Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଭୁଲରେବି କରନ୍ତୁ ନାହିଁ ଏହି ତିନୋଟି କାମ । ନଚେତ ଘରକୁ ଆସିବ ଭୟଙ୍କର ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଶନିବାର ଦିନ କେଉଁ ସବୁ କାମ କରିବା ଦ୍ୱାରା ଆପଣ ଧୀରେ ଧୀରେ ଦାରିଦ୍ର୍ୟତା ଦିଗରେ ଅଗ୍ରସର ହୁଅନ୍ତି । ଶନିବାରଟି ଶନିଦେବଙ୍କ ବାର ବୋଲି କୁହାଯାଏ ଯାହାଙ୍କୁ ନ୍ୟାୟର ଦେବତା ବୋଲି ମଧ୍ୟ କୁହାଯାଏ । କିଛି ଭୁଲ ଏପରି ରହିଛି ଯାହା ଯଦି ମଣିଷ କରେ ତେବେ ଶନିଦେବ କଠୋର ଦଣ୍ଡ ଦେଇଥାନ୍ତି । ସାଧରଣତଃ ଶନିବାର ଦିନ କିଛି ଜିନିଷ ଘରକୁ ଆଣିବା ବର୍ଜିତ ଅଟେ । କାରଣ ଶନିବାର ଦିନ ତାହା ଘରକୁ ଆଣିଲେ ଶନି ଦେବଙ୍କର ଦୃଷ୍ଟି ପଡ଼ିଥାଏ ଏବଂ ମନୁଷ୍ୟର ଅନେକ କ୍ଷତି ମଧ୍ୟ ହୋଇଥାଏ । ତେଣୁ ଭୁଲରେ ବି ଏହିସବୁ ଜିନିଷ ଶନିବାର ଦିନ ଘରକୁ ଆଣିବା ଉଚିତ ନୁହେଁ । ନଚେତ ଘରକୁ ରୋଗ ଦୁଃଖ ଶୋକ କ୍ଳେଶ ଆସିଥାଏ ।

୧ . ଲୁହା କିମ୍ବା ଲୁହା ନିର୍ମିତ ଜିନିଷ:-

ଶନିବାର ଦିନ ଘରକୁ ଲୁହା କିମ୍ବା ଲୁହା ନିର୍ମିତ ଜିନିଷ ଭୁଲରେବି ଆଣିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଶନିଦେବଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ । ତେଣୁ ଏହିଦିନ ଲୁହା ନିର୍ମିତ ବସ୍ତୁ ଯେମିତିକି ଛୁଞ୍ଚି ଠାରୁ ଆରମ୍ଭ କରି ବାହନ ପର୍ଯ୍ୟନ୍ତ କିଛିବି ଆଣିବା ଉଚିତ ନୁହେଁ । କିନ୍ତୁ ଶନିବାର ଦିନ ଯଦି ଆପଣ ଲୁହାର ଜିନିଷ ଦାନ କରନ୍ତି ତେବେ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଶନି ଦୋଷାରୁ ମୁକ୍ତି ମଧ୍ୟ ମିଳିଥାଏ ।

୨ . ଚମଡ଼ା ନିର୍ମିତ ଜିନିଷ:-

ଚମଡ଼ା ନିର୍ମିତ ଜିନିଷ ଯଥା ବେଲ୍ଟ , ଜୋତା କିମ୍ୱା ପର୍ସ ଏଭଳି ଜିନିଷ ଶନିବାର ଦିନ କିଣି ଘରକୁ ଆଣନ୍ତୁ ନାହିଁ । ଏହି ପ୍ରକାରର ଜିନିଷ ଶନିବାର ଦିନ ଘରକୁ ଆଣିଲେ ଘରକୁ ଦାରିଦ୍ର୍ୟତା ଆସିଥାଏ ।

୩ . ତେଲ:-

ଶନିବାର ଦିନ କୌଣସିବି ତେଲ ଘରକୁ ଆଣିବା ବର୍ଜିତ ଅଟେ । ତେବେ ତାହା ରୋଷେଇ ନିମିତ୍ତ ତେଲ ହେଉ କିମ୍ବା ଦୀପ ଜାଳିବା ନିମିତ୍ତ ତେଲ ହେଉ । ଏହିସବୁ ପ୍ରକାରର ତେଲ ଶନିବାର ଦିନ କିଣି ଘରକୁ ଆଣିବା ବର୍ଜିତ ହୋଇଥାଏ । ଯଦି ଆପଣ ଶନିବାର ଦିନ ଘରକୁ ତେଲ ନେଇ ଆସନ୍ତି ତେବେ ଘରକୁ ରୋଗ , ଦୁଃଖ , କଷ୍ଟ ଏବଂ ଦାରିଦ୍ର୍ୟତା ଆସିଥାଏ । କିନ୍ତୁ ଯଦି ଆପଣ ଶନି ଦୋଷାରେ ପୀଡ଼ିତ ଅଛନ୍ତି ତେବେ ଶନିବାର ଦିନ ଶନିଦେବଙ୍କୁ ରାଶି ତେଲ ନିଶ୍ଚୟ ଚଢ଼ାନ୍ତୁ । ଏହାଦ୍ବାରା ଶନି ଦୋଷାରୁ ମୁକ୍ତି ମିଳିଥାଏ । ଏହାଦ୍ବାରା ଧନ ବୃଦ୍ଧି ମଧ୍ୟ ହୋଇଥାଏ ।

୪ . କୋଇଲା:-

କୋଇଲାର ରଙ୍ଗ କଳା ଅଟେ ଯାହାକି ଶନିଙ୍କ ପ୍ରତୀକ ଅଟେ । ତେଣୁ ଶନିବାର ଦିନ ଘରକୁ କୋଇଲା ଆଣନ୍ତୁ ନାହିଁ । ଏମିତିରେ କୋଇଲା ଏକ ଜ୍ଵଳନଶୀଳ ପଦାର୍ଥ ଅଟେ ତେଣୁ ଶନିବାର ଦିନ କୋଇଲାକୁ ଘରକୁ ଆଣିବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ଦୁଃଖ ଦାରିଦ୍ର୍ୟତା ଆସିଥାଏ ।

୫ . ଛାଞ୍ଚୁଣି:-

ଶନିବାର ଦିନ ଘରକୁ ଭୁଲରେବି ଛାଞ୍ଚୁଣି କିଣି ଆଣନ୍ତୁ ନାହିଁ । ଯଦି ଅଜାଣତରେ ଆପଣ ଛାଞ୍ଚୁଣି କିଣି ଘରକୁ ଆଣନ୍ତି ତେବେ ଆପଣଙ୍କର ଅନେକ କ୍ଷତି ହେବ ଏବଂ ଧନ ହାନୀ ମଧ୍ୟ ହେବ ।

୬ . ରାଶି:-

ଶନିବାର ଦିନ ଭୁଲରେବି ଘରକୁ ରାଶି ଆଣନ୍ତୁ ନାହିଁ । ଏହାଦ୍ବାରା ପରିବାରକୁ ଦୁଃଖ ଆସିବା ସହିତ ନାନା ପ୍ରକାରର ବିପଦ ମାଡ଼ି ଆସିଥାଏ । ଯଦି ଭଗବାନ ଶନିଦେବଙ୍କ କୋପ ଦୃଷ୍ଟି ପଡ଼ିଥାଏ ତେବେ ଶନିବାର ଦିନ ରାଶି ଦାନ କରି ପାରିବେ ।

୭ . ଲୁଣ:-

ଶନିବାର ଦିନ ଘରକୁ ଲୁଣ କିଣି ଆଣିବା ଦ୍ୱାରା ଘରକୁ ରୋଗ ଆସିଥାଏ । ପରିବାରରେ ସଦସ୍ୟ ଗମ୍ଭୀର ରୋଗରେ ପୀଡ଼ିତ ହେବା ସହିତ ଖର୍ଚ୍ଚ ମଧ୍ୟ ବୃଦ୍ଧି ହୋଇଥାଏ ଏବଂ ଦାରିଦ୍ର୍ୟତା ମଧ୍ୟ ଆସିଥାଏ । ତେଣୁ ଘରକୁ ଶନିବାର ଦିନ ଲୁଣ କିଣି ଆଣିବା ଉଚିତ ନୁହେଁ ।

୮ . କାଳି:-

ଶନିବାର ଦିନ ଘରକୁ କାଳି କିମ୍ବା ସ୍ୟାହି ଆଣନ୍ତୁ ନାହିଁ । କାରଣ ଏହାର ରଙ୍ଗ କଳା ହୋଇଥାଏ । କାରଣ ଏହାଦ୍ବାରା ଘରକୁ ରୋଗ ସମସ୍ୟା ଆସିଥାଏ ଏବଂ ଶନିଦେବ ମଧ୍ୟ କ୍ରୋଧିତ ହୁଅନ୍ତି । ଆପଣ କୌଣସି କଳା ଜିନିଷ ଶନିବାର ଦିନ କୌଣସି ବ୍ୟକ୍ତିକୁ ଦାନ କରି ପାରିବେ ମାତ୍ର ଏହାକୁ ଘରକୁ କିଣି ଆଣିବା ବର୍ଜିତ ଅଟେ । ନଚେତ ଆପଣଙ୍କୁ ନିନ୍ଦା ଅପବାଦ ମଧ୍ୟ ସହ୍ୟ କରିବାକୁ ପଡ଼ିପାରେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *