Excuse Me Odisha

ଯାହା କହିବୁ ସତ କହିବୁ

୨୦ ଏପ୍ରିଲ ୨୦୨୩ ସୂର୍ଯ୍ୟ ପରାଗରେ ଚାରୋଟି ରାଶି କୋଟିପତି ଏବଂ ତିନୋଟି ରାଶିର ହେବ ସର୍ବନାଶ । ୧୦୦ ବର୍ଷ ପରେ ଏଭଳି ପ୍ରଥମଥର ।

ସେୟାର୍ କରନ୍ତୁ

ଚଳିତ ବର୍ଷ ସୂର୍ଯ୍ୟ ପରାଗ କିଛି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଯାହାଦ୍ୱାରା ସେମାନଙ୍କୁ ସୁଖ ସମୃଦ୍ଧି ଏବଂ ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବାକୁ ଯାଉଛି । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ରେ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟ ପରାଗ ହାଇବ୍ରିଡ଼ ସୂର୍ଯ୍ୟ ପରାଗ ହେବାକୁ ଯାଉଛି ଯାହାକି ୧୦୦ ବର୍ଷରେ ଥରେ ହେବାକୁ ଯାଉଛି । ତେଣୁ ଏହି ସୂର୍ଯ୍ୟ ପରାଗର ଆରମ୍ଭ ସକାଳ ୭.୦୫ ଏବଂ ସମାପ୍ତି ଦ୍ୱିପ୍ରହର ୧୨.୩୯ ରେ ହେବ ।

ଏହା ଭାରତରେ ଦୃଶ୍ୟମାନ ହେବନାହିଁ ତେଣୁ ଏହାର ସୂତକ କାଳ ମାନ୍ୟ ହେବ ନାହିଁ । ଏପ୍ରିଲ ୨୦ ରେ ମେଷ ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ମେଷ ରାଶିରେ ବିରାଜମାନ କରିବେ । ମେଷ ରାଶିର ଗ୍ରହ ମଙ୍ଗଳ । ସୂର୍ଯ୍ୟ ପରାଗର ପ୍ରଭାବ ସବୁ ରାଶି ଉପରେ ପଡ଼ିଥାଏ । କିଛି ରାଶି ଉପରେ ଏହାର ଶୁଭ ପ୍ରଭାବ ପଡ଼ୁଥିବା ବେଳେ ଆଉ କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ ।

ଚାରୋଟି ରାଶି ଉପରେ ସୂର୍ଯ୍ୟ ପରାଗର ରହିବ ଶୁଭ ପ୍ରଭାବ ।

୧ . ମେଷ ରାଶି:-

ଏହି ରାଶିର ସପ୍ତମ ସ୍ଥାନରେ ସୂର୍ଯ୍ୟ ପ୍ରବେଶ କାରଣରୁ ଆର୍ଥିକ ପରିସ୍ଥିତି ସମ୍ବନ୍ଧୀୟ ଏବଂ ଜୀବନସାଥୀ ସମ୍ବନ୍ଧୀୟ ବିଷୟ ଉପରେ ପ୍ରଭାବ ପଡ଼ିବ । ସୂର୍ଯ୍ୟ ପରାଗ କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଦେଖା ଦେଇପାରେ । ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟରେ ସମସ୍ୟା ଦେଖା ଦେଇପାରେ । ଆର୍ଥିକ ଦୃଷ୍ଟିକୋଣରୁ ସମୟ ଭଲ ନୁହେଁ । ତେଣୁ ନିବେଶ ଠାରୁ ନିବୃତ୍ତ ରୁହନ୍ତୁ । ଏହି ସମୟରେ କୌଣସି ବଡ଼ ନିଷ୍ପତ୍ତି ନେବାଠାରୁ ନିବୃତ୍ତ ରୁହନ୍ତୁ ।

୨ . ବୃଷଭ ରାଶି:-

ଏହି ରାଶି ପାଇଁ ସୂର୍ଯ୍ୟ ପରାଗ ଶୁଭ ରହିବ । ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଚାକିରୀ ମିଳିପାରେ । କିନ୍ତୁ ପ୍ରାରମ୍ଭରେ କିଛି କାଠିନତାର ସାମ୍ନା କରିବାକୁ ପଡ଼ିପାରେ । ନିବେଶ ପାଇଁ ସମୟ ଅନୁକୂଳ ରହିବ । ବ୍ୟବସାୟରେ ଲାଭ ମିଳିପାରେ । ମାନସିକ ଚିନ୍ତାରୁ ମୁକ୍ତି ମିଳିବ ।

୩ . ମିଥୁନ ରାଶି:-

ଏହି ରାଶି ଉପରେ ସୂର୍ଯ୍ୟ ପରାଗର ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ଏହି ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ୱାସରେ ସନ୍ଦେହ ଆସିପାରେ । କାର୍ଯ୍ୟରେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ସ୍ୱାମୀ ସ୍ତ୍ରୀ ସମ୍ବନ୍ଧରେ ବିବାଦ ଦେଖାଦେଇ ପାରେ । ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି । ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ଆର୍ଥିକ କ୍ଷେତ୍ରରେ ସମୟ ଅନୁକୂଳ ରହିବ । ବ୍ୟବସାୟରେ ଲାଭ ମିଳିବାକୁ ଯାଉଛି ।

୪ . କର୍କଟ ରାଶି:-

ସହକର୍ମୀଙ୍କ ସହିତ କୌଣସି ନୂଆ ସ୍ଥାନକୁ ଯାତ୍ରା କରି ପାରନ୍ତି । ବ୍ୟାପାରରେ ଅଧିକ ଲାଭ ମିଳିବାକୁ ଯାଉଛି । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଏବଂ ସମସ୍ତଙ୍କୁ ସମ୍ମାନ ଦେବା ଆବଶ୍ୟକ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ।

୫ . ସିଂହ ରାଶି:-

ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ । କିନ୍ତୁ କୌଣସି କାମରେ ଫସି ରହି ପାରନ୍ତି । ବାହାନ ଚଳାଇବା ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ସମୟ ଅନୁକୂଳ ରହିବ । ଆପଣଙ୍କ ହାତରୁ କୌଣସି ବଡ଼ ଧାର୍ମିକ କାର୍ଯ୍ୟ ହୋଇପାରେ ।

୬ . କନ୍ୟା ରାଶି:-

ଏହି ରାଶିକୁ ଉଭୟ ଶୁଭ ଏବଂ ଅଶୁଭ ସଙ୍କେତ ମିଳିପାରେ । କ୍ୟାରିଅରରେ ସଫଳତା ମିଳିପାରେ । ଅଫିସ କର୍ମଚାରୀଙ୍କ ସହିତ ମତାନ୍ତର ଦେଖା ଦେଇପାରେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । କୌଣସି ଶୁଭ ସମାଚାର ମିଳିପାରେ ।

୭ . ତୁଳା ରାଶି:-

ଏହି ରାଶି ପାଇଁ ସୂର୍ଯ୍ୟ ପରାଗ ଶୁଭ ପ୍ରଭାବ ନେଇ ଆସିବ । ଆପଣଙ୍କୁ କୌଣସି ବଡ଼ କାମ ମିଳିପାରେ । ଅଧିକ ଧନ ପ୍ରାପ୍ତି ହେବାକୁ ଯାଉଛି । ପରିଶ୍ରମ କାରଣରୁ ଶୁଭ ଫଳ ପ୍ରାପ୍ତ ହେବାକୁ ଯାଉଛି । ଦୀର୍ଘ ସମୟ ଧରି ପୀଡ଼ିତ ହେଉଥିବା ରୋଗରୁ ମୁକ୍ତି ମିଳିବ । ପରିବାର ଏବଂ ଜୀବନସାଥି ସହିତ ସମ୍ପର୍କ ମଜବୁତ ହେବ ।

୮ . ବିଛା ରାଶି:-

ସୂର୍ଯ୍ୟ ପରାଗ କାରଣରୁ ଏହି ରାଶି ଉପରେ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ଆତ୍ମବିଶ୍ୱାସ କମିପାରେ । ତେଣୁ ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଗୁପ୍ତ ଶତ୍ରୁଙ୍କ ପ୍ରତି ସତର୍କ ରୁହନ୍ତୁ । ଏହି ସମୟରେ ଚକ୍ଷୁ ସମ୍ବନ୍ଧୀୟ କୌଣସି ସମସ୍ୟା ହୋଇପାରେ ।

୯ . ଧନୁ ରାଶି:-

ଏହି ରାଶି ପାଇଁ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଶୁଭ ରହିବ । ହଠାତ ଆୟରେ ବୃଦ୍ଧି ଦେଖିବାକୁ ମିଳିବ । ପୁରୁଣା ନିବେଶରୁ ଲାଭ ପ୍ରାପ୍ତ ହେବ । ଏହି ସମୟରେ ଆପଣଙ୍କ ଏକାଗ୍ରତା ବଢ଼ିବ । ଯେଉଁ କାରଣରୁ ଆପଣ କାମରେ ମନ ଦେବେ ଏବଂ ସଫଳତା ଅର୍ଜନ କରିବେ । ବିଦ୍ୟାର୍ଥୀଙ୍କୁ କୌଣସି ଶୁଭ ଖବର ମିଳିପାରେ ।

୧୦ . ମକର ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ସୂର୍ଯ୍ୟ ପରାଗର ଶୁଭ ଫଳ ପ୍ରାପ୍ତ ହେବ । ସୂର୍ଯ୍ୟ ପରାଗ ପରେ ଆପଣଙ୍କ ବ୍ୟବସାୟିକ ଜୀବନରେ ଶୁଭ ପ୍ରଭାବ ଦେଖିବାକୁ ମିଳିବ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ । ଯେଉଁ କାରଣରୁ ଆପଣଙ୍କୁ ଭବିଷ୍ୟତରେ ଲାଭ ପ୍ରାପ୍ତ ହେବ । ଗ୍ରହଣ ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି । ବ୍ରହ୍ମ ମୁହୂର୍ତ୍ତରେ ଉଠି ପ୍ରାଣାୟାମ କରିବାର ଆବଶ୍ୟକତା ରହିଛି ।

୧୧ . କୁମ୍ଭ ରାଶି:-

ଏହି ସମୟରେ ଆପଣଙ୍କୁ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହେବ । ବିଦେଶ ଯାତ୍ରାର ସଂଯୋଗ ବନୁଛି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜବୁତ ହେବ । ଆପଣ ପରିଜନଙ୍କ ସହିତ କୌଣସି ତୀର୍ଥସ୍ଥାନ ବୁଲିବାକୁ ଯାଇ ପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ । କୌଣସି ପରୀକ୍ଷାରେ ସଫଳତା ମିଳିବ ।

୧୨ . ମୀନ ରାଶି:-

ମାନସିକ ଚିନ୍ତା ବଢ଼ିପାରେ । ଯେଉଁ କାରଣରୁ ଆପଣ ଅଳସୁଆ ଏବଂ ଲୋଭି ହୋଇ ପାରନ୍ତି । ଆପଣଙ୍କୁ ଆର୍ଥିକ ରୂପରେ ଲାଭ ମିଳିପାରେ । ଆର୍ଥିକ ଖର୍ଚ୍ଚ କମ ହେବ ଏବଂ ସଞ୍ଚୟ ବୃଦ୍ଧି ହେବ । ଘରକୁ କୌଣସି ନୂଆ ଅତିଥୀଙ୍କ ଆଗମନ ହୋଇପାରେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *