Excuse Me Odisha

ଯାହା କହିବୁ ସତ କହିବୁ

୫୦୦ ବର୍ଷ ପରେ ବନୁଛି ଦୁର୍ଲଭ ମହାସଂଯୋଗ । ବୈଶାଖ ଅମାବାସ୍ୟାରେ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ରୋଡ଼ପତିରୁ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଆମ ହିନ୍ଦୁ ଧର୍ମରେ ଅମାବାସ୍ୟା ଏବଂ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି ତେଣୁ ଏହିଦିନ ସ୍ନାନ ଦାନ ତର୍ପଣର ମହତ୍ତ୍ୱ ରହିଛି । ତେଣୁ ଏହିଦିନ ରୋଟିରେ କିଛି ଏଭଳି ଜିନିଷ ମିଶାଇ ଗାଈକୁ ଖାଇବାକୁ ଦେଲେ ସବୁ ଦେବଦେବୀ ଏବଂ ପିତୃ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଗାଈକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । ଗାଈର ସେବା କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଏବଂ ସମ୍ପନ୍ନତା ଆସିଥାଏ ।

ଗାଈକୁ ଘରେ ପାଳିବା ସହିତ ଗାଈର ସେବା କରିବା ଅତ୍ୟନ୍ତ ପୁଣ୍ୟ ହୋଇଥାଏ ମାତ୍ର ଗାଈ ରଖିବାକୁ ସାମ୍ୟର୍ଥ ନଥିଲେ କେବଳ ଗାଈକୁ ପ୍ରତ୍ୟେକ ଦିନ କିଛି ଖୁଆଇ ପାରିବେ । ମାତ୍ର ଗାଈକୁ କିଛି ଏଭଳି ଜିନିଷ ଅଛି ଯାହା ଖୁଆଇବା ଉଚିତ ନୁହେଁ । ଗାଈକୁ ଘରେ ତିଆରି ହେଉଥିବା ପ୍ରଥମ ରୁଟି , ରୁଟିରେ ଗୁଡ଼ ଏବଂ ହଳଦୀ ଏଭଳି ମିଶାଇ ଖୁଆଇଲେ ଗ୍ରହ ଦୋଷ , ମାନସିକ ଚିନ୍ତା , ସୁଖ ସମୃଦ୍ଧି , ଆର୍ଥିକ ସମସ୍ୟା କିମ୍ବା ବିବାହ ଜନିତ ସମସ୍ୟା ମଧ୍ୟ ଦୂରେଇ ଯାଏ ।

ଗାଈକୁ କେବେବି ବାସୀ ରୋଟି କିମ୍ବା ବଳକା ଖାଦ୍ୟ ଖାଇବାକୁ ଦେବା ଉଚିତ ନୁହେଁ । ଏଭଳି କରିବା ଦ୍ୱାରା ଘର ପରିବାରର ସୁଖ ସମୃଦ୍ଧି ଉପରେ ପ୍ରଭାବ ପଡ଼ିବା ସହିତ ଜୀବନରେ ବିପଦ ମଧ୍ୟ ଆସିପାରେ । ଗାଈକୁ କ୍ଷୀର ଖୁଆଇବା ଉଚିତ ନୁହେଁ । ଗାଈ କେବେ ଅଶୁଭ ହୋଇ ନଥାଏ ତେଣୁ ଯେଉଁ ଭୂଭାଗରେ ଘର ବନାଇବାର ଥିବ ସେହି ସ୍ଥାନରେ ୧୫ ଦିନ ପାଇଁ ଗାଈ ବାଛୁରୀ ବାନ୍ଧି ରଖିଲେ ସେହି ସ୍ଥାନ ଘର ବନାଇବା ଉପଯୋଗୀ ଏବଂ ପବିତ୍ର ହୋଇଯିବ ଏବଂ ସେହି ସ୍ଥାନରୁ ନକରାତ୍ମକତା ମଧ୍ୟ ଦୂରେଇ ଯିବ ।

ଏକା ସାଥିରେ ଗାଈ ଏବଂ ବାଛୁରୀର ଦର୍ଶନ ହେଲେ ଆପଣ କାର୍ଯ୍ୟରେ ସଫଳ ହେବେ । ଗାଈ ନିକଟକୁ ଗଲେ ଅନେକ ପ୍ରକାରର ସଂକ୍ରମଣ ରୋଗକୁ ମୁକ୍ତି ମିଳିଥାଏ । ଗାଈ ଠାରୁ ମିଳୁଥିବା ପଞ୍ଚ ଗବ୍ୟ ଏକାଧିକ ରୋଗର କାମବାଣ ଅଟେ । ଆଜିକାଲିକା ଯୁଗରେ ଲୋକେ ଗାଈକୁ ପାଳିବା ବଦଳରେ ହତ୍ୟା କରି ଖାଉଛନ୍ତି ଯାହାକି ଖୁବ ନିନ୍ଦନୀୟ ଅଟେ । କାରଣ ଗୋମାତା ପୂଜ୍ୟ ଅଟନ୍ତି ।

ଗାଈର ସେବା କରିବା ଉଚିତ ଏବଂ ପ୍ରତ୍ୟେକ ଦିନ ରୋଟି ଖୁଆଇବା ଉଚିତ ମାତ୍ର ତାହା ସବୁ ସମୟରେ ସମ୍ଭବ ହୋଇ ପାରେ ନାହିଁ । ଗାଈକୁ ସହରାଞ୍ଚଳରେ ରହୁଥିବା ଲୋକେ ରଖିବାକୁ ସମର୍ଥ ହୁଅନ୍ତି ନାହିଁ । କିନ୍ତୁ ଗାଈକୁ ପ୍ରତ୍ୟେକ ଦିନ ଗୋଟିଏ ରୁଟି ପବିତ୍ର ମନରେ ଖୁଆଇବା ଉଚିତ । ଯଦି ଆପଣ ପ୍ରତ୍ୟେକ ଦିନ ଗାଈକୁ ରୋଟି ଖୁଆଇବାକୁ ଅସମର୍ଥ ତେବେ ପ୍ରତ୍ୟେକ ଦିନ ଗାଈ ନାମରେ ଟଙ୍କା ସଞ୍ଚୟ କରି ରଖନ୍ତୁ ।

ମାସ ଶେଷରେ ସେହି ଟଙ୍କା କୌଣସି ଗୋଶାଳାକୁ , ଗରିବଙ୍କୁ , ମନ୍ଦିରରେ କିମ୍ବା କୌଣସି ଅନ୍ୟ ଧଳା ରଙ୍ଗର ପଶୁକୁ ଖାଇବାକୁ ଦିଅନ୍ତୁ । ରାମାୟଣ କାଳରୁ ଗୋମାତାଙ୍କୁ ମିଳିଥିବା ଅଭିଶାପ କାରଣରୁ ହିଁ ତାଙ୍କୁ ଅଇଁଠା ଖାଇବାକୁ ପଡ଼ିଥାଏ । ମାତା ସୀତା ହିଁ ଗାଈକୁ ଅଭିଶାପ ଦେଇଥିଲେ । ଗୋମାତାଙ୍କୁ ରାମାୟଣ କାଳରେ ମାତା ସୀତାଙ୍କ ଠାରୁ ମିଳିଥିବା ଅଭିଶାପ କାରଣରୁ ଅଇଁଠା କହିବାକୁ ପଡ଼ିଥାଏ । ନିଜ ପୂଜ୍ୟ ପିତାଙ୍କ ପିଣ୍ଡ ଦାନ ନିମନ୍ତେ ମାତା ସୀତା , ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଗୟା ଯାଇଥିଲେ ।

ମାତ୍ର ପିଣ୍ଡ ଦାନ ନିମନ୍ତେ ସବୁ ଜିନିଷ ନଥିବାରୁ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଜିନିଷ ଆଣିବାକୁ ଗଲେ । ମାତ୍ର ଏପଟେ ସମୟ ହେବାରୁ ଦଶରଥଙ୍କ ଆତ୍ମା ପିଣ୍ଡ ଦାନ ମାଗିବାରୁ ମାତା ସୀତା ବାଲୁକା ସ୍ତୁପ ବନାଇ ବଟ ବୃକ୍ଷ , କେତକୀ ଫୁଲ , ଫାଲ୍ଗୁ ନଦୀ ଏବଂ ଗୋମତାଙ୍କୁ ସାକ୍ଷୀ କରି ପିଣ୍ଡ ଦାନ କଲେ । ରାମଚନ୍ଦ୍ର ଆସି ଯେତେବେଳେ ମାତା ସୀତାଙ୍କୁ ପଚାରନ୍ତି ମାତା ସୀତା ପିଣ୍ଡ ଦାନ କରିବା କରିଥିଲେ ।

କିନ୍ତୁ ରାମଚନ୍ଦ୍ର ଯେତେବେଳେ ପ୍ରମାଣ ମାଗିଲେ ସେତେବେଳେ ମାତା ସୀତା ସାକ୍ଷୀ ରଖିଥିବା ବଟ ବୃକ୍ଷ , କେତକୀ ଫୁଲ , ଫାଲ୍ଗୁ ନଦୀ ଏବଂ ଗୋମତାଙ୍କୁ ପଚାରିଲେ । କିନ୍ତୁ ବଟ ବୃକ୍ଷକୁ ଛାଡ଼ି ସମସ୍ତେ ମିଛ କହିଥିଲେ । ସେହିଦିନ ଠାରୁ ମାତା ସୀତାଙ୍କ ଅଭିଶାପ ଅନୁଯାୟୀ ଗୋମାତା ପୂଜ୍ୟ ହୋଇବି ସୁଦ୍ଧା ଅଇଁଠା ଖାଆନ୍ତି । ମାତ୍ର ଯଦି ଆପଣ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟି ଗାଈକୁ ଦିଅନ୍ତି ତେବେ ଜୀବନର ସବୁ ଦୁଃଖ କଷ୍ଟ ଦୂର ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *