଇ ବଙ୍କେଇ କହିବା ପ୍ରକୃତିକୁ ଏମାନେ ପସନ୍ଦ କରନ୍ତି ନାହିଁ ଏବଂ ଯାହା କହନ୍ତି ସିଧାସଳଖ କହନ୍ତି ।

ଯେଉଁ କାରଣରୁ ଏମାନଙ୍କ କଥାକୁ ଅନେକ ଲୋକ ପସନ୍ଦ କରନ୍ତି ନାହିଁ । ଯେଉଁ କାରଣରୁ ଏମାନଙ୍କ ଶତ୍ରୁ ସଂଖ୍ୟା ବଢ଼ି ଚାଲିଥାଏ । ଏମାନେ ସମାଜରେ ସବୁବେଳେ ମାନ ସମ୍ମାନ ପ୍ରତିଷ୍ଠା ପାଇଁ କାମ କରନ୍ତି । ସେଥିପାଇଁ ମାନେ ବହୁତ ଚେଷ୍ଟା ମଧ୍ୟ କରିଥାନ୍ତି । ନିଜ ବିଚାର ଉଚ୍ଚ ହୋଇଥିବାରୁ ଅନେକ ସମୟରେ ଏମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଏହି ନାମର ଜାତକ ନିଜକୁ ସବୁବେଳେ ଶ୍ରେଷ୍ଠ ଭାବନ୍ତି ଏବଂ ଯାହାକୁ ପ୍ରମାଣିତ କରିବା ପାଇଁ ଏମାନେ ସବୁବେଳେ ଚେଷ୍ଟା କରନ୍ତି । ଏମାନେ ସବୁବେଳେ ଏହି ଚିନ୍ତାଧାରାରେ ରହନ୍ତି ଯେ ଏମାନଙ୍କୁ କେହିବି ବୁଝିପାରୁ ନାହାଁନ୍ତି । ଥରେ ମନରେ କ୍ରୋଧ ଆସିଗଲେ ଏମାନଙ୍କୁ ବୁଝାଇବା କଷ୍ଟକର ହୋଇଯାଏ । ଏହି ନାମର ଜାତକ ତେଜସ୍ୱି ଅଟନ୍ତି । ଯେଉଁ କାରଣରୁ ଏମାନେ ନିଜର ସମାଲୋଚନାକୁ କେବେ ସହ୍ୟ କରି ପାରନ୍ତି ନାହିଁ ।

ତେଣୁ ସବୁଠି ନିଜର ବଡ଼ ପଣିଆ ଦେଖାଇ ହୁଅନ୍ତି । କିନ୍ତୁ ଏମାନଙ୍କୁ ଥରେ ଭଲପାଇ ବସିଲେ ଏମାନଙ୍କ ଠାରୁ ଆଉ ଭଲ ବ୍ୟକ୍ତି ଦୁନିଆରେ କେହି ନଥାନ୍ତି । ତେବେ ଏଭଳି ବ୍ୟକ୍ତିତ୍ୱର ବ୍ୟକ୍ତି ନିଜର କିଛି ଖରାପ ଗୁଣ ତୁଳନାରେ ଅଧିକ ଭଲ ଗୁଣର ଅଧିକାରୀ ହୋଇଥାନ୍ତି ଯେଉଁ କାରଣରୁ ସଂସାରରେ ଅନେକ ମାନ ସମ୍ମାନର ଅଧିକାରୀ ହୋଇଥାନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *