Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ପ୍ରକାର ଭୋଗ ଲାଗିଲେ ହନୁମାନ ଖୁବ ଶୀଘ୍ର ହୁଅନ୍ତି ପ୍ରସନ୍ନ , ଦୂର କରନ୍ତି ଭକ୍ତଙ୍କର ସବୁ ସମସ୍ୟା

ସେୟାର୍ କରନ୍ତୁ

ଶ୍ରୀ ହନୁମାନ ନିଜ ଭକ୍ତର ସମସ୍ତ ଅସୁବିଧା ଦୂର କରିଥାନ୍ତି । ସେଥିପାଇଁ ହନୁମାନଙ୍କୁ ସଙ୍କଟ ମୋଚନ ବୋଲି କୁହାଯାଏ । ଶ୍ରୀହନୁମାନ ନିଜ ଭକ୍ତଙ୍କ ଉପରେ ବହୁତ ଜଲଦି ପ୍ରସନ୍ନ ହୋଇ ଯାଉଥିବାରୁ ଭକ୍ତମାନେ ତାଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି । କେହି କେହି ହନୁମାନ ଚାଳିଶା ପାଠ କରନ୍ତି ଏବଂ କେହି କେହି ଭିନ୍ନ ଭିନ୍ନ ଉପାୟରେ ପୂଜା କରି ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି ।

ଶ୍ରୀହନୁମାନଙ୍କୁ ଭୋଗ ଲଗାଇବାର ପରମ୍ପରା ମଧ୍ୟ ରହିଛି । ତେବେ ଏହି ସମୟରେ ଆପଣ କିଛି ବିଶେଷ ଜିନିଷ ପ୍ରଦାନ କରି ଶ୍ରୀହନୁମାନଙ୍କୁ ବହୁତ ଜଲଦି ପ୍ରସନ୍ନ ମଧ୍ୟ କରିପାରିବେ । ଯାହାଦ୍ୱାରା ଆପଣଙ୍କର ଅନେକ ସମସ୍ୟା ମଧ୍ୟ ଦୂର ହୋଇଯିବ । ଆଜି ଆମେ ଆପଣଙ୍କୁ ସେହିସବୁ ଖାସ ଜିନିଷ ବିଷୟରେ କହିବୁ ।

୧ . ବେସନ ଲଡୁ:-

ଭଗବାନ ଶ୍ରୀ ହନୁମାନଙ୍କୁ ବେସନ ଲଡୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ପ୍ରତ୍ୟେକ ଶନିବାର କିମ୍ବା ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଏହା ଅର୍ପଣ କଲେ ହନୁମାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହା କରିବା ଦ୍ୱାରା ହନୁମାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ଏବଂ ମନସ୍କାମନା ମଧ୍ୟ ପୂରଣ କରନ୍ତି । ଏହି ଭୋଗ ଅର୍ପଣ କରିବା ପରେ ତାହାକୁ କୌଣସି ବ୍ରାହ୍ମଣ କିମ୍ବା ଗରିବଙ୍କୁ ଦାନ କରି ଦିଅନ୍ତୁ ।

୨ . ପଞ୍ଚମେବା:-

ଭଗବାନ ଶ୍ରୀ ହନୁମାନଙ୍କୁ ପଞ୍ଚମେଭା ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ତେବେ ଏହାକୁ ପଞ୍ଚମେବା କରିବାର ଅର୍ଥ ଏହା ଯେ ଏଥିରେ କାଜୁ , ବାଦାମ , କିସମିସ୍ , ମିଶ୍ରୀ , କପ୍ରାଗିଟ୍ ଭଳି ଜିନିଷ ଅନ୍ତର୍ଭୁକ୍ତ ହୋଇଥାଏ । ଆପଣ ଏହି ପଞ୍ଚମେବାକୁ ମନ୍ଦିରରେ ଭୋଗ ଆକାରରେ ଶ୍ରୀ ହନୁମାନଙ୍କ ପ୍ରତିମା ସାମ୍ନାରେ ଅର୍ପଣ କରିବା ଉଚିତ । ପ୍ରୟୋଗ କରିବା ସମୟରେ ଆପଣ ନିଜ ଜୀବନର ସମସ୍ୟା ବିଷୟରେ ଶ୍ରୀ ହନୁମାନଙ୍କୁ କହି ଦିଅନ୍ତୁ । ଦେଖିବେ ଆପଣଙ୍କ ସମସ୍ୟା ଦୂରେଇ ଯିବ ।

୩ . ଗୁଡ଼ , ଚଣା ଏବଂ ଚିରଞ୍ଜି:-

ଗୁଡ଼ , ଚଣା ଏବଂ ଚିରଞ୍ଜୀକୁ ପ୍ରସାଦ ଆକାରରେ ଶ୍ରୀ ହନୁମାନଙ୍କୁ ଅର୍ପିତ କଲେ ତାହା ହନୁମାନଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହା ଖୁବ ସହଜରେ ସବୁ ଶ୍ରେଣୀର ଲୋକେ ଭଗବାନଙ୍କୁ ଅର୍ପିତ କରି ପାରିବେ । ଏହି ପ୍ରସାଦ ଅର୍ପଣ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯିବ , ସମସ୍ତ ଇଚ୍ଛା ପୂରଣ ହେବା ଏବଂ ସମସ୍ତ ଅସୁବିଧା ମଧ୍ୟ ଦୂର ହୋଇଯିବ । ଏସବୁ ବ୍ୟତୀତ ହନୁମାନଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ସର୍ବଦା ବଜାୟ ରହିବ ।

୪ . ନଡ଼ିଆ:-

ନଡ଼ିଆ ଏପରି ଏକ ପ୍ରସାଦ ଯାହାକି ପ୍ରାୟ ସମସ୍ତ ଦେବତା ଏବଂ ଦେବୀଙ୍କୁ ଅର୍ପଣ କରାଯାଏ । ମନ୍ଦିର ମାନଙ୍କରେ ଏହି ଭୋଗ ଅଧିକ ଅର୍ପିତ ହୋଇଥାଏ । ଭଗବାନ ଶ୍ରୀ ହନୁମାନଙ୍କୁ ମଧ୍ୟ ନଡ଼ିଆ କିମ୍ବା ଶ୍ରୀଫଳ ଖୁବ ପସନ୍ଦ ଅଟେ । ଆପଣ ପ୍ରତ୍ୟେକ ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନ ମନ୍ଦିରରେ ନଡ଼ିଆ ପ୍ରସାଦ ଅର୍ପଣ କରି ପାରିବେ । ଏହାଦ୍ବାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ।

୫ . ମିଶ୍ରୀ ଲଡୁ:-

ମିଶ୍ରୀ ରେ ପ୍ରସ୍ତୁତ ଲଡୁ ମଧ୍ୟ ଶ୍ରୀ ହନୁମାନଙ୍କୁ ଅତ୍ୟନ୍ତ ପସନ୍ଦ ଅଟେ । ତେଣୁ ଆପଣ ମିଶ୍ରୀ ଲଡୁ ଅର୍ପିତ କରି ପାରିବେ । ଏହା ବ୍ୟତୀତ ଆପଣ ଶ୍ରୀ ହନୁମାନଙ୍କୁ ମୋଦକ ମଧ୍ୟ ଅର୍ପିତ କରିପାରିବେ । ଏହି ଭୋଗ ଅର୍ପିତ କଲେ ଶ୍ରୀହନୁମାନଙ୍କ କୃପା ନିଜ ଭକ୍ତମାନଙ୍କ ଉପରେ ସର୍ବଦା ବଜାୟ ରହିଥାଏ । ଏହାଦ୍ବାରା ଶ୍ରୀ ହନୁମାନ ନିଜ ଭକ୍ତଙ୍କୁ ସର୍ବଦା ସୁରକ୍ଷିତ ମଧ୍ୟ ରଖନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *