Excuse Me Odisha

ଯାହା କହିବୁ ସତ କହିବୁ

୨୨ ଏପ୍ରିଲ ୨୦୨୩ ଅକ୍ଷୟ ତୃତୀୟା ଦିନ ପୁରା ପରିବାର ଖାଇ ଦିଅନ୍ତୁ ଏହି ଜିନିଷ । ପ୍ରାପ୍ତ ହେବ ଅକ୍ଷୟ ପୁଣ୍ୟ

ସେୟାର୍ କରନ୍ତୁ

ଅକ୍ଷୟ ତୃତୀୟା ଦିନଟି ହିନ୍ଦୁ ଧର୍ମରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହିଦିନ ଆପଣ ବିନା ପାଞ୍ଜି ଦେଖି କୌଣସିବି ଶୁଭ କାର୍ଯ୍ୟ ଆରମ୍ଭ କରି ପାରିବେ ଏବଂ ଏହାର ଫଳ ମଧ୍ୟ ଶାଶ୍ୱତ ହୋଇଥାଏ । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ଦିନ ଅକ୍ଷୟ ତୃତୀୟା ପର୍ବ ପାଳିତ ହୋଇଥାଏ । ଏହି ଦିନ ଶସ୍ୟ ଅମଳ ଆରମ୍ଭ ହୋଇଥାଏ ଏବଂ ଏହାରି ସହିତ ଲୋକେ ଆଖି ରସ ପିଇ ପର୍ବକୁ ପାଳନ କରିଥାନ୍ତି । ବ୍ୟବସାୟୀ ଲୋକେ ଏହିଦିନ ଖାତା ଲେଖି ନିଜର ବ୍ୟବସାୟକୁ ପୁଣିଥରେ ଆରମ୍ଭ କରନ୍ତି ।

ଏହାବ୍ୟତୀତ ଏହିଦିନ ବିବାହ କିମ୍ବା ପୂଜା ଭଳି ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଏହିଦିନ ସୁନା ଚାନ୍ଦି କିମ୍ବା କୌଣସି ନୂଆ ଜିନିଷ ଆଣିବାର ବିଧାନ ରହିଛି । ଏହିଦିନ ମାତା ଲକ୍ଷ୍ମୀଙ୍କୁ ବିଶେଷ ଭାବରେ ପୂଜା କରାଯାଏ ଏବଂ ଏହାସହିତ ଏହିଦିନ ଦାନ ଧର୍ମ କରିବାର ପରମ୍ପରା ରହିଥାଏ । ଯାହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଉନ୍ନତି ମଧ୍ୟ ହୋଇଥାଏ ।

ଏହିଦିନ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଲାଭ ପାଇଁ ତୁଳସୀ ଗଛରେ ପାଣି ନିହାତି ସିଞ୍ଚି ଦିଅନ୍ତୁ । ଏହିଦିନଟି ବ୍ୟବସାୟୀ ମାନଙ୍କ ପାଇଁ ବହୁତ ଶୁଭ ହୋଇଥିବାରୁ ସେମାନେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜା କରିଥାନ୍ତି । ଏହିଦିନ ସ୍ନାନ କରି ପବିତ୍ର ଅଗ୍ନିରେ ଜଅ ଅର୍ପିତ କରିବା ଏହି ପର୍ବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ହୋଇଥାଏ । ମହାଭାରତ ଅନୁଯାୟୀ ଭଗବାନ ସୂର୍ଯ୍ୟ ପାଣ୍ଡବ ମାନଙ୍କୁ ଏକ ଏପରି ପାତ୍ର ଦେଇଥିଲେ ଯାହାକୁ ଅକ୍ଷୟ ପାତ୍ର କୁହା ଯାଉଥିଲା । ଯେଉଁଥିରେ ଭୋଜନର ଅଭାବ ହେଉ ନଥିଲା

ଥରେ ଭଗବାନ ବିଷ୍ଣୁ ପ୍ରକଟ ହୋଇ ସେହି ପାତ୍ରରେ ଏକ ଅନ୍ନ ଲାଗି ରହିଥିବା ଦେଖି ତାକୁ ଖାଇଲେ ଏବଂ ତୃପ୍ତ ହେଲେ । ଏହାସହିତ ସବୁ ମଣିଷଙ୍କ ଭୋକ ମଧ୍ୟ ତୃପ୍ତ ହୋଇଗଲା । ଆଉ ଏକ କଥା ଅନୁଯାୟୀ ଦେବୀ ଦୁର୍ଗା ଏବଂ ମହିଷାସୁର ମଧ୍ୟରେ ଦୀର୍ଘ ସମୟ ଧରି ଖୁବ ଭୟଙ୍କର ଯୁଦ୍ଧ ଚାଲିଥିଲା ଏବଂ ଶେଷରେ ମାତା ଦୁର୍ଗା ଏହି ଅକ୍ଷୟ ତୃତୀୟା ଦିନ ମହିଷାସୁରର ବଧ କରିଥିଲେ । ତେଣୁ ଏହିଦିନକୁ ସତ୍ୟ ଯୁଗର ଶେଷ ଏବଂ ତ୍ରେତୟା ଯୁଗର ଆରମ୍ଭ ବୋଲି କୁହାଯାଏ ।

ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ସୁଦାମା ସାକ୍ଷାତ କରିବା ପାଇଁ ଏବଂ ତାଙ୍କ ସ୍ତ୍ରୀଙ୍କ ଦ୍ୱାରା ଆର୍ଥିକ ସହାୟତା ମାଗିବା ପାଇଁ ଯାଇଥିଲେ ସେତେବେଳେ ସେ କେବଳ ଖୁଦ ଭଜା ନେଇ ଯାଇଥିଲେ ଏବଂ ଲଜ୍ଜ୍ୟାରେ ତାହାକୁ ସେହିଠାରେ ଛାଡ଼ି ଆସିଥିଲେ । ଭଗବାନ ଶ୍ରୀକୃଷ୍ଣ ତାହାକୁ ପାଇଁ ଖୁବ ଆନନ୍ଦରେ ଖାଇଥିଲେ । ସୁଦାମା ଘରକୁ ଫେରି ଦେଖିଲେ ଯେ ତାଙ୍କ କୁଡ଼ିଆ ଘର ଜାଗାରେ ଏକ ଭବ୍ୟ ଆଲିଶାନ ଘର ଏବଂ ସ୍ତ୍ରୀ ପିଲାମାନେ ସୁସଜ୍ଜିତ ଅଳଙ୍କାରରେ ପୁରୀ ରହିଛନ୍ତି ।

ତେବେ ଶାସ୍ତ୍ରରେ ଯେଉଁ ଦିନ ସୁଦାମା ଭଗବାନ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ସେହି ଦିନକୁ ଅକ୍ଷୟ ତୃତୀୟା ବୋଲି କୁହାଯାଉଛି । ଅକ୍ଷୟ ତୃତୀୟା ଦିନ ସୂର୍ଯ୍ୟ ମେଷ ରାଶିରେ ରହିବେ । ଏହାକୁ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ଏହିଦିନ ଗଙ୍ଗା ସ୍ନାନ କଲେ ନକରାତ୍ମକତା ଦୂର ହୋଇଥାଏ ବୋଲି କୁହାଯାଏ ।

ଏହିଦିନ ପୂର୍ବଜଙ୍କ ନାମରେ ଦାନ କଲେ ବିଶେଷ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ମାତା ଲକ୍ଷ୍ମୀଙ୍କୁ ଅକ୍ଷତ ନିହାତି ଅର୍ପିତ କରନ୍ତୁ । ଏହାପରେ ଗୋଲାପ କିମ୍ବା ପଦ୍ମ , ଧୂପ ଦୀପ ଏବଂ ନୈବେଦ୍ୟ ଆକାରରେ ଜଅ ଅର୍ପିତ କରନ୍ତୁ । ଏହାବ୍ୟତୀତ ଛତୁଆ କିମ୍ବା ଡାଲି ମଧ୍ୟ ଅର୍ପିତ କରି ପାରିବେ । ଏହିଦିନ ଗରିବ ଲୋକଙ୍କୁ ଭୋଜନ କରାଇ ଫଳ , ବସ୍ତ୍ର ଏବଂ ଆବଶ୍ୟକୀୟ ଜିନିଷ ଦାନ କରିପାରିବେ । ଏହିଦନ ଏକ ଖାସ ଉପାୟ କରି ପାରିବେ ।

ଏହିଦିନ ରାତିରେ ଗୋଟା ଧଣିଆ ମାତା ଲକ୍ଷ୍ମୀଙ୍କ ପାଖରେ ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ଏକ ମାଟିରେ ଦୀପ ନେଇ ସେଥିରେ ଧଣିଆ ଏବଂ ଏକ କୋଏନ ରଖି ଦିଅନ୍ତୁ । ଆଗାମୀ ଦିନ କୋଏନକୁ ନିଜ ପର୍ସରେ ରଖି ଦିଅନ୍ତୁ । ଧଣିଆକୁ କୌଣସି ମାଟି ଥିବା ଗାଉଁଲାରେ ପକାଇ ଦିଅନ୍ତୁ । ଧଣିଆ ଗଛ ଉଠିଲେ ତାହା ଜଣାଇବ ଯେ ଆପଣଙ୍କ ପୁରା ବର୍ଷ କିଭଳି ହେବ । ଧଣିଆ ଗଛ ଭରପୁର ଏବଂ ସବୁଜ ସୁନ୍ଦର ହେଲେ ଏହାର ଅର୍ଥ ଖୁବ ଧନ ଲାଭ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *