Excuse Me Odisha

ଯାହା କହିବୁ ସତ କହିବୁ

କୋଟିପତି ହେବାକୁ ଚାହୁଁଥିଲେ ଅକ୍ଷୟ ତୃତୀୟା ଦିନ ଘରକୁ ନେଇ ଆସନ୍ତୁ ଏହି ସାତୋଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ । ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ ।

ସେୟାର୍ କରନ୍ତୁ

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ଆକାରରେ ପାଳନ କରାଯାଏ । ଏହିଦିନ ଯାହାବି ଶୁଭ କାର୍ଯ୍ୟ କରାଯାଏ ତାହାର ଭଲ ଫଳ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ଏହିଦିନ ବିନା ପାଞ୍ଜି ଦେଖି ଆପଣ କୌଣସିବି ଶୁଭ କାର୍ଯ୍ୟ କରି ପାରିବେ । ଏହିଦିନ ଏକ ଛୋଟ ଜିନିଷର ଦାନ କରିବା ଦ୍ୱାରା ଅକ୍ଷୟ ପୁଣ୍ୟର ପ୍ରାପ୍ତି ହୋଇଥାଏ । ମନୁଷ୍ୟ ଜୀବନ ମଧ୍ୟ ସାଧାରଣ ହୋଇ ନଥାଏ କାରଣ ମନୁଷ୍ୟ ଜୀବନରେ ପ୍ରତ୍ୟେକ ମୁହୁର୍ତ୍ତକୁ ବଞ୍ଚିବା ମଧ୍ୟରେ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ।

ମନୁଷ୍ୟ ନିଜ ଜୀବନରେ ଅର୍ଥ ରୋଜଗାର ପାଇଁ ଏବଂ ସଫଳତା ପାଇବା ପାଇଁ ଖୁବ ପରିଶ୍ରମ କରିଥାଏ । ମାତ୍ର କଠିନ ପରିଶ୍ରମ କରିବା ସତ୍ତ୍ୱେବି ଧନ ପ୍ରାପ୍ତି ନକରି ପାରିଲେ ମନୁଷ୍ୟ ଚିନ୍ତିତ ହୋଇଥାଏ । ତେଣୁ ଏହି ଅକ୍ଷୟ ତୃତୀୟା ଦିନଟି ବିଶେଷ ହୋଇଥିବାରୁ ଏହିଦିନ କିଛି କାମ କରିବା ଏବଂ କିଛି ଖାସ ଦାନ କରିବା ଦ୍ୱାରା ତାହାର ଶୁଭ ଫଳ ମନୁଷ୍ୟ ଜୀବନ ଉପରେ ପଡ଼ିଥାଏ ଏବଂ ମନୁଷ୍ୟର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଏ ।

ଏମିତିରେ ଅକ୍ଷୟ ତୃତୀୟା ଦିନ ସୁନା କିଣି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ ମାତ୍ର ସବୁ ଲୋକଙ୍କୁ ସୁନା କିଣିବାର କ୍ଷମତା ନଥାଏ । ତେଣୁ ଆପଣ ଚାହିଁଲେ ହଳଦିଆ ସୋରିଷ ଦାନା ଏହିଦିନ ଘରକୁ କିଣି ଆଣନ୍ତୁ । ଏହି ଜିନିଷ କିଣି ଆଣିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ । ପରେ ତାହାକୁ ଆପଣ କୌଣସି କପଡ଼ାରେ ବାନ୍ଧି ପାଖରେ ରଖିଲେ ନଜର ଦୋଷରୁ ମୁକ୍ତି ମିଳିଥାଏ । ଦ୍ଵିତୀୟ ମହତ୍ତ୍ୱପୂର୍ଣ୍ଣ ଜିନିଷଟି ହେଉଛି ସିନ୍ଧା ଲୁଣ ।

ଅକ୍ଷୟ ତୃତୀୟା ଦିନ ସିନ୍ଧା ଲୁଣ ଘରକୁ ନେଇ ଆସିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ମାତ୍ର ତାହାକୁ ଅକ୍ଷୟ ତୃତୀୟା ଦିନ ସେବନ କରନ୍ତୁ ନାହିଁ ବରଂ ଆପଣ ଆଗାମୀ ଦିନ କରି ପାରିବେ । ତୃତୀୟ ଜିନିଷଟି ହେଉଛି କପା ତୁଳା । ଯଦି ଆପଣ ଏହି ଜିନିଷକୁ ଅକ୍ଷୟ ତୃତୀୟା ଦିନ କିଣି ଆଣି ପୂଜା ପାଠରେ ଲଗାନ୍ତି ତେବେ ଧନ ବର୍ଷା ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ବର୍ଷିଥାଏ । ଏହି ସମୟରେ ଫଳ ସେବନ କରିବା ଉଚିତ ।

ତେଣୁ ଯଦି ଆପଣ ଅକ୍ଷୟ ତୃତୀୟା ଦିନ ଘରକୁ ଫଳ କିଣି ଆଣନ୍ତି ତେବେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଅକ୍ଷୟ ତୃତୀୟା ଦିନ ଘରକୁ ମାଟି ଦୀପ କିଣି ଆଣିବା ସୁନା ସହିତ ସମାନ । ଏହାକୁ ଘରକୁ ଆଣି ଜାଳିଲେ ଅକ୍ଷୟ ପୁଣ୍ୟର ପ୍ରାପ୍ତି ହୋଇଥାଏ ଏବଂ ସୁଖ ସମୃଦ୍ଧି ମଧ୍ୟ ବଢ଼ିଥାଏ । ଏସବୁ ବ୍ୟତୀତ ରାଶି ଅନୁଯାୟୀ ଆପଣ କୌଣସି ବସ୍ତୁ ଘରକୁ ଆଣି ପାରିବେ । କାରଣ ଏହିଦିନ ଘରକୁ ଖାଲି ହାତରେ ଆସିବା ଉଚିତ ନୁହେଁ । ମେଷ ରାଶିର ଲୋକେ ଏହିଦିନ ମସୁର ଡାଲି କିଣି ଘରକୁ ଆଣିବା ଉଚିତ ।

ବୃଷଭ ରାଶିର ବ୍ୟକ୍ତିଙ୍କ ଇଷ୍ଟ ଦେବ ମାତା ଲକ୍ଷ୍ମୀ ସ୍ୱୟଂ ଅଟନ୍ତି । ତେଣୁ ଏମାନେ ଅକ୍ଷୟ ତୃତୀୟା ଦିନ ଚାଉଳ କିଣି ଘରକୁ ଆଣିବା ଉଚିତ । ଏପରି କରିବା ଦ୍ୱାରା ଧନର ଦେବୀ ମାତା ଲକ୍ଷ୍ମୀଙ୍କ କୃପା ବର୍ଷି ଥାଏ । ମିଥୁନ ରାଶିର ବ୍ୟକ୍ତିଙ୍କ ସ୍ୱାମୀ ବୁଧ ହୋଇଥିବାରୁ କଞ୍ଚା ମୁଗ କିଣିବା ଉଚିତ । ଏହାବ୍ୟତୀତ ଧଣିଆ ଏବଂ ବସ୍ତ୍ର ମଧ୍ୟ କିଣି ପାରିବେ । କର୍କଟ ରାଶିର ବ୍ୟକ୍ତି ଚାଉଳ ଏବଂ କ୍ଷୀର କିଣି ଆଣନ୍ତୁ ।

ସିଂହ ରାଶିର ସ୍ୱାମୀ ନିଜେ ସୂର୍ଯ୍ୟ ଅଟନ୍ତି ତେଣୁ ଏହି ବ୍ୟକ୍ତି ମାନେ ନାଲି ରଙ୍ଗର ଫଳ କିଣି ଆଣିବା ଉଚିତ । ଏହାଦ୍ବାରା ଜୀବନକୁ ଖୁସି ଆସିବା ସହିତ ସୂର୍ଯ୍ୟ ମଧ୍ୟ ମଜବୁତ ହୁଅନ୍ତି । କନ୍ୟା ରାଶିର ବ୍ୟକ୍ତି ମୁଗ ଡାଲି କିଣିବା ଉଚିତ । ଏହାଦ୍ବାରା ଜୀବନରେ ସୁଖ ଶାନ୍ତି ବଜାୟ ରହିଥାଏ । ତୁଳା ରାଶିର ଲୋକେ ଏହିଦିନ ଚାଉଳ ଏବଂ ଚିନି କିଣି ଆଣି ପାରିବେ । ଏହାଦ୍ବାରା ଆପଣଙ୍କ ଜୀବନରେ ଖୁସି ବଢ଼ିବ । ବିଛା ରାଶିର ଲୋକେ ପାଣି ଏବଂ ଗୁଡ଼ କିଣି ଆଣନ୍ତୁ । ଯାହାକି ଆପଣଙ୍କ ପାଇଁ ଶୁଭ ରହିବ ।

ଗୁଡ଼କୁ ଆପଣ ଭୋଗ ଲଗାଇ ପ୍ରସାଦ ଆକାରରେ ମଧ୍ୟ ସେବନ କରି ପାରିବେ । ଧନୁ ରାଶିର ବ୍ୟକ୍ତି କଦଳୀ କିମ୍ବା ହଳଦିଆ ଚାଉଳ କିଣି ଆଣିବା ଉଚିତ । ଯାହାଦ୍ୱାରା ପୁରା ବର୍ଷ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ମକର ରାଶିର ବ୍ୟକ୍ତି ମାନେ ଅକ୍ଷୟତୃତୀୟା ଦିନ କଳା ମୁଗ ଡାଲି କିମ୍ବା ଦହି କିଣି ଆଣନ୍ତୁ । ଏହାଦ୍ବାରା ଆପଣଙ୍କୁ ଦୁଇଗୁଣା ଶୁଭ ଫଳ ପ୍ରାପ୍ତ ହୋଇଥାଏ । କୁମ୍ଭ ରାଶିର ଲୋକେ କଳା ତିଳ କିମ୍ବା ପୋଷାକ କିଣି ଆଣନ୍ତୁ । ଏହାବ୍ୟତୀତ କଳା ତିଳ କିଣି ନିୟମିତ ପୂଜାରେ ବ୍ୟବହାର କରନ୍ତୁ । ମୀନ ରାଶିର ବ୍ୟକ୍ତି ହଳଦୀ ଏବଂ ବୁଟ ଡାଲି କିଣି ଆଣିବା ଦ୍ବାରା ଜୀବନକୁ ଖୁସି ଆସିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *