Excuse Me Odisha

ଯାହା କହିବୁ ସତ କହିବୁ

ଧନକୁ ଆକର୍ଷିତ କରିଥାଏ ଏହି ଫୁଲ । କେବଳ ଗୋଟିଏ ଫୁଲ ଆଣି କରି ଦିଅନ୍ତୁ ଉପାୟ । ସାରା ବର୍ଷ ପ୍ରାପ୍ତ ହେବ ଧନ ।

ସେୟାର୍ କରନ୍ତୁ

ଅପରାଜିତା ଶବ୍ଦର ଅର୍ଥ ହେଉଛି ଯେ ହାରି ନଥାଏ କିମ୍ବା ଯିଏ ଅପରାଜିତ ହୋଇ ନଥାଏ । ଅପରାଜିତ ଫୁଲର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ ଯାହାକି ମହାଦେବଙ୍କର ଅନ୍ୟନାମ ଅଟେ । ଅପରାଜିତା ମା’ ଦୁର୍ଗାଙ୍କର ମଧ୍ୟ ଏକ ନାମ ଅଟେ । ତେଣୁ ଏହା ସର୍ବପରେ ସତୀଙ୍କ ସୁଲଭ ପ୍ରତୀକ ଅଟେ । ଏହା ଅତ୍ୟନ୍ତ ଲାଭକାରୀ ଫୁଲ ଅଟେ । ଏହି ଗଛ ପ୍ରାୟ ସବୁ ସ୍ଥାନରେ ଉପଲବ୍ଧ ଥାଏ ।

ଅପରାଜିତା ଗଛର ଏକ ଉପାୟ ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହେବା ସହିତ ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ । ଆଜିକାର ଲେଖାରେ ଆମେ ଅପରାଜିତା ଫୁଲ ଗଛର ଉପକାରିତା ବିଷୟରେ କହିବୁ । ତେବେ ଧ୍ୟାନ ଦେବେ ଯେ ଏହିସବୁ ଉପାୟ କରିବା ସମୟରେ ଯେପରି ଆପଣଙ୍କୁ କେହିବି ନଦେଖନ୍ତି । ଅପରାଜିତା ଫୁଲକୁ ସଂସ୍କୃତରେ ବିଷ୍ଣୁକାନ୍ତ କିମ୍ବା ବିଷ୍ଣୁପ୍ରିୟା ମଧ୍ୟ କୁହାଯାଏ । ଏହି ଫୁଲ ଗଣେଶ , କାର୍ତ୍ତିକ , ବିଷ୍ଣୁ , ଶନି , ହନୁମାନ , ଲକ୍ଷ୍ମୀ ନାରାୟଣ , ମହାଦେବ ଇତ୍ୟାଦିଙ୍କୁ ଅତି ପ୍ରିୟ ହୋଇଥାଏ ।

୧ . ଘରର ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ର ଦୂର କରିବା ପାଇଁ ଶନିବାର ଦିନ ରାତି ସମୟରେ ଏକ ଉପାୟ କରି ନିଅନ୍ତୁ । ଉପାୟ ଅନୁଯାୟୀ ଶନିବାର ଦିନ ରାତିରେ ଅପରାଜିତା ଫୁଲକୁ ମାଳା କରି ଘର ଦ୍ୱାରରେ ଟାଙ୍ଗି ଦିଅନ୍ତୁ । ଏହାଦ୍ବାରା ଭୂତ ପ୍ରେତର ବାଧା ଦୂର ହୋଇଥାଏ ଏବଂ ଘରର ସମସ୍ତ ପ୍ରକାରର ନକରାତ୍ମକତା ମଧ୍ୟ ଦୂର ହୋଇଥାଏ ।

ଏହି ଉପାୟ ଦ୍ୱାରା ଘର ମଧ୍ୟକୁ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଏହି ମାଳାକୁ ଯଦି ଆଣି ହନୁମାନଙ୍କୁ ଅର୍ପିତ କରି ସାରିବା ପରେ ଘରର ମୁଖ୍ୟଦ୍ୱାରରେ ଟାଙ୍ଗିବେ ତେବେ ନଜର ଦୋଷ ଦୂର ହେବା ସହିତ , ବାସ୍ତୁ ଦୋଷ ଏବଂ ତନ୍ତ୍ର ମନ୍ତ୍ର ପ୍ରଭାବ ମଧ୍ୟ ଦୂର ହୋଇଥାଏ । ଏହି ଉପାୟ ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

୨ . ଶନିବାର ଦିନ ରାତିରେ ଏହି ଅପରାଜିତା ଫୁଲ ପାଞ୍ଚଟି ତୋଳି କୌଣସି ନଦୀ କିମ୍ବା ଜଳ ସ୍ରୋତରେ ଭସାଇ ଦିଅନ୍ତୁ । ଏହି କାର୍ଯ୍ୟ କରିବା ସମୟରେ କାହାକୁ ଜଣାନ୍ତୁ ନାହିଁ । ପାଞ୍ଚଟି ଅପରାଜିତା ଫୁଲ ଶନିବାର ଏବଂ ସୋମବାର ଦିନ ପାଣିରେ ଭସାଇ ନିଜର ଇଷ୍ଟ ଦେବଦେବୀଙ୍କୁ ପ୍ରାର୍ଥନା କରନ୍ତୁ । ଏହି ଉପାୟ ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ କରଜରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି ଉପାୟକୁ ନିୟମିତ ୫ ସପ୍ତାହ ପର୍ଯ୍ୟନ୍ତ କଲେ ଏହାର ଭଲ ପରିଣାମ ପ୍ରାପ୍ତ ହେବ । ଏହାଦ୍ବାରା ନୂଆ ନୂଆ ଉନ୍ନତିର ମାର୍ଗ ଖୋଲିଥାଏ ।

୩ . ମନ ପସନ୍ଦର ଚାକିରୀ ପାଇବା ପାଇଁ ପ୍ରତ୍ୟେକ ଦିନ ମାତା ଦୁର୍ଗା କିମ୍ବା ମାତା ପାର୍ବତୀଙ୍କୁ ଏଗାରଟି ଅପରାଜିତା ଫୁଲ ଅର୍ପିତ କରନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ ଏବଂ ଆପଣ ନିଜ ମନ ପସନ୍ଦର ଚାକିରୀ ମଧ୍ୟ ପାଇବେ । ଏହି ଉପାୟକୁ ନିୟମିତ କଲେ ନିଶ୍ଚୟ ମନସ୍କାମନା ପୂରଣ ହେବ । ଯଦି ସବୁ ଦିନ କରିବା ସମ୍ଭବ ନୁହେଁ ତେବେ ୯ ଦିନ ପର୍ଯ୍ୟନ୍ତ ନିଶ୍ଚୟ କରନ୍ତୁ । ନବରାତ୍ରୀ ସରି ଯାଇଥିଲେ ୨୧ ଟି ମଙ୍ଗଳବାର ନିଶ୍ଚୟ କରନ୍ତୁ ।

୪ . ଉନ୍ନତି ଏବଂ ଚାକିରୀ ପାଇଁ ପ୍ରତି ଶନିବାର ଦିନ ଅପରାଜିତା ଫୁଲକୁ ନେଇ ହନୁମାନଙ୍କ ଚରଣରେ ଅର୍ପିତ କରନ୍ତୁ । ସେହି ଫୁଲରୁ ଗୋଟିଏ ଆଣି ନିଜ ପାଖରେ କିମ୍ବା ପର୍ସରେ ରଖନ୍ତୁ । ଏହି ଉପାୟ ଦ୍ୱାରା ଧନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଥାଏ ଏବଂ ମନ ପସନ୍ଦର ଚାକିରୀ ମଧ୍ୟ ମିଳିଥାଏ ।

୫ . ବ୍ୟବସାୟ ଏବଂ ବ୍ୟାପାରରେ ଉନ୍ନତି ପାଇଁ ପ୍ରତ୍ୟେକ ସୋମବାର ଧଳା ବସ୍ତ୍ର ପରିଧାନ କରି ଅପରାଜିତାକୁ ଶିବଲିଙ୍ଗରେ ଚଢ଼ାଇବା ଦ୍ୱାରା ଧନ ପ୍ରାପ୍ତିର ଯୋଗ ବନିଥାଏ । ବ୍ୟବସାୟରେ ଉନ୍ନତି ପାଇଁ ଏହି ଗଛ ମୂଳରେ ଧୂପ ଦୀପ କ୍ଷୀର ଦେଇ ଚେରକୁ ଆଣନ୍ତୁ । ତାହାକୁ ଏକ ଥଳି କିମ୍ବା କପଡ଼ାରେ ବାନ୍ଧି ବ୍ୟବସାୟ ଦ୍ୱାରରେ କିମ୍ବା କାନ୍ଥରେ ଟାଙ୍ଗି ଦିଅନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କୁ ବ୍ୟବସାୟରେ ଉନ୍ନତି ଦେଖି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *