Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୨୦ ସୂର୍ଯ୍ୟପରାଗରେ ଏହି ସାତୋଟି ଉପାୟ ମଧ୍ୟରୁ କରି ଦିଅନ୍ତୁ କୌଣସି ଗୋଟିଏ ଉପାୟ । ମନସ୍କାମନା ତୁରନ୍ତ ହେବ ପୂରଣ ।

ସେୟାର୍ କରନ୍ତୁ

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ହୁଏତ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ କିନ୍ତୁ ଏହା ଏକ ହାଇବ୍ରିଡ଼ ସୂର୍ଯ୍ୟପରାଗ ହେବାକୁ ଯାଉଛି । ଚଳିତ ବର୍ଷ ଏପ୍ରିଲ ୨୦ ରେ ଲାଗିବାକୁ ଯାଉଥିବା ସୂର୍ଯ୍ୟପରାଗ ଆଂଶିକ ହେବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ଭାରତୀୟ ସମୟ ସକାଳ ୭.୦୪ ରୁ ଆରମ୍ଭ ହୋଇ ଦ୍ୱିପ୍ରହର ୧୨.୨୯ ରେ ସମାପ୍ତ ହେବ ଯାହାକି ଉତ୍ତର ଆମେରିକା , ଅଷ୍ଟ୍ରେଲିଆ , ଅଣ୍ଟାର୍କଟିକା ଇତ୍ୟାଦି ଦେଶ ମାନଙ୍କରେ ଦୃଶ୍ୟମାନ ହେବ ।

ଯେହେତୁ ଏଥର ପରାଗ ଦୃଶ୍ୟମାନ ହେବେ ନାହିଁ ତେଣୁ ଏହାର ସୂତକ କାଳ ମଧ୍ୟ ମାନ୍ୟ ହେବ ନାହିଁ । ପରାଗ ସମୟରେ ଅନେକ ତାନ୍ତ୍ରିକ କ୍ରିୟା କରାଯାଇଥାଏ ଏବଂ ଏହି ସମୟରେ ଭୋଜନ ଏବଂ କୌଣସି ଶୁଭ କାର୍ଯ୍ୟ ବର୍ଜିତ ହୋଇଥାଏ । ସୂର୍ଯ୍ୟପରାଗ ସମୟରେ ଘରୁ ବାହାରିବା ଉଚିତ ନୁହେଁ କିମ୍ବା କିମ୍ବା ପରାଗକୁ ଦେଖିବା ଉଚିତ ନୁହେଁ । କାରଣ ଏହି ସମୟରେ ନକରାତ୍ମକତା ବୃଦ୍ଧି ପାଇଥାଏ ।

ଗ୍ରହଣ ସମୟରେ ପୂଜାପାଠ , ତାଲାଚାବି ଖୋଲିବା , ଧାରୁଆ ଅସ୍ତ୍ରର ପ୍ରୟୋଗ ଏଭଳି କାମ କରିବା ଉଚିତ ନୁହେଁ । ଏହିଦିନ କିଛି ଆମିଷ ଭୋଜନ ଠାରୁ ନିବୃତ୍ତ ରହିଲେ ମନୁଷ୍ୟର ମାନସିକ ଚିନ୍ତା କମିଥାଏ । ଯଦି ଆପଣଙ୍କ ଜୀବନରେ ରାହୁ କେତୁ ଜନିତ ସମସ୍ୟା ରହିଛି ତେବେ ଏହିଦିନ କିଛି ଖାସ ପ୍ରୟୋଗ କରାଯାଇଥାଏ । ରାହୁ କେତୁ ଦୋଷ ଥିଲେ ଜୋତା ଦାନ କରିବା ପ୍ରଭାବୀ ହୋଇଥାଏ । ମାତ୍ର କେବଳ ଆବଶ୍ୟକ କରୁଥିବା ଦରିଦ୍ର ଲୋକଙ୍କୁ ହିଁ ଦାନ କରନ୍ତୁ ।

ଯଦି ଆପଣଙ୍କ ଜୀବନରେ ପିତୃ ଦୋଷ ସମସ୍ୟା ରହିଛି ତେବେ ପରାଗ ଦିନ ସକାଳ ସମୟରେ ଜଳରେ ଏକ ଚିମୁଟା ତିଳ ମିଶାଇ ସୂର୍ଯ୍ୟଙ୍କୁ ଅର୍ପିତ କରନ୍ତୁ । ଏହାପରେ ଗ୍ରହଣ ସମାପ୍ତ ହେବା ପରେ ଏକ କଳା କପଡ଼ାରେ କଳା ତିଳ , କଳା ମୁଗ ଏବଂ ଗୋଟିଏ କୋଏନ ରଖି କୌଣସି ବ୍ୟକ୍ତିକୁ ଦାନ କରି ଦିଅନ୍ତୁ କିମ୍ବା ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ ।

ତାହାକୁ ଆପଣ କୌଣସି ମନ୍ଦିରରେ ମଧ୍ୟ ଦାନ କରି ପାରିବେ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଏକ କୋଏନ ନେଇ ସୂର୍ଯ୍ୟଙ୍କ ବାରଟି ନାମର ଜପ କରନ୍ତୁ ଏବଂ ସେହି କୋଏନକୁ ଏକ ନାଲି କପଡ଼ାରେ ବାନ୍ଧି ସିନ୍ଧୁକରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ । ଆଉ ଏକ ଉପାୟ ଅନୁଯାୟୀ ପରାଗ ସମୟରେ ସାତୋଟି ଗୋମତି ଚକ୍ର ଏବଂ ଏକ କୋଏନ ନାଲି କପଡ଼ା ଉପରେ ରଖି ଶ୍ରୀସୁପ୍ତମ ପାଠ କରି ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ

ଅନେକ ସମୟରେ ମାନସିକ ଚିନ୍ତା ସମସ୍ୟା ଏବଂ ନକରାତ୍ମକତା କାରଣରୁ ସବୁବେଳେ ଶରୀର ଅସୁସ୍ଥ ରହିଥାଏ ତେଣୁ ଏଭଳି ପରିସ୍ଥିତିରେ ବ୍ୟକ୍ତିଙ୍କ ମୁଣ୍ଡ ପାଖରେ ରାତିରେ ଏକ ଲେମ୍ବୁ ରଖି ଦିଅନ୍ତୁ । ଏଭଳି ସମ୍ଭବ ନହେଲେ ପରାଗ ସମୟରେ ତାହାକୁ ବେଡ଼ ପାଖରେ ରଖି ଦିଅନ୍ତୁ । ପରାଗ ଶେଷ ହେବା ପରେ ସେହି ଲେମ୍ବୁକୁ ନେଇ ଦୁଇ ଭାଗ କରି ବାହାରକୁ ବାହାରି ଡାହାଣ ପାର୍ଶ୍ଵର ଖଣ୍ଡକୁ ବାମକୁ ଏବଂ ବାମ ପାର୍ଶ୍ଵର ଖଣ୍ଡକୁ ଦାହଣକୁ ଫିଙ୍ଗି ଦିଅନ୍ତୁ ।

ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଦେଖିବେ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଯଦି ଘରେ କୌଣସି ଝିଅ ପୁଅର ବିବାହ ହୋଇ ପାରୁ ନାହିଁ ତେବେ ପରାଗର ପୂର୍ବ ଦିନ କଦଳୀ ଗଛ ପାଖକୁ ଯାଇ ପ୍ରଣାମ କରି ଚେର ନେବାକୁ ନିମନ୍ତ୍ରଣ ଦେଇ ଆସନ୍ତୁ । ଆଗାମୀ ଦିନ ପରାଗ ଆରମ୍ଭ ହେବା ପୂର୍ବରୁ ଯାଇ ଏକ ଲୋଟା ଜଳ , କୋଏନ ଏବଂ ସୁପାରି ନେଇ ପ୍ରଥମେ କଦଳୀ ଗଛ ମୂଳରେ ଜଳ ଅର୍ପିତ କରି ସୁପାରି ଏବଂ କୋଏନକୁ ରଖି ଦିଅନ୍ତୁ ।

ଏହାପରେ ପ୍ରାର୍ଥନା କରି ଏକ ମୂଳର କିଛି ଅଂଶକୁ ଘରକୁ ଆଣି କ୍ଷୀରରେ ଶୁଦ୍ଧ କରି ହଳଦୀ କପଡ଼ା ସହିତ ଗୁଡ଼ାଇ ବାହୁରେ ଧାରଣ କରନ୍ତୁ । ଏହି ଉପାୟ ଦ୍ୱାରା ବିବାହ ସମ୍ବନ୍ଧୀୟ କୌଣସି ସମସ୍ୟା ଦୂର ହେବ ଏବଂ ବହୁତ ଜଲଦି ବିବାହ ଯୋଗ ମଧ୍ୟ ବନିବ । ପରାଗ ଦିନ ନକରାତ୍ମକତାରୁ ମୁକ୍ତି ପାଇଁ ଏକ କାଚ ଗ୍ଲାସରେ ଫିଟିକିରି କିମ୍ବା ଲୁଣ ରଖି ଡାଇନିଂ ଏରିଆରେ ରଖି ଦିଅନ୍ତୁ । ପରାଗ ଶେଷ ହେବା ପରେ ତାହାକୁ ଡ୍ରେନ କିମ୍ବା ବେସିନରେ ଫ୍ଲସ କରି ଦିଅନ୍ତୁ । ଏହି ଉପାୟ ଦ୍ୱାରା ନକରାତ୍ମକତାରୁ ମୁକ୍ତି ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *